ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟ ପକ୍ଷରୁ ଜାତୀୟ ଆଲୋଚନାଚକ୍ର ଅନୁଷ୍ଟିତ

Spread the love

ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟ ପକ୍ଷରୁ ଜାତୀୟ ଆଲୋଚନାଚକ୍ର ଅନୁଷ୍ଟିତ

ବଲାଙ୍ଗିର:- ( ଦର୍ଶନ ସମୀକ୍ଷା)

ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟର ଓଡ଼ିଆ,ଇଂରାଜୀ,ସଂସ୍କୃତ ଓ ହିନ୍ଦୀ ବିଭାଗସମୂହ ପକ୍ଷରୁ ତା ୨୭.୦୧.୨୬ ରୁ ୨୮.୦୧.୨୬ ରିଖ ପର୍ଯ୍ୟନ୍ତ ଦୁଇଦିନ ଧରି ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଅଛି।ଏହି ଦ୍ଵି-ଦିବସୀୟ ଜାତୀୟ ଆଲୋଚନା ଚକ୍ରରେ ବିଶ୍ଵବିଦ୍ୟାଳୟ ର କୁଳପତି ପ୍ରଦୀପ୍ତ କୁମାର ବେହେରା ମୁଖ୍ୟ ଅତିଥି,ଅନ୍ୟତମ ସମ୍ମାନିତ ଅତିଥି ଭାବେ କୁଳସଚିବ ହରପ୍ରସାଦ ଭୋଇ,ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ପ୍ରତାପ କୁମାର ଦାଶ,ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ମୁଖ୍ୟ ତଥା ଏହି ଆଲୋଚନାଚକ୍ରର ସଂଯୋଜକ ଡ. ସୁଶାନ୍ତ କୁମାର ପଣ୍ଡା,ପି.ଏମ୍. ଉଷାର ସଂଯୋଜକ ଡ.ଗଣପତି ମେଣ୍ଡାଲି ଏବଂ ମୁଖ୍ୟବକ୍ତା ଭାବରେ କୃଷି ବୈଷୟିକ ବିଶ୍ଵବିଦ୍ୟାଳୟ,ପୁଷାର ଅବସରପ୍ରାପ୍ତ କୁଳାଧିପତି ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର ଯୋଗଦାନ କରିଥିଲେ ।
ଏହି ଆଲୋଚନାଚକ୍ରରେ ବିଷୟ ବିଶେଷଜ୍ଞ ଭାବେ ଓଡ଼ିଆ ବିଭାଗର ପ୍ରଫେସର କୃଷ୍ଣଚନ୍ଦ୍ର ପ୍ରଧାନ,ଆଡଜଣ୍ଟ ପ୍ରଫେସର ଓଡ଼ିଆ ଫକୀରମୋହନ ବିଶ୍ଵବିଦ୍ୟାଳୟ,ବାଲେଶ୍ଵର,ପ୍ରଫେସର ଗିରୀଶ ଚନ୍ଦ୍ର ମିଶ୍ର ଅବସରପ୍ରାପ୍ତ ପ୍ରାଧ୍ୟାପକ ଓଡ଼ିଆ ବିଭାଗ,ରେଭେନ୍ସା ବିଶ୍ଵବିଦ୍ୟାଳୟ,କଟକ,ବିଶ୍ଵଭାରତୀ ଶାନ୍ତିନିକେତନ ଓଡ଼ିଆ ବିଭାଗର ସହାୟକ ପ୍ରଫେସର ଶରତ କୁମାର ଜେନା,ଉତ୍କଳ ବିଶ୍ଵବିଦ୍ୟାଳୟ ବାଣୀବିହାର ଭୁବନେଶ୍ୱରର ସଂସ୍କୃତ ବିଭାଗର ସହଯୋଗୀ ପ୍ରଫେସର ଡ. ବ୍ରଜସୁନ୍ଦର ମିଶ୍ର,ଜାତୀୟ ସଂସ୍କୃତ ବିଶ୍ଵବିଦ୍ୟାଳୟ ତିରୁପତି ସଂସ୍କୃତ ବିଭାଗର ସହଯୋଗୀ ପ୍ରଫେସର ଡ.ସୋମନାଥ ଦାଶ,କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଆସାମ,ସିଲଚରର ଇଂରାଜୀ ବିଭାଗର ପ୍ରାଧ୍ୟାପକ ପ୍ରଫେସର ଦିପେନ୍ଦୁ ଦାସ,ହିନ୍ଦୀ ବିଶ୍ଵବିଦ୍ୟାଳୟ ହାୱଡାର ଉପ-କୁଳାଧିପତି ପ୍ରଫେସର ଦାମୋଦର ମିଶ୍ର,କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କୋରାପୁଟର ହିନ୍ଦୀ ବିଭାଗର ପ୍ରଫେସର ଚକ୍ରଧର ପ୍ରଧାନ ପ୍ରମୁଖ ବିଷୟ ବିଶେଷଜ୍ଞ ଭାବେ ଯୋଗଦାନ କରି ତୁଳନାତ୍ମକ ସାହିତ୍ୟ ଓ ଅନୁବାଦ ଅଧ୍ୟୟନର ବିବିଧ ଦିଗ,ସମକାଳୀନ ସାହିତ୍ୟରେ ତାହାର ଆବଶ୍ୟକତା, ଉପଯୋଗିତା ସମ୍ପର୍କରେ ଆଲୋକପାତ କରିଥିଲେ।ରାଜେନ୍ଦ୍ର
ବିଶ୍ଵବିଦ୍ୟାଳୟ ଅଧୀନସ୍ଥ ସମସ୍ତ ମହାବିଦ୍ୟାଳୟ,ସମ୍ବଲପୁର ବିଶ୍ୱବିଦ୍ୟାଳୟ ଏବଂ ଅନ୍ୟ ବିଶ୍ଵବିଦ୍ୟାଳୟରୁ ଆସିଥିବା ଗବେଷକ ଗବେଷିକା,ତାଙ୍କର ତୁଳନାତ୍ମକ ସାହିତ୍ୟ ଓ ଅନୁବାଦ ଅଧ୍ୟୟନ ଭିତ୍ତିକ ପ୍ରବନ୍ଧ ପାଠ କରିଥିଲେ।
ଆଲୋଚନାଚକ୍ରର ଉଦଯାପନୀ ସମାରୋହରେ ଅତୀବଡ଼ି ଜଗନ୍ନାଥ ଦାସ ପୁରସ୍କାର ପ୍ରାପ୍ତ ତଥା ସମ୍ବଲପୁର ବିଶ୍ୱବିଦ୍ୟାଳୟର ଇଂରାଜୀ ବିଭାଗର ଅବସରପ୍ରାପ୍ତ ପ୍ରଫେସର ମଧୁସୂଦନ ପତି ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ତୁଳନାତ୍ମକ ସାହିତ୍ୟ ଓ ଅନୁବାଦ ଅଧ୍ୟୟନର ବିବିଧ ବିଭବ ସମ୍ପର୍କରେ ଅଭିଭାଷଣ ପ୍ରଦାନ କରିଥିଲେ।ଏହି ସମାରୋହରେ ସମ୍ମାନିତ ଅତିଥି ଭାବେ ବିଶ୍ୱ ବିଦ୍ୟାଳୟର କୁଳସଚିବ ଶ୍ରୀ ହରପ୍ରସାଦ ଭୋଇ,ମାନବ ସମ୍ବଳ ଆୟୋଗର ନିର୍ଦ୍ଦେଶକ ପ୍ରଫେସର ରାଜକିଶୋର ପାତ୍ର,ପରୀକ୍ଷା ନିୟନ୍ତ୍ରକ ଡ. ନରେନ୍ଦ୍ର କୁମାର ରାଉତ,ପି.ଏମ୍.ଉଷାର ସଂଯୋଜକ ଡ.ଗଣପତି ମେଣ୍ଡାଲି,ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ପ୍ରତାପ କୁମାର ଦାସ,ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ମୁଖ୍ୟ ଡ.ସୁଶାନ୍ତ କୁମାର ପଣ୍ଡା,ହିନ୍ଦୀ ଭାଷା ଓ ସାହିତ୍ୟ ବିଭାଗର ମୁଖ୍ୟ ଡ.ରୂପଧର ଗୋମାଙ୍ଗୋ,ସଂସ୍କୃତ ଭାଷା ସାହିତ୍ୟ ବିଭାଗର ମୁଖ୍ୟ ଡ.ଅମରେଶ ନାଏକ ମଞ୍ଚାସୀନ ଥିଲେ।ପ୍ରବନ୍ଧ ଉପସ୍ଥାପକ ଉପସ୍ଥାପିକା ମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା।

ଶେଷରେ ଆଲୋଚନାଚକ୍ରର ସଂଯୋଜକ ଡ. ସୁଶାନ୍ତ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଆଲୋଚନାଚକ୍ରରେ ଓଡ଼ିଆ, ଇଂରାଜୀ,ହିନ୍ଦୀ ଓ ସଂସ୍କୃତ ବିଭାଗସମୂହ ଏବଂ ବିଶ୍ଵବିଦ୍ୟାଳୟର ସମସ୍ତ ଅଧ୍ୟାପକ,ଅଧ୍ୟାପିକା,ପ୍ରାଧ୍ୟାପକ,ପ୍ରଧ୍ୟାପିକା,ଛାତ୍ରଛାତ୍ରୀ, ଗବେଷକ,ଗବେଷିକା ଯୋଗଦାନ କରି ସଭାକୁ ସଫଲ୍ୟ ମଣ୍ଡିତ କରିଥିଲେ।

Leave a Reply

Your email address will not be published. Required fields are marked *