ପୁରୀ // ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଜାରି ହେଲା ଟ୍ରାଫିକ କଟକଣା ଗାଡି ଗୁଡ଼ିକ କୋଉ ବାଟେ ଆସିବ କୋଉ ବାଟେ ଯିବ

Spread the love

ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଜାରି ହେଲା ଟ୍ରାଫିକ କଟକଣା ପୁରୀ,୨।୨: ନୃସିଂହ ମହାନ୍ତି ଙ୍କ ରିପୋର୍ଟ (ଦର୍ଶନ ସମୀକ୍ଷା) ଓଡ଼ିଶାଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ପୁରୀ ଆସି ଲୋକଭବନରେ ରାତ୍ରିଯାପନ କରିବେ। ୪ ତାରିଖ ସକାଳ ୭ ଟାରେ ଶ୍ୱେତଗଙ୍ଗାରେ ପିତୃପୁରୁଷଙ୍କୁ ଉଦ୍ଦେଶ୍ୟରେ ପିଣ୍ଡଦାନ କରିବା ପରେ ଶ୍ରୀମନ୍ଦିରକୁ ଯାଇ ରାଷ୍ଟ୍ରପତି ମହାପ୍ରଭୁଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତିଙ୍କ ଗସ୍ତକୁ ନଜରରେ ରଖି ପୁରୀ ସହରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏଥିସହିତ ଟ୍ରାଫିକ୍ କଟକଣା ମଧ୍ୟ ଜାରି କରାଯାଇଛି । ଆସନ୍ତାକାଲି ଦିନ ୨ଟାଠାରୁ ରାଷ୍ଟ୍ରପତିଙ୍କ ଲୋକଭବନରେ ପହଞ୍ଚିବା ପର୍ଯ୍ୟନ୍ତ ହେଲିପ୍ୟାଡଛକରୁ ସୁଭାଷ ବୋସ ଛକମାର୍ଗ ଦେଇ ଲୋକଭବନ ପର୍ଯ୍ୟନ୍ତ ଗାଡ଼ି ଚଳାଚଳରେ କଟକଣା ଜାରି କରାଯାଇଛି।

ସେହିପରି ୪ ତାରିଖ ଭୋର ୫ଟାଠାରୁ ରାଷ୍ଟ୍ରପତିଙ୍କ ପ୍ରସ୍ଥାନ ପର୍ଯ୍ୟନ୍ତ ଲୋକଭବନ ଠାରୁ ଭିଆଇପି ରୋଡ଼ମାର୍ଗ ଦେଇ ଗ୍ରାଣ୍ଡସେଣ୍ଟର ପର୍ଯ୍ୟନ୍ତ ଏବଂ ଗ୍ରାଣ୍ଡସେଣ୍ଟର ଠାରୁ ସୁଭାଷବୋସ ଛକ ଓ ସିଟିରୋଡ଼ମାର୍ଗ ଦେଇ ହେଲିପ୍ୟାଡ ପର୍ଯ୍ୟନ୍ତ ଗାଡ଼ି ଚଳାଚଳ ଉପରେ ମଧ୍ୟ କଟକଣା ଜାରି କରାଯାଇଛି।ଜାରି କଟକଣା ଅନୁଯାୟୀ କୋଣାର୍କ ପାର୍ଶ୍ବରୁ ଆସୁଥିବା ସମସ୍ତ ବସ୍ (ପର୍ଯ୍ୟଟକ ବସ୍ ସହିତ) ଗୁଡ଼ିକ ତାଳବଣିଆରେ ପାକିଂ କରିବେ।ସେହିପରି କୋଣାର୍କ ପାର୍ଶ୍ବରୁ ପୁରୀ ସହର ଆଡ଼କୁ ଆସିବାକୁ ଥିବା ଲାଇଟ୍ ମୋଟର ଭେହିକଲ୍ ଓ କାର ଗୁଡ଼ିକ ବାଇଦାସନଗର ଆରଓବି, ବାଟଗାଁ, ଅଠରନଳା ବାନାମ୍ବରଛକ,କୁମ୍ଭାରପଡ଼ା ଥାନା,ବଡ଼ଶଙ୍ଖ ଓ ରେଡକ୍ରସ ରୋଡ଼ମାର୍ଗ ଦେଇ ଯାତାୟାତ କରିବେ। ଗାଡିଗୁଡ଼ିକ ସମ୍ପୃକ୍ତ ମାର୍ଗ ଦେଇ ଫେରିବେ । କୋଣାର୍କ ଆଡୁ ସହରକୁ ଆସିବାକୁ ଥିବା ବାଇକ୍ ଓ ୩ ଚକିଆଯାନ ଗୁଡ଼ିକ ଭୂଦାନ ଛକ, ସେଣ୍ଟ୍ରାଲ ସ୍କୁଲ, ପିକେଆରଆଇଟି ଛକ, ୱାଟର ୱାର୍କ୍ସ ରୋଡ,ଶ୍ରୀକ୍ଷେତ୍ର କଲୋନୀ,ରାମମନ୍ଦିର,ଘୋଡ଼ା ବଜାର,ରେଡକ୍ରସରୋଡ ଓ ବଡ଼ଶଙ୍ଖମାର୍ଗ ଦେଇ ଆସିବେ। ଗାଡିଗୁଡିକ ରେଡକ୍ରସରୋଡ, ଘୋଡ଼ାବଜାର,ରାମମନ୍ଦିର, ବ୍ଲକ ଅଫିସ,ଓଡ଼ିଶା ବେକାରୀ,ପିକେଆରଆଇଟି କଲୋନୀ,ପିକେଆରଆଇଟି ଛକ ଓ ଭୂଦାନଛକ ଦେଇ ଫେରିବେ।

ସେହିପରି ଭୁବନେଶ୍ୱରରୁ ସମୁଦ୍ରକୂଳ ଅଭିମୁଖେ ଆସିବାକୁଥିବା ଗାଡ଼ି ଗୁଡ଼ିକ ଷ୍ଟଲିନଛକ,ଚୈତନ୍ୟ ଛକ,ଦିଗବାରେଣୀ ମାର୍ଗରେ ଯାତାୟାତ କରିବେ। ରାଷ୍ଟ୍ରପତି ପୁରୀରେ ପହଞ୍ଚିବ ଠାରୁ ଫେରିବା ପର୍ଯ୍ୟନ୍ତ ଆଚାର୍ଯ୍ୟ ହରିହର ଛକରୁ ସୁବାଷ ବୋଷଛକ ପର୍ଯ୍ୟନ୍ତ ଗାଡ଼ି ଯାତାୟାତ ଲାଗି କୌଣସି ଅନୁମତି ଦିଆଯିବ ନାହିଁ ବୋଲି ଟ୍ରାଫିକ କଟକଣାର ସ୍ପଷ୍ଟ କରିଦିଆଯାଇଛି।

Leave a Reply

Your email address will not be published. Required fields are marked *