ବଡ଼ବିଲ ବ୍ୟାଙ୍କ୍ ଅଫ ମହାରାଷ୍ଟ୍ର ଶାଖାରୁ ସଶସ୍ତ୍ର ଡକାୟତି ଘଟଣା; ଝାଡ଼ଖଣ୍ଡର ୨ ଅଭିଯୁକ୍ତଙ୍କୁ ସହରରେ ଚଲାଇଲା ପୋଲିସ୍ ।
ତା-24/01/2025
(ଦର୍ଶନ ସମୀକ୍ଷା) ବଡବିଲ
ବଡ଼ବିଲ ବ୍ୟାଙ୍କ୍ ଅଫ ମହାରାଷ୍ଟ୍ର ଶାଖାରୁ ସଶସ୍ତ୍ର ଡକାୟତି ଘଟଣାରେ ଝାଡ଼ଖଣ୍ଡ ଧାନବାଦରୁ ୨ ଜଣ ଗିରଫ ହେବା ପରେ ଏମାନଙ୍କୁ ବଡ଼ବିଲ ଅଣାଯାଇଛି । ପୋଲିସ୍ ଲୋକଙ୍କ ମଧ୍ୟରେ ବିଶ୍ୱାସ ଭାଜନ ପାଇଁ ଏମାନଙ୍କୁ ଆଣିବାପରେ ସହରରେ ଚଲାଇ ଚଲାଇ ନେଇଛି । ଏସଡିପିଓ ଅଫିସ ନିକଟରୁ ବ୍ୟାଙ୍କ୍ ଅଫ୍ ମହାରାଷ୍ଟ୍ର ଦେଇ କିଛି ବାଟଯାଏଁ ଅଭିଯୁକ୍ତମାନଙ୍କୁ ଚଲାଇ ଚଲାଇ ନିଆଯାଇଥିଲା । ଏମାନଙ୍କୁ ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ବେଶ୍ ଉତ୍ସାହ ପରିଲକ୍ଷିତ ହୋଇଥିଲା । ତେବେ ଗିରଫ ହୋଇଥିବା ଏହି ୨ ଜଣଙ୍କ ମଧ୍ୟରେ ଜଣେ ରିସିଭର୍ ଓ ଜଣେ ସ୍କର୍ପିଓ ଡ୍ରାଇଭର ରହିଛି । ଏମାନଙ୍କ ନିକଟରୁ ୨୮୮ ଗ୍ରାମ ସୁନା, ଦୁଇଟି ସ୍କର୍ପିଓ ଗାଡ଼ି ଏବଂ ୪ ଟି ମୋବାଇଲ୍ ଫୋନ୍ ଜବତ୍ ହୋଇଛି ।
ତେବେ ଘଟଣା ଭିଆଇଥିବା ୬ ଜଣ ଦୃବୃର୍ତ୍ତ ଏବେବି ଫେରାର ଅଛନ୍ତି ?..ଅପରାଧୀମାନେ ଝାଡ଼ଖଣ୍ଡ ଛାଡ଼ି ବିହାରକୁ ଚାଲିଯାଇଥିବା ସନ୍ଦେହ କରାଯାଉଛି । ସେମାନଙ୍କୁ ଧରିବା ପାଇଁ ଯୋରଦାର ପ୍ରୟାସ ଚଳାଇଛି କେନ୍ଦୁଝର ପୋଲିସ ।











Leave a Reply