ମାଲକାନଗିରି ଜିଲ୍ଲାର ସମସ୍ତ ମଣ୍ଡିରେ ଧାନ ବିକ୍ରୟ କରିବା ପାଇଁ ବାକି ରହିଯାଇଥିବା ଚାଷୀଙ୍କ ଧାନକୁ ଯାଞ୍ଚ ନିମନ୍ତେ ଏକ ସ୍କ୍ୱାଡ୍ ଗଠନ କରାଯାଇ ତଦନ୍ତ ପ୍ରକ୍ରିୟା ଜାରି ରହିଛି।

Spread the love

ମାଲକାନଗିରି
ମାଲକାନଗିରି ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଉପ-ଜିଲ୍ଲାପାଳ, ମାଲକାନଗିରି: ମନୋଜ ଦେବ ପାଙ୍ଗି (ଦର୍ଶନ ସମୀକ୍ଷା)
ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ମାଲକାନଗିରି ଜିଲ୍ଲାର ସମସ୍ତ ମଣ୍ଡିରେ ଧାନ ବିକ୍ରୟ କରିବା ପାଇଁ ବାକି ରହିଯାଇଥିବା ଚାଷୀଙ୍କ ଧାନକୁ ଯାଞ୍ଚ ନିମନ୍ତେ ଏକ ସ୍କ୍ୱାଡ୍ ଗଠନ କରାଯାଇ ତଦନ୍ତ ପ୍ରକ୍ରିୟା ଜାରି ରହିଛି। ବୁଧବାର ୧୧ ଫେବୃଆରିରେ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଜିଲ୍ଲା ଯୋଗାଣ ବିଭାଗର ଏନଫୋର୍ସମେଣ୍ଟ ସ୍କ୍ୱାଡ୍ କାଲିମେଳା ବ୍ଲକର କେତେକ ସ୍ଥାନରେ ଅସାଧୁ ବ୍ୟବସାୟୀଙ୍କ ଦ୍ଵାରା ଧାନ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ସ୍ଥାନାନ୍ତରିତ ହେଉଥିବାର ଜାଣି ଚଢାଉ କରିଥିଲେ । ଚଢାଉ ବେଳେ ବଦଲି ପଞ୍ଚାୟତର ଗୋଟିଏ ଘରୋଇ ଗୋଦାମରେ ପ୍ରଶାନ୍ତ ଦେଙ୍କ ଦ୍ଵାରା ପାଖାପାଖି ୨୦୦ କୁଇଣ୍ଟାଲ ରଖିଥିବା ଧାନକୁ ଜବତ କରି ସିଲ୍ କରାଯାଇଥିଲା । ସେହି ଗୋଦାମ ନିକଟରୁ ଗୋଟେ ଟ୍ରକରୁ ୨୦୦ କୁଇଣ୍ଟାଲ (ପାଖାପାଖି) ଧାନ ଥାଇ ଜବତ କରାଯାଇ ପଟେରୁ ଫାଣ୍ଡିରେ ଜମା ଦିଆଯାଇଛି, ତାହା ସହିତ ଗୋଦାମ ମାଲିକ, ଦଲାଲ ଓ ଅନ୍ୟାନ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଏଫଆଇଆର ଦିଆଯିବ । ସେହିପରି ମାନ୍ୟମକୋଣ୍ଡା ଅଞ୍ଚଳରୁ ଗୋଟିଏ ଟ୍ରାକ୍ଟରରେ ପାଖପାଖି ୪୦ କୁଇଣ୍ଟାଲ ଧାନ ଏବଂ ଗୋମ୍ପାକୋଣ୍ଡା ଅଞ୍ଚଳରୁ ୨ ଟି ପିକଅପ୍ ଭ୍ଯାନରେ ପାଖପାଖି ୮୦ କୁଇଣ୍ଟାଲ ଧାନ ଥାଇ ଜବତ କରାଯାଇଅଛି । ଏ ସମସ୍ତ ଗାଡିକୁ କାଲିମେଳା ଥାନାରେ ଡ୍ରାଇଭର ସହ ଅଟକ ରଖାଯାଇଅଛି । ଏହି ସମସ୍ତ ଜବତ ହୋଇଥିବା ଧାନର ଯାଞ୍ଚ ପ୍ରକ୍ରିୟା ଜିଲ୍ଲା ଯୋଗାଣ ବିଭାଗ ଦ୍ଵାରା ଚାଲୁରହିଅଛି । ଯେହେତୁ ବର୍ତ୍ତମାନର ଜିଲ୍ଲାପାଳ, ମାଲକାନଗିରିଙ୍କ ନିର୍ଦ୍ଦେଶ ମତେ ଜିଲ୍ଲାର ୬୮ ଗୋଟି ମଣ୍ଡି ଅଧିନସ୍ଥ ପଞ୍ଜୀକୃତ ହୋଇଥିବା ସମସ୍ତ ଚାଷୀମାନଙ୍କର ପ୍ରକୃତ ଧାନର ପରିମାଣ ଯାଞ୍ଚ କରାଯାଉଅଛି । ଏହି ଜବତ ହୋଇଥିବା ଧାନ ଯେଉଁ ଚାଷୀମାନଙ୍କ ଠାରେ ଧାନ ମହଜୁଦ ନାହିଁ ସେମାନଙ୍କ ଘରେ ଅସାଧୁ ବ୍ୟବସାୟୀଙ୍କ ଦ୍ଵାରା ଗଛିତ କରାଯାଇ ପରେ ପରେ ମଣ୍ଡିରେ ବିକ୍ରି କରାଯାଇଥାନ୍ତା । ସମ୍ପୃକ୍ତ ଅସାଧୁ ଧାନ ବେପାରୀ ଓ ଗାଡି ମାଲିକଙ୍କ ବିରୋଧରେ ଏଫଆଇଆର୍ ଦିଆଯିବ । ତେଣୁକରି ଏହିଭଳି ଅସାଧୁ ବ୍ୟବସାୟୀଙ୍କ ଦ୍ଵାରା ଯେପରି ଧାନର କିଛି ବି ସ୍ଥାନାନ୍ତରଣ ନ ହୁଏ , ସେଥିପ୍ରତି ଜିଲ୍ଲାପାଳ,ମାଲକାନଗିରି ଓ ଆରକ୍ଷୀ ଅଧିକ୍ଷକ, ମାଲକାନଗିରି ସମସ୍ତ ପୋଲିସ ବାହିନୀଙ୍କୁ ଦିନ ରାତି ପେଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାରେ କରାଯାଇଥିବା ତନଖି ଫାଟକ ମାନଙ୍କରେ ମଧ୍ୟ ଯାଞ୍ଚ କଡାକଡି କରାଯାଇଛି । ଏହି ଚଢାଉ ଧାନ ବିକ୍ରି ସରିବା ପର୍ଯ୍ୟନ୍ତ ଜାରି ରହିବ । ଉପଯୁକ୍ତ ଚାଷୀମାନଙ୍କ ଠାରୁ ସଠିକ ସମୟ ମଧ୍ୟରେ ଧାନ କ୍ରୟ କରାଯିବ । ଏଥିରେ ଉପଯୁକ୍ତ ଚାଷୀ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ ।

Leave a Reply

Your email address will not be published. Required fields are marked *