ଭୁବନେଶ୍ୱର // ଉପଭୋକ୍ତା ମାନଙ୍କ ସଚେତନତା ପାଇଁ “ଭାରତ ଯାତ୍ରା” ନୂଆଦିଲ୍ଲୀ ଠାରୁ ଗତ ୨୪ ଡିସେମ୍ବର ୨୦୨୫ରୁ ବିଭିନ୍ନ ରାଜ୍ୟର ପ୍ରାୟ ୧୦ହଜାର କିଲୋମିଟର ପଥ ଅତିକ୍ରମ କରି ଚଳିତ ଫେବୃଆରୀ ୫ରେ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ଆଇନ ମହାବିଦ୍ୟାଳୟଠାରେ ପୂର୍ବାହ୍ନ ୧୦ଟା ସମୟରେ ପହଞ୍ଚିଥିଲା

Spread the love

ଉପଭୋକ୍ତା ସଚେତନତା ଭାରତ ଯାତ୍ରା ରଥ ପରିକ୍ରମା
ଭୁବନେଶ୍ୱର,୦୫|୦୨ (ଦର୍ଶନ ସମୀକ୍ଷା)
ଉପଭୋକ୍ତା ମାନଙ୍କ ସଚେତନତା ପାଇଁ “ଭାରତ ଯାତ୍ରା” ନୂଆଦିଲ୍ଲୀ ଠାରୁ ଗତ ୨୪ ଡିସେମ୍ବର ୨୦୨୫ରୁ ବିଭିନ୍ନ ରାଜ୍ୟର ପ୍ରାୟ ୧୦ହଜାର କିଲୋମିଟର ପଥ ଅତିକ୍ରମ କରି ଚଳିତ ଫେବୃଆରୀ ୫ରେ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ଆଇନ ମହାବିଦ୍ୟାଳୟଠାରେ ପୂର୍ବାହ୍ନ ୧୦ଟା ସମୟରେ ପହଞ୍ଚିଥିଲା।

ପରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଅଧ୍ୟାପକ ଓ ସ୍ବେଛାସେବୀ ଉପଭୋକ୍ତା ସଂଗଠନର ପ୍ରତିନିଧିମାନେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଏହି ଅବସରରେ ସଚେତନତା ରାଲି ଓ ସଭା ଅନୁଷ୍ଠିତ ହୋଇଥିଲା। ଜାତୀୟ ସ୍ତରରୁ କଞ୍ଜୁମର କନଫେଡେରେସନ ଅଫ ଇଣ୍ଡିଆର ପ୍ରତିଷ୍ଠାତା ଅଧ୍ୟକ୍ଷ ତଥା ଭାରତୀୟ ମାନକ ବ୍ୟୁରୋର କାର୍ଯ୍ୟକାରିଣୀ ସଦସ୍ୟ ଡ଼ଃ.ଅନନ୍ତ ଶର୍ମା, ମୁଖ୍ୟଅତିଥି, ସି.ସି.ଆଇ ର କାର୍ଯ୍ୟକାରୀ ସଭାପତି ସେଲଭେରାଜ, ମୁଖ୍ୟବକ୍ତା ଉପଭୋକ୍ତା ସୁରକ୍ଷା ଅଭିଯାନ ଓଡିଶାର ସମ୍ପାଦକ ଗୋବିନ୍ଦ ଓଝାଙ୍କ ସଭାପତିତ୍ୱରେ ଭାରତୀୟ ମାନକ ବ୍ୟୁରୋ ଭୁବନେଶ୍ୱର ର ସଭ୍ୟ ସ୍ବପ୍ନଲିନି, ଅଜୟ କୁମାର, ସି.ସି.ଆଇ ର ନିର୍ଦ୍ଦେଶକ କୈଳାସ ଖେମୱାଟ, ସି.ସି.ଆଇ ର ଜାତୀୟ ଯୁଗ୍ମ ସମ୍ପାଦିକା ବିଜୟଲଷ୍ମୀ ମହାପାତ୍ର, ବରିଷ୍ଠ ଉପଭୋକ୍ତା କର୍ମୀ ଆର୍ତ୍ତତ୍ରାଣ ପତି, ରବି ମହାନ୍ତି, ଆଇନ ମହାବିଦ୍ୟାଳୟର ଅଧ୍ୟକ୍ଷ ଚନ୍ଦ୍ରମଣି ଜେନା, ସ୍ଥାନୀୟ ଭି.ସି.ଓ “ରୁପା”ର ସମ୍ପାଦକ ଶ୍ରୀନିବାସ ସାହୁ, ରାଜ୍ୟ ମିଡ଼ିଆ ମ୍ୟାନେଜର ତାରାପଦ ମହାନ୍ତି ପ୍ରମୁଖ ଖାଉଟିର ଅଧିକାର ଓ କର୍ତ୍ତବ୍ୟ ଉପରେ ବିସ୍ତୃତ ଆଲୋଚନା କରିଥିଲେ।

କ୍ୟାପିଟାଲ ଆଇନ ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ, ବିଭାଗୀୟ ମୁଖ୍ୟ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ମହାବିଦ୍ୟାଳୟର ଛାତ୍ର ସୋମନାଥ ଗୋଛାୟତ ଶେଷେରେ ଧନ୍ୟବାଦ ଦେଇଥିଲେ। ଉକ୍ତ ଅଭଯାତ୍ରୀ ଦଳରେ ଭାରତୀୟ ମାନକ ବ୍ୟୁରୋ ପକ୍ଷରୁ ସଞ୍ଜୟ ଖଣ୍ଡେଲୱାଲ, ରେଖା ଖଣ୍ଡେଲୱାଲ, ଜେ. ଡାନିୟଲ, ଅଜୟ ସାକ୍ସେନା, ଶଙ୍କର ସିଂ ପ୍ରମୁଖ ସାରା ଦେଶ ପରିକ୍ରମା କରି ଖାଉଟି ସଚେତନତା ଲକ୍ଷରେ ସାମିଲ ହୋଇଥିବା ପ୍ରକାଶ କରିଛନ୍ତି। ପରେ ଉପଭୋକ୍ତା ସଚେତନତା ଭାରତ ଯାତ୍ରା ରଥ ଭଦ୍ରକ ଅଭିମୁଖେ ଯାତ୍ରା କରିଥିଲା। ପୂର୍ବରୁ ଏହି ରଥ ଢେ଼ଙ୍କାନାଳ ଜିଲ୍ଲା ରେ ପରିକ୍ରମା ମଧ୍ୟ ପରିକ୍ରମା କରିଥିବା ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *