Spread the love

ବୌଦ୍ଧ : ଜିଲ୍ଲା ସ୍ତରୀୟ ଜାତୀୟ କୃମିନାଶକ ଦିବସ 2026(ଫେବୃଆରି ରାଉଣ୍ଡ) ପାଳିତ..

ବୌଦ୍ଧ କୁନା ଦିଗଲ (ଦର୍ଶନ ସମୀକ୍ଷା)

ଜିଲ୍ଲାର ଜୋଗିନ୍ଦ୍ରଦେବ ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲା ମୁଖ୍ଯ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ମହେନ୍ଦ୍ର କୁମାର ସାହୁଙ୍କ ଅଧକ୍ଷତାରେ ଜାତୀୟ କୃମିନାଶକ ଦିବସ 2026(ଫେବୃଆରି ରାଉଣ୍ଡ) ପାଳିତ ହେଇଯାଇଛି l ଏହି ଦିବସରେ ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ (ପରବାର କଲ୍ୟାଣ) ଅମିତାଭ ଦାସ, ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ (ରୋଗ ନିୟନ୍ତ୍ରଣ) ଡାକ୍ତର ସାନ୍ତା ନିବେଦିତା, ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ(ଯକ୍ଷ୍ମା) ଡାକ୍ତର ନାରାୟଣ ପସାୟତ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ଭାଷ୍କର ଲେଙ୍କା, ଜିଲ୍ଲା କାର୍ଯ୍ଯକ୍ରମ ପରିଚାଳକ ଗିରିଜା ପ୍ରସାଦ ମିଶ୍ର ସ୍ବାସ୍ଥ୍ୟବିଭାଗର ଅନ୍ଯାନ୍ଯ କର୍ମକର୍ତ୍ତା, ଆଶା ଓ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରୀ ଓ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ l ଏହି କାର୍ଯକ୍ରମରେ ଜିଲ୍ଲା ମୁଖ୍ଯ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ, ଡାକ୍ତର ମହେନ୍ଦ୍ର କୁମାର ସାହୁ ସ୍ବାଗତ ସଂମ୍ଭାସଣ ଦେଇଥିଲେ, ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ(ଯକ୍ଷ୍ମା) ଡାକ୍ତର ନାରାୟଣ ପସାୟତ, ଆଜିର ଦିବସ ପାଳନର ମହତ୍ବ ସମ୍ବନ୍ଧିତ ଗୁରୁତ୍ୱପୂର୍ଣ୍ଣ ତଥ୍ଯ ଓ ସୂଚନା ପ୍ରଦାନ କରିଥିଲେ l ଏହି ଦିବସର ମହତ୍ବ ସମ୍ବନ୍ଧିତ ସଚେତନତା ବାର୍ତା ପାଖ ପଡିସା, ସାଂଗ ସାଥି ସମସ୍ତଙ୍କୁ ପହଞ୍ଚାଇବା ପାଇଁ ଅତିଥିମାନେ ମତବ୍ଯକ୍ତ କରିଥିଲେ।ହୋଇଥିଲା l ଏହି ଦିବସରେ ପୂର୍ବ ଦିନ ବିଦ୍ୟାଳୟରେ କରାଯାଇଥିବା ପ୍ରବନ୍ଧ ପ୍ରତିଯୋଗିତାର ଉତ୍ତିର୍ଣ୍ଣ ଛାତ୍ରମାନଙ୍କୁ ପ୍ରଶଂସାପତ୍ର ସହିତ ପୁରସ୍କାର ପ୍ରଦାନ କରାଯାଇଥିଲା l ଏହାପରେ ଛାତ୍ର ମାନଙ୍କୁ କୃମିନାଶକ ଔଷଧ ଦିଆଯାଇଥିଲା l ଜିଲ୍ଲା କାର୍ଯ୍ଯକ୍ରମ ପରିଚାଳକ ଗିରିଜା ପ୍ରସାଦ ମିଶ୍ର, ଧନ୍ୟବାଦ ଅର୍ପଣ କରିଥିଲେ l

Leave a Reply

Your email address will not be published. Required fields are marked *