ରାଜ୍ୟ ରାଜଧାନୀରେ ପ୍ରଥମ ଥର ପାଇଁ ଘୁମୁସର ଉତ୍ସବ
ଭୁବନେଶ୍ୱର : ଦର୍ଶନ ସମୀକ୍ଷା
ଚଳିତ ଫେବୃୟାରୀ ୧୦ ଓ ୧୧ ତାରିଖ ମଙ୍ଗଳବାର ଓ ବୁଧୁବାର ଦୁଇଦିନ ଧରି ଭୁନବେଶ୍ଵର ଭଞ୍ଜ ମଣ୍ଡପରେ ପ୍ରଥମ
ଥର ପାଇଁ ଘୁମୁସର ଉତ୍ସବ ଆୟୋଜିତ ହେଉଛି । ଘୁମୁସର ଅଧିବାସୀ ମାନଙ୍କୁ ନେଇ ଗଠିତ ହୋଇଥିବା ଘୁମୁସର
ଉନ୍ନୟନ ମଞ୍ଚ ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ଘୁମୁସର ଇତିହାସ, କଳା ଓ ସଂସ୍କୃତିର ପ୍ରଦର୍ଶନ ହେବ । କ୍ରମାଗତ
ଭାବରେ ଭଞ୍ଜ ବଂଶ ଘୁମୁସର ରାଜ୍ୟକୁ ସୁଦୀର୍ଘ ଏକହଜାର ବର୍ଷ ଧରି ରାଜତ୍ଵ କରିଥିଲେ । ଏହି ରାଜତ୍ଵ କାଳରେ
ସାହିତ୍ୟ, ସଙ୍ଗୀତ, ସ୍ଥାପତ୍ୟ, କାଷ୍ଠକଳା, ଚିତ୍ରକଳା, ଧର୍ମ ଇତ୍ୟାଦିର ଏକ ସମୃଦ୍ଧ ପରମ୍ପରା ସୃଷ୍ଟି କରିଥିଲେ ।
ରାଜକବି ଧନଞ୍ଜୟଭଞ୍ଜ, ତାଙ୍କ ପୌତ୍ର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସାହିତ୍ୟ ଓ ସଙ୍ଗୀତକୁ ଯେପରି ସମୃଦ୍ଧ କରିଥିଲେ
କୃଷ୍ଣଭଞ୍ଜ, ଶ୍ରୀକର ଭଞ୍ଜ, ଧନଞ୍ଜୟଭଞ୍ଜ ପ୍ରମୁଖ ରାଜାଗଣ ନିଜ ବିରତ୍ଵ ବଳରେ ଘୁମୁସରକୁ ସମୃଦ୍ଧ କରିଥିଲେ ।
ଇଂରେଜ ଶାସନ ବିରୁଦ୍ଧରେ ବୀର ଦୋଗ୍ ବିଷୋଇ, ଚକରା ବିଷୋଇ, ଦୀର୍ଘକାଳ ଧରି ସଶସ୍ତ୍ର ସଂଗ୍ରାମ ଜାରି
ରଖୁଥିଲେ।

ଇତି ମଧ୍ୟରେ ସଂଗ୍ରାମୀ ଚକରା ବିଷୋଇଙ୍କ ଜନ୍ମ ସ୍ଥାନକୁ କେନ୍ଦ୍ର ସରକାର ଐତିହ୍ୟ ଗ୍ରାମ ଭାବରେ
ଘୋଷଣା କରିଛନ୍ତି । ପ୍ରହ୍ଲାଦ ନାଟକ, ଦାସକାଠି, ପଶୁମୁଖା ନୃତ୍ୟ, ଦଣ୍ଡ, କଣ୍ଢେଇ ନୃତ୍ୟ, ଡେରାବେଶ, ବାଘନାଟ,
ପିତ୍ତଳ ମାଛ, କାଠ କାରିଗରୀ, ମୁଖା ନିର୍ମାଣ, ଚିତ୍ର ଶିଳ୍ପ ଇତ୍ୟାଦିରେ ଅତି ସମୃଦ୍ଧ ଘୁମୁସର । ଏ ସମସ୍ତର ଏକ
ପ୍ରଦର୍ଶନ କ୍ଷେତ୍ର ହେବ ଏହି ଦୁଇ ଦିନିଆ ଉତ୍ସବ। ଭଞ୍ଜ ମଣ୍ଡପର ମୁକ୍ତ ମଞ୍ଚରେ ଏ ଗୁଡିକ ପ୍ରଦର୍ଶିତ ହେବ
ଅପରାହ୍ନରେ । ପ୍ରତ୍ୟକ ଦିନ ପୂର୍ବାହ୍ନ ୧୧ଟା ବେଳେ ପ୍ରକ୍ଷାଳୟରେ ଆୟୋଜିତ ସଭାରେ ରାଜ୍ୟର ମନ୍ତ୍ରୀ, ବିଧାୟକ,
ବୁଦ୍ଧିଜୀବୀ ଯୋଗ ଦେବେ । ଏ ଅବସରରେ ଘୁମୁସର ଐତିହ୍ୟ ଓ ସାଂସ୍କୃତିକ ଆଧାରିତ ଏକ ଚିତ୍ର ପ୍ରଦର୍ଶନୀ
ଆୟୋଜିତ ହେବ । ପରଳ ମାଛର କାରିଗରି ଲୋକନୃତ୍ୟର ମୁଖା ନିର୍ମାଣ କୌଶଳ ମଧ୍ଯ ପ୍ରଦର୍ଶନ କରାଯିବ ।
ଗୋଟେ ସ୍ଵତନ୍ତ୍ର ଷ୍ଟଲରେ ଘୁମୁସରୀ ଖାଦ୍ୟର ପ୍ରଦର୍ଶନୀ ଓ ବିକ୍ରୀ ହେବ । ଘୁମୁସରର କେତେକ କଣ୍ଠଶିଳ୍ପୀ ପାରମ୍ପାରିକ
ଛାନ୍ଦ, ଚଉପଦୀ ପରିବେଷଣ କରିବେ । ଦ୍ଵିତୀୟ ଦିନ ସନ୍ଧ୍ୟାରେ ଓଡ଼ିଆ ଚଳଚିତ୍ର ଏବଂ ନାଟକ ଜଗତରେ ସୁନାମ
ଅର୍ଜନ କରିଥିବା ଘୁମୁସରର କଳାକାରଙ୍କୁ ସମ୍ବର୍ଦ୍ଧିତ କରାଯିବ । ଏ ଦୁଇ ଦିବସ ବ୍ୟାପୀ ଉତ୍ସବର ବିଶେଷ ଆକର୍ଷଣ
ହେଉଛି ପ୍ରଥମ ସନ୍ଧ୍ୟାରେ କବି ଉପେନ୍ଦ୍ର ଭଞ୍ଜଙ୍କ ଜୀବନୀ ଆଧାରିତ ନାଟକ “କବି ସମ୍ରାଟ” ଏବଂ ଦ୍ବିତୀୟ ସନ୍ଧ୍ୟାର
ନାଟକ “ ମୁଁ ଚକରା କହୁଛି” । ଘୁମୁସରର ସାଂସ୍କୃତିକ ଜାଗରଣ ପାଇଁ ଏବଂ ଘୁମୁସରର ସଂସ୍କୃତିକୁ ରାଜ୍ୟସ୍ତରରେ
ପ୍ରଦର୍ଶନ ପାଇଁ ସଂକଳ୍ପ କରିଥିବା ଗଞ୍ଜାମ ଉନ୍ନୟନ ମଞ୍ଚ, ଭୁବନେଶ୍ଵରର ଏ ଉଦ୍ୟମ ପାଇଁ ସମସ୍ତଙ୍କର ସହୋଯାଗ
କାମନା କରାଯାଉଛି ।

ଖୋର୍ଦ୍ଧା,୬/୨/ଶୁକ୍ରବାର ଜୟୀରାଜଗୁରୁ ଭବନ, ଟାଉନ ହଲ ଖୋର୍ଦ୍ଧା ଠାରେ ଜିଲ୍ଲା ସାଂସ୍କୃତିକ ପ୍ରକୋଷ୍ଠ ଖୋର୍ଦ୍ଧା ଓ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ମିଳିତ ଆନୁକୂଲ୍ୟରେ ଏକ ରାଜ୍ୟସ୍ତରୀୟ ସାଂସ୍କୃତିକ ଉତ୍ସବ ସହିତ କଳାକାର ସମାବେଶ ଜିଲ୍ଲା ବିଜେପି ସାଂସ୍କୃତିକ ପ୍ରକୋଷ୍ଠ ଖୋର୍ଦ୍ଧା ର ସଂଯୋଜକ ଡ଼. ପୂର୍ଣ୍ଣ ଚନ୍ଦ୍ର ବେହେରା ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି, ଏହି ଉତ୍ସବ ରେ ମୁଖ୍ୟଅତିଥି ଭାବେ କ୍ରି୍ଏଟିଭ ଡ୍ୟାନ୍ସ ସ୍କୁଲ ର ଗୁରୁ ଶ୍ରୀମତୀ ଉଷାରାଣୀ ପାଇକରାୟ, ଶ୍ରୀମତୀ ମହାପାତ୍ର ମୁଖ୍ୟ ବକ୍ତା, ଇତିଶ୍ରୀ ମଲ୍ଲିକ, କୁନି ସାହୁ, ଆରତି ବେହେରା ସାନମାନିତ ଅତିଥି ଭାବେ ଯୋଗଦାନ କରିଥିଲେ.ଅଲିଭା, ରୋଜି ଡେଜି, ଅର୍ଚନା ସରିଯିର୍ଥ ଶ୍ରେୟୀ ନୃତ୍ୟଶିଳ୍ପୀ ମାନେ ଆକର୍ଷଣୀୟ ନୃତ୍ୟ କଳା ପ୍ରଦର୍ଶନ କରିଥିଲେ., ଦ୍ୱିତୀୟ ଅଧିବେଶନ ରେ ଶ୍ରୀଯୁକ୍ତ ଚନ୍ଦ୍ରଶେଖର ମହାରଣା ପାଲା ଗାୟକ ଖୋର୍ଦ୍ଧା ବ୍ଲକ ସଂଯୋଜକ,, ଶ୍ରୀଯୁକ୍ତ ଅଶୋକ ପାତ୍ର, ଜଟଣୀ ବ୍ଲକ ସଂଯୋଜକ, ବେଗୁନିଆ ବ୍ଲକ ସଂଯୋଜକ ଶ୍ରୀଯୁକ୍ତ ମନୋଜ ମହାପାତ୍ର, ସୁଶାନ୍ତ ହରିଚନ୍ଦନ, ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ, ଅନୁଷ୍ଠାନ ର କଳାକାର ଓଁ ପ୍ରକାଶ ମହାଦେବ, ବୋଲଗଡ ବ୍ଲକ ସହ ସଂଯୋଜକ ଶଶିଭୂଷଣ ପ୍ରହରାଜ, ସରସ୍ବତୀ ପାଲାଗୀୟିକା,, ଗାୟତ୍ରୀ ପାଢ଼ୀ, ମାନସୀ ରାଣୀ ପୃଷ୍ଟି କଣ୍ଠଶିଳ୍ପୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ, ଖୋର୍ଦ୍ଧା ର ଡିଭାଇନ ଡ୍ୟାନ୍ସ ର କଳାକାର ମାନେ ଚିତାକର୍ଷକ ନୃତ୍ୟ ପରିବେଷଣ କରିଥିଲେ, ଡ୍ୟାନ୍ସ ସ୍କୁଲ ର ଗୁରୁ କଳ୍ପନା ମାଡାମ ଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା, ଉପସ୍ଥିତ ୩୦୦ ରୁ ଉର୍ଦ୍ଧ କଳାକାର ଙ୍କୁ ପ୍ରମାଣପତ୍ର ଦିଆଯାଇଥିଲା,ଶେଷରେ ରାଜ୍ୟର ବହୁ କଳାକାର ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା. ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ର ମନ୍ତ୍ରୀ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ସୁରଜ ଓ ଖୋର୍ଦ୍ଧା ବିଧାୟକ ମାନ୍ୟବର ପ୍ରଶାନ୍ତ କୁମାର ଜଗଦେବ ଅନୁପସ୍ଥିତ ହେତୁ ତାଙ୍କର ପ୍ରତିଛବି କୁ ତାଙ୍କ ବାସଭବନ ରେ ପ୍ରଦାନ କରିବାକୁ ଡ଼. ବେହେରା ଙ୍କୁ ଦାୟିତ୍ୱ ଦିଆଗଲା.












Leave a Reply