ଭୁବନେଶ୍ୱର// ଜୟଦେବ ଭବନରେ ଜଗଦ୍‌ଗୁରୁ ପଣ୍ଡିତ ଶ୍ରୀଧର ସ୍ୱାମୀଙ୍କ ୭୦୦ ତମ ଜନ୍ମ ମହୋତ୍ସବର ଉଦ୍‌ଯାପିନୀ ଉତ୍ସବରେ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର ସମ୍ମାନିତ

Spread the love

ଜୟଦେବ ଭବନରେ ଜଗଦ୍‌ଗୁରୁ ପଣ୍ଡିତ ଶ୍ରୀଧର ସ୍ୱାମୀଙ୍କ ୭୦୦ ତମ ଜନ୍ମ ମହୋତ୍ସବର ଉଦ୍‌ଯାପିନୀ
ଉତ୍ସବରେ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର ସମ୍ମାନିତ
​ଭୁବନେଶ୍ୱର, ୩୧ ଜାନୁୟାରୀ (ଦର୍ଶନ ସମୀକ୍ଷା)
ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ଶ୍ରୀଧର ସ୍ୱାମୀ ପ୍ରଚାର ସମିତିର ମିଳିତ ଆନୁକୂଲ୍ୟରେ ଏଵଂ ଶ୍ରୀଧର ସ୍ୱମୁ ସ୍ମୃତି ପରିଷଦର ସହଯୋଗରେ ଆଜି ସ୍ଥାନୀୟ ଜୟଦେବ ଭବନଠାରେ ଜଗଦ୍‌ଗୁରୁ ଶ୍ରୀଧର ସ୍ୱାମୀଙ୍କ ପବିତ୍ର ୭୦୦ ତମ ଜନ୍ମ ମହୋତ୍ସବର ଉଦ୍‌ଯାପନୀ ସମାରୋହ ଏକ ଭକ୍ତିପୂର୍ଣ୍ଣ ଏଵଂ ଆଧ୍ୟାଆତ୍ମିକ ପରିବେଶରେ ଅନୁଷ୍ଠିତ ହୋଇଯାଇଛି।
​ଏହି ସାରସ୍ୱତ ସମାରୋହରେ ବରେଣ୍ୟ ଅତିଥିଭାବେ ଶ୍ରୀଧାମ ବୃନ୍ଦାବନରୁ ସନ୍ୟାସୀ ଦୀନବନ୍ଧୁ ଦାସ ମହାରାଜ, ପଦ୍ମଶ୍ରୀ ପଣ୍ଡିତ ଆନ୍ତର୍ଯ୍ୟାମୀ ମିଶ୍ର, ପୁରୀ ଶଙ୍କରାନନ୍ଦ ମଠର ପରିଚାଳନା ସଭାପତି ଶ୍ରୀଯୁକ୍ତ ଦୁର୍ଗା ପ୍ରସାଦ ମିଶ୍ର ପ୍ରମୁଖ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ପଣ୍ଡିତ ଶ୍ରୀଧର ସ୍ୱାମୀଙ୍କ ଫଟୋଚିତ୍ରରେ ପୁଷ୍ପାର୍ଘ୍ୟ ଅର୍ପଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହାପରେ ଆବାହନୀ ଓଡିଶୀ ନୃତ୍ୟ ବୀଣାଭାରତୀ ବିଦ୍ୟାଳୟର ଛାତ୍ରୀମାନେ ପରିବେଷଣ କରିଥିଲେ। ଶ୍ରୀଧର ସ୍ୱାମୀ ପ୍ରଚାର ସମିତିର ସଂଯୋଜକ ମନୋରଞ୍ଜନ ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିଲେ। ପଣ୍ଡିତ ଶ୍ରୀଧର ସ୍ୱାମୀଙ୍କ ପରମ ପ୍ରେମୀ ସ୍ୱର୍ଗତ ଡା ବିଷ୍ଣୁ ଚରଣ ମିଶ୍ର, ବ୍ରହ୍ମଚାରୀ ବାମଦେବ ନନ୍ଦ ଓ ପ୍ରତାପ ଚନ୍ଦ୍ର ପଣ୍ଡାଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା।
​ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଡ.ଚନ୍ଦ୍ରଶେଖର ହୋତା ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିବା ବେଳେ ପ୍ରଚାର ସମିତିର ପରିଚାଳନା ନ୍ୟାସୀ ପ୍ରଦୀପ୍ତ କୁମାର ମହାନ୍ତି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ବରିଷ୍ଠ ସାମ୍ବାଦିକ ତଥା ‘ସୁବାର୍ତ୍ତା’ର ସମ୍ପାଦକ ପ୍ରଦ୍ୟୁମ୍ନ ଶତପଥୀ ଉଦଯାପନୀ ଉତ୍ସବ ସଭାରେ ଅଧ୍ୟକ୍ଷତା କରି ସମସ୍ତ ଅତିଥିଙ୍କ ବକ୍ତବ୍ୟଙ୍କୁ ସଂକ୍ଷେପରେ ଉପସ୍ଥାପନ କରି ସରକାରଙ୍କ ନିକଟରେ ଦୃଷ୍ଟି ଆକର୍ଷଣ ପାଇଁ କିଛି ପ୍ରସ୍ତାବ ଉପସ୍ଥାପନ କରିଥିଲେ। ଏଥିମଧ୍ୟରେ ଶ୍ରୀଧର ସ୍ୱାମୀଜୀଙ୍କ ସମ୍ବନ୍ଧରେ ୱେବ ସାଇଟ ପ୍ରସ୍ତୁତ କରିବା ଏଵଂ ତାଙ୍କ ନାମରେ ଏକ ଡାକଟିକଟ ଉନ୍ମୋଚନ ହେବା, ରାଜଧାନୀରେ ଶ୍ରୀଧରସ୍ୱାମୀଙ୍କ ପୂର୍ଣାବୟବ ପ୍ରତିମୂର୍ତ୍ତି ସ୍ଥାପନା ସହ ସ୍ୱାମୀଜୀଙ୍କ ନାମରେ ଏକ ରାସ୍ତାର ନାମକରଣ କରିବା।ଭୁବନେଶ୍ୱରରେ ଥିବା ଶଙ୍କରାନନ୍ଦ ମଠ ସମ୍ପତ୍ତିର ପୁନଃରୁଦ୍ଧାର କରି ଏକ ମଠ ତିଆରି କରିବା ପ୍ରସ୍ତାବ ଅନ୍ୟତମ। ଭୁବନେଶ୍ୱରର ବିଶିଷ୍ଟ ସମାଜସେବୀ ତଥା ଗବେଷକ ପ୍ରବୀର ମହାନ୍ତି ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ଶ୍ରୀଧର ସ୍ୱାମୀଙ୍କ ଦର୍ଶନ ଓ ଆଧ୍ୟାତ୍ମିକ ଚେତନା ଉପରେ ଆଲୋକପାତ କରିଥିଲେ। ସାହିତ୍ୟ ଏକାଡେମୀର ସହସଚିବ, ସଞ୍ଜୟ କୁମାର ଛୁଆଳସିଂ ଏକାଡେମୀର କାର୍ଯ୍ୟକଳାପ ଏଵଂ ସାହାଯ୍ୟ ସାହିଯାଗ ବିଷୟରେ ବର୍ଣ୍ଣନ କରିଥିକେ।
ସ୍ମୃତି କମିଟିର ସଭାପତି ବିଜୟ କୁମାର ମହାକୁଡ଼ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ ଏଵଂ ପ୍ରଚାର ସମିତିର ମ୍ୟାନେଜିଂ ଟ୍ରଷ୍ଟି ପ୍ରଦୀପ କୁମାର ମହାନ୍ତି ଜନ୍ମ ମହୋତ୍ସବ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ନିହାରିକା ମହାନ୍ତି ପ୍ରଚାର ସମିତିର ୩ ବର୍ଷର ବିବରଣୀ ଉପସ୍ଥାପନା କରିଥିଲେ।। ଜଗଦଗୁରୁ ଶ୍ରୀଧର ସ୍ୱାମୀ ସ୍ମୃତି କମିଟିର ସମ୍ପାଦକ ହରେକୃଷ୍ଣ ପଣ୍ଡା ଧନ୍ୟଵାଦର୍ପଣ କରିଥିଲେ। ଏହି ଅବସରରେ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ ଶ୍ରୀଧର ସ୍ୱାମୀ ସ୍ମୃତି ସେବା ସମ୍ମାନ – ୨୦୨୬ରେ ସମ୍ମାନିତ କରାଯାଇ ପୁଷ୍ପବୃକ୍ଷ, ଉତ୍ତରୀୟ (ସାଲ),ମାନପତ୍ର ଏଵଂ ସମ୍ମାନ ଫଳକ ସହ ସମ୍ମାନିତ କରାଯାଇଥିଲା।
​ ପରିଶେଷରେ ପ୍ରଫେସର ନାରାୟଣ ଚନ୍ଦ୍ର ସାହୁଙ୍କ ଗୋବିନ୍ଦ ଗାନ ଏବଂ ଚକ୍ରଧର ଶତପଥୀଙ୍କ ତବଲା ସହଯୋଗରେ କାର୍ଯ୍ୟକ୍ରମଟି ସମ୍ପୂର୍ଣ୍ଣ ହୋଇଥିଲା।
ଏଥିରେ କଟକ ଜିଲ୍ଲାର ୪୨ ମୋୖଜ଼ା, ବାଲେଶ୍ୱରଜିଲ୍ଲା ଏଵଂ ରାଜ୍ୟର ବିଭିନ୍ନ ସ୍ଥାନରୁ ଶ୍ରୀଧର ସ୍ୱାମୀଙ୍କ ଭକ୍ତ ଏଵଂ ସହରର ବହୁ ବିଶିଷ୍ଟ ବ୍ୟକ୍ତି ଓ ଶ୍ରଦ୍ଧାଳୁ ଯୋଗ ଦେଇ ସମାରୋହଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ।ସାହିତ୍ୟ ଏକାଡେମୀର କର୍ମଚାରୀମାନଙ୍କ ପ୍ରତ୍ୟକ୍ଷ ସହଯୋଗ ଏଵଂ ମମତା ମହାନ୍ତିଙ୍କ ତତ୍ତ୍ୱବଧାନରେ ଶ୍ରୀମତୀ ଗୀତାଞ୍ଜଳି ସାମନ୍ତରାୟ, ବିଜୟଲକ୍ଷ୍ମୀ, ରଂଜିତା ପାତ୍ର, ରିଭା ମହାନ୍ତି,ଶୁଭଲଷ୍ମୀ ପ୍ରିୟଦର୍ଶିନୀ ଏଵଂ ନିତ୍ୟାନନ୍ଦ ମହାନ୍ତିଙ୍କ ଉପସ୍ଥିତି ଏବଂ ସହଯୋଗରେ ସମାରୋହଟି ମହାନନ୍ଦରେ ସମାପନ ।
ମନୋରଞ୍ଜନ ମହାନ୍ତି
ମୋ – ୯୪୩୭୨୮୭୯୨୨

Leave a Reply

Your email address will not be published. Required fields are marked *