ସାମାଜିକ କଟକଣା ପାଇଁ ମୃତଦେହ ଛୁଇଁଲେନି ସାହି ବାସିନ୍ଦା, ସରପଞ୍ଚ ଙ୍କ ସହାୟତା ରେ ଜେସିବି ମେସିନ ସାହାଯ୍ୟ ରେ ସମ୍ପର୍ନ ହେଲା ମୃତକ ଙ୍କ ଶେଷକୃତ୍ୟ।
ପାଲଲହଡା (ଦର୍ଶନ ସମୀକ୍ଷା )
ସାମାଜିକ କଟକଣା ପାଇଁ ମୃତ ଦେହ କୁ ଛୁଇଁଲେନି ସାହି ବାସିନ୍ଦା, ପରେ ସ୍ଥାନୀୟ ସରପଞ୍ଚ ଙ୍କ ସହାୟତା ରେ ଜେସିବି ମେସିନ ସାହାଯ୍ୟ ରେ ଶେଷ କୃତ୍ୟ କରାଯାଇଥିବା ଘଟଣା ସମଗ୍ର ଅଞ୍ଚଳ ରେ ଚର୍ଚ୍ଚା ର ବିଷୟ ପାଲଟିଛି। ପାଲଲହଡା ବ୍ଲକ ପେଚାମୁଣ୍ଡି ପଞ୍ଚାୟତ ର ଶିମିଳିପାଳ ଗ୍ରାମ ର ଖଗେଶ୍ୱର ଗୁରୁ ଦୀର୍ଘ ଦିନ ରୁ ରୋଗରେ ଶଯ୍ୟାଶାୟୀ ହୋଇ ମଙ୍ଗଳବାର ମୃତ୍ୟୁ ବରଣ କରିଥିବାବେଳେ ସାମାଜିକ କଟକଣା ପାଇଁ ତାଙ୍କ ମୃତଦେହ କୁ ସାହି ବାସିନ୍ଦା ଛୁଇଁ ନଥିଲେ। ଘର ଲୋକ କହିଲେ ପୁଅ ସୁବ୍ରତ ଗୁରୁ ଯିଏ କି ଏବେ ଦୂରାସାଧ୍ୟ ରୋଗ ର ଶଯ୍ୟାଶାୟୀ ଏବଂ ଗୋଟିଏ 20 ବର୍ଷୀୟା ଝିଅ ସନ୍ଧ୍ୟା ରାଣୀ ଗୁରୁ। ସାହାଯ୍ୟ କରିବାକୁ କେହି ନାହିଁ, ବାପା ଙ୍କ ମୃତ ଦେହ କୁ ସତ୍କାର କରିବାପାଇଁ ସାହି ବାସିନ୍ଦା ନବାହାରିବାରୁ, ସ୍ଥାନୀୟ ସରପଞ୍ଚ ରମେଶ ଚନ୍ଦ୍ର ପ୍ରଧାନ କେନ୍ଦୁଝର ସୀମାବର୍ତ୍ତୀ ବିଞ୍ଜବହାଲ ଗ୍ରାମ ରୁ କିଛି ସମାଜସେବୀ ଯୁବକ ଙ୍କୁ ଡକାଇ ଏକ ଜେସିବି ମେସିନ ସାହାଯ୍ୟ ରେ ମୃତ ଦେହକୁ ସତ୍କାର କରିଥିଲେ। ଶେଷକୃତ୍ୟ ପାଇଁ ହରିଶ୍ଚନ୍ଦ୍ର ଯୋଜନା ରେ 3000 ଟଙ୍କା ପରିବାର ଲୋକ ଙ୍କୁ ପ୍ରଦାନ କରିଥିଲେ। ଖବର ପାଇ ବ୍ଲକ ଅଧକ୍ଷା ରୀନାରାଣୀ ନାଏକ ପହଞ୍ଚି ପୀଡିତ ପରିବାର ସହିତ ଆଲୋଚନା କରିବା ସହ ସମସ୍ତ ପ୍ରକାର ସରକାରୀ ସହଯୋଗ ଯୋଗାଇ ଦିଆଯିବବୋଲି କହିଛନ୍ତି।ଅନ୍ୟପଟେ ସରପଞ୍ଚ ଙ୍କ ଏଭଳି କାର୍ଯ୍ୟ ପାଇଁ ଚାରିଆଡୁ ପ୍ରଶଂସା ର ସୁଅ ଛୁଟୁଛି।












Leave a Reply