ମାଲକାନଗିରି// ବହୁବାର ଦାବୀ ପରେବି ଶୁଣୁନି ପ୍ରଶାସନଦୀର୍ଘ ବର୍ଷ ଧରି ବିଦ୍ୟୁତ ସେବାରୁ ବଞ୍ଚିତ ହୋଇ ଜୀବନ ବିତାଉଛ ଫନ୍ଦିଗୁଡା ଗ୍ରାମର ୩୨ ପରିବାରର ଲୋକେ

Spread the love

ବହୁବାର ଦାବୀ ପରେବି ଶୁଣୁନି ପ୍ରଶାସନ
ଦୀର୍ଘ ବର୍ଷ ଧରି ବିଦ୍ୟୁତ ସେବାରୁ ବଞ୍ଚିତ ହୋଇ ଜୀବନ ବିତାଉଛ ଫନ୍ଦିଗୁଡା ଗ୍ରାମର ୩୨ ପରିବାରର ଲୋକେ

ବିଧ୍ୟାୟକଙ୍କୁ ଭେଟି ବିଜୁଳି ଆଲୁଅ, ରାସ୍ତା ଓ ଅଙ୍ଗନୱାଡି କେନ୍ଦ୍ର ଯୋଗାଇ ଦେବାକୁ ନିବେଦନ କଲେ ଫନ୍ଦିଗୁଡା ଗ୍ରାମବାସୀ

ବିଭାଗୀୟ କତୃପକ୍ଷ ଓ ପ୍ରଶାସନିକ ଅଧିକାରୀଙ୍କ ସହ ହୋଇଛି ଆଲୋଚନା , ଖୁବ ଶୀଘ୍ର ରାସ୍ତା ନିର୍ମାଣ ସହ ହେବ ବିଦ୍ୟୁତ ସଂଯୋଗ, ବିଧାୟକ

ମାଲକାନଗିରି ମନୋଜ ଦେବ ପାଙ୍ଗି (ଦର୍ଶନ ସମୀକ୍ଷା)
ସ୍ୱାଧୀନତାର ୭୭ ବର୍ଷ ପରେ ମଧ୍ୟ ସର୍ବନିମ୍ନ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ଦୁର୍ଦିନରେ ଜୀବନ ବିତାଉଛନ୍ତି ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ କାମ୍ବେଡା ପଞ୍ଚାୟତ ଅଧୀନରେ ଥିବା ଫନ୍ଦିଗୁଡା ଗ୍ରାମବାସୀ।ଗାଁ ବସତି ଠାରୁ ଆଜି ପର୍ଯ୍ୟନ୍ତ ଦୀର୍ଘ ବର୍ଷ ବିତିଯାଇଥିଲେ ମଧ୍ୟ ଗାଁକୁ ଯାତାୟତ ନିମନ୍ତେ ଏକ ପକ୍କା ରାସ୍ତା, ବିଜୁଳି ଆଲୁଅ ଏବଂ କୋମଳମତି ଶିଶୁଙ୍କ ପାଇଁ ନାହିଁ ଅଙ୍ଗନୱାଡି କେନ୍ଦ୍ର।ଏ ସମସ୍ତ ଗ୍ରାମବାସୀଙ୍କ ପାଇଁ ସାତ ସପନ ପାଲଟିଛି କହିଲେ ଅତ୍ୟୁକ୍ତି ହେବନାହିଁ। ତେବେ ଏହି ଗ୍ରାମରେ ଦୀର୍ଘବର୍ଷ ଧରି ଲାଗି ରହିଥିବା ସମସ୍ୟା ଗୁଡିକର ସ୍ଥାୟୀ ସମାଧାନ ପାଇଁ ଗ୍ରାମବାସୀ ବହୁବାର ପଞ୍ଚାୟତ, ବ୍ଲକ କତୃପକ୍ଷ, ବିଦ୍ୟୁତ ବିଭାଗର ଅଧିକାରୀ ଏବଂ ଜିଲ୍ଲା ପ୍ରଶାସନ ନିକଟରେ ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିଥିଲେ ବି କେହି ଆଦୌ କର୍ଣ୍ଣପାତ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଶେଷରେ ଗ୍ରାମବାସୀ ନିରାଶ ହୋଇ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲଙ୍କୁ ସାକ୍ଷାତ କରି ଗ୍ରାମର ରାସ୍ତା ନିର୍ମାଣ କରିବା ସହିତ ବିଜୁଳି ଆଲୋକ ଯୋଗାଇଦେବାଜୁ ଅକୁକ ନିବେଦନ କରିଛନ୍ତି। ତେବେ ଗ୍ରାମବାସୀଙ୍କ କହିବାନୁଯାୟୀ,
ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଏହି
ଗ୍ରାମଟି ପ୍ରାୟ ୩ କି.ମି ଦୂରରେ ଅବସ୍ତିତ।ଏହି ଗାଁରେ ଥିବା ମୋଟ ୩୨ ରୁ ଉର୍ଦ୍ଧ ପରିବାର ଲୋକ ବସବାସ କରନ୍ତି।ଜନସଂଖ୍ୟା ପ୍ରାୟ ୧୬୦ ରୁ ଉର୍ଦ୍ଧ।ଦୀର୍ଘ ବର୍ଷ ହେଲା ଗ୍ରାମବାସୀଙ୍କ ପାଇଁ ପକ୍କା ରାସ୍ତା, ବିଜୁଳି ଆଲୁଅ କିମ୍ବା ପିଲାଙ୍କ ପାଠ ପଢିବା ପାଇଁ ଅଙ୍ଗନୱାଡି କେନ୍ଦ୍ର ସାତ ସପନ ହୋଇଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।ରାସ୍ତା ଖରାପ ଥିବାରୁ ଜରୁରୀ କାଳୀନ ପରିସ୍ଥିତିରେ ରିଗୀଙ୍କୁ ମେଡିକାଲ ନେବାପାଇଁ ଗାଁକୁ ଆମ୍ବୁଲାନ୍ସ ଆସି ପାରୁନାହଁ।ଗାଁରେ ଅଙ୍ଗନୱାଡି କେନ୍ଦ୍ରଟିଏ ନାହିଁ। ଯାହା ଦ୍ୱାରା ଗର୍ଭବତୀଙ୍କ ପୋଷଣ ଚିନ୍ତା ଲାଗିବା ସହିତ ଗାଁର କୋମଳମତି ଶିଶୁ ମାନେ ଗାଁ ଠାରୁ ୨ କି.ମି ଦୂରରେ ତଥା ତାଣ୍ଡିକୋଣ୍ଡା ଗାଁରେ ଥିବା କେନ୍ଦ୍ରକୁ ପାଠ ପଢିବା ପାଇଁ ଜଙ୍ଗଲିଆ ଓ ଖାଲ ଖମା ରାସ୍ତା ଦେଇ ବିପଦ ସଂକୁଳ ଅବସ୍ଥାରେ ଯାତାୟତ କରିବାକୁ ବାଧ୍ୟ ହେଉଛନ୍ତି।ଦୀର୍ଘ ବର୍ଷ ଧରି ଏହି ଗାଁକୁ ବିଦ୍ୟୁତ ସଂଯୋଗ ହୋଇନାହିଁ।ଫଳରେ ସନ୍ଧ୍ୟା ହେଲେ ଗାଁ ଅନ୍ଧକାର।ପିଲାମାନେ ପାଠ ପଢ଼ିବାରୁ ବଞ୍ଚିତ ହେଉଛନ୍ତି।ବିଦ୍ୟୁତ ନଥିବାରୁ ଗାଁ ଲୋକମାନେ ବାହ୍ୟ ଜଗତରୁ ଏକ ପ୍ରକାର ବିଛିନ୍ନ କହିଲେ ଅତ୍ୟୁକ୍ତି ହେବନାହିଁ।ବିଦ୍ୟୁତ ସଂଯୋଗ ପାଇଁ ଗ୍ରାମବାସୀ ବହୁବାର ବିଦ୍ୟୁତ ବିଭାଗର କତୃପକ୍ଷ ଏବଂ ପ୍ରଶାସନିକ ଅଧିକାରୀଙ୍କ ନିକଟକୁ ଧାଇଁ ଧାଇଁ ନୟାନ୍ତ ହେବା ପରେ ଶେଷରେ ଗ୍ରାମବାସୀ ନିରାଶ ହୋଇ ବିଧାୟକଙ୍କୁ ଭେଟି ଉପରୋକ୍ତ ସମସ୍ୟା ଗୁଡିକର ତୁରନ୍ତ ସ୍ଥାୟୀ ସମାଧାନ କରିବାକୁ ଗ୍ରାମର ଦେବା ସୋଡି, ମୁକା ମାଡ଼କାମୀ,ପଦିଆ ମାଡ଼କାମୀ, ପଦିଆ ସୋଡି,ଅଡିଆ ମାଡ଼କାମୀ, ସନିଆ ପଡିୟାମୀଙ୍କ ସମେତ ଗ୍ରାମବାସୀ ବିଧାୟକ ମଙ୍ଗୁଙ୍କ ନିକଟରେ ନିବେଦନ କରିଛନ୍ତି।
ଏ ସମ୍ପର୍କରେ ବିଧାୟକ ମଙ୍ଗୁ କହିଛନ୍ତି ଯେ, ଉକ୍ତ ଗ୍ରାମର ରାସ୍ତା ନିର୍ମାଣ କାର୍ଯ୍ୟ ଶୀଘ୍ର ଆରମ୍ଭ ହେବ। ଗାଁରେ ତୁରନ୍ତ ବିଦ୍ୟୁତ ସଂଯୋଗ ପାଇଁ ବ୍ଲକକତୃପକ୍ଷ , ଜିଲ୍ଲା ପ୍ରଶାସନ ଏବଂ ବିଦ୍ୟୁତ ବିଭାଗର କତୃପକ୍ଷଙ୍କ ସହିତ ଆଲୋଚନା କରିଛି। ଖୁବ ଶୀଘ୍ର ଉକ୍ତ ଗ୍ରାମକୁ ବିଦ୍ୟୁତ ସଂଯୋଗ କରାଯିବ ବୋଲି ବିଧାୟକ ମଙ୍ଗୁ ଖିଲ କହିଛନ୍ତି।

Leave a Reply

Your email address will not be published. Required fields are marked *