ଏକାମ୍ର ସତ୍ୟସେବାଶ୍ରମର ବାବା ବୈକୁଣ୍ଠନାଥ ବ୍ରାହ୍ମଚାରୀଙ୍କ ପରମ ଶିଷ୍ୟ ବାବାଜୀ ବାଳକାନନ୍ଦ ଦାସଙ୍କ ସ୍ବର୍ଗଲୋକ ଗମନତା ୫/୪:-ଭୁବନେଶ୍ୱର* (ଦର୍ଶନ ସମୀକ୍ଷା)
ବାବା ବୈକୁଣ୍ଠନାଥ ବ୍ରହ୍ମଚାରୀଙ୍କ ପରମ ଶିଷ୍ୟ, ଭୁବନେଶ୍ୱର ୟୁନିଟ – ୯ ବୈକୁଣ୍ଠ ସରଣୀ ସ୍ଥିତ ଏକାମ୍ର ସତ୍ୟସେବାଶ୍ରମର ସନ୍ୟାସୀ ବାବାଜୀ ବାଳକାନନ୍ଦ ଦାସ, ୭୫ ବର୍ଷ ବୟସରେ ଗତ କାଲି (ତା ୪/୨/୨୬ ରିଖ) ରାତ୍ର ଘଟିକା ସମୟରେ ସ୍ୱର୍ଗଲୋକ ଗମନ କରିଛନ୍ତି। ଆଜି ପ୍ରାତଃ ସମୟରେ ତାଙ୍କ ପାର୍ଥିବ ଶରୀରକୁ ଏକାମ୍ର ସତ୍ୟସେବାଶ୍ରମ ପରିସରରେ ଦିବା ୧୦ ଘଟିକା ସମୟ ପର୍ଯ୍ୟନ୍ତ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ଦର୍ଶନ ପାଇଁ ରଖାଯାଇଥିଲା। ପରେ ତାଙ୍କୁ ଶହ ଶହ ଶ୍ରଦ୍ଧାଳଙ୍କ ଗହଣରେ,ହରିନାମ କୀର୍ତ୍ତନସହ ଶୋଭାଯାତ୍ରାରେ ନିଆଯାଇ ରସିକନଗର ଗ୍ରାମ ଏଵଂ ଜଳୋକା ଆନନ୍ଦଧାମ ପରିକ୍ରମା କରାଇ ସେହି ପାହାଡ଼ର ପାଦଦେଶରେ ଅନ୍ୟ ସନ୍ୟାସୀ ମାନଙ୍କ ସମାଧି ସ୍ଥଳ ନିକଟରେ ସମାଧି ପ୍ରଦାନ କରାଯାଇଥିଲା।କଟକ ଜିଲ୍ଲା ଟାଙ୍ଗି ଚୌଦ୍ୱାରର ରସିକନଗର ଗ୍ରାମରେ ଜନ୍ମଗ୍ରହଣ କରିଥିବା ବାଳକ ପରବର୍ତ୍ତୀ ଜୀବନରେ ଜଳୋକା ବାବା ବୈକୁଣ୍ଠନାଥ ବ୍ରହ୍ମଚାରୀଙ୍କ ଶିଷତ୍ୱ ଗ୍ରହଣକରି ପ୍ରାରମ୍ଭିକ ସନ୍ୟାସୀ ଜୀବନ ଜଳୋକା ଆନନ୍ଦ ଧାମରେ , ପରେପରେ କେନ୍ଦ୍ରାପଡା ଜିଲ୍ଲା ଗରାପୁର ଗ୍ରାମର ହନୁମାନଜୀଉ ମନ୍ଦିର ଆଶ୍ରମରେ କିଛିବର୍ଷ ଅତିବାହିତ କରିବାପରେ ଭୁବନେଶ୍ୱରସ୍ଥ ବାବା ବୈକୁଣ୍ଠ ନାଥ ବ୍ରହ୍ମଚାରୀଙ୍କ ପ୍ରତିଷ୍ଠିତ ଏକାମ୍ର ସତ୍ୟସେବାଶ୍ରମରେ ୧୯୮୬ ମସିହାରୁ ଦୀର୍ଘ ୪୦ ବର୍ଷଧରି ବାବା ବୈକୁଣ୍ଠନାଥ ଏଵଂ ପୀଠାଧିଶ ଶ୍ରୀ ଶ୍ରୀରାଧାମୋହନଜ଼ୀଉଙ୍କ ସେବାରେ ନିଜକୁ ନିୟୋଜିତ କରି ରଖିଥିଲେ। ସେ ଜଣେ ଶାନ୍ତ, ଶିଷ୍ଟ,ସରଳ, ଖୋଲା ହୃଦୟ,ମଧୁରଭାଷୀ,ସ୍ନେହୀ ଏଵଂ ଆଧ୍ୟାତ୍ମବାଦୀ ସନ୍ୟାସୀ ଥିଲେ।ତାଙ୍କର ବାଳକ ସୁଲଭ ବ୍ୟବହାରପାଇଁ ବାବା ବୈକୁଣ୍ଠନାଥ ତାଙ୍କୁ ବାଳକାନନ୍ଦ ନାମରେ ନାମିତ କରିଥିଲେ। ତାଙ୍କର ବହୁ କେଖା ଉତ୍କଳ ପ୍ରସଙ୍ଗ, ଜଳୋକା ବାଣୀ ଏଵଂ ଅନ୍ୟାନ୍ୟ ପତ୍ରିକାରେ ପ୍ରକାଶିତ ହୋଇଛି। ତାଙ୍କର ମଧ୍ୟ ବହୁ ଭଜନ,ଜଣାଣ ଓ ସ୍ତୃତି ପୁସ୍ତକା କାରରେ ପ୍ରକାଶିତ ହୋଇଛି।ତାଙ୍କ ଦିବ୍ୟଲୋକ ଗମନରେ ବହୁ ସାଧୁ ସନ୍ଥ ଯୋଗଦେଇଥିବାବେଳେ ଭକ୍ତ ଶ୍ରଦ୍ଧାଳୁ ମାନେ ତାଙ୍କର ବ୍ରହ୍ମଲୀନ ପାଇଁ ଶ୍ରୀ ଶ୍ରୀରାଧାମୋହଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ଖବରରୁ ପ୍ରକାଶ ଯେ ତାଙ୍କର ସମାଧି ପ୍ରତିଷ୍ଠା ଆସନ୍ତା ତା ୨୪/୨/୨୬ ରିଖ ମଙ୍ଗଳବାର (୨୧ ଦିନ) ରେ ଜଳୋକାରେ ଏଵଂ ଦିବ୍ୟଲୋକ ଗମନ ମହୋତ୍ସବ ତା ୬/୩/୨୬ ରିଖ ଶୁକ୍ରବାର ରେ ( ୩୧ ଦିନ) ଭୁବନେଶ୍ୱର, ୟୁନିଟ – ୯ ବୈକୁଣ୍ଠ ସରଣୀ ସ୍ଥିତ ଏକାମ୍ର ସତ୍ୟ ସେବାଶ୍ରମ ଠାରେ ଅନୁଷ୍ଠିତ ହେଵ।
ମନୋରଞ୍ଜନ ମହାନ୍ତି
ମୋ – ୯୪୩୭୨୮୭୯୨୨












Leave a Reply