Spread the love

ଅବ୍ୟବସ୍ଥାରେ ସୀମାଗନ୍ଧୀ ପ୍ରାଥମିକ ବିଦ୍ୟାଳୟ
ଦୀର୍ଘ ବର୍ଷ ହେବ ନାହିଁ ରୋଷେଇ ଘର, ଶ୍ରେଣୀ ଗୃହରେ ହେଉଛି ରୋଷେଇ
ଗୋଟିଏ ଗୃହରେ ଚାଲିଛି ୫ ଟି ଶ୍ରେଣୀର ପାଠପଢା

ମାଲକାନଗିରି ମନୋଜ ଦେବ ପାଙ୍ଗି (ଦର୍ଶନ ସମୀକ୍ଷା)
ମାଲକାନଗିରି ଜିଲ୍ଲା ଶିକ୍ଷା କ୍ଷେତ୍ରରେ ଲାଗି ରହିଥିବା ଅବ୍ୟବସ୍ଥାକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଛି।ଶିକ୍ଷାର ମାନଦଣ୍ଡକୁ ପ୍ରାଥମିକ ସ୍ତରରୁ ସୁଦୃଢ କରାଯିବ। ଏଥି ପାଇଁ ସରକାରୀ ସ୍ତରରେ ଯୋଜନାର ଅଭାବ ନାହିଁ। ହେଲେ ଶିକ୍ଷା କ୍ଷେତ୍ରରେ ଏପରି
ଅନେକ ଯୋଜନା କାର୍ଯ୍ୟକାରୀ ହେବା ବେଳକୁ ଲକ୍ଷ ଠାରୁ ବହୁ
ଦୂରରେ ରହିଯାଉଛି। ଏପରି ଅବ୍ୟବସ୍ଥା ମଧ୍ୟରେ ପିଲାମାନେ ପାଠ ପଢିବା ପାଇଁ ସ୍କୁଲ ଆସିବା ପୂର୍ବରୁ ଶିକ୍ଷା ଠାରୁ ମୁହଁ ଫେରାଇ ନେଉଥିବା ଦେଖିବାକୁ ମିଳୁଛି।ଛାତରୁ ପାଣି ଗଳିବା ସହ ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଜନ ରାନ୍ଧିବା ପାଇଁ ରୋଷେଇ ଘର ନାହିଁ।ଯାହା ଫଳରେ ଦୀର୍ଘ ବର୍ଷ ହେବ ଉକ୍ତ ବିଦ୍ୟାଳୟରେ ପିଲାଙ୍କ ପାଠ ପଢିବା ପାଇଁ ଥିବା ଦୁଇଟି ଶ୍ରେଣୀ ଗୃହ ମଧ୍ୟରୁ ଗୋଟିଏ ଶ୍ରେଣୀ ଗୃହରେ କାଠ ଚୁଲି ତିଆରି କରି ସେଠାରେ ପିଲାମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନ ରୋଷେଇ କରାଯାଉଛି। ଏଭଳି ଅବ୍ୟବସ୍ଥା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍କା କୋରୁକୋଣ୍ଡା ବ୍ଲକ ସୋମନାଥପୁର ପଞ୍ଚାୟତ ଅଧୀନ ସୀମାଗନ୍ଧୀ ଗାଁରେ ଥିବା ପ୍ରାଥମିକ ବିଦ୍ୟାଳୟରେ।ସୂଚନା ଥାଉକି, ୨୦୧୦ ରେ ଶିକ୍ଷା ବିଭାଗ ପକ୍ଷରୁ ପ୍ରଥମରୁ ପଞ୍ଚମ ଶ୍ରେଣୀକୁ ନେଇ ଏକ ବିଦ୍ୟାଳୟ ସ୍ଥାପନ କରାଯାଇଥିଲା।ଏହି ସ୍କୁଲରେ ବାଲବାଟିରେ ଅଧ୍ୟୟନ ଶିଶୁଙ୍କ ବ୍ୟତୀତ ପ୍ରଥମରୁ ୫ମ ଶ୍ରେଣୀରେ ମୋଟ ୨୮ ଜଣ ଛାତ୍ରୀ ଛାତ୍ର ପଢୁଛନ୍ତି।ପ୍ରଧାନ ଶିକ୍ଷକଙ୍କ ସମେତ ଜଣେ ସହକାରୀ ଶିକ୍ଷୟତ୍ରୀଙ୍କୁ ମିଶାଇ ମୋଟ ୨ ଜଣ ଶିକ୍ଷକ ଅଛନ୍ତି। ୫ଟି ଶ୍ରେଣୀର ପିଲାଙ୍କ ପାଇଁ କେବଳ ଦୁଇଟି ଶ୍ରେଣୀଗୃହ ରହିଛି।ଗୋଟିଏ ଶ୍ରେଣୀ ଗୃହରେ ପିଲାମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନ ରୋଷେଇ କରାଯାଉଥିବା ଯୋଗୁ ଅନ୍ୟ ଗୋଟିଏ ମାତ୍ର ଶ୍ରେଣୀ ଗୁହରେ ବାଲବା ଟିକାରେ ପଢ଼ୁଥିବା ଶିଶୁ ମାନଙ୍କ ସହିତ ୫ଟି ଯାକ ଶ୍ରେଣୀର ପିଲାଙ୍କୁ ବସାଇ ପାଠ ପଢାଇବାରେ ବହୁ ଅସୁବିଧା ହେଉଥିବା ଛାତ୍ରୀ ଛାତ୍ର ଓ ଅଭିଭାବକମାନେ କହିଛନ୍ତି।ପ୍ରଥମରୁ ୫ମ ଶ୍ରେଣୀ ପିଲାଙ୍କ ପଢିବା ପାଇଁ ବିଭାଗ ପକ୍ଷରୁ ଟେବୁଲ ବେଞ୍ଚ ଦିଆଯାଇନାହିଁ।ପିଲାମାନେ ବାଧ୍ୟ ହୋଇ ଚଟାଣରେ ବସି ପାଠ ପଢୁଛନ୍ତି।ସ୍କୁଲ ଚାରିପଟେ ସୁରକ୍ଷା ପାଚେରୀ ନିର୍ମାଣ ହୋଇଛି ହେଲେ କିଛି ସ୍ଥାନରେ ପାଚେରୀ ଭଗ୍ନ ଅବସ୍ଥାରେ ଥିବା ଦେଖିବାକୁ ମିଳିଛି।
ଉକ୍ତ ବିଦ୍ୟାଳର ଛାତରୁ ପାଣି ଗଳୁଥିବା ନେଇ ସ୍କୁଲ କତୃପକ୍ଷଙ୍କ ପକ୍ଷରୁ ଅଭିଯୋଗ ହେବା ପରେ ବିଭାଗ ପକ୍ଷରୁ ଉକ୍ତ ବିଦ୍ୟାଳୟର
ଛାତ ଉପରେ ଟିଣ ପକାଇ ଛାତ ମରାମତି କରାଯାଇଛି। କିନ୍ତୁ ବିଡମ୍ବନାର ବିଷୟ ଏହିକି ଯେ,
ଅନୁଦାନ କମ ଆସିଥିବାରୁ ସ୍କୁଲ
ଛାତ ଉପରେ ଅଧା ସ୍ଥାନରେ ଟିଣ ପଡି ପାରିନାହିଁ ବୋଲି ସ୍କୁଲ କତୃପକ୍ଷ କହିଛନ୍ତି।ବିଦ୍ୟାଳୟରେ ଲାଗି ରହିଥିବା ସମସ୍ୟା ଗୁଡିକର ସ୍ଥାୟୀ ସମାଧାନ କରିବାକୁ ଗ୍ରାମବାସୀ ଓ ସ୍କୁଲ କତୃପକ୍ଷ ବିଭଗୀୟ ଅଧିକାରୀଙ୍କ ନିକଟରେ ବାରମ୍ବାର ଅଭିଯୋଗ କରିବା ପରେ ବି କେହି କର୍ଣ୍ଣପାତ କରୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।ଏ ସମ୍ପର୍କରେ କୋରୁକୋଣ୍ଡା ଗୋଷ୍ଠୀ ଶିକ୍ଷାଧିକାରୀ ଆସିତ ମିସ୍ତ୍ରୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଯେଉଁ ଯେଉଁ ବିଦ୍ୟାଳୟରେ ରୋଷେଇ ଘର
ନାହିଁ ତାର ତାଲିକା ପ୍ରସ୍ତୁତ କରି ଉଚ୍ଚ କତୃପକ୍ଷଙ୍କୁ ପ୍ରଦାନ କରାଯାଇଛି। ଖୁବ ଶୀଘ୍ର ରୋଷେଇ ଘର ନିର୍ମାଣ କରାଯିବ ବୋଲି ଜିଲ୍କା ଶିକ୍ଷାଧିକାରୀ କହିଛନ୍ତ ବୋଲି କୋରୁକୋଣ୍ଡା ବିଇଓ ଶ୍ରୀ ମିସ୍ତ୍ରୀ କହିଛନ୍ତି। ଏ ସମ୍ପର୍କରେ ଚିତ୍ରକୋଣ୍ଡା ବିଇଓ ସୁ ଶ୍ରୀ ଗାୟତ୍ରୀ ଦେବୀଙ୍କୁ ପଚାରିବାରୁ ସେ, କହିଛନ୍ତି ଯେ କାଠ ଚୁଲିରେ ରୋଷେଇ କରିବାକୁ ବହିବାର ମନା କରାଯାଇଛି। ଏହି ଘଟଣାର ତଦନ୍ତ କରି ଉଚିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *