ମହାଶିବରାତ୍ର ପାଇଁ ସଜେଇ ହେଲାଣି କପିଳାସ ପୀଠ ,ମଝିରେ ଆଉ ଗୋଟିଏ ଦିନ ପରେ ମହାଶିବରାତ୍ରି l ଜମିବ ଲକ୍ଷାଧିକ ଶ୍ରଦ୍ଧାଳୁ ଙ୍କର ଭିଡ଼

Spread the love

ମହାଶିବରାତ୍ର ପାଇଁ ସଜେଇ ହେଲାଣି କପିଳାସ ପୀଠ
ଢେଙ୍କାନାଳ 13l 2– ଦର୍ଶନ ସମୀକ୍ଷା

ମଝିରେ ଆଉ ଗୋଟିଏ ଦିନ ପରେ ମହାଶିବରାତ୍ରି l ଜମିବ ଲକ୍ଷାଧିକ ଶ୍ରଦ୍ଧାଳୁ ଙ୍କର ଭିଡ଼ l ଢେଙ୍କାନାଳ ଜିଲ୍ଲାର ପ୍ରସିଦ୍ଧ ଅଗ୍ର ପୂଜ୍ୟ ବାବା ଚନ୍ଦ୍ରଶେଖର ଜୀଉଙ୍କ ପୀଠ କପିଳାସ ହେବ ଜନାକିର୍ଣ୍ଣ l ଜନଗହଳିକୁ ଦୃଷ୍ଟିରେ ରଖି ଏବେଠାରୁ ଜିଲ୍ଲା ପ୍ରଶାସନ ପ୍ରସ୍ତୃତିରେ ଲାଗିପଡିଛନ୍ତି l ଶ୍ରଦ୍ଧାଳୁ ମାନେ ଶାନ୍ତି ଶୃଙ୍ଖଳାର ସହିତ ଯେପରି ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ସେଥିପାଇଁ ପ୍ରସ୍ତୁତି ପର୍ବ ଜୋରସୋରରେ ଆଗେଇଚାଲିଛି l ପ୍ରତ୍ନତତ୍ୱ ବିଭାଗ ଓ ଦେବୋତ୍ତର ବିଭାଗର କର୍ମଚାରୀ ମାନେ ଦିନ ରାତି ଏକ କରି ଲାଗି ପଡିଛନ୍ତି l

ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲପାଳ ଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ଉପ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲପାଳ ଙ୍କ ସମେତ ଅନ୍ୟ ପ୍ରମୁଖ ଅଧିକାରୀ ମାନେ ପ୍ରତିଦିନ ଏଠାକୁ ଆସି ସମସ୍ତ ପ୍ରସ୍ତୁତି କାର୍ଯ୍ୟର ତଦାରଖ କରୁଛନ୍ତି l ଚନ୍ଦ୍ରଶେଖର ଜୀଉ ମହାପ୍ରଭୁ ପୂଜା ପାଉଥିବା ବଡ଼ ଦେଉଳ, ପାର୍ବତୀ ମନ୍ଦିର, ବିଶ୍ୱନାଥ ମନ୍ଦିର, ନାରାୟଣ ମନ୍ଦିର, ହନୁମାନ ମନ୍ଦିର ଗୁଡିକରେ ଚୂନ ଲିପା କାର୍ଯ୍ୟ ସମ୍ପନ୍ନ ହେବା ସହିତ ରଙ୍ଗ ଲେପନ କାର୍ଯ୍ୟ ସମ୍ପୂର୍ଣ ହୋଇଛି l

ସେହିପରି ଅନ୍ୟାନ ଛୋଟ ମୋଟ ମରାମତି କାର୍ଯ୍ୟ ପରେ ପାର୍ଶ୍ୱ ଦେବା ଦେବୀ ଙ୍କର ଚୂନ ଲିପା କାର୍ଯ୍ୟ ସମ୍ପର୍ଣ୍ଣ ସହିତ ଛୋଟ ମୋଟ କାରୁକାର୍ଯ୍ୟରେ ରଙ୍ଗ ଲେପ କାମ ସମ୍ପୂର୍ଣ ହୋଇଅଛି lଶୁକ୍ର ବାର ସୁଦ୍ଧା ପୀଠରେ ଥିବା ଦେବା ଦେବୀ ମନ୍ଦିର ସହିତ ବିଭିନ୍ନ କାର୍ଯ୍ୟଳୟ ଗୁଡିକର ମରାମତି ଓ ଚୂନ ଲିପନ ସରିଛି l ପ୍ରତିବର୍ଷ ପରି ଚଳିତ ବର୍ଷ ଚଳିତ ବର୍ଷ ଉକ୍ତ ପୀଠରେ ଜନ ଗହଳିକୁ ଦୃଷ୍ଟିରେ ରଖି ମୁଖ୍ୟ ମନ୍ଦିର ଠାରୁ ଆରମ୍ଭ କରି ସମସ୍ତ ସ୍ଥାନ ଗୁଡିକର ସଫା ସୁତରା କାର୍ଯ୍ୟ ଚାଲିଛି l

ଆଜି ସୁଦ୍ଧା ସମସ୍ତ ସ୍ଥାନରେ ସଫେଇ କାର୍ଯ୍ୟ ସମ୍ପର୍ଣ ହୋଇଯିବ l ଭିଡକୁ ନଜରରେ ରଖି ଏବେଠାରୁ ଦେବୋତ୍ତର ବିଭାଗ ପକ୍ଷରୁ ମହାପ୍ରଭୁ ଙ୍କର ନୀତି ପୂଜା ଲାଗି ସମସ୍ତ ଦରକାରୀ ପୂଜା ସରଞ୍ଜାମ ଯୋଗାଡ଼ କରି ସାରିଲାଣି l

Leave a Reply

Your email address will not be published. Required fields are marked *