Spread the love

ବାଲିମେଳା ମହାବିଦ୍ୟାଳୟରେ ଉଦଘାଟିତ ହେଲା ଜିଲ୍ଲା ସ୍ତରୀୟ ତିନି ଦିନିଆ ଏନଏସ୍ଏସ୍ ଶିବିର

ମାଲକାନଗିରି: ମନୋଜ ଦେବ ପାଙ୍ଗି,(ଦର୍ଶନ ସମୀକ୍ଷା)
ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅଧିନସ୍ତ ନୀଳାକାମ୍ବେରୁ ପଞ୍ଚାୟତରେ ଥିବା ବାଲିମେଳା ବିଜ୍ଞାନ ଓ ବୈଷୟିକ ମହାବିଦ୍ୟାଳୟରେ ଶନିବାର ଜିଲ୍ଲା ସ୍ତରୀୟ ତିନିଦିନିଆ ଏନଏସ୍ଏସ୍ ଶିବିର ଉଦଘାଟିତ ହୋଇଯାଇଛି ।ଏହି ଶିବିରରେ ଜିଲ୍ଲାର ୮ ଟି ମହାବିଦ୍ୟାଳୟର ପ୍ରାୟ ୧୦୦ ଜଣ ଛାତ୍ର ଛାତ୍ରୀ ଭାଗ ନେଇଛନ୍ତି।ମହାବିଦ୍ୟାଳୟର ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ମାଝୀ ପୋୖରହିତରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବେ ଚିତ୍ରକୋଣ୍ଡା ଏସଡିପିଓ ପ୍ରଦୋଷ କୁମାର ପ୍ରଧାନ,ମୁଖ୍ୟ ବକ୍ତା ଭାବେ ଜିଲ୍ଲା କ୍ରୀଡ଼ା ଅଧିକାରୀ ମୁନା ତୁର୍କୁ , ଜିଲ୍ଲା ଏନଏସ୍ଏସ୍ ଅଧିକାରୀ ସରୋଜ ମହାପାତ୍ର, ବାଲିମେଳା ମହାବିଦ୍ୟାଳୟର ଏନଏସ୍ଏସ୍ ଅଧିକାରୀ ତପନ କାର୍ଜି, ବାଳିକା ବିଭାଗର ରଞ୍ଜିତା ଟୋପୋ ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ।ଅତିଥିମାନେ ଏନଏସ୍ଏସ୍ ର ମୁଖ୍ୟ ଉଦ୍ଦେଶ୍ୟ ବିଷୟରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ ମୁଖ୍ୟତଃ ନେତୃତ୍ୱ, ସାଇବର ଠକେଇ, ପ୍ଲାଷ୍ଟିକ ମୁକ୍ତ, ନିଶା ମୁକ୍ତ, ବାଲ୍ୟ ବିବାହ ଓ ଶିକ୍ଷା ଆଦି ସମ୍ପର୍କରେ ଆଲୋଚନା କରାଯିବ।ସରକାରଙ୍କ ବିକଶିତ ଭାରତ ବିକଶିତ ଓଡ଼ିଶା ଯେପରି ପୁରଣ ହେବ ସେଥି ପ୍ରତି ଲକ୍ଷ ରଖିବା।ସେହିପରି ଜଣେ ଛାତ୍ର ଗତ ବର୍ଷ ବାଲିମେଳା ମହାବିଦ୍ୟାଳୟରୁ ଓଡ଼ିଶାର ନେତୃତ୍ୱ ନେଇ ଦିଲ୍ଲୀ ପର୍ଯ୍ୟନ୍ତ ଯାଇଥିଲେ।ଏହି ପ୍ରଶିକ୍ଷଣ ଶିବିର ତିନି ଦିନ ଧରି ଚାଲିବ ବୋଲି ଜିଲ୍ଲା ଏନଏସ୍ଏସ୍ ଅଧିକାରୀ ଶ୍ରୀ ମହାପାତ୍ର କହିଛନ୍ତି।

Leave a Reply

Your email address will not be published. Required fields are marked *