ସ୍କୁଲ ଫି ବୃଦ୍ଧି ଉପରେ ହାଇକୋର୍ଟ ଙ୍କ ରହିତାଦେଶ । ଦୁଇ ମାସ ଭିତରେ ରିପୋର୍ଟ ଦାଖଲ କରିବାକୁ ଦେଲେ ନିର୍ଦେଶ । ୧୦ଜଣିଆ କମିଟି ଗଠନ

Spread the love

ସ୍କୁଲ ଫି ବୃଦ୍ଧି ଉପରେ ହାଇକୋର୍ଟ ଙ୍କ ରହିତାଦେଶ । ଦୁଇ ମାସ ଭିତରେ ରିପୋର୍ଟ ଦାଖଲ କରିବାକୁ ଦେଲେ ନିର୍ଦେଶ । ୧୦ଜଣିଆ କମିଟି ଗଠନ ।
———————————+
ଭୁବନେଶ୍ୱର (ଦର୍ଶନ ସମୀକ୍ଷା)

ରାଜଧାନୀ ଭୁବନେଶ୍ଵର ରେ ୫୨ ବର୍ଷ ର ସ୍କୁଲ , ବିଜେଇମ ରେ ୨୦୧୫ ମସିହା ରୁ ପ୍ରତ୍ୟେକ ବର୍ଷ ୧୫ ରୁ ୨୦ ଶତକଡା ଫି ବୃଦ୍ଧି ହେଇଥିବାରୁ, ବିଧାୟକ ଠାରୁ ଆରମ୍ଭ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦ୍ବାରସ୍ଥ ହୋଇଥିଲେ ଅଭିଭାବକ ।
ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶ ରେ ତଦନ୍ତ ହୋଇଥିଲା , ରିପୋର୍ଟ ମଧ୍ୟ ଆସି ସାରିଥିଲା । ସେ ରିପୋର୍ଟ କୁ ସ୍କୁଲ କର୍ତୃପକ୍ଷ ନ ମାନିବାରୁ ଅଭିଭାବକ ସଂଘ ହାଇକୋର୍ଟ ଙ୍କ ଦ୍ବାରସ୍ଥ ହୋଇଥିଲେ ।
ମାନ୍ୟବର ହାଇକୋର୍ଟ ଙ୍କ ନିର୍ଦେଶ ରେ ନିର୍ଦେଶକ, ପ୍ରାଥମିକ ଶିକ୍ଷା କୁ ଏକ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ନିର୍ଦେଶକ, ପ୍ରଥମିକ କୌଣସି ତଦନ୍ତ ରିପୋର୍ଟ ମାନ୍ୟବର ହାଇକୋର୍ଟ ଙ୍କୁ ନ ଦେଇ ୨୦୧୫ ମସିହା wpc no ୮୯/୨୦୧୫ ଅନୁସାରେ ଫି ବୃଦ୍ଧି ହେବ ବୋଲି ଲିଖିତ ଆଦେଶ ସ୍କୁଲ କୁ ଦେଇଦେଲେ,ନିର୍ଦେଶକ, ଶ୍ରୀ ବାଳ ଗୋବିନ୍ଦ ଭୂୟାଁ ।
ତଥ୍ଯ ନେବାରେ ଜଣା ପଡିଲା ତାଙ୍କର ଜଣେ ସମ୍ପର୍କୀୟ ଙ୍କୁ ସ୍କୁଲ ରେ ଚାକିରୀ ଦେଇ, ଅଭିଭାବକ ସଂଘ ର ସବୁ ତଥ୍ଯ କୁ ଲୁଚେଇ ଦେଇଥିଲେ ବୋଲି ଜଣା ପଡ଼ିଛି। ଏ ସମସ୍ତ ତଥ୍ଯ PMO,New ଦିଲ୍ଲୀ କୁ ଅଭିଯୋଗ ହୋଇଛି ବୋଲି ସଙ୍ଘ ର ସଭାପତି ଶ୍ରୀ ରଂଜନ କୁମାର ଦାସ ଜଣାଇଛନ୍ତି ।
ସ୍କୁଲ ଅବିଭାବକ ସଂଘ ପୁଣି ଥରେ ମାନ୍ୟବର ହାଇକୋର୍ଟ ଙ୍କ ଦ୍ବାରସ୍ଥ ହୋଇଥିଲା ।
୨୦୨୫ ମସିହା ରୁ ଫି ବୃଦ୍ଧି ଵିରୁଦ୍ଧ ରେ କେସ ଚାଲୁ ରହିଛି ।
ଗତ କାଲି ତା ୧୧ ତାରିଖ ରେ ମାନ୍ୟବର ହାଇକୋର୍ଟ ଅଭିଭାବକ ସଂଘ ତଥ୍ଯ କୁ ବିଚାର କରି ଫି ବୃଦ୍ଧି ଉପରେ ରହିତଦେଶ ଦେଇଛନ୍ତି ବୋଲି ଏକ ପ୍ରେସ ଇସ୍ତାହାର ରେ ଜଣାଇଛନ୍ତି ସ୍କୁଲ ଅଭିଭାବକ ସଙ୍ଘ ର ସଭାପତି ଶ୍ରୀ ରଂଜନ କୁମାର ଦାସ ।
। ତତ୍ ସହିତ ହାଇକୋର୍ଟ ଏକ ୧୦ ଜଣିଆ କମିଟି ମଧ୍ୟ ଗଠନ କରିଛନ୍ତି ।
ସ୍କୁଲ ପକ୍ଷରୁ ଶ୍ରୀ ପ୍ରତାପ ଜେନା, ମ୍ୟାନେଜର ବିଜୟ କୁମାର ଦାସ, ଚାଟାର୍ଡ , ଅଭିଭାବକ ସଂଘ ପକ୍ଷରୁ ଶ୍ରୀ ନିତ୍ୟାନନ୍ଦ ବେହେରା, ସମ୍ପାଦକ, ଶ୍ରୀ ସତ୍ୟ ସୁନ୍ଦର ସାହୁ , କୋଷାଧ୍ୟକ୍ଷ ! ତତ୍ ସହିତ ସ୍କୁଲ ର ଓକିଲ ଶ୍ରୀ ଆଶୋକ କୁମାର ପରିଜା, ପୂର୍ବତନ AG, ଅଭିଭାବକ ସଂଘ ଓକିଲ ଶ୍ରୀ ଅମିୟ ମହାନ୍ତି ଙ୍କ ସହିତ CBSE ର ଦୁଇଜଣ ପ୍ରତିନିଧି , ନିର୍ଦେଶକ, ମାଧ୍ୟମିକ, ନିର୍ଦେଶକ, ପ୍ରଥମିକ ମଧ୍ୟ ଉପସ୍ଥିତ ରହିବେ ।
25 ତାରିଖ ଦିନ ୪ଟା ସମୟ ରେ ମୂଖ୍ୟ ବିଭଗ କାର୍ଯ୍ୟାଳୟ ,ଭୁବନେଶ୍ଵର ଠାରେ ଏକ ମିଟିଂ ଅନୁଷ୍ଟିତ ହେବ ବୋଲି ଆଦେଶ ରେ ଉଲ୍ଲେଖ ଅଛି ।
ଅଭିଭାବକ ସଂଘ କୁ ୧୦ ବର୍ଷ ର ସମସ୍ତ ହିସାବ ସ୍କୁଲ ପ୍ରଦାନ କରିବ। ସମସ୍ତ ହିସାବ ତର୍ଜମା କରି, ସଂଘ ପକ୍ଷ ରୁ ମିଟିଂ ରେ ସମସ୍ତ ତଥ୍ଯ ଉପସ୍ଥାପନା କରାଯିବ ।
ଦୁଇ ମାସ ଭିତରେ ମାନ୍ୟବର ହାଇକୋର୍ଟ କୁ ନିର୍ଦେଶକ ପ୍ରାଥମିକ, ନିର୍ଦେଶକ, ମାଧ୍ୟମିକ ରିପୋର୍ଟ୍ ପ୍ରଦାନ କରିବାକୁ ଉଲ୍ଲେଖ ରହିଛି ।
ପରବର୍ତୀ ଶୁଣାଣି ନ ସରିବା ପର୍ଯ୍ୟନ୍ତ ସ୍କୁଲ ୨୦୨୫ ମସିହା ଅନୁସାରେ ଫି ନେବ ବୋଲି ଉଲ୍ଲେଖ କରିଛନ୍ତି ହାଇକୋର୍ଟ ।
ସତ୍ୟ, ଧର୍ମ ର ବିଜୟ ହୋଇଛି ବୋଲି କହିଛନ୍ତି ସଙ୍ଘ ର ସଭାପତି ଶ୍ରୀ ରଂଜନ କୁମାର ଦାସ ।
ନ୍ୟାୟ ମୃତି ଙ୍କ ଉପରେ ସଂପୂର୍ଣ୍ଣ ଭରସା ଅଛି ବୋଲି ଏକ ପ୍ରେସ ବିଜ୍ଞପ୍ତି ରେ ଜଣାଇଛନ୍ତି ଶ୍ରୀ ଦାସ ।
ଏ ଖବର ପ୍ରଚାରିତ ହେବା ପରେ ଅଭିଭାବକ ମହଲରେ ଆନନ୍ଦ ର ଲହରୀ ଖେଳି ଯାଇଛି ।

Leave a Reply

Your email address will not be published. Required fields are marked *