Lincoln Book of world Records // ବିସ୍ମୟ ପ୍ରତିଭା ଅଦ୍ୱୈତ-ଅତି କମ୍ ବୟସରେ ୪ଟି ବିଶ୍ୱ ରେକର୍ଡର ଅଧିକାରୀ, ଓଡ଼ିଶା ପାଇଁ ଆଣିଲେ ଗୌରବ ଅଦ୍ୱୈତ, ମାତ୍ର ୨ ମିନିଟ୍ ୫୦ ସେକେଣ୍ଡ ମଧ୍ୟରେ ବିଶ୍ୱର ୨୦୦ଟି ଦେଶର ପତାକାର ନାମ ସଠିକ୍ ଭାବେ କହିଦେଲେ

Spread the love

ବିସ୍ମୟ ପ୍ରତିଭା ଅଦ୍ୱୈତ-ଅତି କମ୍ ବୟସରେ ୪ଟି ବିଶ୍ୱ ରେକର୍ଡର ଅଧିକାରୀ, ଓଡ଼ିଶା ପାଇଁ ଆଣିଲେ ଗୌରବ
ଭୁବନେଶ୍ୱର: (ଦର୍ଶନ ସମୀକ୍ଷା)
ପ୍ରତିଭା ବୟସକୁ ଅପେକ୍ଷା କରେ ନାହିଁ—ଏହି କଥାକୁ ପୁଣିଥରେ ସତ୍ୟ ପ୍ରମାଣିତ କରିଛନ୍ତି ମାତ୍ର ୩ ବର୍ଷ ୧୦ ମାସ ବୟସର କୁନି ପ୍ରତିଭା ଶ୍ରୀମାନ ଅଦ୍ୱୈତ ଶ୍ରେୟାନ ପରିଡ଼ା। ବର୍ତ୍ତମାନ ଭୁବନେଶ୍ୱରରେ ରହୁଥିବା ଏବଂ ନୟାଗଡ଼ ଜିଲ୍ଲାର ମୂଳବାସିନ୍ଦା ଅଦ୍ୱୈତ ନିଜର ଅସାଧାରଣ ସ୍ମୃତିଶକ୍ତି ଓ ବହୁମୁଖୀ ପ୍ରତିଭା ବଳରେ ଦେଶ–ବିଦେଶରେ ଆଜି ସମସ୍ତଙ୍କୁ ବିସ୍ମୟିତ କରିଛନ୍ତି।
ଶ୍ରୀମାନ ଅଦ୍ୱୈତ ମାତ୍ର ୨ ମିନିଟ୍ ୫୦ ସେକେଣ୍ଡ ମଧ୍ୟରେ ବିଶ୍ୱର ୨୦୦ଟି ଦେଶର ପତାକାର ନାମ ସଠିକ୍ ଭାବେ କହି India Book of Records ଓ International Book of Records—ଉଭୟରେ ନିଜ ନାମ ସ୍ଥାନିତ କରିଛନ୍ତି। ଏହା ପୂର୍ବରୁ, ମାତ୍ର ୧.୨ ବର୍ଷ ବୟସରେ ନିଜର ଅସାଧାରଣ ସ୍ମୃତିଶକ୍ତି ପାଇଁ Lincoln Book of world Records ଓ India Book of Records ରେ ୨୫ଟି ବିଭିନ୍ନ ବର୍ଗରେ ସଫଳତା ଅର୍ଜନ କରି ସମସ୍ତଙ୍କୁ ବିସ୍ମୟିତ କରିଥିଲେ।
କେବଳ ପତକା ଚି଼ହ୍ନଟ ନୁହଁ , ସେଗୁଡିକର ଚିତ୍ର ଆଙ୍କିବା , ଭାରତ ଓ ବିଶ୍ୱ ମାନଚିତ୍ର ପଜଲ୍ ସମାଧାନ କରିବା ଇତ୍ୟାଦିରେ ମଧ୍ୟ ସିଦ୍ଧହସ୍ତ| ସାଧାରଣ ଜ୍ଞାନରେ ଅହେତୁକ ରୁଚି ସହ ଅଦ୍ୱୈତ ବିଭିନ୍ନ ସଂସ୍କୃତ ମନ୍ତ୍ର ଓ ଶ୍ଲୋକ କଣ୍ଠସ୍ଥ କରିଛନ୍ତି । ଏଥିସହିତ ଅନେକ ଓଡ଼ିଆ ଓ ହିନ୍ଦୀ ଗୀତ ଅତି ସୁନ୍ଦର ଭାବେ ଗାଇ ସମସ୍ତଙ୍କ ମନୋରଞ୍ଜନ କରନ୍ତି । ଖେଳିବା, ପାଠ ପଢିବା ସହ ନୂଆ ନୂଆ କଥା ଶିଖିବା , story ଶୁଣିବା, ଗୀତ ଗାଇବା, ଚିତ୍ର କରିବା ଇତ୍ୟାଦି ରେ ଅହେତୁକ ରୁଚି ରଖନ୍ତି ।
ଅଦ୍ୱୈତଙ୍କ ପିତା ଅରବିନ୍ଦ ପରିଡ଼ା ଏବଂ ମାତା ସ୍ନେହା ଦାସ, ଉଭୟେ ଓଡିଶା ସରକାରଙ୍କ ବନ ବିଭାଗରେ ଅଧିକାରୀ ଭାବେ କାର୍ଯ୍ୟରତ। ପୁଅର ଏହି ବିରଳ ସଫଳତାରେ ପିତା ମାତା ଓ ପରିବାରବର୍ଗ ଅତ୍ୟନ୍ତ ଆନନ୍ଦିତ ଓ ଗର୍ବିତ । “ଈଶ୍ୱରଙ୍କ ଆଶୀର୍ବାଦ, ପରିବାରର ସହଯୋଗ ଓ ସକାରାତ୍ମକ ପରିବେଶ ସହ ଅଦ୍ୱୈତଙ୍କ ନିଜର ଜିଜ୍ଞାସା ହିଁ ତାଙ୍କ ପ୍ରତିଭା ବିକାଶର ମୂଳ ଆଧାର ବୋଲି ସେମାନେ କହିଛନ୍ତି। ଏତେ କମ୍ ବୟସରେ ଏଭଳି ଅସାଧାରଣ ସଫଳତା ପାଇଁ ଆଖ ପାଖ ଅଞ୍ଚଳ, ସମ୍ପର୍କୀୟ ତଥା ସାରା ରାଜ୍ୟରୁ ଅଦ୍ୱୈତଙ୍କ ପାଇଁ ଶୁଭେଚ୍ଛା ଓ ପ୍ରଶଂସା ର ସୁଅ ଛୁଟୁଛି। ଭବିଷ୍ୟତରେ ଅଦ୍ୱୈତ ରାଜ୍ୟ ପାଇଁ ଆହୁରି ଗୌରବ ଆଣନ୍ତୁ—ଏହି କାମନା।

Record Links: 1.https://www.internationalbookofrecords.com/records/fastest-to-identify-200-flags-and-recite-their-names-preschooler

Leave a Reply

Your email address will not be published. Required fields are marked *