ଢେଙ୍କାନାଳ ମହୋତ୍ସବ ଉଦଯାପିତ
ଢେଙ୍କାନାଳ, (ଦର୍ଶନ ସମୀକ୍ଷା)
ମହିଷାପାଟଠାରେ ଚାଲିଥିବା ୧୮ ତମ ଢେଙ୍କାନାଳ ମହୋତ୍ସବ ଶନିବାର ଉଦଯାପିତ ହୋଇଛି। ଉଦ୍ଯାପନୀ ସଂନ୍ଧ୍ୟାରେ ମୁଖ୍ୟଅତିଥିଭାବେ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ସମ୍ପଦ ସ୍ଵାଇଁ ମୁଖ୍ୟ ଅଥିଭାବେ ଯୋଗଦେଇଥିଲେ । ଶ୍ରୀ ସ୍ବାଇଁ କହିଥିଲେ, ଏ ମହୋତ୍ସବ ଏକତ୍ବ, ସଦଭାବନା ବଢାଇବ । ଜିଲ୍ଲାର ପ୍ରକୃତିକ ପରିବେଶ ଓ ଐତିହ୍ୟ ଜିଲ୍ଲାର ପର୍ଯ୍ୟଟନକୁ ସମୃଦ୍ଧ କରେ । କପିଳାସ ପିଠର ଉନ୍ନତି ପାଇଁ ସରକାର ପ୍ରୟାସ ଆରମ୍ଭ କରିଛନ୍ତି । ମହିମା ଗାଦିର ବିକାଶ କାମ ଆରମ୍ଭ ହୋଇଛି । ସ୍ବାଧୀନତା ଆନ୍ଦୋଳନରେ ଏ ମାଟି ବଳିଦାନ ଦେଇଛି । ବାଜିରାଉତଙ୍କ ସାହସ ବିଶ୍ୱକୁ ବୀରତ୍ବର ବାର୍ତ୍ତା ଦିଏ। ନାରୀ ସଶକ୍ତିକରଣ କ୍ଷେତ୍ରରେ ଢେଙ୍କାନାଳର ଗୌରବ ରହିଛି । ୩୩ ହଜାର ଲକ୍ଷପତୀ ଦିଦି ସୃଷ୍ଟି କରାଯାଇଛି । ଶିଳ୍ପ ସମୃଦ୍ଧ ଜିଲ୍ଲା ପାଇଁ ଅନେକ ଶିଳ୍ପର ଶିଳାନ୍ୟାସ ଓ ଚୁକ୍ତି କରାଯାଇଛି । ଜିଲ୍ଲାରେ ନିବେଶ ବଢିଲେ ନିଯୁକ୍ତି ବଢିବ ଓ ଅର୍ଥନୀତି ବଢିବ । ଦକ୍ଷତା କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ଯୁବକଙ୍କୁ ତାଲିମ ଦିଆଯାଇ ନିଯୁକ୍ତି ମାଳିବ ବୋଲି ମନ୍ତ୍ରୀ ଶ୍ରୀ ସ୍ବାଇଁ କହିଥିଲେ ।

ଅନ୍ୟତମ ଅତିଥିଭାବେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଥିଲେ ଏ ମେଳା ଆମ ଭିତରେ ସ୍ବଦେଶୀ ଭବନା ଆଣୁ । ସ୍ବଦେଶୀ ସାମଗ୍ରୀ ବ୍ୟବହାର କଲେ ଦେଶର ଅର୍ଥନୀତି ବଢିଥାଏ। ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ଆରମ୍ଭ ହୋଇ ସାରିଛି । ଶିଳ୍ପ ବିକାଶ ଜିଲ୍ଲାକୁ ସମୃଦ୍ଧିଶାଳୀ କରିବ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଥିଲେ ।

ଅନ୍ୟତମ ଅତିଥିଭାବେ ସାଂସଦ ରୁଦ୍ରନାରାୟଣ ପାଣି କହିଥିଲେ, ଯାହାତୁମେ କରିବ ସମାଲୋଚନାର ସରବ୍ୟ ବହେବ । ପ୍ରଶଂସା ମଧ୍ୟ ମିଳିବ । ଏଣୁ ଏହାକୁ ନଦେଖି କାର୍ଯ୍ୟ କରିବା ଉଚିତ । ଜିଲ୍ଲାରେ ରେଳ ପଥର ବିକାଶ ପାଇଁ କାର୍ଯ୍ୟ କରାଯିବ । ବନ୍ଦ ପଡିଥିବା ଶିଳ୍ପକୁ ପୁନଃ କାର୍ଯ୍ୟକ୍ଷମ କରିବାକୁ ପ୍ରୟାସ କରାଯିବ ବୋଲି କହିଥିଲେ । ପରଜଙ୍ଗ ବିଧାୟକ ବିଭୁତି ଭୂଷଣ ପ୍ରଧାନ, ପାଲଲହଡା ବିଧାୟକ ଶ୍ରୀ ଅଶୋକ କୁମାର ମହାନ୍ତି ୧୦ ବର୍ଷପରେ ମହୋତ୍ସବ ହୋଇଥିବାରୁ ଏହାକୁ ଜାରି ରଖିବାକୁ କହିଥିଲେ । ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ପୁହାଣ ଯୋଗଦେଇ ଢେଙ୍କାନାଳ ମାଟିର ଗୌରବ ଗାଥା କହିଥିଲେ । ଜିଲ୍ଲାପାଳ ଆଶିଷ ଈଶ୍ବର ପାଟିଲ ସ୍ଵାଗତ ଭାଷଣ ଦେଇଥିଲେ। ମହୋତ୍ସବର ‘ସ୍ମରଣୀକା’କୁ ଅତିଥିମାନେ ଉନ୍ମୋଚନ କରିଥିଲେ।
ପଲ୍ଲିଶ୍ରୀ ମେଳାରେ ଅଂଶଗ୍ରହଣ କରି ଭଲ ବିକ୍ରି କରିଥିବା ସ୍ବୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ପୁରସ୍କୃତ କରାଯାଇଥିଲା । ଜିଲ୍ଲା ସଂସ୍କୃତି ଅଧିକାରୀ ଅଭିଷେକ ବେହେରା ଧନ୍ୟବାଦ ଦେଇଥିଲେ ।












Leave a Reply