Spread the love

କୁଡୁମୁଲୁଗୁମ୍ମା ଯୁକ୍ତ ତିନି ଛାତ୍ର ପାଇଲେ ଏନ୍‌ଏସ୍‌ଏସ୍‌ ସମ୍ମାନ

ମାଲକାନଗିରି ମନୋଜ ଦେବ ପାଙ୍ଗି (ଦର୍ଶନ ସମୀକ୍ଷା)
ମାଲକାନଗିରି ଜିଲ୍ଲା କୁଡୁମୁଲୁଗୁମ୍ମା ତହସିଲ ଅନ୍ତର୍ଗତ ଡାରଉଈନ୍ ସ୍ମାରକୀ ସ୍ନାତକ ମହାବିଦ୍ୟାଳୟ, ର ଏନ୍‌ଏସ୍‌ଏସ୍‌ ସହ-ଏକକ–୧ ସ୍ୱେଚ୍ଛାସେବକ ଭାବେ ଶ୍ରୀ ମୁନା ମାଡ଼କାମୀ ଆଜି ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ, ଜୟପୁର ପକ୍ଷରୁ ବିଶ୍ୱବିଦ୍ୟାଳୟ ସ୍ତରରେ ସର୍ବଶ୍ରେଷ୍ଠ ଏନ୍‌ଏସ୍‌ଏସ୍‌ ସ୍ୱେଚ୍ଛାସେବକ (ପୁରୁଷ ବର୍ଗରେ) ପୁରସ୍କାର ରେ ସମ୍ମାନିତ ହୋଇଛନ୍ତି ।
ଏନ୍‌ଏସ୍‌ଏସ୍‌ କାର୍ଯ୍ୟକ୍ରମ ମାଧ୍ୟମରେ ସମାଜ ସେବା, ସଚେତନତା କାର୍ଯ୍ୟକ୍ରମ, ସ୍ଵେଛାକୃତ ରକ୍ତଦାନ, ବୃକ୍ଷରୋପଣ, ସ୍ୱଚ୍ଛତା ଅଭିଯାନ ଓ ରାଷ୍ଟ୍ର ଗଠନମୂଳକ କାର୍ଯ୍ୟରେ ତାଙ୍କର ସକ୍ରିୟ ଓ ନିଷ୍ଠାପୂର୍ଣ୍ଣ ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନ ବିଶ୍ଵବିଦ୍ୟାଳୟର କୂଳପତି ପ୍ରଫେସର ଦେବୀ ପ୍ରସାଦ ମିଶ୍ର ପ୍ରଦାନ କରିଛନ୍ତି। ଏହି ସଫଳତା ଡାରଉଈନ୍ ସ୍ମାରକୀ ସ୍ନାତକ ମହାବିଦ୍ୟାଳୟର, ଏନ୍‌ଏସ୍‌ଏସ୍‌ ସହ ଏକକ – ୧ ଏବଂ ସମଗ୍ର ମାଲକାନଗିରି ଜିଲ୍ଲା ପାଇଁ ଗର୍ବର ବିଷୟ। ବିଶ୍ଵବିଦ୍ୟାଳୟର ଏନ୍ ଏସ୍ ଏସ୍ କାର୍ଯ୍ୟକ୍ରମ ସଂଯୋଜକ ଡଃ ମନୋରଞ୍ଜନ ପ୍ରଧାନ, କଲେଜର ଅଧ୍ୟକ୍ଷ ଅଶୋକ କୁମାର ପ୍ରଧାନ, ଏନ୍‌ଏସ୍‌ଏସ୍‌ କାର୍ଯ୍ୟକ୍ରମ ଅଧିକାରୀ ବିଶ୍ଵଜିତ୍ ମହାନ୍ତି, ସମସ୍ତ ଶୈକ୍ଷିକ ଏବଂ ସହ ଶୈକ୍ଷିକ କର୍ମଚାରୀ ମୁନା ମାଡ଼କାମିଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *