ଗଜପତିର ବରିଷ୍ଟ ବିଜେଡି ନେତା ବସନ୍ତ ଦାସଙ୍କ ଦ୍ଵାଦଶ କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଶ୍ରଦ୍ଧାଞ୍ଜଳି ପାରଳାଖେମୁଣ୍ଡି, 31/1(ତାରିଣୀ ପ୍ରସାଦ ପଣ୍ଡା ): ଦର୍ଶନ ସମୀକ୍ଷା
ଗଜପତି ଜିଲ୍ଲାର ଜଣେ ଜଣାଶୁଣା ପୁରୁଖା ନେତା ତଥା ବିଜେଡି ପୂର୍ବତନ ଜିଲ୍ଲା ସଭାପତି ବସନ୍ତ ଦାସଙ୍କ ବିୟୋଗର ଦ୍ଵାଦଶ ଦିବସ କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ. ପାରଳା ବିଧାୟକ ରୁପେଶ ପାଣଗ୍ରାହୀ, ହାଇଟେକ୍ ଗ୍ରୁପର ଅଧକ୍ଷ ଡ଼ ତିରୁପତି ପାଣିଗ୍ରାହୀ, ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି ତିରୁପତି ରାଓ, ଗୋଷାଣୀ ବ୍ଲକ ଅଧକ୍ଷ ଭି ବିରରାଜୁ ପ୍ରମୁଖ ଉପସ୍ଥିତ ଥିଲେ, ପ୍ରଥମେ ବସନ୍ତ ଦାସଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ. ପାରଳାଖେମୁଣ୍ଡି ଟାଉନ ହଲ ଠାରେ ଆୟୋଜିତ ଏହି ଦ୍ଵାଦଶ ଦିନ କାର୍ଯ୍ୟକ୍ରମରେ ବିଭିନ୍ନ ଅଞ୍ଚଳରୁ ବସନ୍ତ ଦାସଙ୍କ ହଜାର ହଜାର ପରିଚିତ ବ୍ୟକ୍ତି ବିଶେଷ ଓ ସ୍ବର୍ଗତ ଦାସଙ୍କୁ ଭଲ ପାଉଥିବା ଲୋକେ ଯୋଗଦେଇ ତାଙ୍କ ଫଟୋଚିତ୍ରରେ ପୁଷ୍ପ ଅର୍ପଣ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ. ପରିଶେଷରେ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା.
ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ପାରଳାଖେମୁଣ୍ଡି, 31/1(ତାରିଣୀ ପ୍ରସାଦ ପଣ୍ଡା):

ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି. ପ୍ରଥମେ ଜଗତର ନାଥ ଜଗନ୍ନାଥଙ୍କୁ ପ୍ରଦୀପ ପ୍ରଜ୍ଜଳନ କରାଯାଇ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା. ଏଥିରେ ମୁଖ୍ୟ ଅତିଥି ଭାବେ ପାରଳା ବିଧାୟକ ରୁପେଶ ପାଣିଗ୍ରାହୀ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥିଭାବେ ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅବସପ୍ରାପ୍ତ ଅଧକ୍ଷ ଡ: ଜିତେନ୍ଦ୍ର ପଟ୍ଟନାୟକ, ମୁଖ୍ୟ ବକ୍ତା ଭାବେ ସମାଜସେବୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଶୃଙ୍ଖଳାର ସହ ବିଦ୍ୟା ଅର୍ଜନ କରି ଗଜପତି କଲେଜର ଗୌରବକୁ ବଜାୟ ରଖନ୍ତୁ ବୋଲି ଆୱାନ ଦେଇଥିଲେ. ବିଧାୟକ ରୁପେଶ୍ ପାଣିଗ୍ରାହୀ ତାଙ୍କ ଅଭିଭାଷଣରେ କହିଥିଲେ, ମହାବିଦ୍ୟାଳୟର ଉନ୍ନତି ପାଇଁ ଯାହାବି ଆବଶ୍ୟକ ରହିଛି ମୁ ନିଶ୍ଚିତ ଭାବେ ବିଧାୟକ ପାଣ୍ଠି ପ୍ରଦାନ କରିବି. ପରେ ସଂସ୍କୃତି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା, ଶେଷରେ ମୁଖ୍ୟଅତିଥିଙ୍କ ଦ୍ଵାରା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା.
ବିଶ୍ୱ କଲ୍ୟାଣ ପାଇଁ ପାରଳାରେ ଶ୍ରୀଜଗନ୍ନାଥ ପଞ୍ଚରାତ୍ର ଯଜ୍ଞ ଅବସରରେ ମହାପ୍ରଭୁଙ୍କ 24 ଦୁର୍ଲଭ ଅବତାର ଦର୍ଶନରେ ପ୍ରବଳ ସମାଗମ ପାରଳାଖେମୁଣ୍ଡି, 2/1(ତାରିଣୀ ପ୍ରସାଦ ପଣ୍ଡା ):

ବିଶ୍ୱ କଲ୍ୟାଣ ପାଇଁ ପାରଳାରେ ଶ୍ରୀଜଗନ୍ନାଥ ମନ୍ଦିରରେ ପଞ୍ଚରାତ୍ର ଯଜ୍ଞ ଗତ 28 ତାରିଖ ଠାରୁ ଅତ୍ୟନ୍ତ ଭକ୍ତିପୂତ ଭାବେ ଆରମ୍ଭ ହୋଇଛି. ଏହା ଆଗାମୀ 2 ତାରିଖ ପର୍ଯନ୍ତ ଚାଲୁ ରହିବ. ଏହି ଅବସରରେ ମହାପ୍ରଭୁଙ୍କ 24 ଗୋଟି ଦୁର୍ଲଭ ଅବତାର ଭକ୍ତଙ୍କ ଦର୍ଶନ ପାଇଁ ଆୟୋଜନ କରାଯାଇଛି. ଏହି ଦେବ ଦୁର୍ଲଭ ଅବତାର ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ସମାଗମ ଦେଖିବାକୁ ମିଳିଛି. ଏହି ପବିତ୍ର ଯଜ୍ଞର ପୂର୍ଣ୍ଣାହୂତି 2 ତାରିଖ ଦିନ ସମ୍ପୂର୍ଣ ହେବ ବୋଲି ଜଗନ୍ନାଥଙ୍କ ଭକ୍ତ ଦୁର୍ଗାମାଧବ ପାଣିଗ୍ରାହୀ କହିଛନ୍ତିଯେ, ପୂର୍ଣ୍ଣାହୂତି ଦିନ ମହାପ୍ରଭୁଙ୍କର ଅନ୍ନଯଜ୍ଞ ଆୟୋଜିତ ହେବ. ଏହି ଅନ୍ନଯଜ୍ଞରେ 10 ହଜାରରୁ ଅଧିକ ଭକ୍ତଙ୍କ ପାଇଁ ଅନ୍ନ ପ୍ରସାଦ ବ୍ୟବସ୍ଥା ହୋଇଛି. ଏହି ମହାନ କାର୍ଯ୍ୟକ୍ରମକୁ ସୁଚାରୁରୂପେ ସମ୍ପୂର୍ଣ କରିବା ପାଇଁ ଶ୍ରୀଜଗନ୍ନାଥଙ୍କ ସମସ୍ତ ଭକ୍ତଗଣ ସହଯୋଗ କରନ୍ତୁ ବୋଲି ମଧ୍ୟ ଶ୍ରୀ ପାଣିଗ୍ରାହୀ ସମସ୍ତଙ୍କୁ ନିବେଦନ କରିଛନ୍ତି.
ଗଜପତି : ସେଞ୍ଚୁରିଆନ୍ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ସେଭଫୁଲ୍ ଇଣ୍ଡିଆ ଆପ୍ ଲାଞ୍ଚ କାର୍ଯ୍ୟକ୍ରମ ପାରଳାଖେମୁଣ୍ଡି, 1/2(ତାରିଣୀ ପ୍ରସାଦ ପଣ୍ଡା ):
ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଉପକଣ୍ଠରେ ଥିବା ସେଞ୍ଚୁରିଆନ୍ ବିଶ୍ୱବିଦ୍ୟାଳୟ ଟେକ୍ନୋଲୋଜି ଏବଂ ପରିଚାଳନା ଶିକ୍ଷାନୁଷ୍ଠାନ ୨୦୨୬ରେ ଏହାର ପାରଳାଖେମୁଣ୍ଡି କ୍ୟାମ୍ପସରେ ସେଭ ଫୁଲ୍ ଇଣ୍ଡିଆ ଆପ୍ ଲଞ୍ଚ ସଫଳତାର ସହିତ ଆୟୋଜିତ ହୋଇଥିଲା ।
ଯାହା ସ୍ଥିରତା, ଦାୟିତ୍ୱପୂର୍ଣ୍ଣ ବ୍ୟବହାର ଓ ନବସୃଜନ-ନେତୃତ୍ୱାଧୀନ ସାମାଜିକ ପ୍ରଭାବକୁ ପ୍ରୋତ୍ସାହିତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।
୨୭ ଜାନୁଆରୀ ୨୦୨୬ରେ ଭୁବନେଶ୍ୱର କ୍ୟାମ୍ପସରେ ଏହାର ସଫଳ ଲଞ୍ଚ ହେବା ପରେ , ପାରଳାଖେମୁଣ୍ଡି ଇଭେଣ୍ଟ ଏହି ପଦକ୍ଷେପକୁ ଆଗକୁ ବଢ଼ାଇଥିଲା , ନିକଟ ଭବିଷ୍ୟତରେ ସେଞ୍ଚୁରିଆନ୍ ବିଶ୍ୱବିଦ୍ୟାଳୟର ସମସ୍ତ କ୍ୟାମ୍ପସରେ ସେଭଫୁଲ ଇଣ୍ଡିଆ ଆପ୍ ଆରମ୍ଭ କରିବାର ଯୋଜନା ଥିଲା । ଏହି କାର୍ଯ୍ୟକ୍ରମରେ ସେଭଫୁଲର ଆନ୍ତର୍ଜାତୀୟ ପ୍ରତିନିଧି , ଶ୍ରୀମତୀ କିମ୍ ମ୍ୟାକଡୋନେଲ୍ , ଶ୍ରୀ ମାଇକ୍ ଚୁଟର ଏବଂ ଶ୍ରୀ ମାର୍କ ହିଲ୍ଡ , ବିଶ୍ୱବିଦ୍ୟାଳୟ ନେତୃତ୍ୱ ଏବଂ ମୁଖ୍ୟ ଅତିଥି , ଗଜପତିର ପୋଲିସ ଅଧିକ୍ଷକ ଜତିନ୍ଦ୍ର କୁମାର ପଣ୍ଡା , ସି:ୟୁ:ଟି:ଏମ: ର ରେଜିଷ୍ଟ୍ରାର ଡକ୍ଟର ଅନିତା ପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।ଗଜପତି ଜିଲ୍ଲାସ୍ତରୀୟ ଭାରତ ସ୍କାଉଟ ଗାଇଡ଼ କେମ୍ପୋରୀ ଉଦଯାପିତ
ପାରଳାଖେମୁଣ୍ଡି, 1/2(ତାରିଣୀ ପ୍ରସାଦ ପଣ୍ଡା):

ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ସରକାରୀ ଏସ. ଏସ. ଡି ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ନବମ ଜିଲ୍ଲା ଭାରତ ସ୍କାଉଟସ ଏବଂ ଗାଇଡ଼ସ କେମ୍ପୋରୀ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ଡ଼ଃ. ମାୟାଧର ସାହୁଙ୍କ ଅଧକ୍ଷ୍ୟତାରେ ଆୟୋଜିତ ଉଦଯାପନୀ ଉତ୍ସବରେ ବିଶିଷ୍ଟ ଅତିଥି ଭାବେ ରୂପେ ଫାଲଗୁନୀ ମାଝୀ ଅତିରିକ୍ତ ଜିଲ୍ଲାପାଳ ଗଜପତି ସମ୍ମାନିତ ଅତିଥି ରୂପେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଗଜପତି ଏ. ରବି କୁମାର, ଜିଲ୍ଲା ଗାଇଡ଼ କମିଶନର ଗଜପତି ଶ୍ରୀମତୀ ଏସ. ମଣିମାଳା, ଭାରପ୍ରାପ୍ତ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ତଥା ସମ୍ପାଦକ ଭାରତ ସ୍କାଉଟସ ଏବଂ ଗାଇଡ଼ସର ସୁରେନ୍ଦ୍ର କୁମାର ପାତ୍ର, ଜିଲ୍ଲା ସଂଗଠନ କମିଶନର ସ୍କାଉଟ ଏବଂ ଗାଇଡ଼ସର ପ୍ରିୟଦର୍ଶୀ ମିଶ୍ର, ଡି. ଟି, ସି. ଦର୍ଶିତା ପଟ୍ଟନାୟକ, ଗାଇଡ଼ସ କ୍ୟାପଟେନ ରେଖା ରାଣୀ ଦେଓ, ଗାଇଡ଼ସ କ୍ୟାପଟେନ ତପସ୍ୱିନୀ ପଣ୍ଡା, ସ୍କାଉଟ ମାଷ୍ଟର ଧୀରେନ୍ଦ୍ର ସାମଲ, ସ୍କାଉଟ ମାଷ୍ଟର ସୁରେନ୍ଦ୍ର ପାତ୍ର, ସ୍କାଉଟ ମାଷ୍ଟର ସୁଦୀପ୍ତ କୁମାର ବାରିକ, ଯୋଗଦାନ କରିଥିଲେ ।ଏହି କେମ୍ପୋରୀକୁ
ଜିଲ୍ଲା ଶିକ୍ଷା ଅଧିକାରୀ ପରିଚାଳନା କରିଥିଲେ। ଏହି କେମ୍ପୋରୀରେ 550 ରୁ ଅଧିକ ସ୍କାଉଟସ ଓ ଗାଇଡ଼ସ ଓ 78 ଗୋଟି ବିଦ୍ୟାଳୟ ଯୋଗଦାନ କରଥିଲେ। ସ୍ଥାନୀୟ ବିଦ୍ୟାଳୟର ଖେଳ ଶିକ୍ଷକ ସନ୍ତୋଷ କୁମାର ପଣ୍ଡା ଏବଂ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ସହଯୋଗରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେଶ କୁମାର ସାହୁକାରଙ୍କ ତତ୍ୱାବଧାନରେ ଆୟୋଜିତ ଏହି ସମାବେଶ ଶେଷରେ ପ୍ରିୟଦର୍ଶୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।
ରାଜ୍ୟପାଳଙ୍କ ଦ୍ୱାରା ପୁରସ୍କୃତ ପାରଳା ଉପ-କାରଗାର ଅଧୀକ୍ଷକଙ୍କୁ ଶୁଭେଚ୍ଛା ଜଣାଇଲେ ସାହିତ୍ୟିକ ଓ ସାଂସ୍କୃତିକ ସଂଗଠନ ପାରଳାଖେମୁଣ୍ଡି, 1/2(ତାରିଣୀ ପ୍ରସାଦ ପଣ୍ଡା ):

ଗଜପତି ଜିଲ୍ଲା ସଦରମହକୁମାରେ ଥିବା ପାରଳାଖେମୁଣ୍ଡି ଉପ-କାରାଗାର ଅଧ୍ୟକ୍ଷ ଉଲ୍ଲେଖନୀୟ ସେବା ଓ କାର୍ଯ୍ୟ କ୍ଷେତ୍ରରେ ବେଶ ସଫଳତା ଅର୍ଜନ କରିଥିବା ଯୋଗୁଁ ରାଜ୍ୟପାଳଙ୍କ ଦ୍ୱାରା ପୁରସ୍କୃତ ହୋଇଛନ୍ତି. ତେଣୁ ପାରଳାଖେମୁଣ୍ଡି ସହରର ବିଭିନ୍ନ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ଅଧକ୍ଷଙ୍କୁ ସାକ୍ଷାତ କରି ଅଭିନନ୍ଦନ ସହ ଶୁଭେଚ୍ଛା ଜ୍ଞାପନ କରିଛନ୍ତି. ସୂଚନାଯୋଗ୍ୟ ଯେ ଉଲ୍ଲେଖନୀୟ ସେବା ତଥା କାର୍ଯ୍ୟକ୍ଷେତ୍ରରେ ବିଶିଷ୍ଟ ସେବା ପାଇଁ ସାଧାରଣତନ୍ତ୍ର ଦିବସ ଅବସରେ ଭୁବନେଶ୍ବର ସ୍ଥିତ ଲୋକସେବା ଭବନରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ପଦକ ପ୍ରଦାନ ଉତ୍ସବରେ ମହାମହିମ ରାଜ୍ୟପାଳ ହରିବାବୁ କମ୍ଭମପତି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ପାରଳା ଉପ – କରାଗାରର ଅଧୀକ୍ଷକ କାମାକ୍ଷା ପ୍ରସାଦ ପତିଙ୍କୁ ସମ୍ମାନିତ କରି ପଦକ ପ୍ରଦାନ କରିଥିଲେ।
ଅଧୀକ୍ଷକଙ୍କ ଏହି ପ୍ରଶଂସା ପାଇଁ ସହରର ବିଭିନ୍ନ ସାହିତ୍ୟ ସଂଗଠନ ଓ ସାଂସ୍କୃତିକ ଅନୁଷ୍ଠାନର କର୍ମକର୍ତ୍ତା ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସାହିତ୍ୟିକ ବିଚିତ୍ରାନନ୍ଦ ବେବର୍ତ୍ତା କଳାପରିଷଦର ସଂଯୋଜିକା ତନୁଜା ଶତପଥୀ, ଗୌରହରି ପାଠାଗାରର ସଭାପତି ରମେଶ ଚନ୍ଦ୍ର ପାଢି,ପ୍ରଫୁଲପାଣିଗ୍ରାହୀ, ମଞ୍ଜୁଳା ଚୌଧୁରୀ ଉପକାରାଗାର ଅଧୀକ୍ଷକ ଶ୍ରୀ ପତିଙ୍କୁ ଶୁଭେଚ୍ଛା ଜ୍ଞାପନ କରିବା ସହ ଅଭିନନ୍ଦନ ଜଣାଇଛନ୍ତି ।
ପାର୍ଶମ୍ୱା ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ୨୭ ତମ ବାର୍ଷିକ ଉତ୍ସବ ପାଳିତ
ପାରଳାଖେମୁଣ୍ଡି, 1/2(ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ନିକଟସ୍ଥ ପାର୍ଶମ୍ୱାରେ ଅବସ୍ଥିତ ପୂର୍ଣ୍ଣପୀଠ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଠାରେ ଆଜି ବିଦ୍ୟାଳୟର ୨୭ତମ ବର୍ଷିକ ଉତ୍ସବ ବହୁ ଆଡ଼ମ୍ବରରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷାଧିକାରୀ ଡ଼ଃ ମାୟାଧର ସାହୁ ଯୋଗଦେଇ ଶିକ୍ଷାର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ସେହିପରି ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଆଞ୍ଚଳିକ ବ୍ୟାଙ୍କ୍ ପରିଚାଳକ ବିଶ୍ଵନାଥ ପାଣିଗ୍ରାହୀ ଏବଂ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଜିଲ୍ଲା ନ୍ୟାୟାଳୟର ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର, ପିଲାମାନେ ବହିରେ ଯେଉଁସବୁ ପାଠ ପଢିଥାଆନ୍ତି, ତାହାର ବ୍ୟବହାରିକ ମାଧ୍ୟମ ପ୍ରତି ବିଶେଷ ଧ୍ୟାନ ଦେବା ଉପରେ ଗୁରୁତ୍ବାରୋପ କରିଥିଲେ।
ସୂଚନାଯୋଗ୍ୟ, ଅନୁଷ୍ଠାନର ସଭାପତି ଶ୍ରୀମତୀ ଗୀତାଞ୍ଜଳି ଦାସ ଆଜିର ଏହି ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ଆନୁଷ୍ଠାନିକ ଭାବେ ବାର୍ଷିକ ଉତ୍ସବ ପ୍ରାରମ୍ଭରେ ଅନୁଷ୍ଠାନର ସମ୍ପାଦକ ଗୌରହରି କରସୁଧା ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ। ସେହିପରି ଅଧ୍ୟକ୍ଷ ରବୀନ୍ଦ୍ରନାଥ ପାଢ଼ୀ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ, ସଭ୍ୟା ଶ୍ରୀମତୀ କଳ୍ପନା ପଟ୍ଟନାୟକ ମୁଖ୍ୟବକ୍ତା ଭାବେ ନିଜର ଅଭିଭାଷଣ ରଖିଥିଲେ। ପରେ ପରେ ବିଦ୍ୟାଳୟ ତରଫରୁ ଅତିଥିଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯିବା ସହ ପିଲାମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ତଥା ଗୀତିନାଟ୍ୟ ପରିବେଷଣ କରାଯାଇଥିଲା। ଶେଷରେ ମାତୃପୀଠ ସମ୍ପାଦକ ବିଜୟ କୁମାର ମୁନି ସମସ୍ତଙ୍କୁ ସାହାଯ୍ୟ ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ।












Leave a Reply