ଗଜପତି:-ରାଜ୍ୟ ସାମ୍ବାଦିକ ସଂଘ (ଏସ:ୟୁ:ଜେ:)ର ରାଜ୍ୟ ସ୍ତରୀୟ ୬ ତମ ବାର୍ଷିକ ସମ୍ମିଳନୀରେ ଯୋଗ ଦେବା ପାଇଁ ଗଜପତିରୁ ଗଲେ ୨୫ ରୁ ଉର୍ଦ୍ଧ୍ବ ସାମ୍ବାଦିକ
ପାରଳାଖେମୁଣ୍ଡି, 11/2(ତାରିଣୀ ପ୍ରସାଦ ପଣ୍ଡା ): ଦର୍ଶନ ସମୀକ୍ଷା
ଆସନ୍ତା କାଲି ତା:-୧୧/୨/୨୦୨୬ ରେ ରାଜ୍ୟ ସାମ୍ବାଦିକ ସଂଘ (ଏସ:ୟୁ:ଜେ:)ର ରାଜ୍ୟ ସ୍ତରୀୟ ୬ ତମ ବାର୍ଷିକ ସମ୍ମିଳନୀ ରାଜଧାନୀ ଭୁବନେଶ୍ଵର ସ୍ଥିତ ଜୟଦେବ ଭବନରେ ପୂର୍ବାହ୍ନରେ ଅନୁଷ୍ଠିତ ହେବ ।
ସମ୍ମିଳନୀ କାର୍ଯ୍ୟକ୍ରମରେ ରାଜ୍ୟର ମନ୍ତ୍ରୀଙ୍କ ସମେତ ବହୁ ପଦାଧିକାରୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ମଞ୍ଚାସିନ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଉପସ୍ଥିତ ସମସ୍ତଙ୍କୁ ଅବଗତ କରାଯିବା ସହ ସାମ୍ବାଦିକ ପେନସନ ଓ ସାମ୍ବାଦିକ ମାନଙ୍କ ସୁରକ୍ଷା ସମେତ ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇ କେତେକ ମୌଳିକ ତଥା ଯଥାର୍ଥ ଦାବୀ ଗୁଡ଼ାକ ଉପସ୍ଥାପନା କରାଯିବ।
ଏହି ଉପଲକ୍ଷେ ରାଜ୍ୟ ସାମ୍ବାଦିକ ସଂଘ (ଏସ ୟୁ ଜେ)ର ଗଜପତି ଜିଲ୍ଲା ଶାଖାରୁ ରାଜ୍ୟ ସ୍ତରୀୟ ସମ୍ମିଳନୀ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଆଜି ଜିଲ୍ଲା ଓ ବ୍ଲକ ସ୍ତରୀୟ ୨୫ ରୁ ଉର୍ଦ୍ଧ୍ବ ସାମ୍ବାଦିକ ଜିଲ୍ଲା ସଂଘ ସଭାପତି ଶ୍ରୀ ଗରୁଡ଼ ଧ୍ଵଜ ଚୌଧୁରୀ ଏବଂ ଜିଲ୍ଲା ସମ୍ପାଦକ ଶ୍ରୀ ତାରିଣୀ ପ୍ରସାଦ ପଣ୍ଡା’ଙ୍କ ତତ୍ତ୍ଵାବଧାନରେ ଜିଲ୍ଲା ସଂଘର ଶ୍ରୀ ରଶ୍ମି ରଞ୍ଜନ ମିଶ୍ର(ପପୁ) ଏବଂ ଶ୍ରୀ ରାଜେନ୍ଦ୍ର ଭୁକ୍ତା (ରାଜୁ)ଙ୍କ ନେତୃତ୍ୱରେ ଆଜି ମଧ୍ୟାହ୍ନ ସମୟରେ ୫ଟି ଗାଡ଼ିରେ ଭୁବନେଶ୍ୱର ଅଭିମୁଖେ ଗ୍ରସ୍ତ କରିଛନ୍ତି.
ଗଜପତି : ବ୍ରିଜ ଉପରୁ ନଦୀକୁ ଡେଇଁ ନବମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ଛାତ୍ରୀ ଗୁରୁତର,ମରିବା କୁକୁର ବସ୍ତା ବଞ୍ଚାଇ ଦେଲା ଛାତ୍ରୀଙ୍କ ଜୀବନ।
ପାରଳାଖେମୁଣ୍ଡି, 10/2(ତାରିଣୀ ପ୍ରସାଦ ପଣ୍ଡା):-

ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସହରର ମହେନ୍ଦ୍ରତନୟା ନଦୀ ବ୍ରିଜ୍ ଉପରୁ ଜଣେ ନବମ ଶ୍ରେଣୀ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଥିବାର ଜଣାଯାଇଛି । ପ୍ରତ୍ୟେକ୍ଷଦର୍ଶୀଙ୍କ ସୂତ୍ରରୁ ପ୍ରକାଶ ଯେ ଆଜି ଅପରାହ୍ନ ପ୍ରାୟ ୪.୩୦ ସମୟରେ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଜଣେ ନବମ ଶ୍ରେଣୀ ଛାତ୍ରୀ ତଥା ୧୨ ବର୍ଷିୟ ନାବାଳିକା ଜଣକ ସ୍କୁଲ ପୋଷାକ ପିନ୍ଧି ନିଜ ସାଇକେଲ ଯୋଗେ ବ୍ରିଜ୍ ଉପରକୁ ଯାଇଥିଲେ । ସାଇକେଲଟିକୁ ବ୍ରିଜ୍ ଉପରେ ରଖି ନଦୀଗର୍ଭକୁ ଲମ୍ଫ ମାରିଥିଲେ । ଏପରି ଦୃଶ୍ୟ ଦେଖି ବ୍ରିଜକୁ ଲାଗିଥିବା ଆନ୍ଧ୍ର ପୁରୁଣାପାଟଣାର କିଛି ପଥଚାରୀ ତୁରନ୍ତ ଛାତ୍ରୀଙ୍କୁ ବଞ୍ଚାଇବାକୁ ଯାଇଥିଲେ । ତେବେ ନଦୀର ପାଣିକୁ ଜନସ୍ବାସ୍ଥ୍ୟ ବିଭାଗ ଅଟକାଇ ରଖିଥିବାରୁ ନଦୀଗର୍ଭ ଶୁଖିଲା ରହିଥିଲା । ଇତିମଧ୍ୟରେ ଛାତ୍ରୀ ଜଣକ ଏକ ବସ୍ତା ଉପରେ ପଡିଯାଇଥିଲେ । ଫଳରେ ଗୁରୁତର ଭାବେ ଆଘାତ ଲାଗିଥିଲା । ଛାତ୍ରୀଙ୍କୁ ପଥଚାରୀଙ୍କ ସମେତ ନିକଟରେ ଥିବା ଆନ୍ଧ୍ର ପୋଲିସ କର୍ମଚାରୀ ପହଞ୍ଚି ଏକ ଅଟୋ ଯୋଗେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ତେବେ ଛାତ୍ରୀ ଜଣଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବା ବେଳେ ତାଙ୍କ ଗୋଡ ଭାଙ୍ଗିଯାଇଥିବା କୁହାଯାଉଛି । ଖବର ପାଇ ଛାତ୍ରୀଙ୍କ ମା, ବାପା ଓ ସ୍କୁଲ କର୍ତ୍ତୃପକ୍ଷର ପହଞ୍ଚିଛନ୍ତି । ତେବେ ନାବାଳିକା ଜଣକ କାହିଁକି କେଉଁ ମାନସିକ ଅବସ୍ଥାରେ ଏପରି କରିଥିଲେ ତାହା ସ୍ପଷ୍ଟ ଭାବେ ଜଣାପଡି ନାହିଁ
। ଅନ୍ୟପକ୍ଷରେ ନାବାଳିକା ଜଣକ ଯେଉଁ ସ୍ଥାନରେ ପଡିଥିଲେ ସେହି ସ୍ଥାନଟି ସିମେଣ୍ଟ ଚଟାଣ ରହିଥିବା ସହ ଜଳ ସ୍ରୋତ ନଥିଲା । ଏହା ସହ ସେହି ସ୍ଥାନରେ କୁକୁରଟିଏ ମରିବା ପରେ ବସ୍ତାରେ ବାନ୍ଧି ପକାଯାଇଥିଲା । ଯେଉଁ ଉପରେ ନାବାଳିକା ଜଣକ ପଡିଯାଇଥିବାରୁ ନିଶ୍ଚିତ ମୃତ୍ୟୁମୁଖରୁ ବଞ୍ଚିଯାଇଥିବାର ସର୍ବସାଧାରଣରେ ଆଲୋଚନା ହେବା ସହ ରଖେ ହରି ତ ମାରେ କିଏ ବୋଲି ଚର୍ଚ୍ଚା ହେଉଛି । ଘଟଣା ସମ୍ପର୍କରେ ଖବର ପାଇ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଗଜପତିରେ ନାବାଳିକା ଦୁଷ୍କର୍ମ ମାମଲାରେ ପୀଡିତା ନାବାଳିକା ଓ ଅଭିଯୁକ୍ତ ନାବାଳକଙ୍କ ଡାକ୍ତର ମଇନା ଓ ବୟାନ ରେକର୍ଡ।
ପାରଳାଖେମୁଣ୍ଡି, 10/2(ତାରିଣୀ ପ୍ରସାଦ ପଣ୍ଡା):

ଚନ୍ଦ୍ରଗିରି ଫାଣ୍ଡି ଅନ୍ତର୍ଗତ ଜିରାଙ୍ଗ ଅଞ୍ଚଳରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ। ସାତ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ନେଇ ଥାନାରେ ଅଭିଯୋଗ ପରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୁଲିସ। ସୁଚନା ପ୍ରକାରେ ନାବାଳିକାଙ୍କ ବାପା ମାଆ ଏକ ତିବ୍ବତୀୟ ଦମ୍ପତି ୧୭ ବର୍ଷୀୟ ଅଭିଯୁକ୍ତକୁ ପୋଷ୍ୟପୁତ୍ର ଭାବେ ଗ୍ରହଣ କରି ତାର ଲାଳନପାଳନ କରୁଥିଲେ। ତେଣୁ ସେ ଦୀର୍ଘ ବର୍ଷ ହେଲା ପରିବାର ସହ ଘରେ ରହି ଆସୁଥିଲା ଏବଂ ତାର ଯାବତୀୟ ଖର୍ଚ୍ଚ ବହନ କରୁଥିଲେ ତିବତୀୟ ଦମ୍ପତି।
କିନ୍ତୁ ଘଟଣା ଦିନ ଅର୍ଥାତ ୭ ତାରିଖରେ ପୀଡିତାଙ୍କ ବାପା ମାଆ କୈଣସି କାର୍ଯ୍ୟରେ ବାହାରକୁ ଯାଇଥିଲେ, କିନ୍ତୁ ସନ୍ଧ୍ୟା ପର୍ଯ୍ୟନ୍ତ ଫେରି ପାରିନଥିଲେ। ସେହି ସମୟରେ ଅଭିଯୁକ୍ତ ପ୍ରତ୍ୟେକ ଦିନ ଭଳି ଘରେ ପୀଡିତା ସହିତ ରହିଥିଲା । ଏକୁଟିଆ ସୁଯୋଗ ନେଇ ନାବାଳିକା କୁ ଦୁଷ୍କର୍ମ କରିଥିଲା ନାବାଳକ। ବାପା ମାଆ ଘରକୁ ଫେରିବା ପରେ ଝିଅ ଠାରୁ ସବୁ ଶୁଣିବା ପରେ ୮ ତାରିଖରେ ଥାନାରେ ଅଭିଯୋଗ କରିଛନ୍ତି। ଏନେଇ ଥାନାରେ ଏତଲା ପରେ ପୁଲିସ ପକ୍ଷରୁ କେସ ନମ୍ବର ୨୨ / ୨୬ ରେ ଚନ୍ଦ୍ରଗିରି ଫାଣ୍ଡିରେ ମାମଲା ରୁଜୁ କରାଯିବା ସହ ଅଭିଯୁକ୍ତ ଜଣକ ନାବାଳକ ହୋଇଥିବାରୁ ତାର ବୟାନ ରେକର୍ଡ ଓ ଡାକ୍ତରି ମଇନା କରାଯାଇ ବ୍ରହ୍ମପୁର ସ୍ଥିତ ବାଳ ସୁଧାର ଗୃହକୁ ପଠାଇ ଦିଆଯାଇଥିବା ଜଣାପଡିଛି।ସେହିପରି ନାବାଳିକାର ମଧ୍ୟ ଉଭୟ ଡାକ୍ତରୀ ମଇନା ଓ ବୟାନ ରେକର୍ଡ କରାଯାଇ ତାଙ୍କ ମା ବାପା ଙ୍କ ହସ୍ତାନ୍ତର କରାଯାଇଥିବା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି।












Leave a Reply