କନ୍ଧମାଳ : ମୁଖ୍ୟ ଚିକିତ୍ସାଳୟରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ବିପର୍ଯ୍ୟସ୍ତ.. ପାଳି କରି ଛୁଟିରେ ରହୁଛନ୍ତି ଡାକ୍ତର. ଘରୋଇ କ୍ଲିନିକ୍ କୁ ଦେଉଛନ୍ତି ଗୁରୁତ୍ୱ…ଓ ମା ଚାରିଟେବୁଲ୍ ଟ୍ରଷ୍ଟ ପରିବାର ତରଫରୁ ଅସହାୟ ମାନଙ୍କୁ କପଡ଼ା ଏବଂ ଛୋଟ ପିଲାମାନଙ୍କୁ ଶିକ୍ଷା ଉପକରଣ ବଣ୍ଟନ- କୁନା ଦିଗାଲ

Spread the love

କନ୍ଧମାଳ : ମୁଖ୍ୟ ଚିକିତ୍ସାଳୟରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ବିପର୍ଯ୍ୟସ୍ତ.. ପାଳି କରି ଛୁଟିରେ ରହୁଛନ୍ତି ଡାକ୍ତର. ଘରୋଇ କ୍ଲିନିକ୍ କୁ ଦେଉଛନ୍ତି ଗୁରୁତ୍ୱ…

କନ୍ଧମାଳ।କୁନା ଦିଗାଲ (ଦର୍ଶନ ସମୀକ୍ଷା)

ଜିଲ୍ଲା ଏକ ଆଦିବାସୀ ଅଧ୍ଯୁଷିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏବେ ରୋଗୀସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି l ସ୍ଥିତି ଏମିତି ଯେ, ଗୁରୁତର ରୋଗୀଙ୍କୁ ଉଚିତ ସେବା ମିଳିପାରୁ ନ ଥିବାରୁ ସେମାନଙ୍କୁ ବ୍ରହ୍ମପୁର ବଡ଼ଡାକ୍ତରଖାନାକୁ ରେଫର୍ କରାଯାଉଛି l ମେଡିକାଲ କଲେଜ ନିର୍ମାଣ ଫଳରେ ଡାକ୍ତର ଅଭାବଜନିତ ସମସ୍ୟା ଦୂର ହୋଇଛି, ମାତ୍ର ଏବେ ବି ଗୁରୁତର ରୋଗୀଙ୍କୁ ବ୍ରହ୍ମପୁର ରେଫର କରାଯାଉଛି l ଡାକ୍ତରଖାନାରେ ଆବଶ୍ୟକ ୧୩୪ ଡାକ୍ତରଙ୍କ ସ୍ଥାନରେ ମାତ୍ର ୪୧ ଜଣ ଡାକ୍ତର ଅଛନ୍ତି l କନ୍ଧମାଳ ଜିଲ୍ଲା ରେ ୯୩ ଡାକ୍ତର ପଦବି ଖାଲି ପଡ଼ିଛି l ମେଡିକାଲ କଲେଜ୍ ପାଇଁ ୧୨୦ ଜଣ ଡାକ୍ତର ନିଯୁକ୍ତି ହୋଇଛନ୍ତି l କିନ୍ତୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସେମାନେ ଆଉଟଡୋର୍ ରୋଗୀଙ୍କୁ ଦେଖୁଛନ୍ତି l ଗୋଟିଏ ଦୃଷ୍ଟିରୁ ବୁଝିବାକୁ ଗଲେ ଡାକ୍ତର ଅଭାବ ସମସ୍ୟା ନାହିଁ l ମାତ୍ର, ଏହି ଡାକ୍ତରମାନେ ପରସ୍ପର ମଧ୍ୟରେ ଆପୋସ ବୁଝାମଣା କରି ଛୁଟିରେ ରହୁଛନ୍ତି l ଫଳରେ ସ୍ଥିତି ଯଥା ପୂର୍ବଂ ତଥା ପରଂ ପାଲଟିଛି l କେବଳ କାଗଜକଲମରେ ଡାକ୍ତରମାନଙ୍କୁ ଉପସ୍ଥିତ ଦର୍ଶାଯାଉଛି l ମାତ୍ର, ବାସ୍ତବରେ ସେମାନେ ପାଳି କରି ଲମ୍ବା ଛୁଟିରେ ରହୁଛନ୍ତି l ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସନ୍ତୋଷ ପାଢ଼ୀଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଏଭଳି ଅଭିଯୋଗ ତାଙ୍କ ନିକଟରେ ନାହିଁ ବୋଲି କହିବା ସହ ଅନୁସନ୍ଧାନ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ସୂଚନା ଦେଇଛନ୍ତି l ସେହିଭଳି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ମେଡିକାଲ କଲେଜ କର୍ତ୍ତୃପକ୍ଷଙ୍କ ମଧ୍ୟରେ ସମନ୍ଵୟ ଅଭାବ କାରଣରୁ ଡାକ୍ତରମାନେ ରୋଗୀ ଦେଖିବାରେ ଢିଲା ମାରୁଛନ୍ତି ବୋଲି ଅନେକ ସମୟରେ ଅଭିଯୋଗ ହେଉଛି l ଏହାବ୍ୟତୀତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଯକ୍ଷ୍ମାରୋଗ, ରେଡିଓଲୋଜି, ନିଶ୍ଚେତକ, ସ୍ତ୍ରୀ ଓ ପ୍ରସୂତି ରୋଗ, ଶିଶୁରୋଗ, ଚର୍ମରୋଗ ଓ ସର୍ଜରି ବିଶେଷଜ୍ଞ ନଥିବାରୁ ସ୍ବାସ୍ଥ୍ୟସେବା ଏକ ପ୍ରକାର ବିପର୍ଯ୍ୟସ୍ତ ହୋଇପଡ଼ିଛି l ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଲ୍‌ଟ୍ରା ସାଉଣ୍ଡ୍, ଏମ୍‌ଆର୍‌ଆଇ ଏଣ୍ଡୋସ୍କୋପି ଓ ଏକ୍ସରେ ମେସିନ୍ ସ୍ଥାପିତ ହୋଇନାହିଁ l ଯଦିଓ ସିଟିସ୍କାନ୍ ମେସିନ୍ ଅଛି, ବିଶେଷଜ୍ଞ ଡାକ୍ତର ନଥିବାରୁ ତାହା ଅବ୍ୟବହୃତ ହୋଇ ପଡ଼ିରହୁଛି l ବର୍ତ୍ତମାନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତି ବିଭାଗର ଲିଫ୍‌ଟ କାମ କରୁ ନଥିବାରୁ ତୃତୀୟ ଓ ଚତୁର୍ଥ ମହଲାକୁ ରୋଗୀ ଓ ଗର୍ଭବତୀଙ୍କୁ ନେବା ଆଣିବାରେ ଅନେକ ସମସ୍ୟା ଦେଖା ଦେଉଛି l ମେଡିକାଲର ପାନୀୟ ଜଳ ଯୋଗାଣ ଏବଂ ବିଜୁଳି ଯୋଗାଣ ଅନିୟମିତ ରହୁଥିବାରୁ ରୋଗୀସେବା ବ୍ୟାହତ ହେଉଛି l ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅତି ନିକଟରେ ସ୍ଥାପନ କରାଯାଇଥିବା ପାନୀୟ ଜଳ ବିଶୋଧକ ମେସିନ୍ ଅଚଳ ହୋଇ ପଡ଼ିଥିବାରୁ ରୋଗୀ ଦୂଷିତ ଜଳ ପିଉଛନ୍ତି l ଆଜି ପର୍ଯ୍ୟନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବର୍ଣ୍ଣ କେୟାର ୟୁନିଟ୍ ସ୍ଥାପନ ହୋଇପାରୁ ନଥିବାରୁ ପୋଡ଼ି ହୋଇ ଗୁରୁତର ରୋଗୀଙ୍କ ଚିକିତ୍ସା ସମ୍ଭବପର ହୋଇପାରୁନି l ଆଗକୁ ଗ୍ରୀଷ୍ମଋତୁ ଆସୁଥିବା ବେଳେ ଅଂଶୁଘାତ ୱାର୍ଡ ମଧ୍ୟ ଅବ୍ୟବସ୍ଥିତ ହୋଇ ପଡ଼ିରହିଛି l ଏହି ୱାର୍ଡରେ ଥିବା କୌଣସି ଏସି କାମ କରୁନାହିଁ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସମସ୍ୟା ଅନେକ ଥିବା ସତ୍ତ୍ବେ କର୍ତ୍ତୃପକ୍ଷ ସେଥିପ୍ରତି ଧ୍ୟାନ ଦେଉ ନଥିବାରୁ ରୋଗୀମାନେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି l
ଭୁବନେଶ୍ୱର : ମା ଚାରିଟେବୁଲ୍ ଟ୍ରଷ୍ଟ ପରିବାର ତରଫରୁ ଅସହାୟ ମାନଙ୍କୁ କପ ଡ଼ା ଏବଂ ଛୋଟ ପିଲାମାନଙ୍କୁ ଶିକ୍ଷା ଉପକରଣ ବଣ୍ଟନ..

Oplus_131072

ଭୁବନେଶ୍ୱର ସ୍ତିତ (ଚନ୍ଦକା ର କାଟେନି ନିକଟ ହଡପକା ଗ୍ରାମ ରେ ଅସହାୟ ମାନଙ୍କୁ କପଡ଼ା ବଣ୍ଟନ କରିବା ସହିତ ଛୋଟ ପିଲାମାନଙ୍କୁ ଖାତା, ପେନ୍ସିଲ, ରବର, କଟର ଓ ବିସ୍କୁଟ ବଣ୍ଟନ କରାଯାଇଛି l

Oplus_131072

ମା ଚାରିଟେବୁଲ୍ ଟ୍ରଷ୍ଟ ର ଅଧ୍ୟକ୍ଷା ଙ୍କ ସମେତ ସମ୍ପାଦକ ଏବଂ ଟ୍ରଷ୍ଟ ର ସମସ୍ତ ସଦସ୍ୟ ସଦସ୍ୟା ମାନଙ୍କ ପୂର୍ବ ଆଲୋଚନା କ୍ରମେ ଏଭଳି ମହୋତ୍ୱ ପୂର୍ଣ୍ଣ କାର୍ଯ୍ୟକ୍ରମ କରାଯାଇଛି l ଆଗାମୀ ଦିନ ମାନଙ୍କ ରେ ଏଇ ମା ଚାରିଟେବୁଲ୍ ଟ୍ରଷ୍ଟ ପରିବାର ତରଫରୁ ଏଭଳି ସମାଜସେବା କାର୍ଯ୍ୟ ଜାରିରହିବ ବଲି ଅଧ୍ୟକ୍ଷା ପ୍ରତିକ୍ରିୟା ରଖିଛନ୍ତି l

Leave a Reply

Your email address will not be published. Required fields are marked *