ପାରଳାଖେମୁଣ୍ଡି ସ୍ପେସଲ୍ // ରାଜ୍ୟପାଳଙ୍କ ଦ୍ୱାରା ରାମଗିରି ଥାନାଧିକାରୀଙ୍କୁ ଦକ୍ଷ ପୁଲିସ ଅଧିକାରୀ ସମ୍ମାନ ପ୍ରଦାନ ଓ ପାରଳାରେ ସିସିଟିଭି ବ୍ୟବସ୍ଥାକୁ ଉଦଘାଟନ କଲେ ବିଧାୟକ

Spread the love

ରାଜ୍ୟପାଳଙ୍କ ଦ୍ୱାରା ରାମଗିରି ଥାନାଧିକାରୀଙ୍କୁ ଦକ୍ଷ ପୁଲିସ ଅଧିକାରୀ ସମ୍ମାନ ପ୍ରଦାନ ପାରଳାଖେମୁଣ୍ଡି, 29/1(ତାରିଣୀ ପ୍ରସାଦ ପଣ୍ଡା ): ଦର୍ଶନ ସମୀକ୍ଷା

ଗଜପତି ଜିଲ୍ଲା ରାମଗିରି ଥାନାଧିକାରୀ ଗଜପତି ଦୋରାଙ୍କୁ ଦକ୍ଷ ଥାନାଧିକାରୀ ଭାବେ ପୁରସ୍କୃତ କରାଯାଇଛି. ଭୁବନେଶ୍ୱର ଠାରେ ଆୟୋଜିତ ଗଣତନ୍ତ୍ର ଦିବସର ରାଜ୍ୟସ୍ତରୀୟ ସମାରୋହରେ ରାମଗିରି ଥାନା ଅଧିକାରୀ ଗଜପତି ଦୋରାଙ୍କୁ ରାଜ୍ୟପାଳ ଡ଼. ହରିବାବୁ ସମ୍ମାନୀତ କରିଛନ୍ତି। ଗଜପତି ଜିଲ୍ଲାର ଏକମାତ୍ର ପୁଲିସ ଅଧିକାରୀ ଭାବେ ରାମଗିରି ଥାନା ଅଧିକାରୀ ଗଜପତି ଦୋରା ଏହି ସମ୍ମାନ ପାଇବାର ଗୌରବ ହାସଲ କରିଛନ୍ତି। ଏଥି ପାଇଁ ରାମଗିରି ଥାନାର ସମସ୍ତ କର୍ମଚାରୀଙ୍କ ସମେତ ଗଜପତି ଜିଲ୍ଲାର ସମସ୍ତ ପୋଲିସ ପଦାଧିକାରୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ପାରଳାରେ ସିସିଟିଭି ବ୍ୟବସ୍ଥାକୁ ଉଦଘାଟନ କଲେ ବିଧାୟକ ପାରଳାଖେମୁଣ୍ଡି, 29/1(ତାରିଣୀ ପ୍ରସାଦ ପଣ୍ଡା ):

Oplus_131072

ପାରଳାଖେମୁଣ୍ଡି ସହରରେ ସିସିଟିଭି ବ୍ୟବସ୍ଥାକୁ ପାରଳା ବିଧାୟକ ଇଂ ରୂପେଶ ପାଣିଗ୍ରାହୀ ଉଦଘାଟନ କରିଛନ୍ତି। ପାରଳାଖେମୁଣ୍ଡି ଆଦର୍ଶ ଥାନା ପରିସରରେ ଆୟୋଜିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପାରଳା ବିଧାୟକ ଶ୍ରୀ ପାଣିଗ୍ରାହୀ ଯୋଗଦେଇ ଉଦଘାଟନ କରିଥିଲେ. ଏହି ସମାବେଶରେ ପାରଳା ପୌର ପରିଷଦର ଅଧ୍ୟକ୍ଷା ନିର୍ମଳା ସେଠୀ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପୃଥୀରାଜ ମଣ୍ଡଳ, ଆରକ୍ଷୀ ଅଧୀକ୍ଷକ ଯତୀନ୍ଦ୍ର କୁମାର ପଣ୍ଡା, ଏସଡିପିଓ ମାଧବାନନ୍ଦ ନାୟକ, ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଲକ୍ଷ୍ମଣ କୁମାର ମୁର୍ମୁ, ପାରଳାଖେମୁଣ୍ଡି ଆଦର୍ଶ ଥାନାଧିକାରୀ ପ୍ରଶାନ୍ତ ଭୂପତିପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ । ସହରରେ ବୃଦ୍ଧି ପାଉଥିବା ଅପରାଧିକ କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି ଦୀର୍ଘ ଦିନ ଧରି ସହରବାସୀ ସିସିଟିଭି ବ୍ୟବସ୍ଥା ଲାଗୁ କରିବା ସକାଶେ ଦାବି କରି ଆସୁଥିଲେ। ଏଣୁ, ପାରଳା ପୌର ପ୍ରଶାସନ ପକ୍ଷରୁ ସହରରେ ୨୫ ଗୋଟି ସିସିଟିଭି କ୍ୟାମେରା ଖଞ୍ଜା ଯାଇ ଆଦର୍ଶ ଥାନା ପରିସରରେ ତାର ନିୟନ୍ତ୍ରଣ କୋଠରି ସ୍ଥାପନ କରାଯାଇଥିଲା। ଏହାର ଆନୁଷ୍ଠାନିକ ଭାବେ ଉଦଘାଟନ କରାଯାଇ ସିସିଟିଭି ଗୁଡିକର କାର୍ଯାରମ୍ଭ କରାଯାଇଛି.
ସର୍ବକନିଷ୍ଠ ଜାତୀୟ ଖୋଖୋ ଚମ୍ପିଅନସିପ ରାଜ୍ୟ ଦଳରେ ଗଜପତିର 2 ଖେଳାଳି ପାରଳାଖେମୁଣ୍ଡି, 29/1(ତାରିଣୀ ପ୍ରସାଦ ପଣ୍ଡା ): ଜାତୀୟ ଖୋଖୋ ଚମ୍ପିଅନସିପରେ ଓଡିଶା ଦଳରେ 2 ଜଣ ଖେଳାଳୀ ଗଜପତି ମନୋନୀତ ହୋଇଛନ୍ତି. ଏହି ଦୁଇ ଜଣ ଛାତ୍ର ଗଜପତି ଜିଲ୍ଲାର ଗାରାବନ୍ଧ ଗ୍ରାମରେ ଥିବା ଶ୍ରୀ ଭେଙ୍କେଟଶ୍ଵର ହାଇସ୍କୁଲର ଦୁଇ ଛାତ୍ର ସନ୍ଦୀପ ଶବର ଓ ପବିତ୍ର ଶବର ଅଟନ୍ତି. ଦୁଇ ଛାତ୍ର ଜାତୀୟସ୍ତର ଖୋଖୋ ଖେଳିବା ପାଇଁ ସାମିଲ ହୋଇଛନ୍ତି। ହରିୟାନାର କୁରୁକ୍ଷେତ୍ରରେ ଚଳିତ ମାସ ୩୧ ତାରିଖ ଠାରୁ ଫେବୃଆରୀ ୪ ତାରିଖ ପର୍ଯ୍ୟନ୍ତ ହେବାକୁ ଥ‌ିବା ସର୍ବକନିଷ୍ଠ ଜାତୀୟ ଖୋଖୋ ଚମ୍ପିଅନସିପ୍‌ରେ ସେମାନେ ଓଡିଶା ତରଫରୁ ରାଜ୍ୟ ଦଳରେ ଖେଳିବେ। ଜାତୀୟସ୍ତରରେ ଖେଳିବା ପାଇଁ ପୁରୀରେ ଜାତୀୟ ଖୋଖୋ ପ୍ରଶିକ୍ଷଣ ଶିବିରରେ ପ୍ରଶିକ୍ଷଣ ନେଉଥିଲେ। ଆଜି ଜାତୀୟ ଚମ୍ପିଅନସିପ୍‌ରେ ଖେଳିବା ପାଇଁ ଓଡ଼ିଶା ଦଳ ଯାତ୍ରା କରିବ ବୋଲି ଶ୍ରୀ ଭେଙ୍କଟେଶ୍ଵର ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଅଭିନ୍ନ ବାସୁଦେବ ମିଶ୍ର ସୂଚନା ପ୍ରଦାନ କରିଛନ୍ତି.

ପାରଳା ଶ୍ରୀଜଗନ୍ନାଥ ମନ୍ଦିରରେ ବିଶ୍ୱ କଲ୍ୟାଣ ପାଇଁ ପଞ୍ଚରାତ୍ର ଘୃତଯଜ୍ଞ ସହ 10 ହଜାର ଭକ୍ତଙ୍କୁ ପ୍ରସାଦ ସେବନ କାର୍ଯ୍ୟକ୍ରମ ପାରଳାଖେମୁଣ୍ଡି, 29/1(ତାରିଣୀ ପ୍ରସାଦ ପଣ୍ଡା ):

ପାରଳାଖେମୁଣ୍ଡି ଠାରେ ଥିବା ଶ୍ରୀଜଗନ୍ନାଥ ମନ୍ଦିର ସମ୍ମୁଖରେ ବିଶ୍ୱ କଲ୍ୟାଣ ପାଇଁ ଶ୍ରୀଜଗନ୍ନାଥଙ୍କ ପଞ୍ଚରାତ୍ର ଘୃତଯଜ୍ଞ ଗତକାଲି ଠାରୁ ଆରମ୍ଭ ହୋଇଛି। ଗତକାଲି ସକାଳେ ସ୍ଥାନୀୟ ସଦରାମ ପୋଖରୀ ଠାରୁ ଶ୍ରୀଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଗଙ୍ଗା ଆବାହନ ସମୂହ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା. ଏହି କାର୍ଯ୍ୟକ୍ରମ ଏକାଦଶୀ ଠାରୁ ମାଘ ପୂର୍ଣ୍ଣିମା ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ଚାଲୁ ରହିବ। ବେଦ ପାଠ, ଘୃତଯଜ୍ଞ, ଅନଯଜ୍ଞ ପ୍ରଭୃତି କାର୍ଯ୍ୟକ୍ରମ କରାଯାଉଛି। ପ୍ରତେକ ଦିନ ସନ୍ଧ୍ୟାରେ ଶ୍ରୀଜଗନ୍ନାଥ କଥାମୃତ ପ୍ରବଚନ କରାଯାଉଛି| ମାଘ ପୂର୍ଣ୍ଣିମାଦିନ ଘୃତ ଯଜ୍ଞ, ଯଜ୍ଞ, ଅନ୍ନ ଯଜ୍ଞ, ପୂର୍ଣ୍ଣ |ହୁତି ଓ ନଗର ପରିକ୍ରମା, ନାମ ସଂକୀର୍ତ୍ତନ ପ୍ରଭୃତି କାର୍ଯ୍ୟକ୍ରମ ରହିଛି I ଏଠାରେ ପ୍ରତିଷ୍ଠିତ ପଣ୍ଡିତ ଓ ପ୍ରବଚକ ଉପସ୍ଥିତ ରହି ଭକ୍ତ ମାନଙ୍କୁ ଜଗନ୍ନାଥ କଥାମୃତ ଶୁଣାଉଛନ୍ତି | ଆଜିର ଘୃତ ଯଜ୍ଞ କାର୍ଯ୍ୟକ୍ରମ ଚାଲୁ ରହିବା ସହ ଶ୍ରୀଜଗନ୍ନାଥ ମନ୍ଦିର ସମ୍ମୁଖରେ 10 ହଜାର ଭକ୍ତଙ୍କ ପାଇଁ ଅନ୍ନ ପ୍ରସାଦ ପ୍ରଦାନ କରାଯାଉଛି.

Leave a Reply

Your email address will not be published. Required fields are marked *