ଗଜପତି ସୋତନ୍ତ୍ର//ପ୍ରବାସୀ ଶ୍ରମିକଙ୍କ ବିଭିନ୍ନ ସମସ୍ୟା ଓ ବାଲ୍ୟ ବିବାହ ନିରୋଧକୁ ନେଇ ଗଜପତିରେ ଜନସଚେତନତା କାର୍ଯ୍ୟକ୍ରମ ଓ ଗଜପତିରେ ମାଟ୍ରିକ ପରୀକ୍ଷା ଆରମ୍ଭ ହେଲା

Spread the love

ପ୍ରବାସୀ ଶ୍ରମିକଙ୍କ ବିଭିନ୍ନ ସମସ୍ୟା ଓ ବାଲ୍ୟ ବିବାହ ନିରୋଧକୁ ନେଇ ଗଜପତିରେ ଜନସଚେତନତା କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି, 20/2(ତାରିଣୀ ପ୍ରସାଦ ପଣ୍ଡା ): ଦର୍ଶନ ସମୀକ୍ଷା

ନାଲସା ଜାଗୃତି ଯୋଜନା ଏବଂ ନାଲସା ଆଶା ଯୋଜନା ଅନୁଯାୟୀ ପ୍ରବାସୀ ଶ୍ରମିକମାନଙ୍କ ବିଭିନ୍ନ ସମସ୍ୟା ତଥା ବାଲ୍ୟ ବିବାହ ନିରୋଧ ପାଇଁ ଆଇନରେ ରହିଥିବା ବିଭିନ୍ନ ଦିଗ ବିଷୟରେ ଏକ ଜନ ସଚେତନତା କାର୍ଯ୍ୟକ୍ରମ ଗଜପତି ଜିଲ୍ଲା ଅନ୍ତର୍ଗତ ବୋମିକା ଗ୍ରାମ ପଞ୍ଚାୟତ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି. ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ବିମଳ ରାଉଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଚେତନତା କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡିସ୍ଥିତ ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ଜଷ୍ଟିସ କର୍ଣ୍ଣର ଚାରିଟେବଲ ଟ୍ରଷ୍ଟଙ୍କ ସହଯୋଗରେ
ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ଅଦାଲତର ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରୋସେକ୍ୟୁଟର ରାଜେଶ କୁମାର ମିଶ୍ର, ସହାୟକ ଶ୍ରମ ଅଧିକାରୀ ମଦନ ମୋହନ ଟୁଡୁ ଓ ପ୍ରଯୁକ୍ତା ଶବର, ଏ.ପି.ପି. ଏଡ଼ଲା ଶିବ କୁମାର, କିଶୋର ନ୍ୟାୟ ବୋର୍ଡର ସଦସ୍ୟ ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ନାୟକ, ସ୍ଥାନୀୟ ସରପଞ୍ଚ ଗିନି ବିମଳାବତୀ, ନାଏବ ସରପଞ୍ଚ ଏ. ବସନ୍ତ ରାଓ, ଗୁରାଣ୍ଡି ଥାନାର ଏ.ଏସ.ଆଇ. ସୁଶାନ୍ତ ଦଳେଇ, ଅଖିଳ ଭାରତୀୟ ଯୁବାଜନ ସେବା ସମିତିର ମୁଖ୍ୟ କୁମାର ରେଡ୍ଡୀ, ଗିନି ରମେଶ, ଗିନି ଲକ୍ଷ୍ମଣ ରେଡ୍ଡୀ ତଥା ପାରଳାଖେମୁଣ୍ଡି ସ୍ଥିତ ଜଷ୍ଟିସ କର୍ଣ୍ଣର ଚାରିଟେବଲ ଟ୍ରଷ୍ଟର ସମାଜସେବୀ ଜଗନ୍ନାଥ ଚୌଧୁରୀ ପ୍ରମୁଖ ଉପସ୍ଥିତ ରହି ପ୍ରବାସୀ ଶ୍ରମିକ ତଥା ଶିଶୁ ସୁରକ୍ଷାକୁ ନେଇ ରହିଥିବା ଆଇନର ବିଭିନ୍ନ ଦିଗ ବିଷୟରେ ତର୍ଜମା କରିବା ସହ ଜାତୀୟ ଆଇନ ସେବା କର୍ତ୍ତୃପକ୍ଷ (ନାଲସା)ଙ୍କ ଆଇନ ସଚେତନତା ଯୋଜନାଗୁଡ଼ିକ ବିଷୟରେ ସାଧାରଣ ଜନତାଙ୍କୁ ସଚେତନ କରିଥିଲେ। ବିଶେଷକରି ପ୍ରବାସୀ ଶ୍ରମିକଙ୍କ ନିମନ୍ତେ ରହିଥିବା ସରକାରଙ୍କର ବିଭିନ୍ନ ଯୋଜନା ତଥା ପଞ୍ଜିକରଣ, ବାଲ୍ୟ ବିବାହ ନିରୋଧ ଏବଂ ଦୁର୍ବଳ ବର୍ଗର ଲୋକମାନଙ୍କ ପାଇଁ ନ୍ୟାୟ ପ୍ରାପ୍ତି ସମ୍ପର୍କରେ ଆଜିର ଏହି କାର୍ଯ୍ୟକ୍ରମରେ ବିଶେଷ ଭାବେ ଚର୍ଚ୍ଚା କରାଯାଇଥିଲା। ସେହିପରି ଉପସ୍ଥିତ ଅତିଥିମାନେ ନାରୀମାନଙ୍କ ପାଇଁ ରହିଥିବା ସରକାରୀ ଯୋଜନାଗୁଡିକୁ ନେଇ ସମସ୍ତଙ୍କୁ ଅବଗତ କରେଇବା ସହ ସାଇବର ଅପରାଧକୁ ନେଇ ସମସ୍ତଙ୍କୁ ସଚେତନ କରାଇଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବୋମିକା ଗ୍ରାମପଞ୍ଚାୟତର ଜନସାଧାରଣ, ଗୁରାଣ୍ଡି ଥାନାର କର୍ମଚାରୀ ତଥା ଜିଲ୍ଲା ନ୍ୟାୟାଳୟର କର୍ମଚାରୀ ସାହାଯ୍ୟ ସହଯୋଗର ଯଥାର୍ଥ ହାଥ ବଢାଇଥିଲେ।
ଗଜପତିରେ ମାଟ୍ରିକ ପରୀକ୍ଷା ଆରମ୍ଭ ହେଲା….. ପ୍ରଥମ ଦିନ ପରୀକ୍ଷାରେ 141 ଛାତ୍ରଛାତ୍ରୀ ଅନୁପସ୍ଥିତ ପାରଳାଖେମୁଣ୍ଡି, 21/2(ତାରିଣୀ ପ୍ରସାଦ ପଣ୍ଡା ):

ଗଜପତି ଜିଲ୍ଲାରେ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଯାଇଛି. ସମଗ୍ର ଜିଲ୍ଲାରେ ୪୦ଗୋଟି କେନ୍ଦ୍ରରେ ପରୀକ୍ଷା ଦେବା ପାଇଁ 8134 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବା ପାଇଁ ଫର୍ମ ପୂରଣ କରିଥିଲେ. ହେଲେ ପ୍ରଥମ ଦିନର ପରୀକ୍ଷାରେ 7993 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି. ଏହି ଜିଲ୍ଲାରେ 141 ଜଣ ଛାତ୍ରଛାତ୍ରୀ ପରୀକ୍ଷା କେନ୍ଦ୍ରରେ ଅନୁପସ୍ଥିତ ରହିଛନ୍ତି. ମୋଟାମୋଟି ଭାବେ କହିବାକୁ ଗଲେ 141 ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରି ମଧ୍ୟ ପରୀକ୍ଷା ଦେବାକୁ ଆସି ନାହାନ୍ତି. ପରୀକ୍ଷା କେନ୍ଦ୍ର ଗୁଡ଼ିକରେ କଡ଼ା ସୁରକ୍ଷା ସହ ସିସିଟିଭି ମାଧ୍ୟମରେ କଣ୍ଟ୍ରୋଲ ରୁମ୍‌ରୁ ଟିକିନିଖି ଯାଞ୍ଚ କରାଯାଉଛି। ଚଳିତ ବର୍ଷ ସରକାରଙ୍କ ଉଦ୍ଦେଶ୍ୟ ରହିଥିଲା ଯେ ଚଳିତଥର କିଭଳି ଭାବେ ଫର୍ମପୂରଣ କରିଥିବା ସମସ୍ତ ଛାତ୍ରଛାତ୍ରୀ ପରୀକ୍ଷା ଦେବେ କିନ୍ତୁ ତାହା ହୋଇ ପାରିନଥିବା ଜଣା ପଡିଛି। ଜିଲ୍ଲାରେ ରେଗୁଲାର ଓ ଏକ୍ସରେଗୁଲାର ୮୧୩୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ଫର୍ମପୂରଣ କରିଥିବା ବେଳେ ୭୯୯୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ମୋଟ ୧୪୧ ଜଣଛାତ୍ରଛାତ୍ରୀ ଗତକାଲିର ପ୍ରଥମ ଦିନରେ ଓଡ଼ିଆ ପରୀକ୍ଷା ଦେଇନାହାନ୍ତି। ସେହିପରି ରାଜ୍ୟ ମୁକ୍ତ ବିଦ୍ୟାଳୟ ପ୍ରମାଣପତ୍ର ପାଇଁ ୨୭୮ ଜଣ ଓ ସିସି ମାଧ୍ୟମରେ ୪୬ ଜଣ ଦଶମ ପରୀକ୍ଷା ଦେଇଥିଲେ । ଡ୍ରପ୍‌ଆଉଟ୍ ଛାତ୍ରଛାତ୍ରୀଙ୍କ ପାଇଁ ନିଜେ ଶିକ୍ଷକ, ଶିକ୍ଷୟିତ୍ରୀ ଘର ଘରକୁ ଯାଇ ଅଭିଭାବକଙ୍କୁ ବୁଝାସୁଝା କରି ବିଦ୍ୟାଳୟରେ ପୁନର୍ବାର ଭର୍ତ୍ତି କରୁଥିଲେ। ହେଲେ ଚଳିତବର୍ଷ ଆରମ୍ଭ ହୋଇଥିବା ଦଶମ ପରୀକ୍ଷାରେ କାହିଁକି ଗଜପତି ଜିଲ୍ଲାର ୧୪୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଲେ ନାହିଁ ତାହା ଏବେ ସବୁଠୁ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରାପ୍ତ ସୂଚନାରୁ ଜଣା ପଡିଛି ଯେ, ଗଜପତି ଜିଲ୍ଲାର ମୋହନା ବ୍ଲକ୍‌ରେ ୨୭ ଜଣ, ରା.ଉଦୟଗିରି ବ୍ଲକ୍‌ରେ ୩୪ ଜଣ, ନୂଆଗଡ଼ ବ୍ଲକ୍‌ରେ ୧୩, ରାୟଗଡ଼ ବ୍ଲକ୍‌ରେ ୧୩, ଗୁମ୍ମା ବ୍ଲକ୍‌ରେ ୧୨, କାଶୀନଗର ବ୍ଲକ୍‌ରେ ୧୫ ଏବଂ ଗୋଷାଣୀ ବ୍ଲକ୍‌ରେ ୨୫ ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ ଅନୁପସ୍ଥିତ ରହିଛନ୍ତି.

ଖରାଦିନ ନ ଆସୁଣୁ ପାନୀୟ ଜଳର ଅଭାବ ବେଳେ ଘର ନିର୍ମାଣ କାମରେ ପିଇବା ପାଣି ବ୍ୟବହାରକୁ ବିରୋଧ କଲେ ଗ୍ରାମବାସୀ ପାରଳାଖେମୁଣ୍ଡି, 20/1(ତାରିଣୀ ପ୍ରସାଦ ପଣ୍ଡା ):

ଖରାଦିନ ଆରମ୍ଭ ନ ହେଉଣୁ ପିଇବା ପାଣିର ଅଭାବ ପରିଲକ୍ଷିତ ହୋଇଥିବାବେଳେ ପିଇବା ପାଣିକୁ ନେଇ ଘର ନିର୍ମାଣ କାମରେ ଲଗାଯାଉଥିବାରୁ ଏହାକୁ ବିରୋଧ କରିଛନ୍ତି ମହିଳାମାନେ । ଏଭଳି ଘଟଣା ଦେଖୁବାକୁ ମିଳିଛି ମୋହନା ବ୍ଲକ ଲିଲିଗଡ଼ ପଞ୍ଚାୟତର ଏକ୍ରିକୂପା ଗ୍ରାମରେ । ଗୁରୁବାର ଦିନ ଟ୍ରାକ୍ଟରରେ ପାଣି ନେଇ ଯାଉଥିବା ପାଣି ଟାଙ୍କି ଗାଡ଼ିକୁ ଅଟକାଇ ପ୍ରତିବାଦ କରିଛନ୍ତି ଗ୍ରାମର ମହିଳାମାନେ. ଖରାଦିନେ ଆରମ୍ଭ ନ ହେଉଣୁ ଅଞ୍ଚଳରେ ଲୋକଙ୍କୁ ଠିକ୍ ଭାବରେ ପିଇବା ପାଇଁ ପାଣି ମିଳୁ ନ ଥିବା ବେଳେ ପଞ୍ଚାୟତ ସରପଞ୍ଚଙ୍କ ପୂର୍ଣ୍ଣଚନ୍ଦ୍ର ମଳିକଙ୍କ ନିର୍ଦ୍ଦେଶ କ୍ରମେ ବସୁଧା ଯୋଜନାରେ ନିର୍ମାଣ ହୋଇଥ‌ିବା ୩୦ ହଜାର ଲିଟର ବିଶିଷ୍ଟ ପାଣି ଟାଙ୍କିରୁ ସିଧାସଳଖ ନିକଟସ୍ଥ ଢେପାପଦର ଗାଁର ଜଣେ ବ୍ୟକ୍ତି ପାଣି ଟାଙ୍କି ଗାଡ଼ି ଘର କାମ ପାଇଁ ନେଉଥିବା ବେଳେ ଗାଡ଼ିକୁ ଅଟକାଇଛନ୍ତି ଗାଁର ମହିଳାମାନେ.

Leave a Reply

Your email address will not be published. Required fields are marked *