. 📰 ଆସନ୍ତୁ ପଢିବା କିଛି ମହତ୍ୱପୁର୍ଣ ଖବର
▪️ ଇରାନ ଅଭିମୁଖେ ଆମେରିକାର ବଡ ଏବଂ ଶକ୍ତିଶାଳୀ ଜାହାଜ : ଟ୍ରମ୍ପ୍ କହିଲେ -‘ଏହାକୁ ବ୍ୟବହାର ନକଲେ ଭଲ’
ନ୍ୟୁୟର୍କ,୩୦|୧ : ଆମେରିକା ଚାହୁଁନି ଇରାନ ସହ ଯୁଦ୍ଧ । କିନ୍ତୁ ଇରାନ ନସୁଧୁରିଲେ ଆମେରିକା ଛାଡିବ ନାହିଁ । ଯୁଦ୍ଧ କରିବ । ଏମିତି କିଛି କହିଛନ୍ତି ୟୁଏସ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ।
ଟ୍ରମ୍ପ୍ କହିଛନ୍ତି ଯେ, ସେ କେବେହେଲେ ଯୁଦ୍ଧକୁ ସମର୍ଥନ କରନ୍ତିନି । ଏହାକୁ ଟାଳିବାକୁ ନିରନ୍ତର ପ୍ରୟାସ କରନ୍ତି । କିନ୍ତୁ ଇରାନ ସାବଧାନ ରହିବା ଜରୁରୀ । ତେହେରାନ ଅଭିମୁଖେ ଆମେରିକାର ବଡ ଏବଂ ଶକ୍ତିଶାଳୀ ଯୁଦ୍ଧ ଜାହାଜ ଅଗ୍ରସର ହେଉଛି । ତେହରାନ ସହ ଆଗାମୀ ଦିନରେ ପରମାଣୁ ଚୁକ୍ତି ନେଇ ଆଲୋଚନା ହୋଇପାରେ । ତେବେ ଟ୍ରମ୍ପଙ୍କ ବୟାନ ସେହି ସମୟରେ ଆସିଛି ଯେତେବେଳେ ଇରାନ ସେନା ବନ୍ଧୁକର ଟ୍ରିଗର ଉପରେ ଆଙ୍ଗୁଠି ରଖିଥିବା କଥା କହିଥିଲା । ଯଦି ଆମେରିକା ସାମରିକ ଶକ୍ତି ପ୍ରୟୋଗ କରେ ତାହାଲେ ଇରାନ ଭୟଙ୍କର କ୍ଷତି ଘଟାଇବ । ଯାହା ଆଗରୁ କେବେ ହୋଇନଥିଲା ତାହା ଆମେରିକା ଦେଖିବ ବୋଲି ତେହରାନ ସତର୍କ କରାଇ ଦେଇଥିଲା ।
▪️ ଋଷ୍ ଯିବେ ୟୁକ୍ରେନ୍ ରାଷ୍ଟ୍ରପତି, ଜେଲେନସ୍କିଙ୍କୁ ମସ୍କୋ ଆସିବାକୁ ନିମନ୍ତ୍ରଣ କଲେ ପୁଟିନ
ନୂଆଦିଲ୍ଲୀ,୩୦|୦୧:ଦୀର୍ଘଦିନ ଧରି ଚାଲିଥିବା ଯୁଦ୍ଧରେ ପଡିବ ଯବନିକା । ଆଉ ଲଢିବେନି ୟୁକ୍ରେନ ଏବଂ ଋଷ । ଏବେ ମୁହାଁମୁହିଁ କଥା ହେଲେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଏବଂ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । କାରଣ ଶାନ୍ତି ଆଲୋଚନା ପାଇଁ ଜେଲେନସ୍କିଙ୍କୁ ଡାକିଛି ମସ୍କୋ । ଯୁଦ୍ଧ ବନ୍ଧ ପାଇଁ ଆମେରିକାର ହସ୍ତକ୍ଷେପ ପରେ ମସ୍କୋ ଏପରି ପଦକ୍ଷେପ ନେଇଛି ।
▪️ ଖୁବ ଶୀଘ୍ର ଆରମ୍ଭ ହେବ ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା, ସମସ୍ତ ଜିଲ୍ଲାପାଳଙ୍କୁ ଚିଠି
ଭୁବନେଶ୍ୱର ୩୦/୦୧: ବରିଷ୍ଠ ନାଗରିକଙ୍କୁ ପୁରୀ ବୁଲାଇବେ ସରକାର । ୬୦ ରୁ ୭୫ ବର୍ଷ ବୟସ୍କ ଓ ବିଧବା ମହିଳାଙ୍କୁ ଜଗନ୍ନାଥ ଦର୍ଶନ କରାଇବେ ସରକାର । ଖୁବ ଶୀଘ୍ର ଆରମ୍ଭ ହେବ ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା । ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ପର୍ଯ୍ୟଟନ ବିଭାଗର ଚିଠି । ୩୫ ହଜାର ଲୋକଙ୍କୁ ଏହି ଯୋଜନାରେ କରାଯିବ ସାମିଲ ।ପଞ୍ଚାୟତ ସ୍ତରରେ ହିତାଧିକାରୀ ଚୂଡାନ୍ତ କରିବା ପାଇଁ ଜିଲ୍ଲାପାଳଙ୍କୁ ନିଦ୍ଦେଶ ।
▪️ ଦୀପାଳି ନା ପୋଲିସ ରେକର୍ଡ କିଏ କହୁଛି ସତ ? ୩ ବର୍ଷ ପରେ ବି ଘଟଣା ଦିନର କ୍ଲାଇମାକ୍ସକୁ ନେଇ ପ୍ରଶ୍ନ ଅନେକ
ଝାରସୁଗୁଡ଼ା ୩୦।୧: ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ଇତିମଧ୍ୟରେ ପୂରିଛି ତିନି ବର୍ଷ । ହେଲେ ଏବେବି ରହସ୍ୟରେ ନବ ଦାସଙ୍କ ହତ୍ୟାକାଣ୍ଡ । ନବ ଦାସଙ୍କୁ କାହିଁକି ମାରିଥିଲା ଗୋପାଳ ? କ’ଣ ଥିଲା ତାଙ୍କ ଉଦ୍ଦେଶ୍ୟ ? ହତ୍ୟାକାଣ୍ଡ ପାଇଁ ଗୋପାଳକୁ କିଏ ଉସକାଇଥିଲା ? ଏବେ ବି ଏମିତି ଅନେକ ଅସମାହିତ ପ୍ରଶ୍ନ । ନବ ଦାସଙ୍କ ହତ୍ୟାକାଣ୍ଡ ସାରା ଦେଶକୁ ଦୋହଲାଇ ଦେଇଥିବା ବେଳେ ହତ୍ୟା ପଛର କାରଣ ଏବେ ବି ରହସ୍ୟରେ ।
▪️ ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ରାଜ୍ୟରେ ବଢିଚାଲିଛନ୍ତି କଳା ବାଘ
ନୟାଗଡ ୩୦/୦୧: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ରାଜ୍ୟରେ ବଢିଛି କଳାବାଘ ସଂଖ୍ୟା । ବିଶେଷ କରି ନୟାଗଡ ବନବିଭାଗ ପାଇଁ ଆସିଛି ଖୁସି ଖବର । ଜିଲ୍ଲାର ଜଙ୍ଗଲରେ କଳାବାଘଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ଅନୁମାନ କରିଛି ବନବିଭାଗ । ବାଘଗଣନା ଶେଷ ହୋଇନଥିଲେ ମଧ୍ୟ ଟ୍ରାପ୍ କ୍ୟାମେରା ଭିଜୁଆଲ୍ କୁ ଭିତ୍ତି କରି ଏବେ ପାଖାପାଖି ୭ଟି କଳାବାଘ ରହିଥିବା ଅନୁମାନ କରାଯାଉଥିବା ଡିଏଫଓ କହିଛନ୍ତି ।
▪️ ଅନୁଭବ VS ବର୍ଷା ବିବାଦ: ବିଚ୍ଛେଦ ପରେ ବି ପୁଣି କୋର୍ଟକୁ ଦୌଡିବେ ଅଭିନେତା
କଟକ ୩୦/୦୧: ଅଭିନେତା ଅନୁଭବ ମହାନ୍ତିଙ୍କ ପାଇଁ ବଢିଲା ଅଡୁଆ । ଅନୁଭବଙ୍କ ଆବେଦନ ହାଇକୋର୍ଟରେ ଖାରଜ। ଅନୁଭବଙ୍କ ବିରୋଧରେ ଚାଲିବ ମାମଲା । ଅନୁଭବ ଓ ତାଙ୍କ କର୍ମଚାରୀଙ୍କ ବିରୋଧରେ ପୂର୍ବତନ ପତ୍ନୀ ବର୍ଷା ଦେଇଥିଲେ ଏତଲା । ଅନୁଭବଙ୍କ ଘରେ ଥିବା ବେଳେ ମାନସିକ ନିର୍ଯାତନା ପାଉଥିବା କରିଥିଲେ ଅଭିଯୋଗ ।
▪️ ଇଡି ଅଫିସ୍ରେ ବାଲି ମାଫିଆ ବିଶ୍ବଜିତ ପାତ୍ର, ହାଜର ହେବାକୁ ହୋଇଥିଲା ସମନ
ଭୁବନେଶ୍ବର ୩୦।୧: ବାଲି ମାଫିଆଙ୍କୁ ନିସ୍ତାର ନାହିଁ । ବାଲି ମାଫିଆଙ୍କୁ ଘେରିଛି ଇଡି । ଇଡିରେ ହାଜର ହେଲେ ବାଲି ମାଫିଆ ବିଶ୍ବଜିତ ପାତ୍ର । ଇଡିରେ ହାଜର ହେବାକୁ ବାଲି ମାଫିଆ ବିଶ୍ବଜିତ ପାତ୍ରଙ୍କୁ ସମନ ଜାରି କରାଯାଇଥିଲା । ପୂର୍ବତନ ଯୁବ କଂଗ୍ରେସ ନେତା ହେଉଛନ୍ତି ବିଶ୍ୱଜିତ ପାତ୍ର । ଗତ ୧୬ ତାରିଖରେ ଗଞ୍ଜାମର ୬ ବାଲି ମାଫିଆଙ୍କ ଘରେ ରେଡ୍ କରାଯାଇଥିଲା । ଚଢ଼ାଉ ବେଳେ ୨ କୋଟି ୬୩ ଲକ୍ଷ ନଗଦ ଟଙ୍କା, ୧୦ ଦାମୀ ଗାଡି ଜବତ ହୋଇଥିଲା । ଏକକାଳୀନ ୨୫ଟି ସ୍ଥାନରେ ରେଡ୍ କରିଥିଲା ଇଡି ।
▪️ ରାଜ୍ୟରେ ବ୍ୟାନ୍ ହେବନି ପାନ ମସଲା, ସ୍ୱାସ୍ଥ୍ୟ ବିଭାଗର ସ୍ପଷ୍ଟୀକରଣ
ଭୁବନେଶ୍ୱର: ରାଜ୍ୟରେ ବ୍ୟାନ୍ ହେବନି ପାନ ମସଲା। ଏନେଇ CT & GST ଓ ଅର୍ଥ ବିଭାଗକୁ ସ୍ୱାସ୍ଥ୍ୟ ସଚିବ ଚିଠି ଲେଖିଛନ୍ତି। ଚିଠି ଲେଖି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ହୋଇଛି। ପାନ ମସଲାରେ ଟବାକୋ ଓ ନିକୋଟିନ୍ ନଥିବା ଚିଠିରେ ଉଲ୍ଲେଖ ହୋଇଛି।
▪️ ଏନକାଉଣ୍ଟରରେ ଟଳିଲେ ୨ ମାଓବାଦୀ, ଏକେ-୪୭ ଜବତ
ମାଲକାନଗିରି,୩୦|୧ : ସୁରକ୍ଷାକର୍ମୀଙ୍କୁ ବଡ ସଫଳତା । ଟଳିଲେ ଦୁଇ ମାଓବାଦୀ । ଛତିଶଗଡର କାଭରଗଟ୍ଟା ଜଙ୍ଗଲେ ଏନକାଉଣ୍ଟରରେ ଦୁଇ ମାଓବାଦୀ ପ୍ରାଣ ହରାଇଛନ୍ତି ।
ରିପୋର୍ଟ ଅନୁସାରେ, କାଭରଗଟ୍ଟା ଜଙ୍ଗଲରେ କିଛି ମାଓବାଦୀ ଲୁଚିଥିବା ନେଇ ସୁରକ୍ଷାକର୍ମୀଙ୍କୁ ଗୁଇନ୍ଦା ରିପୋର୍ଟ ମିଳିଥିଲା । ଏହାପରେ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ । ତେବେ ଯବାନଙ୍କୁ ଦେଖି ମାଓବାଦୀମାନେ ପ୍ରଥମେ ଗୁଳିମାଡ କରିଥିଲେ । ଯବାନମାନେ ମଧ୍ୟ ଏହାର ପାଲଟା ଜବାବ ଦେଇଥିଲେ । ଏଥିରେ ଦୁଇ ଟପ୍ ମାଓବାଦୀ ନିହତ ହୋଇଛନ୍ତି । ନିହତ ମାଓବାଦୀ ହେଲେ ପ୍ରଦୀପ ଏବଂ ଭୀମା । ଉଭୟେ ଅନେକ ହିଂସାକାଣ୍ଡରେ ସାମିଲ ଥିଲେ ।
▪️ ଖିଲାପ ଖଣି ଲିଜ୍ଧାରୀଙ୍କ ଉପରେ ହାଇକୋର୍ଟ ଛାଟ, ନିଜ ଅକ୍ତିଆରକୁ ନେବେ ସରକାର
କଟକ ୩୦/୦୧: ବର୍ଷକୁ ଯେତିକି ପରିମାଣର ଖଣିଜ ସାମଗ୍ରୀ ଉତ୍ତୋଳନ ପାଇଁ ଲିଜ୍ ନେଇଥିଲେ ସେତିକି ପରିମାଣର ଉତ୍ତୋଳନ କଲେ ନାହିଁ । ଫଳରେ ରାଜ୍ୟ ସରକାର ଏହି ଲିଜ୍ଧାରୀଙ୍କ ଉପରେ ଜରିମାନା କଲେ । କିନ୍ତୁ ସେମାନେ ନା ଜରିମାନା ଦେଲେ ନା ଲିଜ୍ ସର୍ତ୍ତ ପୂରଣ କଲେ । ସରକାରଙ୍କୁ ଏଥିପାଇଁ ହଜାର ହଜାର କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଲା । କିନ୍ତୁ ଏଣିକି ଆଉ ଏହି ଖିଲାପୀ ଖଣି ଲିଜ୍ଧାରୀ ଖସିପାରିବେ ନାହିଁ । ଏହି ଲିଜ୍ଧାରୀଙ୍କ ଉପରେ ହାଇକୋର୍ଟ ଛାଟ ବସିଛି । ଚୁକ୍ତି ଖିଲାପକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
▪️ ଆଖି ବୁଜିଲେ ବରଗଡ଼ ଧନୁଯାତ୍ରାର ନନ୍ଦରାଜା ଅଭିନେତା, କଳାକାର ଜଗତରେ ଶୋକ
ବରଗଡ ୩୦/୦୧: ଆଖି ବୁଜିଲେ ବରଗଡ଼ ଧନୁଯାତ୍ରାର ନନ୍ଦରାଜା ଅଭିନେତା। ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଗୋପପୁରରେ ନନ୍ଦରାଜା ଭୂମିକାରେ ଅଭିନୟ କରି ଆସୁଥିବା କଳାକାର ସତ୍ୟନାରାୟଣ ପୋଢଙ୍କର ପରଲୋକ ହୋଇଛି। ଗୁରୁବାର ଭୋରରୁ ତାଙ୍କ ଦେହାନ୍ତ ଖବର ପ୍ରଚାରିତ ହେବାପରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି।
▪️ ଆସନ୍ତା ଦୁଇ ସପ୍ତାହ ଯାଏ ସ୍ୱାଭାବିକ ଠାରୁ ଅଧିକ ଶୀତ, ଆଭ୍ୟନ୍ତରୀଣ ଓଡ଼ିଶାରେ ପାରଦ ଖସିବ
ଭୁବନେଶ୍ୱର, ୩୦/୦୧: ଆସନ୍ତା ଦୁଇ ସପ୍ତାହ ଯାଏ ସ୍ୱଭାବିକଠାରୁ ଅଧିକ ଶୀତ ରହିବ । ଶୀତ ଲହରି ଜାରି ରହିବ । ଶୁକ୍ରବାରଠୁ ଫେବ୍ରୁଆରୀ ୫ ତାରିଖ ଯାଏ ସର୍ବନିମ୍ନ ତାପମାତ୍ରା ଆଭ୍ୟନ୍ତରୀଣ ଓଡ଼ିଶାରେ ୧୦ରୁ ୧୪ ଡିଗ୍ରୀ ରହିବ । ଉପକୂଳ ଓ ଏହାର ନିକଟବର୍ତ୍ତୀ ଜିଲ୍ଲାମାନଙ୍କରେ ୧୪ରୁ ୧୮ ଡିଗ୍ରୀ ରହିବ । ସେହିପରି ଆସନ୍ତା ଫେବ୍ରୁଆରୀ ୬ରୁ ୧୨ ତାରିଖ ମଧ୍ୟରେ ପଶ୍ଚିମ ଓଡ଼ିଶାର ଆଭ୍ୟନ୍ତରୀଣ ଅଞ୍ଚଳରେ ୬ରୁ ୧୦ ଡିଗ୍ରୀ ରହିବ ।
▪️ ସ୍କୁଲ୍ରେ ଝିଅମାନଙ୍କ ପାଇଁ ଅଲଗା ସୌଚାଳୟ ଓ ମାଗଣା ସାନିଟାରି ପ୍ୟାଡ୍ ବ୍ୟବସ୍ଥା କରାଯାଉ: ସୁପ୍ରିମକୋର୍ଟଙ୍କ ବଡ଼ ନିର୍ଦ୍ଦେଶ
ନୂଆଦିଲ୍ଲୀ: ଶୁକ୍ରବାର ସୁପ୍ରିମକୋର୍ଟ ସ୍କୁଲରେ ଝିଅମାନଙ୍କ ପାଇଁ ଅଲଗା ଶୌଚାଳୟ ଏବଂ ସାନିଟାରୀ ପ୍ୟାଡ୍ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ସ୍କୁଲରେ ଝିଅମାନଙ୍କ ପାଇଁ ଅଲଗା ସୌଚାଳୟ ତିଆରି କରିବାକୁ କେନ୍ଦ୍ର ଶାସିତ ଅଞ୍ଚଳ ଓ ସମସ୍ତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ। ତିନି ମାସ ମଧ୍ୟରେ ଏହା ପାଳନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
▪️ ୨୦୨୦ ଜାନୁୟାରୀ ଆଜି ତାରିଖରେ କରୋନାକୁ WHO ଘୋଷଣା କରିଥିଲେ ହେଲଥ୍ ଏମାର୍ଜେନ୍ସୀ
ନୂଆଦିଲ୍ଲୀ ୩୦।୧: ସାରା ବିଶ୍ୱରେ କରୋନା ଭାଇରସ କେତେ ଯେ ଜୀବନ ନେଇଛି ତାର ହିସାବ ନାହିଁ। ଏହି ଭୂତାଣୁ ଭୟରେ ମଣିଷ ଘରର ଚାରି କାନ୍ଥ ଭିତରେ ବନ୍ଦୀ ହୋଇ ରହିବାକୁ ବାଧ୍ୟ ହୋଇଥିଲା। ୩୦ ଜାନୁୟାରୀ ୨୦୨୦ରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (WHO) ଏକ ଅଜଣା ମାରାତ୍ମକ ଭାଇରସ ସମ୍ପର୍କରେ ଚେତାବନୀ ଦେଇଥିଲେ ଓ ଏହାକୁ ଗ୍ଲୋବାଲ ହେଲଥ୍ ଏମାର୍ଜେନ୍ସୀ ଘୋଷଣା କରିଥିଲେ। ଡବ୍ଲୁଏଚଓ ମହାନିର୍ଦ୍ଦେଶକ ଟଡ୍ରୋସ ଏଡନୋମ ଘେବ୍ରେୟେସସ୍ ସାମ୍ବାଦିକଙ୍କୁ କହିଥିଲେ ଗତ କିଛି ସପ୍ତାହରେ ଆମେ ଏପରି କିଛି ପ୍ୟାଥୋଜେନ ବ୍ୟାପୁଥିବାର ଦେଖୁଛୁ ଯାହା ସମ୍ପର୍କରେ ପ୍ରଥମେ ଜଣା ନଥିଲା।
▪️ ବଦଳୁଛି ମାଆ ହେବାର ଧାରା; ଭାରତରେ ବଢୁଛି C-section ଡେଲିଭରୀ, ଜାଣନ୍ତୁ କାହିଁକି ?
ନୂଆଦିଲ୍ଲୀ ୩୦।୦୧; "ପ୍ରସବ" ଶବ୍ଦଟି ଶୁଣିବା ମାତ୍ରେ, ଅଧିକାଂଶ ଲୋକ ନର୍ମାଲ ଡେଲିଭରୀ ବିଷୟରେ କଳ୍ପନା କରନ୍ତି। କିନ୍ତୁ ଏବେ ତାହା ପରିବର୍ତ୍ତନ ହେଉଛି। ବର୍ତ୍ତମାନ ଏକ ତଥ୍ୟ ସାମ୍ନାକୁ ଆସିଛି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବ। ଏହା ପ୍ରଥମ ଥର ଯେ କୌଣସି ଦେଶରେ ନର୍ମାଲ ଡେଲଭରି ଅପେକ୍ଷା ସି-ସେକ୍ସନ ମାଧ୍ୟମରେ ଅଧିକ ଶିଶୁ ଜନ୍ମ ହୁଅନ୍ତି। ଇଂଲଣ୍ଡରେ, ସି-ସେକ୍ସନ ସଂଖ୍ୟା ନର୍ମାଲ ଡେଲିଭରି ଠାରୁ ଅଧିକ । ନୂତନ ତଥ୍ୟ ଅନୁଯାୟୀ, ନର୍ମାଲ ଅପେକ୍ଷା ସିଜରିଆନ୍ ମାଧ୍ୟମରେ ଅଧିକ ମହିଳା ଜନ୍ମ ଦେଉଛନ୍ତି। ଗତ ବର୍ଷ, ଇଂଲଣ୍ଡରେ ପ୍ରାୟ ୪୫% ଜନ୍ମ ସି-ସେକ୍ସନ ଦ୍ୱାରା ହୋଇଥିଲା, ଯେତେବେଳେ ପ୍ରାୟ ୪୦% ନର୍ମାଲ ଡେଲିଭରି ହୋଇଥିଲା। ପ୍ରାୟ ୧୧% ମାମଲାରେ, ଫୋରସେପ୍ସ କିମ୍ବା ଭେଣ୍ଟୁସ୍ ଭଳି ଉପକରଣ ବ୍ୟବହାର କରି ପ୍ରସବ କରାଯାଇଥିଲା। ଏହି ସଂଖ୍ୟା ଗୁଡ଼ିକ ଦର୍ଶାଉଛି ଯେ ପ୍ରସବର ପଦ୍ଧତି ଦ୍ରୁତ ଗତିରେ ପରିବର୍ତ୍ତନ ହେଉଛି।
▪️ ତୋ ଭଉଣୀକୁ ମାରୁଛି, କଲ୍କୁ ରେକର୍ଡିଂରେ ରଖ: SWAT କମାଣ୍ଡୋଙ୍କ ଲାଇଭ୍ ମର୍ଡର ଭାଇରାଲ୍…
ନୂଆଦିଲ୍ଲୀ ୩୦/୦୧: ସାରା ଦେଶରେ SWAT କମାଣ୍ଡୋଙ୍କ ହତ୍ୟାକୁ ନେଇ ଚର୍ଚ୍ଚା । ଯୌତୁକ ପାଇଁ ଦିଲ୍ଲୀ ପୋଲିସର ଜଣେ ଗର୍ଭବତୀ ମହିଳା କନେଷ୍ଟବଳଙ୍କୁ ନିର୍ମମ ହତ୍ୟାକୁ ନେଇ ସବୁଠି ହଇଚଇ । ଏବେ ଏହି ଘଟଣାର ହୃଦୟ ବିଦାରକ ଘଟଣା ଆସିଛି ସାମ୍ନାକୁ । କାଜୋଲଙ୍କୁ ହତ୍ୟା କରିବା ବେଳେ ଅତି ଭୟଙ୍କର ହୋଇପଡିଥିଲା ଅଭିଯୁକ୍ ସ୍ୱାମୀ ।
▪️ ଦିଦିଙ୍କ ଗଡରେ ବିଜେପି ଜିତିବ କେତେ ସିଟ୍ ? ବିଧାନସଭା ନିର୍ବାଚନ ଆଗରୁ ଚକିତ କଲା ସର୍ଭେ ରିପୋର୍ଟ
କୋଲକାତା,୩୦|୦୧ : ପଶ୍ଚିମବଙ୍ଗରେ କିଏ ମାରିବ ବାଜି?ଗଡ ରକ୍ଷା କରିପାରିବେ କି ମମତା ବାନାର୍ଜୀ?ନା ଧସେଇ ପସିବ ଭାରତୀୟ ଜନତା ପାର୍ଟି। କିଛି ଏପରି ପ୍ରଶ୍ନ ଏବେ ସାଧାରଣ ଲୋକଙ୍କ ମନରେ । ସଦାବେଳେ ରୋଚକ ରହୁଥିବା ପଶ୍ଚିମବଙ୍ଗ ରାଜନୀତିକୁ ନେଇ ଆସିଛି ସର୍ଭେ ରିପୋର୍ଟ । ଯେଉଁଥିରେ ପଶ୍ଚିମବଙ୍ଗରେ କାହାର କ୍ରେଜ୍ ଅଧିକ ଏବଂ ନିର୍ବାଚନ ହେଲେ କିଏ କେତେ ସିଟ୍ ପାଇବ ସେନେଇ ତଥ୍ୟ ପ୍ରକାଶ ପାଇଛି । ଇଣ୍ଡିଆ ଟୁଡେ ଏବଂ ସି ଭୋଟର ସର୍ଭେର ମୁଡ୍ ଅଫ୍ ଦି ନେସନର ଏନେଇ ରିପୋର୍ଟ ଆସିଛି ।
▪️ କଣ ହ୍ୟାକ୍ ହୋଇଥିଲା କି ବିରାଟଙ୍କ ଆକାଉଣ୍ଟ ? ରାତିରେ ଗଲା, ଦିନରେ ଆସିଲା
ନୂଆଦିଲ୍ଲୀ ୩୦।୦୧; ଇନଷ୍ଟାଗ୍ରାମକୁ ଫେରିଲେ ବିରାଟ କୋହଲି । ଘଣ୍ଟା ଘଣ୍ଟାର କନଫ୍ୟୁଜନ ପରେ, ତାଙ୍କ ଆକାଉଣ୍ଟ ପୁନ ଥରେ ଆକ୍ଟିଭ୍ ହୋଇଛି। ଗୁରୁବାର ରାତିରେ ବା ଶୁକ୍ରବାର, ବିରାଟଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହଠାତ୍ ଗାଏବ ହୋଇଯାଇଥିଲା। ଯାହା ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଥିଲା। ସମସ୍ତେ ଭାବୁଥିଲେ ଯେ କାହିଁକି ଓ କିପରି ହେଲା। ୨୭୦ ନିୟୁତରୁ ଅଧିକ ଫଲୋଅର୍ସ ଥିବା ବିରାଟ ଇନଷ୍ଟାଗ୍ରାମରୁ କିପରି ହଟିଗଲେ? ଏବେ ବିରାଟଙ୍କ ଆକାଉଣ୍ଟ ରିଟର୍ଣ୍ଣ ତ ଆସିଛି ସତ, ହେଲେ ଏହା କାହିଁକି ଏଭଳି ହୋଇଥିଲା ପ୍ରଶ୍ନ ଗୁଡ଼ିକ ଉତ୍ତର ମିଳିନାହିଁ ।
▪️ ମୋଦୀ ପୁଣି ନମ୍ବର 1 : ଆଜି ଭୋଟ୍ ହେଲେ NDA ଗଢିବ ସରକାର, କଂଗ୍ରେସ ପାଇବ ଏତିକି ସିଟ୍ …
ନୂଆଦିଲ୍ଲୀ,୩୦|୦୧:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ 3.0 ସରକାରକୁ ଦେଢ ବର୍ଷ ପୂରିଲାଣି । ଅନେକ ପ୍ରସଙ୍ଗରେ ସରକାର ବ୍ୟାକଫୁଟରେ ରହିଛନ୍ତି । ବିରୋଧୀଙ୍କ ଘନଘନ ଆକ୍ରମଣ ଏନଡିଏକୁ ଅଡୁଆରେ ପକାଇଛି । ହେଲେ ଏବେବି ମୋଦୀ ଅପ୍ରତିଦ୍ୱନ୍ଦ୍ୱୀ ନେତା । ଅନେକ ପ୍ରସଙ୍ଗରେ ବିଜେପି ଫସିଥିଲେ ବି ଏନଡିଏ ଉପରେ ରହିଛି ସାଧାରଣ ଜନତାଙ୍କ ଭରସା । ଯାହା ଇଣ୍ଡିଆ ଟୁଡେ-ସି ଭୋଟର ସର୍ଭେରେ ଜଣାପଡିଛି । ଆଜି ନିର୍ବାଚନ ହେଲେ ବିଜେପି ବହୁମତରେ ସରକାର ଗଠନ କରିବ ବୋଲି ଜଣାପଡିଛି ।












Leave a Reply