ବାଲିମେଳା ମହାବିଦ୍ୟାଳୟରେ ତିନି ଦିନିଆ ଜିଲ୍ଲାସ୍ତରୀୟ ଏନ୍ଏନ୍ଏସ୍ ଶିବିର ଉଦଯାପିତ
ମାଲକାନଗିରି ମନୋଜ ଦେବ ପାଙ୍ଗି (ଦର୍ଶନ ସମୀକ୍ଷା)
ମାଲକାନଗିରି ଜିଲ୍ଲା ବାଲିମେଳା ବିଜ୍ଞାନ ଓ ବୈଷୟିକ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଅନ୍ତର୍ଗତ ତିନି ଦିନିଆ ଜିଲ୍ଲାସ୍ତରୀୟ ଯୁବ ନେତୃତ୍ୱ ତାଲିମ ଶିବିର ସୋମବାର ସଫଳତାର ସହ ଉଦଯାପିତ ହୋଇଛି।ଏହି ଉଦଯାପନି ସମାରୋହରେ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ମାଝୀଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ବାଲିମେଳା ନଗର ଅଧ୍ୟକ୍ଷ ପ୍ରଦୀପ କୁମାର ନାୟକ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମର ଲକ୍ଷ୍ୟ ଥିଲା ଯୁବ ସ୍ୱେଚ୍ଛାସେବକମାନଙ୍କ ମଧ୍ୟରେ ନେତୃତ୍ୱ ଗୁଣ, ସାମାଜିକ ଦାୟିତ୍ୱ ଏବଂ ଜାତୀୟ ମୂଲ୍ୟବୋଧର
ବିକାଶ କରିବା। ତାଲିମ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଏନ୍ଏନ୍ଏସ୍ ସ୍ୱେଚ୍ଛା ସେବକମାନେ ଉତ୍ସାହଜନକ ଭାବେ ଅଂଶଗ୍ରହଣ କରିଥିବା ଦେଖିବାକୁ ମିଳିଥିଲା। ଅଭିଜ୍ଞ ସମ୍ବଳ ବ୍ୟକ୍ତିମାନଙ୍କ ଦ୍ୱାରା ଯୁବ ନେତୃତ୍ୱ, ବ୍ୟକ୍ତିତ୍ୱ ବିକାଶ, ସମାଜ ସେବା, ଦଳଗତ କାର୍ଯ୍ୟ, ଶୃଙ୍ଖଳା ଏବଂ ରାଷ୍ଟ୍ର ନିର୍ମାଣ ଉପରେ କେନ୍ଦ୍ରିତ ବିଭିନ୍ନ ଅଧିବେଶନ ପରିଚାଳନା କରାଯାଇଥିଲା।
ଚିତ୍ରକୋଣ୍ଡାର ମାନ୍ୟବର ବିଧାୟକ ଶ୍ରୀ ମଙ୍ଗୁ ଖିଲ ଦେଶର ଭବିଷ୍ୟତ ଗଠନରେ ଯୁବପିଢ଼ିଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ବନ୍ଧରେ ଆଲୋକପାତ
କରିଥିଲେ।ବାଲିମେଳାର ଏନ୍ଏସି ଅଧ୍ୟକ୍ଷ ଶ୍ରୀ ନାୟକ ତୃଣମୂଳ ସ୍ତରରେ ନେତୃତ୍ୱ ତାଲିମର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ଛାତ୍ରମାନଙ୍କୁ ସାମାଜିକ ବିକାଶ ଭଳି ବିଭିନ୍ନ କାର୍ଯ୍ୟ କଳାପରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ ।ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଶିବିରର ସଂଯୋଜକ ମନୋରଞ୍ଜନ ପ୍ରଧାନ ଯୋଗ ଦେଇଥିଲେ। ମହାବିଦ୍ୟାଳୟର ଏନ୍ଏନ୍ଏସ୍ ର ଅଧିକାରୀ ତପନ କାର୍ଜି ଓ ରଞ୍ଜିତା ଟୋପୋ ଉପସ୍ଥିତ ରହି ପରିଚାଳନା କରିଥିଲେ।ଜିଲ୍ଲା ଏନ୍ଏନ୍ଏସ୍ ଅଧିକାରୀ ସରୋଜ ମହାପାତ୍ର ଯୋଗ ଦେଇ ସ୍ୱେଚ୍ଛାସେବୀ ମାନଙ୍କୁ ଉତ୍ସାହିତ କରିଥିଲେ।












Leave a Reply