୨୦ତମ ଭବ୍ୟ ତୋଷାଳି ସ୍ଵଦେଶୀ ମେଳା ନିମନ୍ତେ
ସାମ୍ବାଦିକ ସମ୍ମିଳନୀ
ଭୁବନେଶ୍ୱର,୧୧|୦୨ (ଦର୍ଶନ ସମୀକ୍ଷା)
ଓଡିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ଚଳିତବର୍ଷ “୨୦ ତମ ଭବ୍ୟ ତୋଷାଳି ସ୍ଵଦେଶୀ ମେଳା” ଚଳିତ ୧୪ ରୁ ୨୬ ଫେବୃଆରୀ ପର୍ଯ୍ୟନ୍ତ ସ୍ଥାନୀୟ ଜନତା ମଇଦାନ ଠାରେ ଆୟୋଜିତ ହେବାକୁ ଯାଉଛି। ଏହି ଅବସରରେ ଆଜି ସ୍ଥାନୀୟ ଗୀତ ଗୋବିନ୍ଦ ସଦନ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସମବାୟ, ବୟନ ଶିଳ୍ପ, ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ, ବିଭାଗୀୟ କମିଶନର ତଥା ଶାସନ ସଚିବ ଗୁହା ପୁନମ ତାପସ କୁମାର, ଅତିରିକ୍ତ ଶାସନ ସଚିବ ପ୍ରତାପ ଚନ୍ଦ୍ର ହୋତା, ବୟନିକା ପରିଚାଳନା ନିର୍ଦ୍ଦେଶିକା ନିବେଦିତା ପୃଷ୍ଟି, ବୟନ ଶିଳ୍ପ ଅତିରିକ୍ତ ନିର୍ଦ୍ଦେଶକ ସୂର୍ଯ୍ୟ ନାରାୟଣ ପଟ୍ଟନାୟକ, ଯୁଗ୍ମ ଶାସନ ସଚିବ ମମତା ନାୟକ ପ୍ରମୁଖ ଯୋଗଦେଇ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି। ଚଳିତବର୍ଷର ଥିମ୍ ରହିଛି “ସ୍ଵଦେଶୀ ଓ ଆତ୍ମନିର୍ଭର ଭାରତ” । ଦେଶର ସମସ୍ତ ରାଜ୍ୟର କାରିଗର, ବୁଣାକାରମାନେ ଏହି ମେଳାରେ ଅଂଶଗ୍ରହଣ କରିବେ ଏବଂ ସେମାନଙ୍କର ଉତ୍ପାଦ ପ୍ରଦର୍ଶନ କରିବେ ।
ଏହି ମେଳାର ଲକ୍ଷ୍ୟ ହେଉଛି :- ବୁଣାକାର ଏବଂ ହସ୍ତଶିଳ୍ପ କାରିଗରମାନଙ୍କ ଦ୍ଵାରା ପ୍ରସ୍ତୁତ ସାମଗ୍ରୀ ବିକ୍ରି ନିମନ୍ତେ ଆବଶ୍ୟକୀୟ ବଜାର ସୃଷ୍ଟି କରି ସେମାନଙ୍କୁ ସ୍ଵାବଲମ୍ବୀ କରିବା। ଭାରତୀୟ ପାରମ୍ପରିକ ହସ୍ତଶିଳ୍ପ ଏବଂ ହସ୍ତତନ୍ତ ଶିଳ୍ପର ସଂରକ୍ଷଣ କରିବା। ଆଲୋଚନାଚକ୍ର ମାଧ୍ୟମରେ ରାଜ୍ୟରେ କାର୍ଯ୍ୟରତ ଶିଳ୍ପୀ, କାରିଗର, ବୁଣାକାର, ବିଶେଷଜ୍ଞ, ସରକାରୀ ଅଧିକାରୀଙ୍କ ମଧ୍ୟରେ ଅନୁଭବ, ଅଭିଜ୍ଞତା, ଜ୍ଞାନ ଓ ଭାବର ଆଦାନ ପ୍ରଦାନ ପାଇଁ ସୁଯୋଗ ସୃଷ୍ଟି କରିବା
ଜୀବନ୍ତ ପ୍ରଦର୍ଶନୀ ମାଧ୍ୟମରେ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତିର କୌଶଳ ଏବଂ ସୃଜନାତ୍ମକ କଳା ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରିବା
ଦେଶ ତଥା ରାଜ୍ୟର ସ୍ଵଦେଶୀ ଉତ୍ପାଦନର ଚାହିଦା ବୃଦ୍ଧି କରିବା।ଚଳିତବର୍ଷ ଏହି ବୃହତ ମେଳାରେ ୯୦୫ ଗୋଟି ଷ୍ଟଲର ଆୟୋଜନ ହୋଇଛି । ଭାରତ ସରକାରଙ୍କ ହସ୍ତଶିଳ୍ପ ବିକାଶ ଆୟୁକ୍ତଙ୍କ ପ୍ରାୟୋଜିତରେ ବିଭିନ୍ନ ରାଜ୍ୟରୁ ୧୫୦ ଗୋଟି ଷ୍ଟଲରେ ହସ୍ତଶିଳ୍ପ କାରିଗର ଏବଂ ହସ୍ତତନ୍ତ ବିକାଶ ଆୟୁକ୍ତଙ୍କ ପକ୍ଷରୁ ୫୦ ଷ୍ଟଲରେ ବୁଣାକାରମାନେ ସେମାନଙ୍କ କଳା ପ୍ରଦର୍ଶନ କରିବେ। ସେହିପରି ରାଜ୍ୟ ସରକାରଙ୍କ ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ଏବଂ ହସ୍ତତନ୍ତ ଓ ବୟନଶିଳ୍ପ ନିର୍ଦ୍ଦେଶାଳୟଙ୍କ ପ୍ରଯୋଜନାରେ ଯଥାକ୍ରମେ ୨୮୧ ଜଣ କାରିଗର ଓ ୧୫୦ ଜଣ ବୁଣାକାର ସେମାନଙ୍କ ଉତ୍ପାଦ ଷ୍ଟଲରେ ପ୍ରଦର୍ଶନ କରିବେ। ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବର୍ଗର ଯଥା ବିଦ୍ୟୁତ ଉପକରଣ, ବ୍ୟାଙ୍କିଙ୍ଗ ଓ ଆର୍ଥିକ ସେବା, ଅଟୋମୋବାଇଲ, ଗୃହ ଉପକରଣ ତଥା ଦୈନନ୍ଦିନ ଜୀବନର ଆବଶ୍ୟକତାରେ ଆସୁଥିବା ଘରକରଣା ଜିନିଷପତ୍ର ଇତ୍ୟାଦି ୨୦୦ ଗୋଟି ଷ୍ଟଲରେ ପ୍ରଥମଥର ପାଇଁ ଉପଲବ୍ଧ ହେବ । ୬୦ ଗୋଟି ଷ୍ଟଲରେ ଦର୍ଶକମାନେ ସ୍ଵଦେଶୀ ଖାଦ୍ୟର ସ୍ଵାଦ ଚାଖିବେ। ବୟନିକା, ସମ୍ବଲପୁରୀ ବସ୍ତ୍ରାଳୟ, ରେଶମ ଓଡ଼ିଶା, ଉତ୍କଳିକା ୪ ଗୋଟି ଷ୍ଟଲରେ ସେମାନଙ୍କ ଉତ୍ପାଦ ପ୍ରଦର୍ଶନ କରିବେ। ବିଭାଗର ପ୍ରମୁଖ ଅନୁଷ୍ଠାନ ଯଥା ସିଡ଼ାକ (SIDAC), ସାଧକ (SADHAC) ଷ୍ଟଲ ମାଧ୍ୟମରେ ସେମାନଙ୍କର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଯଥା ହସ୍ତଶିଳ୍ପ ଏବଂ ହସ୍ତତନ୍ତ କାରିଗରମାନଙ୍କୁ ପ୍ରଦାନ କରାଯାଉଥିବା ସେବା ସମ୍ପର୍କରେ ପରିଦର୍ଶକଙ୍କୁ ଉପସ୍ଥାପନ କରିବେ ।
ହସ୍ତଶିଳ୍ପ, ହସ୍ତତନ୍ତ ଓ ବୟନ ଏବଂ ରେଶମ କ୍ଷେତ୍ରକୁ ନେଇ ପୃଥକ ପୃଥକ ଭାବେ ୩ ଗୋଟି ଥିମ୍ ପାଭିଲିଅନ୍ ପ୍ରସ୍ତୁତ ହୋଇଛି। ଏହି ଥିମ୍ ପାଭିଲିଅନ୍ ରେ ରାଜ୍ୟ ସରକାରଙ୍କ ବିଭିନ୍ନ ସରକାରୀ ଯୋଜନାର ସଫଳତା ଏବଂ ଘୋଷଣାନାମା ଓ ନୂତନ ପଦକ୍ଷେପ ସମ୍ପର୍କରେ ପ୍ରଦର୍ଶିତ ହେବ। ଏହା ସହ ଲାଇଭ୍ ଡେମନଷ୍ଟ୍ରେସନ୍ ବା ଜୀବନ୍ତ ପ୍ରଦର୍ଶନୀର ବ୍ୟବସ୍ଥା କରାଯାଇଛି । ଫେବୃଆରୀ ୨୪ ତାରିଖରେ ସ୍ଥାନୀୟ ସିଡ଼ାକ (SIDAC), କଳାଭୂମି, ଗଣ୍ଡମୁଣ୍ଡା, ଖଣ୍ଡଗିରି, ଭୁବନେଶ୍ୱରଠାରେ ୧୦୦୦ ଟେରାକୋଟା ଶିଳ୍ପୀଙ୍କ ମଧ୍ୟରେ ବିଶାଳ ଟେରାକୋଟା କୃତି ପ୍ରସ୍ତୁତି ପ୍ରତିଯୋଗିତା ଆୟୋଜନ ହେବ। ଦିବା ୧୧ ଘଟିକା ଠାରୁ ୨ ଘଟିକା ପର୍ଯ୍ୟନ୍ତ ଏବଂ ଅପରାହ୍ନ ୪ ଘଟିକାରୁ ରାତ୍ର ୧୦ ଘଟିକା ପର୍ଯ୍ୟନ୍ତ ମେଳା ଚାଲୁ ରହିବ। ଖରାକୁ ଦୃଷ୍ଟିରେ ରଖି ଦିବା ୨ ଘଟିକାରୁ ଅପରାହ୍ନ ୪ ଘଟିକା ପର୍ଯ୍ୟନ୍ତ ମେଳା ବନ୍ଦ ରହିବ। ପ୍ରତ୍ୟେକ ଦିନ ସନ୍ଧ୍ୟା ୬ ଘଟିକାରୁ ରାତ୍ର ୯.୩୦ ଘଟିକା ପର୍ଯ୍ୟନ୍ତ ପାରମ୍ପରିକ ସାଂସ୍କୃତିକ କାର୍ଯ୍ୟକ୍ରମ ଯେପରି ଓଡିଶୀ, ଗୋଟିପୁଅ ଏବଂ ଓଡିଶା ତଥା ଭାରତବର୍ଷର ବିଭିନ୍ନ ପ୍ରାନ୍ତ-ଅନୁପ୍ରାନ୍ତର ସୁନାମଧନ୍ୟ କଣ୍ଠଶିଳ୍ପୀ, ଲୋକନୃତ୍ୟ ଏବଂ ଲୋକକଳା ପରିବେଷଣ କରିବେ। ରାଜ୍ୟର ସମୃଦ୍ଧ ହସ୍ତତନ୍ତ ଓ ହସ୍ତଶିଳ୍ପକୁ ନେଇ “ଫ୍ୟାଶନ ଶୋ” ମଧ୍ୟ ଆୟୋଜନ କରାଯିବ ଯେଉଁଠି ସୁନାମଧନ୍ୟ ମାଷ୍ଟର ଡିଜାଇନର ଏବଂ ମାଷ୍ଟର ବୁଣାକାରମାନେ ପ୍ରଥମଥର ପାଇଁ ଏଥିରେ ଅଂଶଗ୍ରହଣ କରିବେ। ପ୍ରଥମଥର ପାଇଁ “ଡ୍ରୋନ୍ ଶୋ” ମଧ୍ୟ ଏହିଥର ପ୍ରଦର୍ଶିତ ହେବ। ପ୍ରତ୍ୟେକ ଦିନ ସେମିନାର୍ ବା ଆଲୋଚନାଚକ୍ର ମଧ୍ୟ ଆୟୋଜନ ହେବ, ଯାହାର ମୂଳ ଥିମ ସ୍ବଦେଶୀ ଏବଂ ଆତ୍ମନିର୍ଭର ଭାରତ ରହିବ।
ତୋଷାଳି ମେଳା ପରିସରରେ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ଯଥା- ଦମକଳ ବାହିନୀ, ନିରାପତ୍ତା ସହାୟତା, ବେସାମରିକ ପ୍ରତିରକ୍ଷା, ସ୍ୱେଚ୍ଛାସେବୀ, ପ୍ରାଥମିକ ଚିକିତ୍ସା ସେବା, ଆମ୍ବୁଲାନ୍ସ ସେବା, ପାନୀୟ ଜଳ, ଶୌଚାଳୟ, ଏଟିଏମ୍ କାଉଣ୍ଟର ପାଇଁ ପଦକ୍ଷେପ ନିଆଯାଇଛି। ମହିଳା କାରିଗର ଓ ବୁଣାକାର ମାନଙ୍କ ନିମନ୍ତେ ମାଗଣା ରହଣି ତଥା ପରିବହନ ସୁବିଧା ଆଦିର ବ୍ୟବସ୍ଥା କରାଯାଇଛି। ଏହି ମେଳାକୁ ବୟସ୍କ ତଥା ଦିବ୍ୟାଙ୍ଗ ଅନୁକୁଳ ବାତାବରଣରେ ଅନୁଷ୍ଠିତ ହେବାକୁ ସ୍ଥିର କରାଯାଇଅଛି। ହୁଇଲ ଚେୟାର ସହ ଦିବ୍ୟ।ଙ୍ଗ ଓ ବୟସ୍କ ପରିଦର୍ଶକଙ୍କ ପାଇଁ ଏକ ସ୍ଵତନ୍ତ୍ର ହେଲ୍ପ ଡେସ୍କର ବ୍ୟବସ୍ଥା କରାଯାଇଛି। ଦିବ୍ୟ।ଙ୍ଗ ମହିଳା ଓ ପୁରୁଷ ପରିଦର୍ଶକମାନଙ୍କ ନିମନ୍ତେ ସ୍ଵତନ୍ତ୍ର ଶୌଚାଳୟର ବନ୍ଦୋବସ୍ତ ହୋଇଛି। ସର୍ବୋପରି ମା’ ଓ ଶିଶୁଙ୍କ ପାଇଁ ଏକ ସ୍ଵତନ୍ତ୍ର ଶିଶୁ ଯତ୍ନ ଗୃହର ପରିକଳ୍ପନା କରାଯାଇଛି। ଚଳିତ ବର୍ଷ ମେଳାରେ ୩୦ ଲକ୍ଷ ଜନ ସମାବେଶ ସହିତ ୩୦ କୋଟି ଟଙ୍କାର ସାମଗ୍ରୀ ବିକ୍ରି ହେବ ବୋଲି ଆଶା କରାଯାଉଛି। ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ, ଭାରତ ସରକାରଙ୍କ ବୟନଶିଳ୍ପ ମନ୍ତ୍ରାଳୟର ବିକାଶ ଆୟୁକ୍ତ (ହସ୍ତଶିଳ୍ପ) ଓ ବିକାଶ ଆୟୁକ୍ତ (ହସ୍ତତନ୍ତ) ଙ୍କ ମିଳିତ ସହଯୋଗରେ ଏହି ମେଳା ଆୟୋଜିତ ହେବାକୁ ଯାଉଥିବା ସୂଚନା ଦିଆଯାଇଛି।
ଭୁବନେଶ୍ୱର ସାମ୍ବାଦିକ ସମ୍ବିଳନୀ //ଓଡିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ଚଳିତବର୍ଷ “୨୦ ତମ ଭବ୍ୟ ତୋଷାଳି ସ୍ଵଦେଶୀ ମେଳା” ଚଳିତ ୧୪ ରୁ ୨୬ ଫେବୃଆରୀ ପର୍ଯ୍ୟନ୍ତ ସ୍ଥାନୀୟ ଜନତା ମଇଦାନ ଠାରେ ଆୟୋଜିତ ହେବାକୁ ଯାଉ












Leave a Reply