ଧର୍ମଶାଳା ପ୍ରେସ କ୍ଲବର ଦିବଙ୍ଗତ ସଭାପତି ନରହରି ମହାନ୍ତିଙ୍କ ଶ୍ରଦ୍ଧାଞ୍ଜଳି ଉତ୍ସବ(ଫଟୋ)
ଯାଜପୁର, ୨୪। ୧( ଦର୍ଶନ ସମୀକ୍ଷା) : ଧର୍ମଶାଳା ପ୍ରେସ କ୍ଲବର ଦିବଙ୍ଗତ ସଭାପତି ତଥା ସ୍ୱାଧିନତା ସଂଗ୍ରାମୀ ନରହରି ମହାନ୍ତିଙ୍କ ୧୭ ତମ ଶ୍ରାଦ୍ଧ ବାର୍ଷିକୀ ଉତ୍ସବ ଜାରକାସ୍ଥିତ ପ୍ରେସ କ୍ଲବ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରେସ କ୍ଲବର ସଭାପତି ପୂର୍ଣ୍ଣଚନ୍ଦ୍ର ଶତପଥୀଙ୍କ ସଭାପତିତ୍ୱରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ମୁଖ୍ୟ ଅତିଥି ଭାବେ ପ୍ରଗତିବାଦୀ ଦୈନିକ ଖବର କାଗଜର କାର୍ଯ୍ୟନିର୍ବହୀ ସମ୍ପାଦକ ବିରୁପାକ୍ଷ ତ୍ରିପାଠୀ ଯୋଗଦେଇ ଦିବଙ୍ଗତ ସଭାପତିଙ୍କ ମହାନ ଆତ୍ମା ପ୍ରତି ଶ୍ରଦ୍ଦାଞ୍ଜଳି ଜଣାଇବା ସହ ସ୍ୱର୍ଗତ ନରହରି ମହାନ୍ତି ଜଣେ ନିର୍ଭିକ ଓ ସଚୋଟ ବ୍ୟକ୍ତିତ୍ୱ ଥିଲେ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ମହେଶ୍ୱର ବଳ ଓ ଶିକ୍ଷାବିତ ଯୋଗେନ୍ଦ୍ର ପଣ୍ଡା ଯୋଗଦେଇ ସ୍ୱର୍ଗତ ମହାନ୍ତିଙ୍କ ସାମ୍ବାଦିକତା ଜୀବନୀ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ବରିଷ୍ଠ ସାମ୍ବାଦିକ ବିଶ୍ୱନାଥ ପଣ୍ଡାଙ୍କୁ ନରହରି ମହାନ୍ତି ସ୍ମୃତି ସମ୍ମାନରେ ଅତିଥିମାନଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା ।
ପ୍ରେସ କ୍ଲବର ବରିଷ୍ଠ ଉପଦେଷ୍ଟା ରମାକାନ୍ତ ଜେନା, ବଟକୃଷ୍ଣ ପରିଡା, ଇନ୍ଦ୍ରମଣି ନାୟକ ଅତିଥିମାନଙ୍କୁ ଉପଢୌକନ ପ୍ରଦାନ କରି ସମ୍ମାନିତ କରିବା ସହ ଦିବଙ୍ଗତ ସଭାପତିଙ୍କ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ପ୍ରେସ କ୍ଲବର ସାଧାରଣ ସମ୍ପାଦକ ଅବିନେଶ୍ୱର ଶତପଥୀ ବାର୍ଷିକ ବିବରଣୀ ପାଠ କରିଥିଲେ । ପ୍ରେସ କ୍ଲବର କାର୍ଯ୍ୟକରୀ ସଭାପତି ଅଖିଳ କୁମାର ସ୍ୱାଇଁ ଅତିଥି ପରିଚୟ ପ୍ରଦାନ କରିବା ସହ ସ୍ୱାଗତ ଭାଷଣ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଜେପି ନେତା କାହ୍ନୁ ଚରଣ ଦାଶ, ଶିକ୍ଷାବିତ ରମେଶ ସିଂ, ମନୋରଞ୍ଜନ ମହାନ୍ତି, ପ୍ରିୟନାଥ ମହାପାତ୍ର, ସାମ୍ବାଦିକ କୈଳାସ ନାୟକ, ସଂଗ୍ରାମ ଜେନା,ସନ୍ତୋଷ ଜେନା,ଯୁଧିଷ୍ଠିର ସ୍ୱାଇଁ, ବେଣୁଧର ନାୟକ,କଂଗ୍ରେସ ନେତା କିଶାନ ପଣ୍ଡା, କବି ଡ. ରାଜକିଶୋର ପାଢୀ,ଡ. ଗୌତମ ଜେନା, ଡ. ପ୍ରଶାନ୍ତ କୁମାର ସ୍ୱାଇଁ, ବିଜୟ ଦ୍ୱିବେଦୀ,ଅଜାମ୍ବର ସାହୁ, ସୁନାକର ସାହୁ,ରାଧେଶ୍ୟାମ ସାହୁ, ତପନ ମିଶ୍ର , ବସନ୍ତ ପରିଡା, ମାନସ ରଞ୍ଜନ କର, ମହେଶ୍ୱର ପଣ୍ଡା, ବିଭୁତୀ ଭୂଷଣ ପାଳ, ,ଦୁର୍ଗାପ୍ରସନ୍ନ ଦାଶ, ପ୍ରଶାନ୍ତ ପୃଷ୍ଟି, ରବିନ୍ଦ୍ର କୁମାର ମହାନ୍ତି, ପବିତ୍ର ବିଶ୍ୱାଳ, ଚିତରଞ୍ଜନ ମହାନ୍ତି, ଇନ୍ଦୁପ୍ରଭା ସାମଲ, ସୁଦାମ ବେହେରା ପ୍ରମୁଖ ଶତାଧିକ ବୁଦ୍ଧିଜୀବୀ, କବି ଓ ସାମ୍ବାଦିକ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ପରିଚାଳନାରେ ପ୍ରେସ କ୍ଲବର ସଦସ୍ୟମାନେ ସହାୟତା କରିଥିଲେ । ଶେଷରେ ପ୍ରେସ କ୍ଲବର ଉପସଭାପତି ମାନସ ରଞ୍ଜନ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।












Leave a Reply