ଭୁବନେଶ୍ୱର // ଇଓ ଓଡ଼ିଶା ପକ୍ଷରୁ ଜଗନ୍ନାଥ ପଣ୍ଡାଙ୍କର “ଦ ଲଙ୍ଗ ନାଓ ଅଫ୍‌ ଅସ୍‌” ଲଳିତ କଳା ଏକାଡେମୀ, ରିଜିଓନାଲ ସେଣ୍ଟରଠାରେ ଉଦ୍‌ଘାଟିତ ହୋଇଥିଲା ।

Spread the love

ସ୍ୱସ୍ଥାନକୁ ପ୍ରତ୍ୟାବର୍ତ୍ତନ:

ଇଓ ଓଡ଼ିଶା ପକ୍ଷରୁ ଜଗନ୍ନାଥ ପଣ୍ଡାଙ୍କର “ଦ ଲଙ୍ଗ ନାଓ ଅଫ୍‌ ଅସ୍‌” ଉଦ୍‌ଘାଟିତ
ଭୁବନେଶ୍ୱର, ୧୩ ଫେବୃଆରୀ ୨୦୨୬: (ଦର୍ଶନ ସମୀକ୍ଷା) ସଂସ୍କୃତି କ୍ଷେତ୍ରର ବ୍ୟକ୍ତିବିଶେଷ, ସରକାରୀ ପଦାଧିକାରୀ ଏବଂ ଶିଳ୍ପ କ୍ଷେତ୍ରର ନେତୃବୃନ୍ଦଙ୍କର ଏକ ଭବ୍ୟ ସମାବେଶରେ ଇଓ ଓଡ଼ିଶା ପକ୍ଷରୁ ଆନ୍ତର୍ଜାତିକସ୍ତରରେ ଖ୍ୟାତିସମ୍ପନ୍ନ ଆର୍ଟିଷ୍ଟ ଜଗନ୍ନାଥ ପଣ୍ଡାଙ୍କର ସାମ୍ପ୍ରତିକ କୃତିଗୁଡିକୁ ନେଇ ଉଲ୍ଲେଖନୀୟ ଏକକ ପ୍ରଦର୍ଶନୀ ‘ଦ ଲଙ୍ଗ୍‌ ନାଓ ଅଫ ଅସ୍‌’ ଉଦ୍‌ଘାଟିତ ହୋଇଯାଇଛି । ଶିବଦାସ ସେନଗୁପ୍ତାଙ୍କ ନିଖୁଣ ପ୍ରସ୍ତୁତିରେ ଏହି ପ୍ରଦର୍ଶନୀ ଜନସାଧାରଣଙ୍କର ବିପୁଳ ଅଂଶଗ୍ରହଣ ଏବଂ ଉଚ୍ଚ ପ୍ରଶଂସା ମଧ୍ୟରେ ଭୁବନେଶ୍ୱରସ୍ଥିତ ଲଳିତ କଳା ଏକାଡେମୀ, ରିଜିଓନାଲ ସେଣ୍ଟରଠାରେ ଉଦ୍‌ଘାଟିତ ହୋଇଥିଲା ।
ଏଣ୍ଟରପ୍ରିନର୍ସ ଅର୍ଗାନାଇଜେସନ ଓଡ଼ିଶା ପକ୍ଷରୁ ଏହା ପଣ୍ଡାଙ୍କର ନିଜ ସହରରେ ପ୍ରଥମ ଏକକ ବୃହତ ପ୍ରଦର୍ଶନୀ ହୋଇଛି, ଯେଉଁଥିରେ ତିନି ଦଶନ୍ଧି ଧରି ତାଙ୍କର କଳାତ୍ମକ ପରିଭାଷାରେ ପରିବର୍ତ୍ତନର ସନ୍ଧାନ କରୁଥିବା ମିକ୍ସଡ୍‌-ମିଡିଆ ପେଣ୍ଟିଂ, ସ୍ଥାପତ୍ୟ, ଇନଷ୍ଟାଲେସନ୍ସ, ଡ୍ରଇଂ ଏବଂ ଡିଜିଟାଲ କଳାକୃତିଗୁଡିକର ସମାହାର ଘଟିଛି ।

ଉଦ୍‌ଘାଟନୀ ସନ୍ଧ୍ୟାରେ ଓଡ଼ିଶାର ସମ୍ମାନନୀୟ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଆନୁଷ୍ଠାନିକ ଭାବରେ ପ୍ରଦୀପ ପ୍ରଜ୍ଜ୍ୱଳନ ସହିତ ଏହାକୁ ଉଦ୍‌ଘାଟନ କରିଥିଲେ । ଏହା ରାଜ୍ୟର କଳାତ୍ମକ ଦୃଶ୍ୟପଟ୍ଟରେ ଏକ ଉଲ୍ଲେଖନୀୟ ସାଂସ୍କୃତିକ ମୁହୂର୍ତ୍ତ ପାଲଟିଥିଲା ।
ପ୍ରଫେସର (ଡ.) ପ୍ରଦୋଷ ମିଶ୍ର ଉଦ୍‌ଘାଟନୀ ସନ୍ଧ୍ୟାର ବିଶିଷ୍ଟ ଅତିଥିମାନଙ୍କୁ ସ୍ୱଗତ କରିବା ସହିତ କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ । ଶିବଦାସ ସେନଗୁପ୍ତା ତାଙ୍କର ପ୍ରସ୍ତୁତିରେ ପଣ୍ଡାଙ୍କର ବର୍ଣ୍ଣନାତ୍ମକ ଚିତ୍ରଣରୁ ଏକ ସଂସ୍କୃତିସମ୍ପନ୍ନ, ସାମଗ୍ରିକ ଭାବରେ ଏକତ୍ରିତ ସାଙ୍କେତିକ ବିନ୍ୟାସ ପର୍ଯ୍ୟନ୍ତ ବିବର୍ତ୍ତନ ବିଷୟକୁ ପ୍ରସଙ୍ଗ କରିଥିଲେ । ପ୍ରଦର୍ଶନୀର କେନ୍ଦ୍ରବିନ୍ଦୁ ଭାବରେ ୧୬ ଫୁଟର ଅଭିଲେଖ ଆଧାରିତ ରଥ ସ୍ଥାନ ପାଇଥିଲା ।
ନିଜର ଉଦ୍‌ଘାଟନୀ ଅଭିଭାଷଣରେ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଓଡ଼ିଶାର ପାରମ୍ପରିକ ମୂଳାଧାର ଏବଂ ବୈଶ୍ୱିକ ସମକାଳୀନ କଳାତ୍ମକ ଆଲୋଚନା ମଧ୍ୟରେ ଥିବା ତାରତମ୍ୟ ଦୂର କରିବା ନିମନ୍ତେ ଏଭଳି ପ୍ରୟାସକୁ ପ୍ରଶଂସା କରିଥିଲେ । ଉକ୍ତ ସନ୍ଧ୍ୟାରେ ମଧ୍ୟ ରମାକାନ୍ତ ସାମନ୍ତରାୟଙ୍କ ଦ୍ୱାରା ଲିଖିତ ପୁସ୍ତକ ‘ରୂପକଥାର ରୂପକାର: ଜଗନ୍ନାଥ ପଣ୍ଡାଙ୍କର ଜୀବନ, ଦର୍ଶନ ଏବଂ ସୃଜନ’ ଉନ୍ମୋଚିତ ହୋଇଥିଲା । ଉକ୍ତ ପୁସ୍ତକରେ କଳାକାରଙ୍କର ଜୀବନ ଏବଂ ଦାର୍ଶନିକ ଯାତ୍ରା ସ୍ଥାନ ପାଇଛି ।
‘ଦ ଲଙ୍ଗ ନାଓ ଅଫ୍‌ ଅସ୍‌’ ଜଗନ୍ନାଥ ପଣ୍ଡାଙ୍କର ମୂଳ ପଦ୍ଧତିଗତ ଆଭିମୁଖ୍ୟ – ଦ ଆକ୍ଟ ଅଫ କୋଲାଜିଂ ସହିତ ଏକ ନିୟୋଜନକାରୀ ପ୍ରୟାସ ଜରିଆରେ ପରିକଳ୍ପନା କରାଯାଇଛି । ତାହା ତାଙ୍କ ଶୈଳୀରେ ଉଭୟ ଦୃଶ୍ୟଗତ ଓ ପରିକଳ୍ପନା ଭିତ୍ତିକ ଢାଞ୍ଚାଗୁଡିକୁ ଏକ ରୂପରେଖ ପ୍ରଦାନ କରୁଛି । ପେଣ୍ଟିଂ, ସ୍ଥାପତ୍ୟ, ଇନ୍‌ଷ୍ଟାଲେସନ୍ସ, ଡ୍ରଇଂ ଏବଂ ଡିଜିଟାଲ ଉପାଦାନଗୁଡିକୁ ଏକତ୍ରିତ କରୁଥିବା ଏହି ପ୍ରଦର୍ଶନୀ ବର୍ଣ୍ଣନା ଆଧାରିତ ଚିତ୍ରଗୁଡିକରୁ ସାଙ୍କେତିକ ବିନ୍ୟାସ ପର୍ଯ୍ୟନ୍ତ ତାଙ୍କର ବିବର୍ତ୍ତନକୁ ଉପସ୍ଥାପିତ କରୁଛି । ଏଠାରେ କୋଲାଜ୍‌ କେବଳ ଏକ ଆନୁଷ୍ଠାନିକ ଉପକରଣ ନୁହେଁ, ବରଂ ବସ୍ତୁବାଦକୁ ପ୍ରସଙ୍ଗମୁକ୍ତ କରିବା ଏବଂ ପରିବେଶଗତ ଅସ୍ଥିରତା, ସାଂସ୍କୃତିକ ବିସ୍ଥାପନ, ପୋ÷ରାଣିକ କାହାଣୀ ସୃଷ୍ଟି ତଥା ସ୍ମୃତିଗୁଡିକ ପ୍ରତି ଦୃଷ୍ଟିଦେଉଥିବା ନିବିଡ ଦୃଶ୍ୟଗତ କ୍ଷେତ୍ରଗୁଡିକୁ ଏକତ୍ରିକରଣ କରିବା ନିମନ୍ତେ ଏକ ଗୁରୁତ୍ୱପୂର୍ଣ୍ଣ ରଣକୋ÷ଶଳ ଭାବରେ କାର୍ଯ୍ୟ କରୁଛି । ଓଡ଼ିଶାର ସ୍ଥାପତ୍ୟ ଏବଂ ପର୍ବ ପର୍ବାଣୀ ଦୃଶ୍ୟପଟ୍ଟରୁ ଗଭୀର ପ୍ରେରଣା ଲାଭ କରିଥିବା କୃତିଗୁଡିକରେ ମନ୍ଦିର ପ୍ରତିମୂର୍ତ୍ତିର ଖଣ୍ଡଗୁଡିକ, ସ୍ଥାନୀୟ ଭାଷାର ଆଳଙ୍କାରିକକରଣ, ସହରାଞ୍ଚଳ ଗଠନ ଏବଂ ସ୍ୱଦେଶୀ ନୃତ୍ୟ ପରମ୍ପରା ଦ୍ୱାରା ଅନୁପ୍ରେରିତ ଭାବଗୁଡିକ ସନ୍ନିବେଶିତ ହୋଇଛି, ଯାହା ସେଗୁଡିକୁ ପୁନଃସମାବେଶୀ ପ୍ରତୀକାତ୍ମକ ରୂପରେ ରୂପାନ୍ତରିତ କରୁଛି । ସେଠାରେ ସ୍ମୃତି, ଆକାଂକ୍ଷା, ବିଚ୍ଛେଦ ଏବଂ ପୁନଃନିର୍ମାଣ ସହାବସ୍ଥାନ କରୁଛନ୍ତି । ପ୍ରଥମ ଥର ପାଇଁ ଭୁବନେଶ୍ୱରରେ ସମବେତ ହୋଇଥିବା ଏହି ସାମ୍ପ୍ରତିକ କୃତିଗୁଡିକ ସ୍ଥାନୀୟ ଦର୍ଶକଙ୍କୁ ପଣ୍ଡାଙ୍କର ନୂତନ କାର୍ଯ୍ୟଶୈଳୀରେ ଅଧୁନାତମ ବିକାଶଗୁଡିକୁ ଦେଖିବାର ଏକ ଆଶାତୀତ ସୁଯୋଗ ପ୍ରଦାନ କରୁଛି ।
ଏଣ୍ଟରପ୍ରିନରସ୍‌ ଅର୍ଗାନାଇଜେସନ ଓଡ଼ିଶା ଦ୍ୱାରା ଉପସ୍ଥାପିତ ଏହି ପ୍ରଦର୍ଶନୀ ଏହି ଅଞ୍ଚଳରେ ଏକ ଗୁରୁତ୍ୱପୂର୍ଣ୍ଣ ସାଂସ୍କୃତିକ ପଦକ୍ଷେପ ହୋଇଛି । ଇଓ ଓଡ଼ିଶା ଚାପ୍ଟରର ପ୍ରାୟ ୧୦୦ ପ୍ରାଥମିକ ସଦସ୍ୟ ରହିଛନ୍ତି, ଯାହା ରାଜ୍ୟ ମଧ୍ୟରେ ଏକ ବୋ÷ଦ୍ଧିକ, ସାଂସ୍କୃତିକ ଏବଂ ବହୁ କ୍ଷେତ୍ରୀୟ ଅଭିବୃଦ୍ଧି ନିମନ୍ତେ ପ୍ରତିବଦ୍ଧ ଉଦ୍ୟୋଗୀମାନଙ୍କର ଏକ ପ୍ରଗତିଶୀଳ ସମାହାରକୁ ପ୍ରତିନିଧିତ୍ୱ କରୁଛି । “ଭୁବନେଶ୍ୱରକୁ ଏହି କୃତିଗୁଡିକୁ ଆଣି ଆମେ ଏକ ନୂତନ ଶିକ୍ଷାଗତ ଭିତ୍ତିଭୂମିକୁ ପ୍ରୋତ୍ସାହିତ କରୁଛୁ,” ବୋଲି କମଲ ଅଗ୍ରୱାଲ, ଫୋରମ୍‌ ଚେୟାର ଓ ବୋର୍ଡ ସଦସ୍ୟ, ଇଓ ଓଡ଼ିଶା ଚାପ୍ଟର ଉଲ୍ଲେଖ କରିଥିଲେ । ସେ କହିଥିଲେ, “ଏହି ପ୍ରଦର୍ଶନୀ ପ୍ରମାଣିତ କରୁଛି ଯେ ଓଡ଼ିଶା କେବଳ ଏକ ଐତିହ୍ୟ ସ୍ଥାନ ନୁହେଁ, ତାହାସହିତ ଏହା ସମକାଳୀନ ଜ୍ଞାନ ସୃଷ୍ଟି ନିମନ୍ତେ ଏକ ମଜଭୁତ କେନ୍ଦ୍ର ଅଟେ ।”
ଏହି ପ୍ରଦର୍ଶନୀର ଗୁରୁତ୍ୱ ସମ୍ପର୍କରେ ପ୍ରକାଶ କରି ଜଗନ୍ନାଥ ପଣ୍ଡା କହିଥିଲେ, “ଏହି କୃତିଗୁଡିକ ସହିତ ଭୁବନେଶ୍ୱରକୁ ପ୍ରତ୍ୟାବର୍ତ୍ତନ କରିବା ଏକ ଚକ୍ରାକାର ଭଳି ହୋଇଛି । ‘ଦ ଲଙ୍ଗ୍‌ ନାଓ’ ଏଭଳି ଏକ ପ୍ରଦର୍ଶନୀ ଯେଉଁଠାରେ ଇତିହାସ, ସ୍ମୃତି ଏବଂ ବର୍ତ୍ତମାନ ସହାବସ୍ଥାନ କରୁଛନ୍ତି । ଏହି ପ୍ରଦର୍ଶନୀରେ ସ୍ଥାନ ପାଇଥିବା ଅନେକ ଦୃଶ୍ୟରାଜି ଏବଂ ଜୀବନର ଅନୁଭୂତିରୁ ଉଦ୍‌ଭବ ହୋଇଛି ଯାହା ମୋର ଆଦ୍ୟ ଜୀବନକୁ ଏକ ରୂପରେଖ ପ୍ରଦାନ କରିଥିଲା । ଏଠାରେ ଏହି କୃତିଗୁଡିକୁ ଅନ୍ୟମାନଙ୍କ ସହିତ ସହଭାଗୀତା କରିବାରେ ଗଭୀର ବ୍ୟକ୍ତିଗତ ଏବଂ କଳାତ୍ମକ ଅର୍ଥ ରହିଛି ।”
କୁ୍ୟରେଟର ଶିବଦାସ ସେନଗୁପ୍ତା କହିଥିଲେ, “ଦ ଲଙ୍ଗ୍‌ ନାଓ ଅଫ ଅସ୍‌’ କୃତିଗୁଡିକର କେବଳ ଏକ ସରଳ ଉପସ୍ଥାପନ ନୁହେଁ, ଏହା ବାରମ୍ବାରତା, ବିଚ୍ଛେଦ ଏବଂ ପୁନଃନିର୍ମାଣ କିଭଳି ଉଭୟ କଳାତ୍ମକ ପରିଭାଷା ଓ ଜୀବନର ବାସ୍ତବତାକୁ ରୂପରେଖ ପ୍ରଦାନ କରେ ସେହି ସମୟ ପ୍ରବାହର ଏକ ଅନୁସନ୍ଧାନ ହୋଇଛି । ଏହି କୃତିଗୁଡିକୁ ଭୁବନେଶ୍ୱରକୁ ଆଣିବା ଦ୍ୱାରା ତାହା ଏଠାରେ ସେହିଭଳି ଜଣେ କଳାକାରଙ୍କ ସହିତ ପୁନଃନିୟୋଜିତ ହେବାର ସୁଯୋଗ ପ୍ରଦାନ କରୁଛି, ଯାହାଙ୍କର ଦୃଶ୍ୟଗତ ଶବ୍ଦକୋଷ ପ୍ରଥମେ ଏଠାରେ ରୂପ ନେଇଥିଲା, ଯଦିଓ ଏହା ବୈଶ୍ୱିକ ପରିପ୍ରେକ୍ଷୀରେ ପରିବର୍ତ୍ତିତ ହୋଇଛି ।”
ପ୍ରଦର୍ଶନୀ କାର୍ଯ୍ୟସୂଚୀ ଓ ଜନସାଧାରଣଙ୍କ ନିୟୋଜନତା
ପ୍ରଦର୍ଶନୀ ଜନସାଧାରଣଙ୍କ ନିମନ୍ତେ ୨୮ ଫେବୃଆରୀ ୨୦୨୬ ପର୍ଯ୍ୟନ୍ତ ଉନ୍ମୁକ୍ତ ରହିବ । ଆଗାମୀ ବିଶେଷ ସୂଚନାଗୁଡିକ ମଧ୍ୟରେ ରହିଛି:

  • ୨୭ ଫେବୃଆରୀ ୨୦୨୬: ଲେଖକ ଓ ଅତିଥି ବିଦ୍ୱାନମାନଙ୍କୁ ନେଇ ଏକ ସ୍ୱତନ୍ତ୍ର ପୁସ୍ତକ ଆଲୋଚନା
  • ଦୈନନ୍ଦିନ ପ୍ରଦର୍ଶନ: ପୂର୍ବାହ୍ନ ୧୧ଟାରୁ ସନ୍ଧ୍ୟା ୬ଟା ଲଳିତ କଳା ଏକାଡେମୀ, ରିଜିଓନାଲ ସେଣ୍ଟରଠାରେ
    ପ୍ରଦର୍ଶନୀ ତାରିଖ: ୧୪-୨୭ ଫେବୃଆରୀ ୨୦୨୬ । ପୂର୍ବାହ୍ନ ୧୧ଟାରୁ – ସନ୍ଧ୍ୟା ୬ଟା
    ସ୍ଥାନ: ଲଳିତ କଳା ଏକାଡେମୀ, ରିଜିଓନାଲ ସେଣ୍ଟର, ଭୁବନେଶ୍ୱର

ଆାୟୋଜକମାନଙ୍କ ସମ୍ପର୍କରେ: ଇଓ ଓଡ଼ିଶା (୨୦୨୦ରେ ସ୍ଥାପିତ) କଳା, ପ୍ରଯୁକ୍ତି ଏବଂ ଅର୍ଥନୀତିରେ ଆନ୍ତଃ ବିଭାଗୀୟ ଶିକ୍ଷଣ ଉପରେ ଦୃଷ୍ଟି ନିବଦ୍ଧ କରୁଥିବା ବିଶିଷ୍ଟ ବ୍ୟବସାୟୀ ନେତୃବୃନ୍ଦଙ୍କର ଏକ ସଂଗଠନ । ଏହାର ପ୍ରଦର୍ଶନୀ ଜରିଆରେ ସେମାନେ ରାଜ୍ୟରେ ଉଲ୍ଲେଖନୀୟ ସାଂସ୍କୃତିକ ବିଷୟଗୁଡିକୁ ସମର୍ଥନ କରିବାକୁ ସେମାନଙ୍କର ଅଭିଯାନ ନିରନ୍ତର ଜାରି ରଖିଛନ୍ତି ।

Leave a Reply

Your email address will not be published. Required fields are marked *