ପାରଳାଖେମୁଣ୍ଡି// ପାଞ୍ଚ ଟଙ୍କା ଗୁଟକା ବର୍ତ୍ତମାନ୍ ୧୫/୨୦ , ରାଜ୍ୟ ସରକାରଙ୍କ ବ୍ୟାନ ପରେ ଗଜପତିରେ ତମାଖୁ, ଗୁଟଖା, ସିଗାରେଟ ଆଦିର ଦର 3 ଗୁଣ ବୃଦ୍ଧି

Spread the love

ଗଜପତିରେ ଜିଲ୍ଲାସ୍ତରୀୟ ୧୬ତମ ଜାତୀୟ ମତଦାତା ଦିବସ ପାଳିତ

ପାରଳାଖେମୁଣ୍ଡି,୨୫.୧(ତାରିଣୀ ପ୍ରସାଦ ପଣ୍ଡା): ଦର୍ଶନ ସମୀକ୍ଷା

ଗଜପତି ଜିଲ୍ଲାସ୍ତରୀୟ ୧୬ତମ ଜାତୀୟ ମତଦାତା ଦିବସ ଆଜି ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ପାଳିତ ହେଲା | ଉକ୍ତ ଜାତୀୟ ମତଦାତା ଦିବସରେ ଅତିରିକ୍ତ ଜିଲ୍ଲାପାଳ-ତଥା-ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ଫାଲଗୁନୀ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆରକ୍ଷୀ ଅଧିକ୍ଷକ ଗଜପତି ଯତୀନ୍ଦ୍ର କୁମାର ପଣ୍ଡା ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅଧ୍ୟକ୍ଷା ପୌରପରିଷଦ ପାରଳାଖେମୁଣ୍ଡି ନିର୍ମଳା ସେଠୀ, ଡେପୁଟି କଲେକ୍ଟର ସୁଚିଶ୍ମିତା ମାଝୀ ,ପୌରପରିଷଦ ନିର୍ବାହୀ ଅଧିକାରୀ ଲକ୍ଷ୍ମଣ କୁମାର ମୁର୍ମୁ ଓ ନିର୍ବାଚନ ବିଭାଗ ଅଧିକାରୀ ମନୋଜ କୁମାର ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଆମ ଭାରତବର୍ଷର ଗଣତନ୍ତ୍ର ଓ ପରମ୍ପରା ଉଚ୍ଚକୋଟୀର ଓ ଭାରତ ବର୍ଷର ସବୁଠାରୁ ବୃହତ ଗଣତନ୍ତ୍ର ଉତ୍ସବ ସମ୍ବିଧାନ ଦିବସ ବା ଭୋଟ ପ୍ରଦାନ କରିବା ଦିବସ ବୋଲି ସମସ୍ତ ଅତିଥିଗଣ କହିଥିଲେ ।

ଗଣତନ୍ତ୍ରର ସୁରକ୍ଷା ଲାଗି ଶାନ୍ତି ପୂର୍ଣ୍ଣ ନିର୍ବାଚନର ଗରିମାକୁ ଅକ୍ଷୁର୍ଣ୍ଣ ରଖି ନିର୍ଭିକ ହୋଇ ଜାତି, ଧର୍ମ, ବର୍ଣ୍ଣ, ଗୋଷ୍ଠୀ, ଭାଷା ଏବଂ କୌଣସି ପ୍ରଲୋଭନରେ ପ୍ରଭାବିତ ନ ହୋଇ ନିଜ ମତାଧିକାର ପ୍ରୟୋଗ କରିବା ପାଇଁ ପ୍ରୋତ୍ସାହିତ କରିଥିଲେ। ସେହିପରି ଆମ ଦେଶର ଗଣତନ୍ତ୍ର ପରମ୍ପରାର ମର୍ଯ୍ୟାଦା ବଜାୟ ରଖିଵା ଏବଂ ସମସ୍ତ BLO ଓ Supervisor ମାନଙ୍କୁ ନିଷ୍ଠାର ସହିତ ଭଲ କାମ କରିବା ପାଇଁ ପରାମର୍ଶ ଦେଇଥିଲେ। ଆଜିର ଏହି ଜାତୀୟ ଭୋଟର ଦିବସ ଅବସରରେ ଭଲ ମୋହନା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାଜୀବ ଦାସ ଓ ଗୋସାଣୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗୌରଚନ୍ଦ୍ର ପଟ୍ଟନାୟକଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା | ସେହିପରି ନୂଆ ଭୋଟର ପରିଚୟ ପତ୍ର ପାଇଥିବା ଯୁବକ ଯୁବତୀମାନଙ୍କୁ ମଧ୍ୟ ଭୋଟର କାର୍ଡ ପ୍ରଦାନ କରାଯାଇଥିଲା । ଜାତୀୟ ଭୋଟର ଦିବସରେ ସମ୍ମାନିତ ଅତିଥି ଓ ଉପସ୍ଥିତ ଥିବା ସମସ୍ତ କର୍ମଚାରୀଗଣ, ଜନସାଧାରଣ ଏବଂ ଗଣଧ୍ୟାମ ପ୍ରତିନିଧି ଗଣଙ୍କୁ ମୁଖ୍ୟ ଅତିଥି (ମତ ଦାତାଙ୍କ ସଂକଳ୍ପକୁ) ଶପଥ ପାଠ କରାଇଥିଲେ | କାର୍ଯ୍ୟକ୍ରମକୁ ଅଧିକ ଆକର୍ଷଣୀୟ କରିବା ପାଇଁ ସ୍ଥାନୀୟ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।
ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ଅଧିକାରୀ, ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ଓ ସ୍ଥାନୀୟ ଜନସାଧାରଣ ପ୍ରମୁଖ ଯୋଗଦେଇଥିଲେ।
ରାଜ୍ୟ ସରକାରଙ୍କ ବ୍ୟାନ ପରେ ଗଜପତିରେ ତମାଖୁ, ଗୁଟଖା, ସିଗାରେଟ ଆଦିର ଦର 3 ଗୁଣ ବୃଦ୍ଧି ପାରଳାଖେମୁଣ୍ଡି, 25/1(ତାରିଣୀ ପ୍ରସାଦ ପଣ୍ଡା ):

ରାଜ୍ୟ ସରକାର ସମସ୍ତ ଗୁଟ୍ଟୋ, ପାନମସଲା, ସିଗାରେଟ, ଜଦ୍ଦା, ଖଇନି ଏବଂ ତମାଖୁ ତଥା ନିକୋଟିନଯୁକ୍ତ ସମସ୍ତ ଉତ୍ପାଦର ବିକ୍ରି ଉପରେ ସମ୍ପୂର୍ଣ ବ୍ୟାନ ନିଷେଧାଦେଶ ଜାରି କରିଛନ୍ତି। ଏହାର ସୁଯୋଗ ନେଇ ପୂର୍ବରୁ ଯେଉଁମାନେ ଏହି ଵ୍ୟବସାୟ କରୁଥିଲେ ସେମାନେ ଗୁଟଖା, ଖଇନି, ସିଗାରେଟ ଆଦିର ଦର 3 ଗୁଣରୁ ଅଧିକ କରି କଳା ବଜାରରେ ବିକ୍ରି କରି ମାଲାମାଲ ହେଉଛନ୍ତି. ବର୍ତ୍ତମାନ ଦୋକାନ ଗୁଡ଼ିକରେ ଖୋଲାଖୋଲି ତମାଖୁ ବିକ୍ରି ହେଉ ନଥିବା ବେଳେ ତମାଖୁ ସେବନରେ ଅଭ୍ୟସ୍ତ ଗ୍ରାହକଏବେ ବିକଳ୍ପ ଖୋଜୁଥିବାରୁ ଏହାର ସୁଯୋଗ ନେଇ ଦୋକାନୀ କଳାବଜାର ଆରମ୍ଭ କରିଦେଇଛନ୍ତି । ତିନି ଗୁଣା ଚଢ଼ାଦରରେ ଲୋକଙ୍କୁ ତମାଖୁ ବିକ୍ରି କରାଯାଉଛି। କାରଣ ଆଗରୁ କେବଳ ଗୁଟଖା ଉପରେ ନିଷେଧାଦେଶ ଜାରି ହୋଇଥିଲା। ଏବେ ନିକୋଟିନଯୁକ୍ତ ସମସ୍ତ ପଦାର୍ଥକୁ ନିଷିଦ୍ଧ କରିବା ଫଳରେ କଳାବଜାରରେ ଅଧିକ ଭାବେ ବଢ଼ିଛି। ଯେଉଁ ହୋଲସେଲ୍ ବ୍ୟବସାୟୀମାନେ ଏସବୁ ସାମଗ୍ରୀକୁ ଗଚ୍ଛିତ ରଖିଥିଲେ ସେମାନେ ଦରକୁ ବଢ଼ାଇ ଦେଇଛନ୍ତି। ଆଉ ଲାଭବାନ୍ ହେଉଛନ୍ତି । ଦୋକାନୀମାନେ ବି ଲୁଚାଛପାରେ ଏହାକୁ ବିକ୍ରି କରୁଛନ୍ତି । ବିଭିନ୍ନ ନାମୀ ଓ ବେନାମୀ କମ୍ପାନିର ତମାଖୁ ବିକ୍ରି ହେଉଛି। ଫଳରେ ଧରପଗଡ଼ର ଏବେ ଆବଶ୍ୟକ‌ତା ରହିଛି।

Leave a Reply

Your email address will not be published. Required fields are marked *