ଚରମ ନିଷ୍ପତି//ବୈତରଣୀନଦୀରୁ ଭାରୀଯାନ ଦ୍ୱାରା ବେଆଇନ ବାଲିଉଠାଣ ବନ୍ଦ ନକଲେ ଆନ୍ଦୋଳନ ହେବ , ଅବାଧରେ ମେସିନ ଲଗାଇ ଭାରିଯାନ ଦ୍ୱାରା ବେଆଇନ ଭାବେ ଦୌନିକ ଶହଶହ ଟ୍ରିପ ବାଲି ଉଠାଣ ବନ୍ଦ କରିଦେବୁ – କୋରାଇ ସଂଗ୍ରାମସମିତି

Spread the love

ବୈତରଣୀନଦୀରୁ ଭାରୀଯାନ ଦ୍ୱାରା ବେଆଇନ ବାଲିଉଠାଣ ବନ୍ଦ ନକଲେ ଆନ୍ଦୋଳନ ହେବ — କୋରାଇ ସଂଗ୍ରାମସମିତି, ବ୍ୟାସନଗର ଆଜି ତା ୧୯, ୨, ୨୦୨୬ ରିଖ।( ଦର୍ଶନ ସମୀକ୍ଷା)

କୋରାଇ ଅଞ୍ଚଳରେ ବୈତରଣୀ ନଦୀ କୂଳରେ ଥିବା ବାଲିଘାଟ ଗୁଡିକରୁ ଅବାଧରେ ମେସିନ ଲଗାଇ ଭାରିଯାନ ଦ୍ୱାରା ବେଆଇନ ଭାବେ ଦୌନିକ ଶହଶହ ଟ୍ରିପ ବାଲି ଉଠାଣ କୁ କୋରାଇ ସଂଗ୍ରାମ ସମିତି ପକ୍ଷରୁ ବିରୋଧ କରି ଯାଜପୁର ଜିଲ୍ଲାପାଳ ଓ ଲଘୁଖଣିଜବିଭାଗର ଡ଼ି, ଡ଼ି, ଏମ, ଙ୍କୁ ଏ ସମ୍ପର୍କରେ ବହୁବାର ଅଭିଯୋଗ କଲେ ମଧ୍ୟ କୌଣସି ପଦକ୍ଷପ ନ ନେବାରୁ ସଂଗ୍ରାମ ସମିତିର ସଭାପତି ବିଦ୍ୟାଧର ମହାନ୍ତି, ସାଧାରଣ ସମ୍ପାଦକ ଅଭିମନ୍ୟୁ ମିଶ୍ର, ସମ୍ପାଦକ ମନୋରଞ୍ଜନ ନାୟକ ଓ ପ୍ରତାପ କୁମାର ଦାସ, ବାସୁଦେବ ପରିଡାଙ୍କ ସହିତ ଏକ ପ୍ରତିନିଧି ଦଳ ଡ଼ି, ଡ଼ି, ଏମ, ଙ୍କୁ ଦାବି ପତ୍ର ଦେବାକୁ ଯିବା ବେଳେ ଡ଼ି, ଡ଼ି,ଏମ, ଏବଂ ତାଙ୍କ ସହଯୋଗୀ ଅଫିସ ଛାଡି ପଳାୟନ କରିଥିଲେ,ସଂଗ୍ରାମ ସମିତିଙ୍କୁ ଡ଼ି ଡ଼ି ଏମ ଡକାଇ ଯେପରି ବେବହାର କରିଛନ୍ତି ଉଚିତ ଜବାବଦିଆଯିବ ବୋଲି କହିଛନ୍ତି,ଏବଂ ତାଙ୍କ ସହଯୋଗୀ ଅଫିସ ରେ ଅନୁପସ୍ଥିତ ସରକାର ଙ୍କ ବାହାଦୁରୀ ପଣିଆ କୁ ପ୍ରତିନିଧି ଦଳ ଦୃଢ଼ ସମାଲୋଚନା କରିଥିଲେ। ଏଠାରେ ସୂଚନା ଯୋଗ୍ୟ କୋରାଇ ଅଞ୍ଚଳ ର ରଣପୁର, ଗୋପାଳପୁର,ନାୟାହାଟ ପାଟଣା ସାଆଁଳା,ମୁକୁନ୍ଦପୁର, ଗୋପାଳପୁର,ନିସଙ୍ଗପୁର, ଓ ଗହମାରୀଆ, ସାଳବା ଏବଂ ଧନତ୍ରି ପ୍ରମୁଖ ବାଲିଘାଟ ଗୁଡିକରେ କୌଣସି ଅନୁମତି କିମ୍ବା ସିଆ, ପଲୁସନ ନଥାଇ ଶହ ଶହ ଭାରୀଯାନ ବାଲିଗାଡି ରାସ୍ତା ରେ ଯିବା ଦ୍ୱାରା ଆର, ଡ଼ି, ରୋଡ ଗୁଡିକ ବିପର୍ଯସ୍ତ ହେଉଛି ଏପରିକି ସ୍କୁଲ, କଲେଜ ଓ ଆମ୍ବୁଲାନ୍ସ ଗାଡି ଯିବା କଷ୍ଟକର ହୋଇଥିଲେ ମଧ୍ୟ ଜିଲ୍ଲାପ୍ରଶାସନ ନୀରବତା ଯୋଗୁ ବାଲି ମାଫିଆ ମାନେ ସକ୍ରିୟ ହୋଇଛନ୍ତି। ସରକାରଙ୍କ କୋଟି କୋଟି ଟଙ୍କା ରାଜସ୍ୱ ହାନି ହେବାସହିତ ବିନା କାଗଜ ପତ୍ର ରେ ଚାଲୁଥିବା ଘାଟ ଗୁଡିକୁ ସିଲ ନ କରାଯାଏ ଓ ସେମାନଙ୍କ ବିରୋଧରେ ଅର୍ଥ ଜୋରିମାନା କରିବା ସହିତ ଏହାଉପରେ ଜିଲ୍ଲା ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣନକଲେ କୋରାଇ ସଂଗ୍ରାମ ସମିତି ବାଧ୍ୟ ହୋଇ ଜନଆନ୍ଦୋଳନ କରିବବୋଲି ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି

Leave a Reply

Your email address will not be published. Required fields are marked *