Spread the love

ରାଜ୍ୟ ପଣ୍ୟାଗାର ନିଗମ ପରିବାରର ମିଳନ ଉତ୍ସବ
ଭୁବନେଶ୍ୱର,୨୫|୦୧ (ଦର୍ଶନ ସମୀକ୍ଷା) :
ରାଜ୍ୟ ପଣ୍ୟାଗାର ନିଗମ ପରିବାରର ମିଳନ ଉତ୍ସବ ଆଜି ଭୁବନେଶ୍ୱରସ୍ଥିତ ଜୟଦେବ ବାଟିକା ପରିସରରେ ଏକ ଆନନ୍ଦମୟ ଓ ସାଦର ପରିବେଶରେ ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି।
ଉତ୍ସବର ଆରମ୍ଭରେ ପଣ୍ୟାଗାର ନିଗମର ପୂର୍ବତନ କର୍ମଚାରୀ ସୁଦର୍ଶନ ଖଟୁଆ ସମସ୍ତଙ୍କୁ ସ୍ୱାଗତ ଜଣାଇଥିଲେ। ଏହି ସଭା ବିଷ୍ଣୁଚରଣ ପତିଙ୍କ ସଭାପତିତ୍ୱରେ ପରିଚାଳିତ ହୋଇଥିଲା। ସଭାର ପ୍ରାରମ୍ଭରେ ଇହଲୋକ ଛାଡ଼ିଥିବା ସମସ୍ତ ସ୍ବର୍ଗତ ଭାଇ-ଭଉଣୀ ଓ ପରିଜନଙ୍କ ସ୍ମୃତିରେ ଦୁଇ ମିନିଟ୍‌ର ନୀରବତା ପାଳନ କରି ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା। ଏହି ମିଳନ ଉତ୍ସବରେ ପଣ୍ୟାଗାର ନିଗମର ପୂର୍ବତନ ବରିଷ୍ଠ କର୍ମଚାରୀମାନେ ଓ ବର୍ତ୍ତମାନର ନିୟମିତ କର୍ମଚାରୀ, ସର୍ବଶ୍ରୀ ଲକ୍ଷ୍ମୀନାରାୟଣ ଚାନ୍ଦ, ନବକୁମାର ମିଶ୍ର, ପରେଶ କୁମାର ମିଶ୍ର, ପ୍ରଫୁଲ୍ଲ ଲେଙ୍କା, ରଘୁନାଥ ପାଲଟାସିଂହ, ଲକ୍ଷ୍ମୀ ନାରାୟଣ ଦାସ, ପ୍ରଦୀପ ଶତପଥୀ, ଶରତ ଚନ୍ଦ୍ର ଦାସ, ନମିତା ମହାନ୍ତି, ଲତିକା, କୁମୁଦିନୀ, ନମିତା, ସବିତା, ସ୍ୱତସ୍ୱନୀ, ପ୍ରତିମା ପ୍ରମୁଖଙ୍କ ସହିତ ସର୍ବମୋଟ ୯୨ ଜଣ କର୍ମଚାରୀ ଉପସ୍ଥିତ ଥିଲେ। ଉତ୍ସବରେ ବିଶିଷ୍ଠ କର୍ମଚାରୀ ନେତା ନଟବର ଆଚାର୍ଯ୍ୟଙ୍କ ଉପସ୍ଥିତି ସମାରୋହକୁ ଅଧିକ ଉତ୍ସାହମୟ କରିଥିଲା। ଏହି ଅବସରରେ ଅବସରଗ୍ରହଣ କରିଥିବା କର୍ମଚାରୀମାନେ ଯେଉଁମାନେ ଏପର୍ଯ୍ୟନ୍ତ ନିଗମରୁ ସେମାନଙ୍କ ପ୍ରାପ୍ୟ ଲାଭ ପାଇନାହାନ୍ତି, ସେମାନଙ୍କ ସମସ୍ୟା ନେଇ ସଭାରେ ଆଲୋଚନା କରାଯାଇଥିଲା। ଏଥିସହ ଅବସରପ୍ରାପ୍ତ କର୍ମଚାରୀ ମାନଙ୍କୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ପରିଚାଳନା ନିର୍ଦ୍ଦେଶକଙ୍କ ଦୃଷ୍ଟିଆକର୍ଷଣ ଉଦ୍ଦେଶ୍ୟରେ ଏକ ପ୍ରସ୍ତାବ ସଭାରେ ସର୍ବସମ୍ମତି ସହିତ ପାରିତ ହୋଇଥିଲା।
ସଭା ଶେଷରେ ଜ୍ୟୋସ୍ନାମୟୀ ନାୟକ ସମସ୍ତ ଉପସ୍ଥିତ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇ ସଭା ସମାପନ କରିଥିଲେ।

Leave a Reply

Your email address will not be published. Required fields are marked *