ଗଜପତି ସ୍ପେସଲ //ପାରଳାର ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ‘ପଦାମୃତ ନୃତ୍ୟୟନ୍’ର ଏକାଦଶ ବାର୍ଷିକ ଉତ୍ସବ ଅନୁଷ୍ଠିତ -ପାରଳାଖେମୁଣ୍ଡିରୁ ତାରିଣୀ ପ୍ରସାଦ ପଣ୍ଡା ଦର୍ଶନ ସମୀକ୍ଷା

Spread the love

ଉତ୍କଳ ସମ୍ମିଳନୀର ଗଜପତି 49ତମ ରାଜ୍ୟ ସମ୍ମିଳନୀରେ 7 ଜଣିଆ ପ୍ରତିନିଧି ଯୋଗଦେଲେ ପାରଳାଖେମୁଣ୍ଡି, 9/2(ତାରିଣୀ ପ୍ରସାଦ ପଣ୍ଡା ) ଦର୍ଶନ ସମୀକ୍ଷା

ରାଜ୍ୟସ୍ତରୀୟ ଉତ୍କଳ ସମ୍ମିଳନୀର 49ତମ ଅଧିବେଶନରେ ଗଜପତି ଶାଖାର 7 ଜଣିଆ ପ୍ରତିନିଧି ମଣ୍ଡଳ ଯୋଗ ଦେଇଛନ୍ତି. ଏହି ରାଜ୍ୟସ୍ତରୀୟ ସମ୍ମିଳନୀ ନୟାଗଡ ଜିଲ୍ଲାର ଦଶପଲ୍ଲା ଠାରେ ରାଜ୍ୟ ସଭାପତି ଅଦ୍ଵେଶ କୁମାର ପାତ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଛି.ଉତ୍କଳ ସମ୍ମିଳନୀର ସଂଗଠନକୁ ଦୃଢ କରିବା ସହ ଓଡ଼ିଆ ସାହିତ୍ୟ, ସଂସ୍କୃତି ଓ ଭାଷାର ସୁରକ୍ଷା ପାଇଁ ସରକାରଙ୍କ ଠାରେ ସଠିକ ଦାବି ଉପସ୍ଥାପନା କରାଯିବା ସହ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ପାଠ୍ୟପୁସ୍ତକ ଯୋଗାଇବାରେ ଅହେତୁକ ବିଳମ୍ବ ପାଇଁ ସମ୍ମିଳନୀରେ କ୍ଷୋଭ ପ୍ରକାଶ କରାଯାଇଥିଲା. ଏହି ରାଜ୍ୟ ସମ୍ମିଳନୀରେ ଗଜପତି ଜିଲ୍ଲାର ଉତ୍କଳ ସମ୍ମିଳନୀ ଶାଖାର ସଭାପତି ଭରତ ଭୂଷଣ ମହାନ୍ତିଙ୍କ ନେତୃତ୍ୱରେ ବିନୋଦ ଚନ୍ଦ୍ର ଜେନା, ତ୍ରିପତି ପଣ୍ଡା, ଅର୍ଜୁନ ଦଳାଇ, ନିର୍ମଳ ଭୂୟାଁ, ନରସିଂହଗୌଡ଼, ଆତତ୍ରାଣ ଚଇନି ପ୍ରମୁଖ ଯୋଗ ଦେଇଥିଲେ.
ପାରଳାର ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ‘ପଦାମୃତ ନୃତ୍ୟୟନ୍’ର ଏକାଦଶ ବାର୍ଷିକ ଉତ୍ସବ ଅନୁଷ୍ଠିତ ପାରଳାଖେମୁଣ୍ଡି, 9/2(ତାରିଣୀ ପ୍ରସାଦ ପଣ୍ଡା ):

ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରର ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ପଦମୃତ୍ ନୃତ୍ୟୟନର ଏକାଦଶ ବାର୍ଷିକ ଉତ୍ସବ ତଥା ଗୁରୁ ଗଙ୍ଗାଧର ପ୍ରଧାନଙ୍କ ସ୍ମୃତି ସନ୍ଧ୍ୟା ମହାସମାରୋହରେ ଆୟୋଜିତ ହୋଇଯାଇଛି. ଏହି କାର୍ଯ୍ୟକ୍ରମ ପଦାମୃତ ନୃତ୍ୟାୟନ୍ ଓ କ୍ରିଏଟିଭ ଆର୍ଟସର ମିଳିତ ଆନୁକୂଲ୍ୟରେ ଆୟୋଜିତ ନୃତ୍ୟନାଟିକା ପରିବେଷଣ କରାଯାଇଥିଲା , ପ୍ରଥମେ ମୁଖ୍ୟ ଅତିଥି ପାରଳା ବିଧାୟକ ରୂପେଶ୍ ପାଣିଗ୍ରାହୀଙ୍କ ଦ୍ଵାରା ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜୋଳନ କରାଯାଇ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା. ପରେ ପାରଳା ମହାରାଜା ଶ୍ରୀକୃଷ୍ଣଚନ୍ଦ୍ର ଗଜପତିଙ୍କ ଜୀବନୀ ଉପରେ ଆଧାରିତ ନୃତ୍ୟ ନାଟିକା ପରିବେଷଣ କରାଯାଇଥିଲା. ଆନ୍ଧ୍ର ଶିକାକୁଲମର ଶିବାଶ୍ରୀ ନୃତ୍ୟ କଳା ନିକେତନ ସାଂସ୍କୃତିକ କାର୍ଯ୍ୟକ୍ରମରେ କୁଚୂପୁଡ଼ି ନୃତ୍ୟ ସହ ପଦାମୃତ ନୃତ୍ୟାୟନ କଳାକାରଙ୍କ ତରଫରୁ ଚଢ଼େୟା, ଚଢ଼େୟାଣୀ, ଲାଭନୀ, ସମ୍ବଲପୁରୀ ଏବଂ ପଲ୍ଲୀ ନୃତ୍ୟ ଆଦି ପରିବେଷଣ କରାଯାଇଥିଲା. ସମସ୍ତ ନୃତ୍ୟଶିଳ୍ପୀ ମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ଵାରା ପୁରସ୍କାର ପ୍ରଦାନ କରାଯାଇଥିଲା. ଏହି କାର୍ଯ୍ୟକ୍ରମରେ ବିଧାୟକ ସମେତ ଅନ୍ୟତମ ଅତିଥି ଭାବେ ପାରଳା ମୁନିସିପାଲିଟି ଚେୟାରମ୍ୟାନ ନିର୍ମଳା ସେଠୀ, ଗଜପତି ଏସପି ଯତୀନ୍ଦ୍ର କୁମାର ପଣ୍ଡା, ଜିଲ୍ଲା ସଂସ୍କୃତି ଅଧିକାରିଣୀ ଅର୍ଚ୍ଚନା ମଙ୍ଗରାଜ ପ୍ରମୁଖ ଉପସ୍ଥିତ ଥିଲେ ଏହି କାର୍ଯ୍ୟକ୍ରମରେ ମଞ୍ଚ ପରିଚାଳନା କରିଥିଲେ. ଆଦର୍ଶ ଦାସ ଓ ଶୁଭ୍ରାଂଶୁ ଶେଖର ପଟ୍ଟନାୟକ, ଶେଷରେ ଅନୁଷ୍ଠାନର ପ୍ରତିଷ୍ଠାତା ବିନ୍ଦୁପ୍ରୀୟା ବେହେରା, ପ୍ରିତିପ୍ରୀୟା ବେହେରା ସଂଯୁକ୍ତା ବେହେରା, ଘନଶ୍ୟାମ ବେହେରାସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ.
ରାଜ୍ୟସ୍ତରୀୟ ବିଜ୍ଞାନ ପ୍ରଯୁକ୍ତିବିଦ୍ୟା ଇଞ୍ଜିନିୟରିଂ ଗଣତିରେ ଗଜପତିକୁ ଓଡିଶାର ଶ୍ରେଷ୍ଠ ଉତ୍କଷ ପୁରସ୍କାର ପାରଳାଖେମୁଣ୍ଡି, 9/2(ତାରିଣୀ ପ୍ରସାଦ ପଣ୍ଡା ):

ରାଜ୍ଯସ୍ତରୀୟ ବିଜ୍ଞାନ ପ୍ରଯୁକ୍ତିବିଦ୍ଯା ଇଞ୍ଜିନିୟରିଂ ଗଣିତ ଉକ୍ରର୍ଷତା ସମ୍ବଦ୍ଧନା ସମାରୋହରେ ଗଜପତି ଜିଲ୍ଲାକୁ ଓଡ଼ିଶାର ଶ୍ରେଷ୍ଠ ପ୍ରଦର୍ଶନକାରୀ ଜିଲ୍ଲା ଭାବେ ସ୍ବୀକୃତି ମିଳିଛି | ଜିଲ୍ଲା ପ୍ରଶାସନ, ଶିକ୍ଷକ ଏବଂ ଶୈକ୍ଷିକ ସହାୟତା ଦଳଗୁଡ଼ିକର ସାମୂହିକ ପ୍ରୟାସକୁ ସ୍ବୀକୃତି ଦେଇ ଜିଲ୍ଲା ଶିକ୍ଷା ଅଧିକାରୀ ଡ. ମାୟାଧର ସାହୁ ପୁରସ୍କାର ଗ୍ରହଣ କରିଛନ୍ତି | ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଏସ ଗିରିଧର ଏବଂ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଆମୋଲୁ ରବି କୁମାରଙ୍କ ଦ୍ବାରା ପ୍ରଦାନ କରାଯାଇଥିବା ନିରନ୍ତର ତଦାରଖ ଏବଂ ଶୈକ୍ଷିକ ସ‌ହାୟତା ମାଧ୍ୟମରେ ଏହି ସଫଳତା ସମ୍ଭବ ହୋଇପାରିଛି। ଏସ୍‌ଟିଇଏମ୍ ଉକ୍ରର୍ଷତା କାର୍ଯ୍ୟକ୍ରମ ଅଧୀନରେ, ଦୁଇ ରାଜ୍ୟ ସମ୍ବଳ ଗୋଷ୍ଠୀ ସଦସ୍ୟ ମୋହନ କୁମାର ନାୟକଏବଂ ଈଶ୍ବର ରାଓ ଗମ୍ପୁ ସାତଟି ବ୍ଲକ୍ କାସ୍କେଡ୍ ତାଲିମ ସଫଳତାର ସହିତ ସମାପ୍ତ କରିଛନ୍ତି। ଏହି ଉତ୍କର୍ଷତା ସମ୍ମାନ ପାଇଁ ଜିଲ୍ଲାର ୧୪୫ ସ୍କୁଲକୁ ସାମିଲ କରାଯାଇଥିଲା । ଯେଉଁଥିରେ ୨୫,୨୬୯ ଜଣ ଛାତ୍ର ଖାନ ଏକାଡେମୀ ପ୍ଲାଟଫର୍ମରେ ପଞ୍ଜୀକୃତ ହୋଇଥିଲେ।ସେମାନଙ୍କ ମଧ୍ୟରୁ ୪୮ ପ୍ରତିଶତ ଛାତ୍ରଛାତ୍ରୀ ସକ୍ରିୟ ଶିକ୍ଷାର୍ଥୀ ହୋଇଥିଲେ। ୧୮ ପ୍ରତିଶତ ଦକ୍ଷତା ବୃଦ୍ଧି ହାସଲ କରି ଓଡ଼ିଶାର ସମସ୍ତ ୩୦ ଜିଲ୍ଲା ମଧ୍ୟରୁ ଶ୍ରେଷ୍ଠ ଜିଲ୍ଲା ମଧ୍ଯରେ ଗଜପତିକୁ ଚୟନ କରଯାଇଥିଲା I

ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀଙ୍କ ବଦଳି ଦାବି କରି ଆଶାକର୍ମୀଙ୍କ ଧାରଣା
ପାରଳାଖେମୁଣ୍ଡି, 9/2(ତାରିଣୀ ପ୍ରସାଦ ପଣ୍ଡା )

Oplus_131072

ଗଜପତି ଜିଲ୍ଲା ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କ ବଦଳି ଦାବିରେ ଆଶାକର୍ମୀମାନେ ଧାରଣା ଦେଇଛନ୍ତି l ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କ ସରକାରୀ ପ୍ରକୋଷ୍ଠରେ ତାଲା ପକାଇ ପ୍ରକୋଷ୍ଠ ସମ୍ମୁଖରେ ଆଶାକର୍ମୀ ଧାରଣା ଦେଇଛନ୍ତି l ସେମାନଙ୍କ କୌଣସି କାର୍ଯ୍ୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ କରୁନଥିବା ଅଭିଯୋଗ କରିଛନ୍ତି ଆଶାକର୍ମୀମାନେ. ଯେବେ ଠାରୁ ଡାକ୍ତର ଜୟ ପଣ୍ଡା ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଭାବେ ଦାୟିତ୍ୱ ନେଇଛନ୍ତି ସେହିଦିନ ଠାରୁ ଆଶାକର୍ମୀଙ୍କୁ ନିୟମିତ ପାରିଶ୍ରମିକ ମିଳୁନଥିବା ଅଭିଯୋଗ କରିଛନ୍ତି l ପୂର୍ବରୁ ଅନେକ ଥର ପ୍ରଶାସନ ଠାରେ ଦାବି କରିଥିଲେ ମଧ୍ୟ କୌଣସି ସମସ୍ୟା ସମାଧାନ ହେଉନଥିବା ଅଭିଯୋଗ ହୋଇଛି l ଯେତେବେଳେ ପର୍ଯ୍ୟନ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କୁ ବଦଳି ହୋଇନି ସେତେବେଳେ ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଆଶାକର୍ମୀ ସଂଘ ସଭାନେତ୍ରୀ ଅନୁପମା ନାୟକ,ବ୍ଲକ ସଭାନେତ୍ରୀ ସଙ୍ଗୀତା ନାୟକ ଚେତାବନୀ ଦେଇଛନ୍ତି l

Leave a Reply

Your email address will not be published. Required fields are marked *