ଗୋଷ୍ଠୀ ଏବଂ ସାମାଜିକ ସେବା ପାଇଁ ନିର୍ମାଣକୁ ମହାବୀର ପୁରସ୍କାର ୨୦୨୬
- ଭଗବାନ ମହାବୀର ଫାଉଣ୍ଡେସନ ଦ୍ୱାରା ପ୍ରତିଷ୍ଠିତ ମହାବୀର ପୁରସ୍କାର ପାଇଁ ୧୦ ଲକ୍ଷ ଟଙ୍କାର ନଗଦ ପୁରସ୍କାର ସହ ପ୍ରଶଂସାପତ୍ର ଏବଂ ସ୍ମୃତିଫଳକ ପ୍ରଦାନ କରାଯାଇଥାଏ
- ଅହିଂସା, ସାକାହାରୀବାଦ, ଶିକ୍ଷା, ଔଷଧ ଏବଂ ଗୋଷ୍ଠୀ ଓ ସମାଜ ସେବାରେ ଉତ୍କର୍ଷ ପାଇଁ ସାରା ଭାରତରୁ ବ୍ୟକ୍ତି ବିଶେଷଙ୍କୁ ଚୟନ
ଭୁବନେଶ୍ୱର, 10 ଫେବୃଆରୀ ୨୦୨୬ (ଦର୍ଶନ ସମୀକ୍ଷା)
ଆଦର୍ଶ ମାନବିକ ସେବାକୁ ସ୍ୱୀକୃତି ପ୍ରଦାନ କରିବା ପାଇଁ ଭଗବାନ ମହାବୀର ଫାଉଣ୍ଡେସନ ପକ୍ଷରୁ ପ୍ରତିଷ୍ଠିତ ମହାବୀର ପୁରସ୍କାରର ୨୯ତମ ସଂସ୍କରଣ ଓଡ଼ିଶା-ଭିତ୍ତିକ ସ୍ୱେଚ୍ଛାସେବୀ ସଂଗଠନ ନିର୍ମାଣକୁ ପ୍ରଦାନ କରାଯାଇଛି। ରାଜ୍ୟରେ ଉପେକ୍ଷିତ ଆଦିବାସୀ ଏବଂ ବନବାସୀ ସମ୍ପ୍ରଦାୟଙ୍କ ବିକାଶ ଦିଗରେ ଦୀର୍ଘମିଆଦୀ କାର୍ଯ୍ୟ ପାଇଁ ନିର୍ମାଣକୁ ମହାବୀର ପୁରସ୍କାର ୨୦୨୬ ପାଇଁ ଚୟନ କରାଯାଇଛି।
ମହାବୀର ପୁରସ୍କାର ପ୍ରତିବର୍ଷ ଅହିଂସା ଏବଂ ସାକାହାରିବାଦ, ଶିକ୍ଷା, ଔଷଧ ଓ ସମ୍ପ୍ରଦାୟ ଏବଂ ସମାଜ ସେବା ଭଳି କ୍ଷେତ୍ରରେ ପ୍ରଦାନ କରାଯାଉଛି। ପ୍ରତ୍ୟେକ ବର୍ଗର ପୁରସ୍କାର ପାଇଁ ୧୦ ଲକ୍ଷ ଟଙ୍କା ନଗଦ ପୁରସ୍କାର, ପ୍ରଶଂସାପତ୍ର ଏବଂ ସ୍ମାରକୀ ସହ ପ୍ରଦାନ କରାଯାଏ।
ଶ୍ରୀ ପ୍ରଶାନ୍ତ ମହାନ୍ତିଙ୍କ ଦ୍ୱାରା ୧୯୯୭ ମସିହାରେ ପ୍ରତିଷ୍ଠିତ, ନିର୍ମାଣ ଓଡ଼ିଶାର ଦୁର୍ଗମ ଏବଂ ଅନୁନ୍ନତ ଅଞ୍ଚଳରେ ଜୀବିକା, ଖାଦ୍ୟ ସୁରକ୍ଷା ଏବଂ ଗୋଷ୍ଠୀ ଅନୁଷ୍ଠାନ ଗୁଡିକୁ ଦୃଢ଼ କରିବା ପାଇଁ ନିରନ୍ତର କାର୍ଯ୍ୟ କରୁଛି। ଏହି ଅନୁଷ୍ଠାନ ମହିଳା ସଶକ୍ତିକରଣ, ନିରନ୍ତର କୃଷି, ପ୍ରାକୃତିକ କୃଷି, ଜଙ୍ଗଲ ଏବଂ ଭୂମି ଅଧିକାର, ଜଳ ସୁରକ୍ଷା ଏବଂ ପୁଷ୍ଟିସାର ଭଳି ପ୍ରମୁଖ ଦିଗ ଉପରେ ଧ୍ୟାନ କେନ୍ଦ୍ରିତ କରିଛି, ଯାହା ଆଦିବାସୀ ସମ୍ପ୍ରଦାୟକୁ ଦୀର୍ଘକାଳୀନ ସାମାଜିକ ଏବଂ ଆର୍ଥିକ ସ୍ଥିରତା ହାସଲ କରିବାରେ ସକ୍ଷମ କରୁଛି।
ନିର୍ମାଣ ସହ ୨୯ତମ ମହାବୀର ପୁରସ୍କାର ପାଇବାକୁ ଅନ୍ୟ ବିଜେତାଙ୍କ ମଧ୍ୟରେ ଅହିଂସା ଏବଂ ନିରାମିଷ ପାଇଁ ମହାରାଷ୍ଟ୍ରର ସରହଦ; ଶିକ୍ଷା ପାଇଁ ହିମାଚଳ ପ୍ରଦେଶର କର୍ଡ଼; ଔଷଧ କ୍ଷେତ୍ରରେ କର୍ଣ୍ଣାଟକର ଶ୍ରୀ ଶଙ୍କରା କର୍କଟ ଫାଉଣ୍ଡେସନ୍; ଏବଂ ଗୋଷ୍ଠୀ ଓ ସାମାଜିକ ସେବା ପାଇଁ ମିଜୋରାମର ଶ୍ରୀମତୀ ସଂଖୁମି ବୁଆଲଛୁଆକ ଅନ୍ତର୍ଭୁକ୍ତ।
ଏହି ଅବସରରେ ଭଗବାନ ମହାବୀର ଫାଉଣ୍ଡେସନର ପ୍ରତିଷ୍ଠାତା ଶ୍ରୀ ସୁଗଲଚାନ୍ଦ ଜୈନ କହିଛନ୍ତି, “ନିର୍ମାଣର ତୃଣମୂଳ ସ୍ତରରେ କାର୍ଯ୍ୟ ସାମାଜିକ ନ୍ୟାୟ, ସ୍ଥାୟୀତ୍ୱ ଏବଂ ସମ୍ପ୍ରଦାୟ ସଶକ୍ତିକରଣ ପ୍ରତି ଗଭୀର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ଜୀବିକା ଦୃଢ଼ୀକରଣ ଏବଂ ଦୁର୍ବଳ ବର୍ଗଙ୍କ ଅଧିକାର ସୁରକ୍ଷା ସହ ନିର୍ମାଣ ଅର୍ଥପୂର୍ଣ୍ଣ ଏବଂ ସ୍ଥାୟୀ ପ୍ରଭାବ ସୃଷ୍ଟି କରିଛି। ଆମେ ସଂଗଠନକୁ ଏହାର ସମର୍ପିତ ସେବା ଏବଂ ଅନ୍ତର୍ଭୁକ୍ତିମୂଳକ ବିକାଶରେ ଅବଦାନ ପାଇଁ ସମ୍ମାନିତ କରି ଖୁସି।”
୨୯ତମ ମହାବୀର ପୁରସ୍କାର ପାଇଁ, ଦେଶର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ୍ ଶ୍ରୀ ଏମ. ଏନ. ଭେଙ୍କଟଚଲିଆଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ବିଶିଷ୍ଟ ବିଚାରକ ମଣ୍ଡଳୀ ଦ୍ୱାରା ଦେଶ ସାରାରୁ ୨୬୭ ଜଣ ନାମାଙ୍କନକୁ ଯତ୍ନର ସହ ମୂଲ୍ୟାଙ୍କନ କରାଯାଇଥିଲା। ଜୁରି ସଦସ୍ୟମାନଙ୍କ ମଧ୍ୟରେ ପ୍ରଖ୍ୟାତ ସନ୍ୟାସିନୀ ଆଚାର୍ଯ୍ୟ ଶ୍ରୀ ଚନ୍ଦନାଜୀ ମହାରାଜ; ଭାରତର ପୂର୍ବତନ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ୍ ଶ୍ରୀ ଡି. ୱାଇ. ଚନ୍ଦ୍ରଚୂଡ଼; ଆରବିଆଇର ପାର୍ଟଟାଇମ ନିର୍ଦ୍ଦେଶକ ଶ୍ରୀ ଏସ. ଗୁରୁମୂର୍ତ୍ତି ଏବଂ ସମ୍ପାଦକ ଥୁଗଲକ; ଭାରତୀୟ ବିଦ୍ୟା ଭବନର ମାଙ୍ଗାଲୁରୁ କେନ୍ଦ୍ର ଅଧ୍ୟକ୍ଷ ପ୍ରଫେସର ବି. ଏମ୍. ହେଗଡେ, ଭାରତର ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର ଶ୍ରୀ ଟି. ଏସ. କୃଷ୍ଣମୂର୍ତ୍ତି; ଶ୍ରୀ ଡି. ଆର. ମେହେତା, ଆଇ.ଏ.ଏସ. (ଅବସରପ୍ରାପ୍ତ), ପୂର୍ବତନ ଅଧ୍ୟକ୍ଷ, ସେବି; ଶ୍ରୀ ପ୍ରଭାତ କୁମାର, ଆଇ.ଏ.ଏସ. (ଅବସରପ୍ରାପ୍ତ), ପୂର୍ବତନ କ୍ୟାବିନେଟ ସଚିବ, ଭାରତ ସରକାର ଏବଂ ଜଷ୍ଟିସ୍ ଶ୍ରୀ ଜି. ଏସ. ସିଂଘଭି, ପୂର୍ବତନ ବିଚାରପତି, ଭାରତୀୟ ସୁପ୍ରିମକୋର୍ଟ ରହିଛନ୍ତି।
ଫାଉଉଣ୍ଡେସନ ଚାରୋଟି ପୁରସ୍କାର ବର୍ଗରେ ନିଃସ୍ୱାର୍ଥପର ସେବାରେ ନିୟୋଜିତ ବ୍ୟକ୍ତି ଏବଂ ଅନୁଷ୍ଠାନରୁ ୩୦ତମ ମହାବୀର ପୁରସ୍କାର ପାଇଁ ନାମାଙ୍କନ ଆମନ୍ତ୍ରଣ କରିଛି। ନାମାଙ୍କନ ଫର୍ମ ଫାଉଣ୍ଡେସନର ୱେବସାଇଟ୍ ରୁ ଡାଉନଲୋଡ୍ କରାଯାଇପାରିବ।












Leave a Reply