କନ୍ଧମାଳ : ଜିଲ୍ଲା ଗୃହରକ୍ଷୀ ଓ୍ବଲଫର ଫଣ୍ଡରୁ ମୃତ୍ୟୁ ବରଣ କରିଥିବା ଗୃହରକ୍ଷୀ ଙ୍କ ପରିବାର ଙ୍କୁ ଆର୍ଥିକ ସହାୟତା
କନ୍ଧମାଳ କୁନା ଦିଗାଲ (ଦର୍ଶନ ସମୀକ୍ଷା)
ଜିଲ୍ଲା ଗୃହରକ୍ଷୀ କମାଣ୍ଡେଣ୍ଟ ଶ୍ରୀ ଯୁକ୍ତ ହରିଶ୍ ବଶି ଙ୍କ ତତ୍ବାବଧନାରେ କନ୍ଧମାଳ ଜିଲ୍ଲା ଶୃଙ୍ଖଳିତ ପଞ୍ଜୀକୃତ ହୋମଗାର୍ଡ ସଂଘ କର୍ମକର୍ତ୍ତାଙ୍କ ଉଦ୍ୟମରେ ଗଠନ ହୋଇଥିବା ଓ୍ବଲଫର ଫଣ୍ଡରୁ ରୋଗ ସଜ୍ୟାରେ ପଡ଼ି ଅକାଳ ବିୟୋଗ ହେଇଥିବା ସାରଙ୍ଗଗଡ଼ ଥାନାର ମୃତ ଗୃହରକ୍ଷୀ ମଦନ ମଲ୍ଲିକଙ୍କ ଧର୍ମପତ୍ନୀ ସ୍ବରସତୀ ପ୍ରଧାନଙ୍କୁ ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ଗୃହରକ୍ଷୀ ମାନଙ୍କ ଗୋଟିଏ ଦିନର ଦରମା ଟଙ୍କା କନ୍ଧମାଳ ଜିଲ୍ଲା ଗୃହରକ୍ଷୀ ଓ୍ବଲଫର ଫଣ୍ଡରେ ଜମାକରି ତିନି ଲକ୍ଷ ଟଙ୍କା ସଂଘଠନ ତରଫରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି l କିନ୍ତୁ ଦୁଃଖର ବିଷୟ ଜଣେ ଗୃହରକ୍ଷୀ କର୍ମଚାରୀ ଜୀବନ ସାରା ପୋଲିସ ବିଭାଗରେ କାର୍ଯ୍ୟକରି ଶେଷ ଅବସ୍ଥାରେ ଜଦି କୈଣସି ହୋମଗାର୍ଡ କର୍ମଚାରୀ ମୃତ୍ୟୁବରଣ କରନ୍ତି କିମ୍ବା ଅବସର ଗ୍ରହଣ କରନ୍ତି ତାଙ୍କ ପରିବାର ସଦସ୍ୟଙ୍କୁ ରାଜ୍ୟ ସରକାରଙ୍କ ତରଫରୁ କୈଣସି ଅନୁକମ୍ପା ମୂଳକ ସହାୟତା ମିଳୁନଥିଲା l ବର୍ତ୍ତମାନ ବିଜେପି ରାଜ୍ୟ ସରକାର ଙ୍କ ତରଫରୁ ଆଗାମୀ ଦିନରେ କିଛି ପରିବର୍ତ୍ତନ କାର୍ଯ୍ୟକ୍ରମ କରିବା ପାଇଁ ଏକ ଦାବିପତ୍ର ପ୍ରଦାନ କରିବା ପାଇଁ କନ୍ଧମାଳ ଜିଲ୍ଲା ଶୃଙ୍ଖଳିତ ପଞ୍ଜୀକୃତ ହୋମଗାର୍ଡ ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ସଂଘ ପକ୍ଷରୁ ସୂଚନା ମିଳିଛି l ଏବଂ କନ୍ଧମାଳ ଜିଲ୍ଲା ଏସ୍ପି ହୋମଗାର୍ଡ ମାନଙ୍କ ମଙ୍ଗଳ ଉଦେଶ୍ୟ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକ୍ରମ କରିଥିବାରୁ ସଂଘଠନ ତରଫରୁ ଧନ୍ୟବାଦ ଅର୍ପଣ କରୁଥିବା ଦେଖିବାକୁ ମିଳୁଛି l ଉକ୍ତ କାର୍ଯ୍ୟକ୍ରମରେ ଉପରିସ୍ଥ ଅଧିକାରୀ ଏବଂ ସଂଘ ସଭାପତି ପ୍ରଭାତ କୁମାର ସାହାଣୀ ଆବାହକ ତଥା ଉପ ସଭାପତି ବିରାଜ କୁମାର ପ୍ରଧାନ ଜୟନ୍ତ ଚୈଧୁରୀ, ସାଫରିନ ଖାନ ଉପସ୍ଥିତ ଥିଲେ l












Leave a Reply