ଗଜପତିରୁ ରାଜ୍ୟ ବାହାରକୁ ୧୧ କୁଇଣ୍ଟାଲ ଗଞ୍ଜେଇ ଭାଙ୍ଗ ଚୋରାଚାଲାଣ ବେଳେ ଜବତ -ପାରଳାଖେମୁଣ୍ଡି ରୁ ତାରିଣୀ ପ୍ରସାଦ ପଣ୍ଡା ଦର୍ଶନ ସମୀକ୍ଷା

Spread the love

ଗଜପତିରୁ ରାଜ୍ୟ ବାହାରକୁ ୧୧ କୁଇଣ୍ଟାଲ ଗଞ୍ଜେଇ ଭାଙ୍ଗ ଚୋରାଚାଲାଣ ବେଳେ ଜବତ ପାରଳାଖେମୁଣ୍ଡି, 8/2(ତାରିଣୀ ପ୍ରସାଦ ପଣ୍ଡା): ଦର୍ଶନ ସମୀକ୍ଷା

ଗଜପତି ଜିଲ୍ଲାରୁ ରାଜ୍ୟ ବାହାରକୁ ୧୧ କୁଇଣ୍ଟାଲ ଗଞ୍ଜେଇ ଭାଙ୍ଗ ଚୋରାଚାଲାଣ ବେଳେ ଜବତ ହୋଇଥିବା ସୂଚନା ମିଳିଛି. ସୂଚନା ପ୍ରକାରେ ଗତକାଲି ଅଡବା ପୋଲିସ୍ ପେଟ୍ରୋଲିଂ କରୁଥିବା ସମୟରେ ଏକ ମେକ୍ସ ପିକ୍ଅପ ଅଡବା ରୋଡରେ ଦ୍ରୁତଗତିରେ ଆସୁଥିବା ଦେଖି ଅଡବା ଥାନା ପୋଲିସ ଅଟକାଇ ଥିଲେ. ମେକ୍ସ ପିକଅପଟି କିଛି ଦୂର ଆଗକୁ ଗଲାପରେ ଡ୍ରାଇଭର ଗାଡି ଛାଡି ଦୌଡ଼ି ନିକଟସ୍ଥ ଜଙ୍ଗଲ ମଧ୍ୟକୁ ଯାଇ ଫେରାର ହୋଇଯାଇଥିଲା | ପୋଲିସ ପହଞ୍ଚି ଗାଡିକୁ ଯାଞ୍ଚ କାରିବା ବେଳେ ଗାଡିରୁ 11 କ୍ଵିଣ୍ଟାଲ ଗଞ୍ଜେଇ ଭାଙ୍ଗ ଚୋରାଚାଲାଣ ହେଉଥିବା ଜଣାପଡିଥିଲା. ଏହାକୁ ପୋଲିସ ଜବତ କରି ଏକ ମକଦ୍ଦମା ରୁଜୁ କରିବା ସହ ତଦନ୍ତ ଜାରି ରଖିଛନ୍ତି. ଏହି ଗଞ୍ଜେଇ ଭାଙ୍ଗ ଅଡବା ଥାନା ଅନ୍ତର୍ଗତ ଗୁଲୁବା ଅଞ୍ଚଳରୁ ପୁରୀ ଦେଇ ରାଜ୍ୟ ବାହାରକୁ ଚୋରାଚାଲାଣ ପାଇଁ ଉଦିଷ୍ଟ ଥିଲା ବୋଲି ପୋଲିସର ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି.
ପାରଳାଖେମୁଣ୍ଡି ବିଧାୟକଙ୍କ ଜନଶୁଣାଣି ପାରଳାଖେମୁଣ୍ଡି, 8/2(ତାରିଣୀ ପ୍ରସାଦ ପଣ୍ଡା ):

Oplus_131072

ଗଜପତି ଜିଲ୍ଲାର ଘୋରଣୀ ପଞ୍ଚାୟତ ଠାରେ ପାରଳା ବିଧାୟକ ରୂପେଶ କୁମାର ପାଣିଗ୍ରାହୀ ଜନଶୁଣାଣି କାଯ୍ୟକ୍ରମରେ ଯୋଗ ଦେଇ ଗ୍ରାମରେ ଥିବା ସମସ୍ୟାଗୁଡ଼ିକୁ ଶୁଣିଛନ୍ତି। ସମସ୍ୟା ଗୁଡ଼ିକର ତୁରନ୍ତ ସମାଧାନ ପାଇଁ ସ୍ଥାନୀୟ ପ୍ରଶାସନକୁ ନିବେଦନ କରିଛନ୍ତି। ଗ୍ରାମର କିଛି ଛାତ୍ରୀ ଏ ଖେଳପଡ଼ିଆ ଦାବି କରିଥିଲେ। ବିଭାଗୀୟ ଅଧିକାରୀଙ୍କୁ ବିଧାୟକ ଜଣାଇବା ପରେ ଯଥାଶୀଘ୍ର ପଡ଼ିଆଟିକୁ ସଫେଇ କରି ଅଳ୍ପ ଦିନରେ ଏହା ଖେଳପଡ଼ିଆ ଭାବେ ବ୍ୟବହାର କରିବାକୁ ଦିଆଯିବ ବୋଲି କହିଥିଲେ। ଅଭିଯୋଗ ଶୁଣାଣିରେ ଗୋଷାଣୀ ବ୍ଲକ ଅଧ୍ୟକ୍ଷ ଏନ. ବୀରରାଜୁ, ଜିଲ୍ଲା ପରିଷଦ ସଭ୍ୟ ଏସ୍. ବାଲାରାଜୁ, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ଅଶୋକ କୁମାର ପାତ୍ର, ସିଡିପିଓ ନମିତା ମହାରଣା, ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଏନ୍. ବିମଳ ପ୍ରମୁଖଙ୍କ ସମେତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *