Spread the love

କଟକ ଜିଲ୍ଲା ଅବକାରୀ ବିଭାଗ ର ଧୂଆଁଧାର ଚଢ଼ାଉ , ଚାରି ଗିରଫ ୨୬୬ ଲିଟର ଦେଶୀ ମଦ ଜବତ

ପ୍ରକାଶ ଚନ୍ଦ୍ର ବେଉରା (ଦର୍ଶନ ସମୀକ୍ଷା)

କଟକ ଜିଲ୍ଲା ଅବକାରୀ ବିଭାଗ ର ମୋବାଇଲ ଇୟୁନିଟ ଦୀର୍ଘ ଦିନ ର ରେକୀ ପରେ ଅତର୍କିତ ଭାବରେ ଚଢ଼ାଉ କରି, ଚାରି ନିଶା ବେପାରୀଙ୍କୁ ଗିରଫ କରିବା ସହ ଏକ ଅଟୋକୁମଧ୍ୟ କାବୁ କରି ନିଜ କବ୍ଜାକୁ ନେଇଛନ୍ତି. ଅଭିଯୁମାନେ ହେଲେ ବିଡାନାସୀ, ଦେଉଳସାହି, କିଶୋରନଗର, ଚନ୍ଦକା ଥାନା ଅନ୍ଧାରୁଆ ଅଞ୍ଚଳ, ଏବଂ ଏଥିସହ ସଦର ଥାନା ଅନ୍ତର୍ଗତ କାଜି ପାଟଣା, ବାଲିକୁଦା ଛ କ ଏବେ ଜଗତ ପୁର ଗୋଲେଇ ଛକ ନିକଟରୁ ଅଭିଯୁକ୍ତ ମାନଂକୁଗିରଫ କରାଯାଇଛି. ଯାଞ୍ଚ ଚଢ଼ାଉ ସମୟରେ ଏମାନଙ୍କ ଠାରୁ ଅନ୍ୟୁନ ମୋଟ 266ଲିଟର ଦେଶୀ ମଦ ଜବତ ହୋଇଥିଲା ଯାହାର ବଜାର ରେ ମୂଲ୍ୟ ତିନି ଲକ୍ଷ ତେପନ ହଜାର ଟଙ୍କା ହେବ ବୋଲି ବିଭଗୀୟ ଙ୍କ ତରଫରୁ ଆକଳନ କରାଯାଉଛି.

Oplus_131072

ଏହି ଚଢ଼ାଉ ଅଭିଯାନ କୁ ଚତୁର ତା ସହ ରେକୀ କରାଯାଇ କଟକ ଅବକାରୀ ସୁପରିଟେଣ୍ଡେନ କରୁନା ଶଙ୍କର ତିୱାରୀ ଙ୍କ ନିର୍ଦେଶ କ୍ରମେ କରା ଯାଇଥିଲା.ଏହି ଚଢ଼ାଉ ରେ କଟକ ଅବକାରୀ ବିଭାଗ ମୋବାଇଲ ଇୟୁନିଟ ଆଇ ଆଇ ସି ଶ୍ରୀ ଭକ୍ତ ବତ୍ସଳ ବର୍ମା ଙ୍କ ନେତୃତ୍ୱ ରେ ଏସ ଆଇ ଅକ୍ଷୟ କୁମାର ଜେନା,ଏସ ଆଇ ଜୟ ପ୍ରକାଶ ବେହୁରିଆ, କନେଷ୍ଟବଳ ଅଜୟ କୁମାର ଜେନା, କନେଷ୍ଟବଳ ଦେବବ୍ରତ ଓଝା, କନେଷ୍ଟବଳ ଶଙ୍କର ସିଙ୍ଗ, ମହିଳା କନେଷ୍ଟ ବଳ ଦମୟନ୍ତୀ ନାଥ ପ୍ରମୁଖ ଚଢ଼ାଉ ଅଭିଯାନ ରେ ସାମିଲ ରହିଥିଲେ.

Leave a Reply

Your email address will not be published. Required fields are marked *