ଜିଲା ଦାବି ନେଇ ଆଠଗଡ ବନ୍ଦ କୁ ଅଭୁତ ପୁର୍ବ ସଫଳତା, ୧୨ ଘଣ୍ଟା ଆଠଗଡ ଠପ୍
ବନ୍ଦ କୁ ସମର୍ଥନ ଦେଲେ କଂଗ୍ରେସ ନେତା ବିଭୁତି ଭୁଷଣ ଏବଂ ଭାଜପା ନେତା ଅଭୟ କୁମାର
ଆଠଗଡ,ତା୪ ।୨ (ଦର୍ଶନ ସମୀକ୍ଷା) – ଆଠଗଡ ଉପଖଣ୍ଡକୁ ଜିଲ୍ଲା ଦାବି ନେଇ ଆଠଗଡ ଜିଲା କ୍ରୀୟା ଅନୁଷ୍ଠାନ କମିଟି ପକ୍ଷରୁ ଦିଆଯାଇ ଥିବା ଆଠଗଡ ବନ୍ଦ ଡାକରାକୁ ଆଜି ଅବୁତ ପୁର୍ବ ସଫଳତା ମିଲିବାର ଦେଖିବାକୁ ମିଳିଛି । ଏବଂ ଏହି ୧୨ ଘଣ୍ଟିଆ ବନ୍ଦ ଆଠଗଡ ପୁରା ଠପ୍ ହେଇଯାଇଛି । ବନ୍ଦକୁ ସମର୍ଥନ କରି ସହର ର ସମସ୍ତ ଦୋକାନ ବଜାର ସମେତ ବ୍ୟବସାୟୀକ ପ୍ରତିଷ୍ଠାନ ମାନ ବନ୍ଦ ରହିଥିଲା ।

ଏହାସହିତ ସମସ୍ତ ସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ ମାନ ମଧ୍ୟ ଏକ ପ୍ରକାର ବବ୍ଦ ଥିବାର ଦେଖିବାକୁ ମିଳିଥିଲା । ବନ୍ଦରୁ କେବଳ ଜରୁରୀ କାଳୀନ ସେବାକୁ ଏହି ବନ୍ଦରୁ ଅବ୍ୟାହତ ଦିଆଯାଇଥିଲା । ଏହି ବନ୍ଦ କୁ ସମର୍ଥନ କରି କୌଣଷି ବ୍ୟକ୍ତି ବିଶେଷ ସରକାରୀ କାର୍ଯ୍ୟରେ ସରକାରୀ ଦପ୍ତରକୁ ଆସିନଥିଲେ । ସେହିଭଳି ବିଦ୍ୟାଳୟ ମାନକୁ ଛାତ୍ରାଛାତ୍ରୀ ମାନେ ମଧ୍ୟ ଆସି ନଥିଲେ । ଏହାସହିତ ସମସ୍ତ ଗାଡି ଚାଳାଚଳ ମଧ୍ୟ ସଂପୁର୍ଣ୍ଣ ଭାବରେ ବନ୍ଦ ରହିଥିଲା । କ୍ରୀୟା ଅନୁଷ୍ଠାନ କମିଟି ସଭାପତି ବରିଷ୍ଠ ଅଧିବକ୍ତା ଫଣି ଭୂଷଣ ରଥ, ଗଡଜାତ ପରିକ୍ରମାର ସଭାପତି ତଥା କମିଟି ଉପଦେଷ୍ଟା ବରିଷ୍ଠ ଅଧିବକ୍ତା ପ୍ରାଣକୃଷ୍ଣ ଦାଶ ଏବଂ କମିଟି ଆବାହକ ବରିଷ୍ଟ ସାମ୍ବାଦିକ ଲାଲଟେନ୍ଦୁ ସେନାପତିଙ୍କ ନେତୃତ୍ୱରେ ବହୁ ବରିଷ୍ଟ ନାଗରିକ, ବୁଦ୍ଧିଜୀବି ଏବଂ ଅବସର ପ୍ରାପ୍ତ ସେନା, ବ୍ୟବସାୟୀ ମାନେ ଚାନ୍ଦବାଲି ଛକ ନିକଟରେ ୬୫ ନଂ ଜାତୀୟ ରାଜପଥକୁ ଅବରୋଧ କରି ବସି ରହିଥିଲେ ।

ଏହି ବନ୍ଦକୁ ସମର୍ଥନ ଜଣାଇ ବରିଷ୍ଠ କଂଗ୍ରେସ ନେତା ବିଭୁତି ଭୁଷଣ ମିଶ୍ର ଘଟଣା ସ୍ଥଳରେ ପହଁଚି ବନ୍ଦକୁ ନୈତିକ ସମର୍ଥନ ଦେଇ ଆଠଗଡ ଜିଲ୍ଲା ହେବାର ଆବଶ୍ୟକତା ପାଇଁ ତଥ୍ୟ ରଖିଥିଲେ । ସେହିଭଳି ଭାଜପା ନେତା ଅଭୟ କୁମାର ବାରିକ ବନ୍ଦ କୁ ସମର୍ଥନ ଦେବା ଏକ ପ୍ରେସ ବାର୍ତ୍ତା ଦେଇଥିବା ବେଳେ ସାଂସଦ ପ୍ରତିନିଧି ସରୋଜ ଦାସଙ୍କୁ ବନ୍ଦ ସ୍ଥଳିରେ ଯୋଗ ଦେଇଥିଲେ । ଏଠାରେ ପ୍ରକାଶ ଯୋଗ୍ୟ ଆଠଗଡ ଜିଲା ପାଇଁ ବିଗତ ୧୦୦ ଦିନର ୁ ଉର୍ଦ୍ଧ କ୍ରୀୟା ଅନୁଷ୍ଠାନ କମିଟି ଏବଂ ଗଡଜାତ ପରିକ୍ରମା ପକ୍ଷରୁ ମହୋତ୍ସବ ପଡିଆ ସମ୍ମୁଖରେ ପ୍ରତିକ ଧାରଣା ଜାରି ରହିଥିଲା । ଆଠଗଡ କଟକ ଜିଲାର ଏକ ବୃହତ ଉପଖଣ୍ଡ ହେବାସହିତ ଏଠାରେ ୪ ଗୋଟି ବ୍ଳକ, ତହସିଲ ରହିଛି । ଜିଲ୍ଲାର ଆବଶ୍ୟକତା ନେଇ କମିିଟି ପକ୍ଷରୁ ୯ ଥର ଦାବି ପତ୍ର ଉପଜି୍ଲାପାଳଙ୍କ ଜିରିଆରେ ସରକାରଙ୍କୁ ଅବଗତ କରାଗଲେ ମଧ୍ୟ କୌଣଷି ସୁଫଳ ମିଲୁ ନଥିବାରୁ କମିଟି ପକ୍ଷରୁ ଏହି ବନ୍ଦର ଡାକରା ଦିଆଯାଇଥିଲା । ବନ୍ଦକୁ ଆଠଗଡ ବୁଦ୍ଧିଜୀବି ସଂଘ, ଅବସର ପ୍ରାପ୍ତ ସୈନିକ ସଂଘ, ଆଠଗଡ ସାହିତ୍ୟ ସମାଜ ସମେତ ବହୁ ଅନୁଷ୍ଠାନ ପକ୍ଷରୁ ସହଯୋଗ ଦେଇଛନ୍ତି । ଖବରପାଇ ଉପଜିଲ୍ଲାପାଳ ପ୍ରହଲ୍ଲାଦ ନାରାୟଣ ଶର୍ମା ବନ୍ଦ ସ୍ଥଳକୁ ଯାଇ ସେଠାରେ ଆନେ୍ଦାଳନକାରୀଙ୍କ ସହିତ ଆଲୋଚନା କରିଥିଲେ । ଏବଂ ବନ୍ଦ ପ୍ରଭାବରେ ଜିଭଳି ସାଧାରଣ ଜନତାଙ୍କ କୌଣଷି ଅସୁବିଧା ନହୁଏ ତା ଉପରେ କଡା ନଜର ପ୍ରଶାସନ ରଖିଛି ବୋଲି ପ୍ରକାଶ କରିଥିଲେ । ଏହାସହିତ ବନ୍ଦକୁ ନଜରରେ ରଖି ସହାକରୀ ଜିଲ୍ଲାପାଳ ମାନସ ରଞ୍ଜନ ବେହେରା ଉପଖଣ୍ଡ ଆରିକ୍ଷୀ ଅଧିକ୍ଷକ ଏବଂ ଆଠଗଡ ଥାନା ଅଧିକାରୀ ସୁମତି ମହାନ୍ତିଙ୍କ ନେତୃତ୍ୱରେ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନେ୍ଦାବସ୍ତ କରାଯାଇ ଥିବାର ଦେଖିବାକୁ ମିଳିଥିଲା । କୋଣଷି ଅପ୍ରତିକର ପରିସ୍ଥିତ ସୃଷ୍ଟି ହୋଇ ନଥିଲା ଏବଂ ବନ୍ଦ ଶାନ୍ତି ପୁର୍ଣ୍ଣ ଭାବେ ଶେଷ ହୋଇଥିଲା ।












Leave a Reply