ଗଜପତି ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହରେ କାର୍ଯ୍ୟ ଦକ୍ଷତା ପାଇଁ ପାରଳା ଆଇଆଇସି ସମ୍ବର୍ଦ୍ଧିତ

Spread the love

ଗଜପତି ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହରେ କାର୍ଯ୍ୟ ଦକ୍ଷତା ପାଇଁ ପାରଳା ଆଇଆଇସି ସମ୍ବର୍ଦ୍ଧିତ

ପାରଳାଖେମୁଣ୍ଡି, 27/1(ତାରିଣୀ ପ୍ରସାଦ ପଣ୍ଡା ) ଦର୍ଶନ ସମୀକ୍ଷା

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟର ଖେଳ ପଡିଆ ଠାରେ ମହାନ୍ ଭାରତର ୭୭ ତମ ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗର ମିଳିତରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ । ଏହି ଅବସରରେ ମୁଖ୍ୟଅତିଥି ଜିଲ୍ଲାପାଳ ଶ୍ରୀ ଅଗ୍ରୱାଲ ସମବେତ ଜନତାଙ୍କୁ ଉଦବୋଧନ ଦେଇ କହିଥିଲେ ଯେ , ସ୍ଵାଧୀନତା ସଂଗ୍ରାମୀ ମାନଙ୍କ ଚରମ ବଳିଦାନ ଯୋଗୁଁ ଆଜି ଦେଶ ସେବାର ଗୌରବମୟ ଉଦାହରଣ ପ୍ରତିଫଳିତ ହୋଇପାରିଛି ।
ଏହି ସମ୍ମିଳିତ ପ୍ୟାରେଡରେ ସରକାରୀ ଓ ବେସରକାରୀ ଅନୁଷ୍ଠାନର ୨୪ ଟି ପ୍ୟାରେଡ଼ ଦଳ ଅଂଶଗ୍ରହଣ କରିଥିବା ବେଳେ ଏହି ଅବସରରେ ବିଭିନ୍ନ ଶିକ୍ଷାନୁଷ୍ଠାନର ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ଅବସରରେ ଜିଲ୍ଲା , ରାଜ୍ୟ ଓ ଜାତୀୟ ସ୍ତରରେ ଶ୍ରେଷ୍ଠ କୃତିତ୍ୱ ଅର୍ଜନ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ଭର୍ଦ୍ଧିତ କରାଯାଇଥିଲା. ପାରଳାଖେମୁଣ୍ଡି ଥାନାର ଆଇଆଇସି ପ୍ରଶାନ୍ତ କୁମାର ଭୂପତିଙ୍କୁ କାର୍ଯ୍ୟ ଦକ୍ଷତା ପାଇଁ ସୁଦକ୍ଷ ପୋଲିସ ଅଫିସର ଭାବେ ସମ୍ମାନୀତ କରାଯାଇଥିଲା. ଏହି ଉତ୍ସବରେ ଦେଶାତ୍ମକବୋଧ ସଙ୍ଗୀତ ସହ ନୃତ୍ୟ ପରିବେଷଣ କରିଥିବା ପାରଳାଖେମୁଣ୍ଡି ସେଣ୍ଟ ଯୋସଫ ସ୍କୁଲର କଳାକାରମାନଙ୍କୁ ମଧ୍ୟ ସମ୍ମାନୀତ କରାଯାଇଥିଲା.

Leave a Reply

Your email address will not be published. Required fields are marked *