ନୂତନ ଡ୍ରେନ ଓ ରାସ୍ତା ନିର୍ମାଣ ପାଇଁ ଦାବୀ କଲେ ନୂଆ ଗାଁ ବାସିନ୍ଦା
ମାଲକାନଗିରି: ମନୋଜ ଦେବ ପାଙ୍ଗି (ଦର୍ଶନ ସମୀକ୍ଷା)
ମାଲକାନଗିରି ଜିଲ୍ଲା ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦର ୧୦ ନମ୍ବର ୱାର୍ଡ ଅଧୀନରେ ରହିଛି ଓସିସି ନୂଆଗାଁ। ଏହି ସାହିର ଶେଷ ମୁଣ୍ଡରେ ପ୍ରାୟ ୫୦ରୁ ଉର୍ଦ୍ଧ ପରିବାର ପ୍ରାୟ ୨୦୦ରୁ ଉର୍ଦ୍ଧ ଲୋକ ଦୀର୍ଘ ବର୍ଷ ଧରି ବସବାସ କରି ଆସୁଛନ୍ତି।ଏହି ସାହିର ଶେଷ ମୁଣ୍ଡରେ ଲାଗି ରହିଛି ଘଞ୍ଚ ଜଙ୍ଗଲ ଓ ଏକ ବଡ଼ ପାହାଡ଼। ପ୍ରଶାସନ ପକ୍ଷରୁ ବହୁ ବର୍ଷ ପୂର୍ବେ ଏହି ପାହାଡର ପାଦ ଦେଶରେ ନିର୍ମାଣ କରାଯାଇଛି କଂକ୍ରିଟର ସୁରକ୍ଷା ପାଚେରୀ। ଉକ୍ତ ସାହିର ରାସ୍ତାର ଉଭୟ ପାର୍ଶ୍ୱରେ ଥିବା ଡ୍ରେନ ଗୁଡିକ କିଛି ବର୍ଷ ହେବ ସମ୍ପୂର୍ଣ ଭାବେ ପୋତି ହୋଇଯାଇଛି। ଉକ୍ତ ସାହିରେ ଏନଏସି ପକ୍ଷରୁ କିଛି ବର୍ଷ ପୂର୍ବେ ନିର୍ମାଣ କରାଯାଇଥିବା ଫେବର ବ୍ଲକ ରାସ୍ତାରୁ ଫେବର ବ୍ଲକ ଗୁଡିକ ରାସ୍ତାରୁ ବାହାରି ଯିବା ଯୋଗୁ ଉକ୍ତ ରାସ୍ତାରେ ଖାଲ ଖମା ସୃଷ୍ଟି ହୋଇଛି। ଯାହା ଫଳରେ ଏହି ରାସ୍ତା ଦେଇ ସାହି ବାସିନ୍ଦା ଯାତାୟତ କରିବା ସମୟରେ ବହୁ ଆସିବିଧାର ସମ୍ମୁଖୀନ ହେଉଛନ୍ତି। ମୁଖ୍ୟତଃ ରାସ୍ତାର ଉଭୟ ପାର୍ଶ୍ଵରେ ଡ୍ରେନ ନଥିବାରୁ ବର୍ଷା ହେଲେ ସାହି ପାଖରେ ଥିବା ପାହାଡ଼ରୁ ପ୍ରଖର ବେଗରେ ବୋହି ଆସୁଥିବା ବର୍ଷା ପାଣି ଲୋକଙ୍କ ଘରେ ପଶି ବହୁ ଆସବାବ ପତ୍ର ନଷ୍ଟ ହେବା ସହିତ ଅନେକ ଘର ଭାଙ୍ଗିଯାଉଛି। ଏହି ସାହିରେ ଆବଶ୍ୟକ ହେଉଥିବା ଡ୍ରେନ ଓ ରାସ୍ତା ନିର୍ମାଣ କରିବା ପାଇଁ ସାହି ବାସିନ୍ଦା ବହୁବାର ଏନଏସି କତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ ବି କେହି କର୍ଣ୍ଣପାତ କରୁନଥିବା ସାହିର
କମଲେସ ଚନ୍ଦ୍ର ଖୋସଲା, ପଦ୍ମିନୀ ଖୋସଲା, ମୁକ୍ତା ଖିଲ, ଜିନୁ ଖିଲ ପଦନା ଖିଲ, ଜାନକୀ ଖିଲ, ସୁବାସ ଖୋସଲା, ଯଶୋଦା ଖୋସଲା,କଛିମ ଖୋସଲା, ରାଧା ଖରାଙ୍କ ସମେତ ସମସ୍ତ ସାହି ବାସିନ୍ଦା ଅଭିଯୋଗ କରିଛନ୍ତି। ତେବେ ବାଲିମେଳା ଏନଏସି କତୃପକ୍ଷ ଏହାକୁ ଗୁରୁତ୍ୱର ଗ୍ରହଣ କରି ଏହି ସାହିରେ ଆବଶ୍ୟକ ହେଉଥିବା ନୂତନ ଡ୍ରେନ ଓ ରାସ୍ତା ନିର୍ମାଣ କରିବାକୁ ସାହି ବାସିନ୍ଦା ଦାବୀ କରିଛନ୍ତି।ଏ ସମ୍ପର୍କରେ ବାଲିମେଳା ଏନଏସିର ନିର୍ବାହୀ ଅଧିକାରୀ ଦେବୀ ପ୍ରସାଦ ଦୋରାଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଖୁବ ଶୀଘ୍ର ଉକ୍ତ ସାହିର ଡ୍ରେନ ନିର୍ମାଣ କରାଯିବା ସହ ରାସ୍ତାର ମରାମତି କରାଯିବ।












Leave a Reply