ଆଡମ୍ବର ସହ ଉଦ୍ଘାଟିତ ହେଲା ୧୦ମ ସତ୍ୟବାଦୀ ମହୋତ୍ସବ, ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମ ପୀଠ ସୁଆଣ୍ଡୋ , ପଣ୍ଡିତ ନୀଳକଣ୍ଠ ଦାସ , ଆଚାର୍ଯ୍ୟ ହରିହର ଦାସଙ୍କ ଜନ୍ମ ପୀଠ ଶ୍ରୀରାମଚନ୍ଦ୍ର ପୁର , ପଣ୍ଡିତ ଗୋଦାବରୀଶ ମିଶ୍ର ଙ୍କ ବାଣପୁର

Spread the love

ଆଡମ୍ବର ସହ ଉଦ୍ଘାଟିତ ହେଲା ୧୦ମ ସତ୍ୟବାଦୀ ମହୋତ୍ସବ।

ପୁରୀ : (ଦର୍ଶନ ସମୀକ୍ଷା)

ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମ ପୀଠ ସୁଆଣ୍ଡୋ , ପଣ୍ଡିତ ନୀଳକଣ୍ଠ ଦାସ , ଆଚାର୍ଯ୍ୟ ହରିହର ଦାସଙ୍କ ଜନ୍ମ ପୀଠ ଶ୍ରୀରାମଚନ୍ଦ୍ର ପୁର , ପଣ୍ଡିତ ଗୋଦାବରୀଶ ମିଶ୍ର ଙ୍କ ବାଣପୁର ଅନ୍ତର୍ଗତ ଶ୍ରୀନିବାସ ପୁର ଗ୍ରାମ ଓ ପଣ୍ଡିତ କ୍ରୁପାସିନ୍ଧୁ ମିଶ୍ରଙ୍କ ଜନ୍ମ ପୀଠ ବୀରପ୍ରତାପପୁରରୁ ଜ୍ଯୋତି ସଂଗ୍ରହ କରାଯାଇ ସାକ୍ଷୀଗୋପାଳ ବସଷ୍ଟାଣ୍ଡ ନିକଟରେ ମିଳିତ ହୋଇ ଥିଲେ । ସେଠାରୁ ସତ୍ଯବାଦୀ ମହୋତ୍ସବ କମିଟି ପକ୍ଷରୁ ଏକ ବିରାଟ ଶୋଭାଯାତ୍ରା କରାଯାଇ ପଞ୍ଚସଖା ମୁକ୍ତାକାଶ ରଙ୍ଗମଞ୍ଚ ମହୋତ୍ସବ ମଣ୍ଡପକୁ ଆସିଥିଲା । ଏହି ଶୋଭାଯାତ୍ରାରେ ଓଡିଶାର ପାରମ୍ପାରିକ ନୃତ୍ୟୁ, ସହ ସଂକୀର୍ତ୍ତନ, ଘୋଡାନାଚ, ପାଇକ ଆଖେଡା, ଶବର ଶବରୁଣି, ବୁଢ଼ା ବୁଢୀ,ମାଙ୍କଡ଼ ନାଚ, ବଗ ବଗୁଲି, ଷଣ୍ଢ, ଦୁର୍ଗାମେଡ, କଣ୍ଢେଇନାଚ, ବାଜା, ଯାହାକି ବସଷ୍ଟାଣ୍ଡ ଠାରୁ ବକୁଳବନ ପର୍ଯ୍ୟନ୍ତ ରାସ୍ତାର ଦୁଇ ପାଶ୍ୱର୍ରେ ହଜାର ହଜାର ଜନସାଧାରଣ ଜ୍ୟୋତିଯାତ୍ରାକୁ ସ୍ୱାଗତ କରିବା ସହ ଶୋଭାଯାତ୍ରା ଦେଖିବା ପାଇଁ ଭିଡ ଲାଗିଥିଲା । ସତ୍ଯବାଦୀ ମହୋତ୍ସବ କମିଟି ସଭାପତି ସତ୍ଯବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର ସାକ୍ଷୀଗୋପାଳ ମନ୍ଦିରରୁ ସାକ୍ଷୀ ଗୋପୀନାଥ ଠାକୁରଙ୍କୁ ପୂଜା ଅର୍ଚ୍ଚନା କରିବା ପରେ ମନ୍ଦିର ସେବାୟତ ତଥା ମନ୍ଦିର ସୁପରଭାଇଜର ବିଶ୍ବନାଥ ମହାପାତ୍ର ଆଜ୍ଞାମାଳ ଆଣି ମଣ୍ଡପରେ ସ୍ଥାପନ କରିବା ପରେ ସଂଗ୍ରହ କରାଯାଇ ଶୋଭାଯାତ୍ରା ରେ ଆସିଥିବା ଜ୍ୟୋତି ଗୁଡିକୁ ମଣ୍ଡପରେ ସ୍ଥାପନ କରାଯାଇଥିଲା। ପରେ ପରେ ଅତିଥି ମାନେ ୧୦ମ ସତ୍ୟବାଦୀ ମହୋତ୍ସବକୁ ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଅତିଥିଭାବେ ସତ୍ୟବାଦୀ ବିଧାୟକ ତଥା ମହୋତ୍ସବର କମିଟିର ସଭାପତି ଓମ ପ୍ରକାଶ ମିଶ୍ର ପୁରୀ ବିଧାୟକ ସୁନୀଲ କୁମାର ମହାନ୍ତି , ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ,କମିଟିର ସମ୍ପାଦକ ଦୀପକ ଶତପଥି, ସଂଯୋଜକ ଜାନକୀ ବଲ୍ଲଭ ବରାଳ, ସତ୍ୟବାଦୀ ତହସିଲଦାର ସନ୍ତୋଷ ପାଣିଗ୍ରାହୀ, ଅତିରିକ୍ତ ତହସିଲଦାର ଓମ ପ୍ରକାଶ ପରିଡା, ବିଡ଼ିଓ ଦେବାଶିଷ ନାୟକ, ଜିଲ୍ଲା ସଂସ୍କୃତି ଅଧିକାରୀ ସନ୍ତୋଷ କୁମାର ସେଠୀ, ତ୍ରିଲୋଚନ ରଥ ପ୍ରମୁଖ ଯୋଗ ଦେଇଥିଲେ। ସେହିପରି ସତ୍ଯବାଦୀ ସଙ୍ଗୀତ ମହାବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ ଶ୍ରୀରାଧା ନ୍ରୁତ୍ଯପରିବେଷଣ କରଯାଇଥିଲା।ସଂପାଦକ ଶ୍ରୀ ଶତପଥୀ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଆଇନଜୀବୀ ଅଞ୍ଜନ କୁମାର ହୋତା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ସାକ୍ଷୀଗୋପାଳ ସରସ୍ୱତୀ ଶିଶୁବିଦ୍ୟା ମନ୍ଦିର ଛାତ୍ରୀ ମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ । ବିଡିଓ ଦେବାଶିଷ ନାୟକ , ତହସିଲଦାର ସନ୍ତୋଷ କୁମାର ପାଣିଗ୍ରାହୀ, ଆଡିସନାଲ ଏସପି , ଏସଡିପିଓ ପିପିଲି, ନିମାପଡ଼ା ଓ ସତ୍ଯବାଦୀ ଆଇଆଇସି ସୈମ୍ୟରଞ୍ଜନ ମହାଲିକା ଆଇନଶୃଙ୍ଖଳା ରକ୍ଷା କରିବା ପାଇଁ ଦୁଇ ପ୍ଲାଟୁନ ପୋଲିସ ସହ ମୁତୟନ ହୋଇଛନ୍ତି । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା । ବିଳମ୍ବିତ ରାତି ପର୍ଯ୍ୟନ୍ତ ଶିତୁଆ ସଂଧ୍ୟା ରେ ସତ୍ୟବାଦୀ ସଙ୍ଗୀତ ମହାବିଦ୍ୟାଳୟ ୩୦ ଜଣ କଳାକାର ମାନଙ୍କ ଦ୍ଵାରା ପ୍ରସ୍ତୁତ ଶ୍ରୀରାଧା ନୃତ୍ୟ ନାଟିକା ଅନୁଷ୍ଠିତ ହୋଇଥିଲା।​ପାଇକ ଆଖଡ଼ା: ସ୍ୱୟମ ସ୍ୱାଇଁ, ୧୨ ଜଣ କଳାକାରମାନଙ୍କୁ ନେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
​ଦେବସ୍ମିତା ହୋତା ​ମେଲୋଡି ମ୍ୟୁଜିକ: ଏସ୍. ଜିତୁ ଏବଂ ସୌଜନ୍ୟା ରଥ ଏବଂ ଟିମ୍ ଓଲିଉଡ ସଂଗୀତରେ ଦର୍ଶକମାନେ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ଝୁମିଥିଲେ । ବକୁଳ ବନ ଠାରୁ ସାକ୍ଷୀଗୋପାଳ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ରଙ୍ଗ ବେରଙ୍ଗର ଆଲୋକ ମାଳାରେ ଝଲସି ଥିଲା ସାକ୍ଷୀଗୋପାଳ। ଏପରିକି ସାକ୍ଷୀଗୋପାଳ ମନ୍ଦିର ଆଲୋକ ମାଳାରେ ଝଲସି ଉଠିଥିଲା। ଏଠାକୁ ଆସୁଥିବା ପର୍ଯ୍ୟଟକମାନେ ମନ୍ଦିର ସଜାସଜି ଓ ମନ୍ଦିର ସିଂହଦ୍ୱାର ସମ୍ମୁଖ ଆଲୋକ ଦେଖି ଖୁସି ହୋଇ ଯାଇଥିବାର ଦେଖାଯାଇଥିଲା। କାର୍ଯ୍ୟକ୍ରମ କୁ ଆଇନଜୀବୀ ଅଞ୍ଜନ କୁମାର ହୋତା ସଂଯୋଜନା କରିଥିଲେ।

Leave a Reply

Your email address will not be published. Required fields are marked *