ମହାଭାରତର ଯୁଦ୍ଧ ସମାପ୍ତ ହୋଇଥିଲା। ପାଣ୍ଡବମାନେ ବିଜୟୀ ହୋଇଥିଲେ। ରଣଭୂମି ଶାନ୍ତ ଥିଲା…
ଯେତେବେଳେ ଅର୍ଜୁନ ନିଜ ରଥରୁ ତଳକୁ ଅବତରଣ କରିବାକୁ ଯାଉଥିଲେ, ଶ୍ରୀକୃଷ୍ଣ ତାଙ୍କୁ ତୁରନ୍ତ ଅଟକାଇଲେ। କୃଷ୍ଣ କହିଲେ —
“ଅର୍ଜୁନ, ପ୍ରଥମେ ମୁଁ ତଳକୁ ଅବତରଣ କରିବି… ପରେ ତୁମେ।”
ସମସ୍ତେ ଆଶ୍ଚର୍ୟଚକିତ ହୋଇଗଲେ। ସାରଥି କେବେ ଯୋଦ୍ଧାଙ୍କ ପୂର୍ବରୁ ରଥରୁ ଅବତରଣ କରନ୍ତିନି।
ତେବେ କୃଷ୍ଣ ଏମିତି କାହିଁକି କହିଲେ ? ଅର୍ଜୁନ କୌଣସି ପ୍ରଶ୍ନ ନ କରି, କୃଷ୍ଣଙ୍କ ଆଜ୍ଞା ମାନିଲେ। ଶ୍ରୀକୃଷ୍ଣ ରଥରୁ ତଳକୁ ଅବତରଣ କରି କିଛି ଦୂରେ ଦଣ୍ଡାୟମାନ ହେଲେ।
ତାପରେ ଅର୍ଜୁନଙ୍କୁ କହିଲେ — “ଏବେ ତୁମେ ତଳକୁ ଉତରିପାର।”
ଯେତେବେଳେ ଅର୍ଜୁନ ରଥରୁ ପାଦ ତଳେ ରଖିଲେ,
କୃଷ୍ଣ ରଥର ଧ୍ୱଜ ଉପରେ ବିରାଜମାନ ହନୁମାନଙ୍କୁ କହିଲେ —
“ଏବେ ତୁମେ ବିଶ୍ରାମ କର।”
ସେଇ ମୁହୂର୍ତ୍ତରେ ଭୟଙ୍କର ବିସ୍ଫୋରଣ ହେଲା। ସମ୍ପୂର୍ଣ୍ଣ ଜଳି ଅଙ୍ଗାରରେ ପରିଣତ ହୋଇଗଲା। ଅର୍ଜୁନ କମ୍ପିଉଠିଲେ। ବିସ୍ମୟରେ ପଚାରିଲେ — “ପ୍ରଭୁ, ଏହା କଣ ହେଲା?”
କୃଷ୍ଣ ମନ୍ଦ ହସ ସହ କହିଲେ — “ଅର୍ଜୁନ, ଏହି ରଥ ଉପରେ ଭୀଷ୍ମ, ଦ୍ରୋଣ ଓ କର୍ଣ୍ଣଙ୍କ ଦିବ୍ୟାସ୍ତ୍ର ଯୁଦ୍ଧ ସମୟରେ ହିଁ ଲାଗିଯାଇଥିଲା। ଏହି ରଥ ତ ଆଗରୁ ହିଁ ଧ୍ଵଂସ ହୋଇଯିବାର ଥିଲା।
କେବଳ ମୋର ଉପସ୍ଥିତି ଏବଂ ହନୁମାନଙ୍କ ଶକ୍ତି ଏହାକୁ ଏତେଦିନ ଧରି ଧରିରଖିଥିଲା। ଯଦି ତୁମେ ପ୍ରଥମେ ତଳକୁ ଅବତରଣ କରିଥାନ୍ତ,
ତୁମେ ମଧ୍ୟ ଏହି ରଥ ସହ ଭସ୍ମ ହୋଇ ଯାଇଥାନ୍ତ।
ଯେଉଁଠି କୃଷ୍ଣଙ୍କ କୃପା ଏବଂ ହନୁମାନଙ୍କ ଶକ୍ତି ଥାଏ, ସେଠି ଅସମ୍ଭବ ମଧ୍ୟ ସମ୍ଭବ ହୋଇଯାଏ।”
ଜୟ ଶ୍ରୀକୃଷ୍ଣ











Leave a Reply