ପି ଭି ନରସିଂହରାଓଙ୍କ ସରକାରରେ କେନ୍ଦ୍ର କୃଷି ଓ ରେଳ ରାଷ୍ଟ୍ରମନ୍ତ୍ରୀ ଥିବା କାନହୁଚରଣ ଲେଙ୍କା (୮୬)ଙ୍କ ପରଲୋକ🙏
‘ମୁଁ ସଂକଳ୍ପବଦ୍ଧ ହୋଇଥିଲି ରାଜନୀତି କରିବି। ଏମଏ ପାସ କରି ଏଣେତେଣେ ବୁଲୁଥିବାରୁ ମୋତେ ଘରେ ଲୋକେ ବାବନା ଭୂତ କହୁଥିଲେ।
୧୯୬୩ ମସିହାରେ କମର୍ସିଆଲ ଟ୍ୟାକ୍ସ ଇନ୍ସପେକ୍ଟର ଚାକିରି ପାଇଗଲି। ଖୋରଧାରେ ଯୋଗ ଦେଲି। ବ୍ୟବସାୟୀଙ୍କ ସହ ଟାଉଟରମାନେ ଆସୁଥିଲେ। ଟାଉଟରଙ୍କ ବ୍ୟବହାର ଭାରି କର୍କଶ। ଜଣେ ଟାଉଟର ଅନେକ କଥା କହିଲା। ମାତ୍ର ଉତ୍କୋଚ ଯାଚିବାରୁ ମୋ ମୁଣ୍ଡ ବିଗିଡ଼ିଗଲା। ମାତ୍ର ୨୨ ଦିନ ପରେ ଚାକିରିରୁ ଇସ୍ତଫା ଦେଇଦେଲି।
କମିଶନର ଏଚ. ଏସ. ବର୍ଣହି ବିବ୍ରତ ହୋଇ ପଚାରିଲେ କାହିଁକି ଇସ୍ତଫା ଦେଉଛ?
ମୁଁ କହିଲି- ‘ମୁଁ ଆଗରୁ ଶୁଣିଥିଲି କମର୍ସିଆଲ ଚାକିରିରେ ଉପୁରି ବହୁତ। ଇନ୍ସପେକ୍ଟରମାନେ ରାତିଏ ଗଲେ ହାତିଏ ଆଣନ୍ତି। ଯାହା ମୁଁ ଶୁଣିଥିଲି ତାହା ଆଖିରେ ଦେଖିଲି।’
ବୋଉ ଶୁଣି କୁଆଡ଼େ କହିଲା- କହ୍ନେଇର କୋଷ୍ଠୀ ଯାହା କହୁଛି, ସେ କାହା ଅଧୀନରେ ଚାକିରି ଫାକିରି କରିବ ନାହିଁ। ଗାଁ ଗହଳରେ ଲୋକେ ଛି ଛାକର କଲେ।












Leave a Reply