ବାଲିମେଳା ସ୍ୱାସ୍ଥ୍ୟ କେନ୍ଦ୍ରରେ ନୂତନ ଆମ୍ବୁଲାନ୍ସ ସେବା ଆରମ୍ଭ
ମାଲକାନଗିରି :ମନୋଜ ଦେବ ପାଙ୍ଗି (ଦର୍ଶନ ସମୀକ୍ଷା)
ମାଲକାନଗିରି ଜିଲ୍ଲା ବାଲିମେଳା ସ୍ଥିତ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏକ ନୂତନ ଆମ୍ବୁଲାନ୍ସ ସେବା ଆରମ୍ଭ।ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଓ ଓଡ଼ିଶା ସରକାରଙ୍କ ମିଳିତ ଆନୁକୂଲ୍ୟରେ ପରିଚାଳିତ ୨ପର୍ଯ୍ୟାୟ ଆମ୍ବୁଲାନ୍ସ ସେବାରେ ବାଲିମେଳା ସ୍ୱାସ୍ଥ୍ୟ କେନ୍ଦ୍ର କୁ ଏକ ନୂତନ ଆମ୍ବୁଲାନ୍ସ ପ୍ରଦାନ କରାଯାଇଛି।ଏହାକୁ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼. ସୌଭାଗ୍ୟ ରଞ୍ଜନ ହୁଇ ଉଦଘାଟନ କରିଥିଲେ।ଏହି ଅବସରରେ ମେଡିକାଲର ସମସ୍ତ କର୍ମଚାରୀ ଓ ଆମ୍ବୁଲାନ୍ସର ଫାର୍ମାସିଷ୍ଟ ବିକ୍ରମ ପାତ୍ର,ପାଇଲଟ ବନୋଜିତ ଗେନ ଉପସ୍ଥିତ ଥିଲେ।ପୂର୍ବରୁ ଆମ୍ବୁଲାନ୍ସ ପାଇଁ ରୋଗୀ ବହୁତ ହଇରାଣ ହରକତ ହେଉଥିଲେ। ପୂର୍ବରୁ ଆମ୍ବୁଲାନ୍ସ ପାଇଁ ଫୋନ
କଲେ କୋରୁକୋଣ୍ଡା,ଚିତ୍ରକୋଣ୍ଡା କିମ୍ବା କାଲିମେଳା ରୁ ଆସୁଥିଲା ଫଳରେ ରୋଗୀମାନେ ନିରାଶ ହେଉଥିଲେ।କିନ୍ତୁ ବର୍ତ୍ତମାନ ଆଉ ସେ ଅଵସ୍ଥା ରହିବ ନାହିଁ ବୋଲି ମେଡିକାଲ କର୍ତ୍ତୃପକ୍ଷ କହିଛନ୍ତି।ଏ ଖବର ପ୍ରଚାରିତ ହେବା ପରେ ସହରରେ ଖୁସିର ଲହରୀ ଖେଳିଯାଇଛି।ସ୍ଥାନୀୟ ଜନସାଧାରଣ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି।












Leave a Reply