_” ଗୌରୀଶ୍ୟାମ ପଣ୍ଡା ଗୋଟେ ନାମ ନୁହେଁ ,ମନ୍ତ୍ର ହୋଇ ରହିବେ” .
ସୋନପୁର //ଦର୍ଶନ ସମୀକ୍ଷା
ଆଜି ସୋନପୁର ଓକିଲ ସଙ୍ଘ ତରଫରୁ ବରିଷ୍ଠ ଆଇନଜୀବୀ ତଥା ସମାଜସେବୀ ଶ୍ରୀଯୁକ୍ତ ଗୌରୀଶ୍ୟାମ ପଣ୍ଡାଙ୍କ ବିୟୋଗରେ ଓକିଲ ସଂଘ କାର୍ଯ୍ଯାଳୟରେ ଶୋକସଭା ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ସୋନପୁରର ଜିଲ୍ଲାଜଜ୍ ଶ୍ରୀଯୁକ୍ତ ଧନୁର୍ଦ୍ଧର ସେନାପତିଙ୍କ ସମେତ ସମସ୍ତ ବିଚାରପତି ଓ ବରିଷ୍ଠ, କନିଷ୍ଠ ଓକିଲ ବୃନ୍ଦ ଯୋଗଦେଇ ଶୋକ ପ୍ରକାଶ କରିଥିଲେ । .ସଭାପତି ଶ୍ରୀଯୁକ୍ତ ପ୍ରତାପ ପୁରୋହିତଙ୍କ ପୌରୋହିତ୍ୟରେ ବରିଷ୍ଠ ଆଇନଜୀବୀ ରାଜକିଶୋର ମିଶ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏଇ ସଭାରେ ବରିଷ୍ଠ କନିଷ୍ଠଙ୍କ ମାର୍ଗ ଦର୍ଶକ ହୁଅନ୍ତି ଏଣୁ ବରିଷ୍ଠ ସବୁବେଳେ କନିଷ୍ଠଙ୍କ ଭିତରେ ବଞ୍ଚିଥାନ୍ତି ବୋଲି ବରିଷ୍ଠ ବିଚାରପତି ମତବ୍ୟକ୍ତ କରିଥିଲେ ।ଏଇ ସଭାରେ ଶ୍ରୀଯୁକ୍ତ ପଣ୍ଡାଙ୍କ ଦକ୍ଷତା ଓ ସାହସିକତା ଉପରେ ବରିଷ୍ଠ ଆଇନଜୀବୀ ବ୍ୟାମୋକେଶ ଦାଶ ଆଲୋକପାତ କରିଥିବା ବେଳେ,ବରିଷ୍ଠ ଓକିଲ ଶ୍ରୀଯୁକ୍ତ ଇନ୍ଦ୍ରମଣି ଦାଶ୍ ,ପ୍ରଦୀପ ପୁରୋହିତ ଶ୍ରୀପଣ୍ଡାଙ୍କ ଜୀବନୀ ଓ ଓକିଲାତି ପାରଦର୍ଶିତାର କଥା କହିଥିଲେ ।
ଆଇନଜୀବୀ ଅଦୈତ କୁମାର ପଣ୍ଡା ନିଜ ମତବ୍ୟକ୍ତ କରି କହିଲେଯେ, ଅନୁଜଙ୍କ ପ୍ରେରଣା ପାଲଟିଥିବା ଶ୍ରୀଯୁକ୍ତ ଗୌରୀଶ୍ୟାମ ପଣ୍ଡା ସୋନପୁର ଓକିଲ ସଂଘରେ କେବଳ ଗୋଟେ ନାମ ନୁହେଁ ବରଂ ଗୋଟିଏ ମନ୍ତ୍ର ରୂପେ ପ୍ରତିଧ୍ବନିତ ହେବେ । ପରିଶେଷରେ ଶ୍ରୀଯୁକ୍ତ ଗଦାଧର ନେଗୀ ଆନୁଷ୍ଠାନିକ ଭାବେ ସ୍ମୃତି ସଭାର ସମାପ୍ତି ଘୋଷଣା କରିଥିଲେ ।












Leave a Reply