ଗଜପତିରେ ବିଜେପି ନେତାଙ୍କ ଘର ଉପରେ ସଙ୍ଘବଦ୍ଧ ଆକ୍ରମଣର ଫଲୋଅପ…… 8 ଗିରଫ….ଶାନ୍ତି ପାଇଁ 4 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ଓ ବିଜେପି ସରକାର ବିରୁଦ୍ଧରେ ଗଜପତିରେ ବିଜେଡିର ବିକ୍ଷୋଭ ଓ ପ୍ରତିବାଦ ସଭା

Spread the love

ଗଜପତିରେ ବିଜେପି ନେତାଙ୍କ ଘର ଉପରେ ସଙ୍ଘବଦ୍ଧ ଆକ୍ରମଣର ଫଲୋଅପ…… 8 ଗିରଫ….ଶାନ୍ତି ପାଇଁ 4 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ
ପାରଳାଖେମୁଣ୍ଡି,, 4/2(ତାରିଣୀ ପ୍ରସାଦ ପଣ୍ଡା ): ଦର୍ଶନ ସମୀକ୍ଷା

ଗଜପତି ଜିଲ୍ଲା ବିଜେପି ନେତାଙ୍କ ବାସଭବନକୁ ସଂଘବଧ ଭାବେ ଆକ୍ରମଣ ଘଟଣାରେ 8 ଜଣଙ୍କୁ ପୋଲିସ ଗିରଫ କରି କୋୖର୍ଟକୁ ଚାଲାଣ କରିଥିବା ସୂଚନା ମିଳିଛି. ବର୍ତ୍ତମାନ ସେଠାରେ ଶାନ୍ତି ଶୃଙ୍ଖଳା ପ୍ରତିଷ୍ଠା ପାଇଁ 4 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିଛନ୍ତି. ଘଟଣାରୁ ପ୍ରକାଶ, ଗତ 2 ତାରିଖ ରାତ୍ରରେ ଗଜପତି ଜିଲ୍ଲାର ମୋହନା ଥାନା ଅନ୍ତର୍ଗତ ଚାନ୍ଦିପୁଟ ଗ୍ରାମରେ ବିଜେପି ନେତା ଶିବରାମ ସୁଆରଙ୍କ ବାସ ଭବନ ଉପରେ ସଂଘବଦ୍ଧ ଆକ୍ରମଣ ଘଟିଥିଲା. ଏହି ଘଟଣା ପରେ ଗତକାଲି ସକାଳ ଠାରୁ ଗଜପତି ଏସପି ଯତୀନ୍ଦ୍ର ନାଥ ପଣ୍ଡାଙ୍କ ନେତୃତ୍ୱରେ 4 ପ୍ଲାଟୁନ ଫୋର୍ସ ଘଟଣା ସ୍ଥଳରେ ମୁତୟନ ରହି ସଂଘଠିତ ଉତ୍ତେଜନାକୁ ପ୍ରସମିତ କରିଥିଲେ. ଏହି ଆକ୍ରମଣ ଘଟଣାରେ 15 ଜଣଙ୍କୁ ଅଟକ ରଖି ତଦନ୍ତ କରିବା ପରେ ଆଜି ସଂଘବଦ୍ଧ ଆକ୍ରମଣ ଘଟଣାର ପ୍ରକୃତ ଦୋଷୀ ଥିବା 8 ଜଣଙ୍କୁ ପୋଲିସ ଗିରଫ କରି କୋୖର୍ଟକୁ ଚାଲାଣ କରାଯାଇଥିବା ସୂଚନା ମିଳିଛି. ଚାନ୍ଦିପୁଟ ଠାରେ ଶାନ୍ତି ଶୃଙ୍ଖଳା ପ୍ରତିଷ୍ଠା ପାଇଁ ଆଜି ମଧ୍ୟ 4 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିଛନ୍ତି.

ବିଜେପି ସରକାରଙ୍କ ଚାଷୀ ମାରଣା ନୀତି, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଓ ପ୍ରତିଶୃତି ଖିଲାପକାରୀ ବିଜେପି ସରକାର ବିରୁଦ୍ଧରେ ଗଜପତିରେ ବିଜେଡିର ବିକ୍ଷୋଭ ଓ ପ୍ରତିବାଦ ସଭା ପାରଳାଖେମୁଣ୍ଡି, 4/2(ତାରିଣୀ ପ୍ରସାଦ ପଣ୍ଡା):

ବିଜେପି ସରକାରଙ୍କ ଚାଷୀ ମାରଣା ନୀତି, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ଓ ପ୍ରତିଶୃତି ଖିଲାପକାରୀ ବିଜେପି ସରକାରଙ୍କ ବିରୋଧରେ ଆଜି ଗଜପତି ଜିଲ୍ଲା ବିଜୁ ଜନତା ଦଳ ତରଫରୁ ପ୍ରତିବାଦ କରାଯାଇ ଜିଲ୍ଲାପାଳଙ୍କ କାର୍ଯାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦଶନ କରାଯାଇଛି. ପାରଳା ବିଧାୟକ ରୂପେଶ ପାଣିଗ୍ରାହୀ, ଗଜପତି ଜିଲ୍ଲା ବିଜେଡି ସଭାପତି ପ୍ରଦୀପ କୁମାର ନାୟକଙ୍କ ନେତୃତ୍ୱରେ ସ୍ଥାନୀୟ ପୌର ପରିଷଦ କାର୍ଯାଳୟ ସମ୍ମୁଖରୁ ବିଜେଡି କର୍ମୀଙ୍କ ବିଶାଳ ଶୋଭାଯାତ୍ରା ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦଶନ କରିବା ସହ ବିଜେପି ସରକାରଙ୍କୁ ସମାଲୋଚନା କରି ପ୍ରତିବାଦ ସଭା କରାଯାଇଥିଲା. ଆଜିର ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲା ପରିଷଦ ଅଧକ୍ଷ ଜି. ତିରୁପତି ରାଓ, ବରିଷ୍ଠ ବିଜେଡି ନେତା ଵାଲରାଜୁ ପ୍ରମୁଖଙ୍କ ସହ ବହୁ ନେତା ଓ କର୍ମୀ ଯୋଗ ଦେଇଥିଲେ.

ବିଶ୍ୱ କର୍କଟ ଦିବସରେ ଧର୍ମାନୁଷ୍ଠାନରେ ତମ୍ବାକୁ ଓ ଗୁଟୁଖା ନିଷେଧକୁ ନେଇ ସଂକଳ୍ପ କଲେ ସ୍ବେଚ୍ଛାସେବୀ
ପାରଳାଖେମୁଣ୍ଡି, 4/2(ତାରିଣୀ ପ୍ରସାଦ ପଣ୍ଡା):

ବିଶ୍ୱ କର୍କଟ ଦିବସ ପରିପ୍ରେକ୍ଷୀରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡିସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଜିଲ୍ଲା ନ୍ୟାୟାଳୟର ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ତଥା ପ୍ରଗତି ମହିଳା ସଙ୍ଗଠନର ସଭାପତି ଲୋକନାଥ ମିଶ୍ର ଓ ସମ୍ପାଦିକା ତନୁଜା ଶତପଥୀ ଓ ଅନ୍ୟ ସ୍ବେଚ୍ଛାସେବୀ ସଙ୍ଗଠନର ମିଳିତ ସହଯୋଗରେ କର୍କଟ ରୋଗ ନିରାକରଣକୁ ନେଇ ଆଜି ଏକ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ଜଗନ୍ନାଥ ସେବା ଦଳର ବରିଷ୍ଠ ସମାଜସେବୀ ଦୁର୍ଗାମାଧବ ପାଣିଗ୍ରାହୀଙ୍କ ଅନୁରୋଧରେ ଉପସ୍ଥିତ ସ୍ବେଚ୍ଛାସେବୀ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ନିଶା ହଟାଇବା ନେଇ ସଂକଳ୍ପ କରିଥିଲେ ତଥା ମନ୍ଦିର ଓ ଅନ୍ୟ ଧର୍ମାନୁଷ୍ଠାନ ପରିସରରେ ତମ୍ବାକୁ, ଗୁଟକା ନିଷେଧକୁ କଡ଼ାକଡ଼ି ପାଳନ କରି ଧର୍ମାନୁଷ୍ଠାନକୁ ପରିଷ୍କାର ରଖିବା ନିମନ୍ତେ ଆହ୍ୱାନ ଦେଇଥିଲେ। ପରେ ଏକ ଶୋଭାଯାତ୍ରା ବାହାରି ସମସ୍ତ ନଗରବାସୀଙ୍କୁ ନିଶାସେବନରୁ ନିବୃତ୍ତ ରହି କର୍କଟ ରୋଗରୁ ନିଜକୁ ସୁରକ୍ଷିତ ରଖିବା ନିମନ୍ତେ ବାର୍ତ୍ତା ଦିଆଯାଇଥିଲା। ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସରକାରୀ ଓକିଲ ସୌମ୍ୟ ସୌରଭ ପଟ୍ଟନାୟକ, ସମାଜସେବୀ ଗିରିଶ ପାଲୋ, କୈଳାଶ ବିଶ୍ୱାଳ ତଥା ନିୟତି ଅନୁଷ୍ଠାନ, ବଜରଙ୍ଗ ଦଳ, ବିଶ୍ୱହିନ୍ଦୁ ପରିଷଦର ଅନେକ ସଦସ୍ୟ ଯୋଗଦେଇ ନିଶା ହଠାଅ, ଦେଶ ବଞ୍ଚାଅ ଉପରେ ଜୋର ଦେଇ ସମସ୍ତଙ୍କୁ ସଚେତନତାର ବାର୍ତ୍ତା ଦେଇଥିଲେ।

Leave a Reply

Your email address will not be published. Required fields are marked *