ଗଜପତି ସ୍ପେସାଲ // ମନରେଗା ବଞ୍ଚାଅ ସଂଗ୍ରାମ’କୁ ନେଇ ଗଜପତି କଂଗ୍ରେସ ତରଫରୁ ବିକ୍ଷୋଭ, ଓ ଗଜପତି ପୋଲିସର ସଫଳତା….. 45 ଲକ୍ଷ ଟଙ୍କାର ସୁନା ଓ ରୂପା ଅଳଙ୍କାର ଉଦ୍ଧାର, 3 ଗିରଫ-ପାରଳାଖେମୁଣ୍ଡି, ରୁ ତାରିଣୀ ପ୍ରସାଦ ପଣ୍ଡା (ଦର୍ଶନ ସମୀକ୍ଷା)

Spread the love

ଖାରଡ଼ା ହାଇସ୍କୁଲର କମ୍ପୁଟର ଚୋରି ଘଟଣାର ପର୍ଦାଫାଶ କେବେ?ପାରଳାଖେମୁଣ୍ଡି, 7/2(ତାରିଣୀ ପ୍ରସାଦ ପଣ୍ଡା ): (ଦର୍ଶନ ସମୀକ୍ଷା)

ଗଜପତି ଜିଲ୍ଲାର କାଶୀନଗର ବ୍ଲକ ଅନ୍ତର୍ଗତ ଖାରଡ଼ା ହାଇସ୍କୁଲରୁ କମ୍ପୁଟର ଚୋରି ଘଟଣାର ପର୍ଦାଫାଶ କେବେ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି. ଘଟଣାରୁ ପ୍ରକାଶ ଏହି ସ୍କୁଲରୁ ଗତ କିଛି ଦିନ ତଳେ 15 ଗୋଟି କମ୍ପ୍ୟୁଟର ସହ ଗୋଟିଏ ଲ୍ୟାପଟପ ଚୋରି ହୋଇଥିଲା. ଏହି ଚୋରି ଘଟଣା ନେଇ କାଶୀନଗର ଥାନାରେ ଅଭିଯୋଗର ଗୋଟିଏ ଦିନ ପରେ କିଛି କମ୍ପୁଟରକୁ ହାଇସ୍କୁଲ ନିକଟରେ ଥିବା ଏକ ପାଳଗଦା ନିକଟରୁ ଉଦ୍ଧାର କରାଯାଇଥିଲା

. ବର୍ତ୍ତମାନ ସୁଦ୍ଧା 10 ଗୋଟିରୁ ଉର୍ଦ୍ଧ କମ୍ପୁଟର ଓ ଗୋଟିଏ ଲ୍ୟାପଟପ ଉଦ୍ଧାର ହୋଇନାହିଁ କିମ୍ବା ଏହି ଚୋରି ଘଟଣାରେ କିଏ ସମ୍ପୃକ୍ତ ତାହା ସ୍ପଷ୍ଟ ହୋଇନାହିଁ. ଖାରଡା ଗ୍ରାମବାସୀ ଚୋରି ଘଟଣାରେ ଯେଉଁମାନେ ସମ୍ପୃକ୍ତ ସେମାନଙ୍କୁ ତୁରନ୍ତ ଗିରଫ କରାଯାଇ ଚୋରି ଯାଇଥିବା ସାମଗ୍ରୀ ଉଦ୍ଧାର କରାଯାଉ ବୋଲି ଖାରଡ଼ା ଗ୍ରାମବାସୀ ଦାବି କରିଛନ୍ତି.
ପାରଳା ସହରର ମକ୍କାତୋଟାମ୍ମା ମନ୍ଦିର ନିକଟସ୍ଥ ମୁଖ୍ୟରାସ୍ତା ମରଣଯନ୍ତା ପାଲଟିଛି ପାରଳାଖେମୁଣ୍ଡି, 7/2(ତାରିଣୀ ପ୍ରସାଦ ପଣ୍ଡା ):

ପାରଳାଖେମୁଣ୍ଡି ସହରର ଜିଲ୍ଲା ସରକାରୀ ମୁଖ୍ୟ ଡାକ୍ତରଖାନାକୁ ସଂଯୋଗ କରୁଥିବା ମକ୍କାତୋଟାମ୍ମା ମନ୍ଦିର ନିକଟସ୍ଥ ମୁଖ୍ୟରାସ୍ତାରେ ଗର୍ତ୍ତ ହୋଇ ରାସ୍ତାଟି ମରଣାଯନ୍ତା ପାଲଟିଛି. ତେଣୁ ବାରମ୍ବାର ଦୁର୍ଘଟଣା ଘଟୁଛି। ଏଥ୍‌ପ୍ରତି ବିଭାଗୀୟ ଅଧିକାରୀମାନେ କର୍ତ୍ତୃପକ୍ଷ ଦୃଷ୍ଟି ଦେଉନାହାନ୍ତି। ଏହି ରାସ୍ତା ଦେଇ ସହରକୁ ବହୁ ସଂଖ୍ୟାରେ ଯାନବାହାନ ଚଳାଚଳ କରୁଛି। ଏଠାରେ କାହିଁକି କିଏ ଗର୍ତ୍ତ କରି ଛାଡିଦେଲା ତାହା ଜଣାପଡିନଥିଲେ ମଧ୍ୟ ଏଥିଯୋଗୁଁ ଦୁର୍ଘଟଣା ଘଟିଲୋକେ ଖଣ୍ଡିଆଖାବରା ହେଉଛନ୍ତି । ଉକ୍ତ ଗର୍ତ୍ତରେ ମାଟି ଭର୍ତ୍ତି ହୋଇଥିବା ଯୋଗୁଁ ସାଧାରଣରେ ଯିବା ବେଳେ ମୁଖ୍ୟରାସ୍ତାର ସମାନ୍ତର ରହିଥ‌ିବା ଦେଖାଯାଉଛି| ସମାନ୍ତର ଭାବି ଏହି ଗର୍ତ୍ତ ଉପରେ ଗଲେ କିମ୍ବା ଗାଡିରେ ଯିବା ସମୟରେ ମାଟି ଦବିଯାଉଛି। ଏଥିଯୋଗୁଁ ଦୁର୍ଘଟଣା ଘଟିବା ସହ ଚାଲିଯାଉଥିବା ପଥଚାରୀ ଆହତ ହେଉଛନ୍ତି। ତୁରନ୍ତ ଏହାର ମରାମତି ପାଇଁ ସାଧାରଣରେ ଦାବି ହେଉଛି।
ପଦ୍ମପୁର ଆଶ୍ରମ ବିଦ୍ୟାଳୟର ବାର୍ଷିକ ଉତ୍ସବ
ପାରଳାଖେମୁଣ୍ଡି, 7/2(ତାରିଣୀ ପ୍ରସାଦ ପଣ୍ଡା):

ଗଜପତି ଜିଲ୍ଲାର ଗୋଷଣୀ ବ୍ଲକରେ ଥିବା ପଦ୍ମପୁର ଆଶ୍ରମ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ମଧୁସୂଦନ ବିଷୋୟୀଙ୍କ ଅଧ୍ୟକ୍ଷତା ବିଦ୍ୟାଳୟର ବାର୍ଷିକୋତ୍ସବ ଅନୁଷ୍ଟିତ ହୋଇସାରିଛି। ଗୋଷଣି ବ୍ଲକ୍ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗୌରଚନ୍ଦ୍ର ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଶୃଙ୍ଖଳାର ସହ ଶିକ୍ଷାଦାନ କରିବା ପାଇଁ ଆହ୍ୱାନ ଦେଇଥିଲେ । ଶିକ୍ଷକତା ହୁଏତ ଏକ ଜୀବନ ଜୀବିକା ପାଇଁ ପେଶା ହୋଇପାରେ କିନ୍ତୁ ଶିକ୍ଷକମାନେ ବୃତ୍ତି ଅପେକ୍ଷା ବ୍ରତ ଭାବେ ନିଜେ ଅନୁଭବ କରି ଶିକ୍ଷାଦାନ କରନ୍ତୁ ବୋଲି ମୁଖ୍ୟ ଅତିଥି ଉଦବୋଧନ ଦେଇଥିଲେ। ଓଡ଼ିଶା ସାହିତ୍ୟ ଏକାଡେମୀର ପ୍ରାକ୍ତନ ଜିଲ୍ଲା ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଦ୍ୟାଳୟର ଗୌରବକୁ ପ୍ରତେକ ଛାତ୍ରଛାତ୍ରୀ ଉନ୍ନତମାନର ଶିକ୍ଷା ଲାଭ କରନ୍ତୁ ବୋଲି ଉଦବୋଧନ ଦେଇଥିଲେ। ସମ୍ମାନୀତ ଅତିଥିଭାବେ, ଡି ରଜନୀ କାନ୍ତ ,ଡି ମୂରଲୀ ମୋହନ, କେ ଲିଲାରାଣି , କସ୍ତୁରୀ ବାସୂପତି, ଅଞ୍ଜନା ଦଳାଇ , ଦୂତିକା ବାସୁପତି, ଦୀପାଞ୍ଜଳି ବେହେରା, ରାଜୁ ଦୋରା, କଳ୍ପନା ପଟ୍ଟନାୟକ, ଜଗନ୍ନାଥ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ. ସମସ୍ତ କାର୍ଯ୍ୟକ୍ରମକୁ ବରିଷ୍ଠ ଶିକ୍ଷକ ସଞ୍ଜୟ କୁମାର ରାଉତ ସଂଯୋଜନା କରିଥିଲେ।ଏହି ଅବସରରେ ପୁରସ୍କାର ବିତରଣ କରାଯାଇଥିଲା ଏବଂ ନୃତ୍ୟ,ଗୀତ,ଅଭିନୟ ମଧ୍ୟ ମର୍ମସ୍ୱର୍ଷୀ ହୋଇଥିଲା
ମନରେଗା ବଞ୍ଚାଅ ସଂଗ୍ରାମ’କୁ ନେଇ ଗଜପତି କଂଗ୍ରେସ ତରଫରୁ ବିକ୍ଷୋଭ ପାରଳାଖେମୁଣ୍ଡି, 7/2(ତାରିଣୀ ପ୍ରସାଦ ପଣ୍ଡା ):

ମନରେଗା ବଞ୍ଚାଅ ସଂଗ୍ରାମ’କୁ ନେଇ ଗଜପତି କଂଗ୍ରେସ ତରଫରୁ ପାରଳାଖେମୁଣ୍ଡି ସହରରେ ଏକ ବିରାଟ ଶୋଭାଯାତ୍ରାରେ କଂଗ୍ରେସ କର୍ମୀମାନେ ପାରଳା ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାଯ୍ୟଳୟା ଠାରେ ପହଞ୍ଚି କେନ୍ଦ୍ର ସରକାରଙ୍କୁ ସମାଲୋଚନା କରି ବିକ୍ଷୋଭ ପ୍ରଦଶନ କରିଥିଲେ. ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରୁ ଜିଲ୍ଲା କଂଗ୍ରେସ କମିଟି ସଭାପତି ତଥା ମୋହନା ବିଧାୟକ ଦାଶରଥି ଗମାଙ୍ଗଙ୍କ ନେତୃତ୍ବରେ ଏକ ବିଶାଳ ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ରୋଜଗାର ନିଶ୍ଚିତ (ମନରେଗା ) ଆଇନକୁ ଗରିବଙ୍କ ଠାରୁ ଛଡ଼ାଇ ନିଆଯାଇଛି। କେନ୍ଦ୍ର ସରକାରଙ୍କ ନୂତନ ଭିବି-ଜିଆରଏଏମ୍-ଜି ଯୋଜନା ଏହି ଆଇନରୁ ସମ୍ପୂର୍ଣ୍ଣ ଭାବେ ଢିଲା । ଏହି ନୂଆ ଆଇନ କୋଟି କୋଟି ଶ୍ରମିକଙ୍କ ପେଟରୁ ଦାନା ଛଡ଼ାଇ ନେଇଛି ବୋଲି କଂଗ୍ରେସ ଅଭିଯୋଗ କରିଛି। ଏନେଇ ଏକ ସ୍ମାରବ ସ୍ମାରକପତ୍ର ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କୁ ପ୍ରଦାନ କରାଯାଇଥିଲା। ବିକ୍ଷୋଭ ପ୍ରଦର୍ଶନ ବେଳେ ନଗର ସଭାପତି ବସନ୍ତ କୁମାର ପଣ୍ଡା, କଂଗ୍ରେସର ଏସ୍‌ସି ସେଲ୍ ସଭାପତି ପାପା ରାଓ, ଜନାର୍ଦ୍ଦନ ରାଓ, ଶ୍ରୀନିବାସ ରାଓ, ସୂର୍ଯ୍ୟ ନାରାୟଣ ପାତ୍ର, ଲମ୍ବୋଦର ଦଣ୍ଡସେନା, ପୁରୁଷୋତ୍ତମ ପାଣିଗ୍ରାହୀ, ଜାଖବ ରଇତ, ମର୍ମୁଧା ମଣ୍ଡଳ, ସଂଗ୍ରାମ ସାହୁ, ମାମାଲି କାର୍ଯା, ଈଶ୍ବରଚନ୍ଦ୍ର ମାଝୀ, ଜସ୍ମିନ ଶେଖ୍, ରଞ୍ଜିତା ପାଣିଗ୍ରାହୀ ପ୍ରମୁଖ ଶତାଧିକ ନେତା ଓ କର୍ମୀ ଉପସ୍ଥିତ ଥିଲେ ।
ଗଜପତି ପୋଲିସର ସଫଳତା….. 45 ଲକ୍ଷ ଟଙ୍କାର ସୁନା ଓ ରୂପା ଅଳଙ୍କାର ଉଦ୍ଧାର, 3 ଗିରଫ ପାରଳାଖେମୁଣ୍ଡି,7.02.(ତାରିଣୀ ପ୍ରସାଦ ପଣ୍ଡା):

ଗଜପତି ଜିଲ୍ଲା ପୋଲିସକୁ ମିଳିଛି ବଡ଼ ସଫଳତା। 45 ଲକ୍ଷ ଟଙ୍କାର ସୁନା ଓ ରୂପା ଅଳଙ୍କାର ଉଦ୍ଧାର ସହ ୩ଜଣିଆ ଚୋର ଗ୍ୟାଙ୍ଗକୁ ଧରିବାରେ ସକ୍ଷମ ହୋଇଛି ଗଜପତି ପୋଲିସ. ସେମାନଙ୍କ ନିକଟରୁ ୩ଶହ ଗ୍ରାମ ଚୋରି ସୁନା ଅଳଙ୍କାର ସହ 80 ଗ୍ରାମର ରୂପା ଅଳଙ୍କାରକୁ ମଧ୍ୟ ପୋଲିସ ଜବତ କରିଛି। ଗିରଫ ୩ଜଣ ହେଲେ ଗଜପତି ଜିଲ୍ଲା ସେରଙ୍ଗ ଥାନା‌ ଅନ୍ତର୍ଗତ ମାରିଗୁଡା ଗାଁର ମରାଠି ଗିରି ବାବୁ, ଅରୁଣ କୁମାର ପ୍ରଧାନ ଏବଂ ପରିଡା ଗାଁର ମୂରଲୀ ନାୟକ । ଚୋରି ହୋଇଥିବା ଦୁଇ ଲକ୍ଷ ଟଙ୍କା ଜବତ ହୋଇନଥିବା ବେଳେ ତାହାକୁ ଜବତ ପାଇଁ ଏବଂ ଏହି ଗ୍ୟାଙ୍ଗ ଅନ୍ୟ କୌଣସି ଚୋରି ଘଟଣାରେ ସମ୍ପୃକ୍ତ କି ନୁହେଁ ତାହା ଜାଣିବାକୁ ଆବଶ୍ୟକ ହେଲେ ଏମାନଙ୍କୁ ରିମାଣ୍ଡରେ ଆଣିବାକୁ କୋର୍ଟରେ ଆବେଦନ କରିବେ ବୋଲି ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗଜପତି ଏସପି ଯତୀନ୍ଦ୍ରନାଥ ପଣ୍ଡା ସୂଚନା ଦେଇଛନ୍ତି। ଘଟଣାରୁ ପ୍ରକାଶ, ଗତ ଜାନୁଆରୀ ୨୫ ତାରିଖ ଦିନ ମାରିଗୁଡା ଗାଁର ଆର.ଲକ୍ଷ୍ମୀ କଲ୍ୟାଣୀ ତାଙ୍କ ପରିବାର ସହ ଶ୍ରୀକାକୁଲମ ସୂର୍ଯ୍ୟମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲେ। ସେମାନେ ସେହିଦିନ ରାତିରେ ଘରକୁ ଫେରି ଦେଖିଲା ବେଳକୁ ଘରର ଆଲମାରୀ ଭାଙ୍ଗି ସେଥିରେ ଥିବା ୩ଶହ ଗ୍ରାମ ସୁନା ଅଳଙ୍କାର, 80 ଗ୍ରାମ ରୂପା ଅଳଙ୍କାର ଏବଂ ପ୍ରାୟ ୨ଲକ୍ଷ ଟଙ୍କା ଚୋରି ହୋଇଥିବା ସେରଙ୍ଗ ପୋଲିସ ଥାନାରେ ଅଭିଯୋଗ ହୋଇଥିଲା। ସେରଙ୍ଗ ଥାନା‌ ପୋଲିସ ଏନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ଆଜି ଚୋର ଧରାପଡ଼ିବା ସହ ସେମାନେ ଚୋରି କରିଥିବା ସୁନା ଓ ରୂପା ଅଳଙ୍କାରକୁ ନିକଟସ୍ଥ ଜଙ୍ଗଲରେ ମାଟି ତଳେ ପୋତି ରଖିଥିଲେ। ଯାହାକୁ ପୋଲିସ ଉଦ୍ଧାର କରି ଜବତ କରିଥିଲେ ବୋଲି ଗଜପତି ଏସପି ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *