ଢେଙ୍କାନାଳ ଜିଲ୍ଲା ମହୋତ୍ସବ ଓ ପଲ୍ଲିଶ୍ରୀ ମେଳାର ଦ୍ବିତୀୟ ସନ୍ଧ୍ୟା ଅନୁଷ୍ଠିତ
ଢେଙ୍କାନାଳ, ୨୧୧: (ଦର୍ଶନ ସମୀକ୍ଷା)
ଢେଙ୍କାନାଳ ମହିଷାପାଟଠାରେ ଆୟୋଜିତ ଢେଙ୍କାନାଳ ଜିଲ୍ଲା ମହୋତ୍ସବ ଓ ପଲ୍ଲିଶ୍ରୀ ମେଳାର ଦ୍ବିତୀୟ ସନ୍ଧ୍ୟା ଅନୁଷ୍ଠିତ ହୋଇଛି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ମୁଖ୍ୟ ଅତିଥିଭାବେ ଯୋଗଦେଇ
ଦ୍ଵିତୀୟ ସନ୍ଧ୍ୟାକୁ ଉଦ୍ଘାଟନ କରିଛନ୍ତି ।
ଶ୍ରୀ ପୂଜାରୀ କହିଥିଲେ ପୃଥିବୀର କ୍ରାନ୍ତିକାରୀ ଅନ୍ଦୋଳନରେ ସାମିଲ ହୋଇଥିବା ବାଳକଙ୍କ ମଧ୍ୟରେ ବାଜି ରାଉତ ସମସ୍ତଙ୍କ ଠାରୁ କମ୍ ବୟସର । ଯାହାଙ୍କ ବଳିଦାନ ସମସ୍ତଙ୍କୁ ଉଦ୍ଧ କରେ । ଏହି ମଞ ତାଙ୍କ ନାମରେ ସମର୍ପଣ କରାଯିବା ସ୍ବାଗତ ଯୋଗ୍ୟ । ତଥାପି ବାଜି ରାଉତଙ୍କ ବଳିଦାନକୁ ସାରା ପୃଥିବୀକୁ ଜଣାଇବାର ଆବଶ୍ୟକତା ରହିଛି। ଏଥିପାଇଁ ଆହୁରି ପ୍ରଚେଷ୍ଠାର ଆବଶ୍ୟକତା ରହିଛି ବୋଲି କହିଥିଲେ । ମହିମା ଧର୍ମର ନିଷ୍ଠ ଓ ସମାଜର ମଙ୍ଗଳ କାମନାର ବାଣୀ ବିଶ୍ୱକୁ ବାର୍ତ୍ତା ଦେଉଛି ବୋଲି ଶ୍ରୀ ପୂଜାରୀ କହିଥିଲେ।
ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଥିଲେ । ମୁଖ୍ୟମନ୍ତ୍ରୀ ଢେଙ୍କାନାଳ ଜିଲ୍ଲାର ବିକାଶ ପାଇଁ ଗୁରୁତ୍ଵ ଦେଇଆସୁଛନ୍ତି । ମହିମା ଗାଦିର ବିକାଶ ପାଇଁ ଅନୁଦାନ ଦିଆଯାଇଛି। ମେଡିକାଲ କଲେଜ ସହ ପର୍ଯ୍ୟଟନ କ୍ଷେତ୍ରର ବିକାଶ ହେବ । ବାଣିଜ୍ୟ, ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀ ଶ୍ରୀ ବିଭୂତି ଜେନା ଅତିଥିଭାବେ ଯୋଗଦେଇ ମାଟିର ମହକକୁ ଜଣାଇବାକୁ ମହୋତ୍ସବର ଆୟୋଜନ ହୁଏ । ଢେଙ୍କାନାଳ ମାଟିର ସାହିତ୍ୟ, ଐତିହ୍ୟ, ବୀରତ୍ଵ ଗୌରବାନ୍ବିତ କରିଛି । ବାଜି ରାଉତଙ୍କ ବୀରତ୍ଵ ବିଶ୍ଵବାଜିଙ୍କୁ ସ୍ତବ୍ଧ କରିଦେଇଥିଲେ। ଦେଶ ଭକ୍ତିର ନିଦର୍ଶନ ତାଙ୍କ ଜୀବନୀରୁ ଦେଖିବାକୁ ମିଳେ। ମହିମା ଧର୍ମର ବାର୍ତ୍ତା ବିଶ୍ବବାସୀଙ୍କୁ ଉଦ୍ବୁଦ୍ଧ କରେ। ଅନେକ ଲେଖକଙ୍କ ଲେଖା ଏ ଜାତିକୁ, ଓଡିଆ ସାହିତ୍ୟକୁ ବଳିଷ୍ଠ କରିଛି । ଏଭଳି ମାଟିରେ ଜନ୍ମନେଇଥିବା ପ୍ରତ୍ୟେକ ବ୍ୟକ୍ତି ନିଜକୁ ଗୌରବାନ୍ବିତ ମନେକରି ଏହି ଆଦର୍ଶରେ ଜୀବନକୁ ଉତ୍ସର୍ଗ କରିବା ବୋଲି ଶ୍ରୀ ଜେନା କହିଥିଲେ ।
ଅନ୍ୟତମ ଅତିଥିଭାବେ ଆରକ୍ଷୀ ଅଧିକ୍ଷକ ଅଭିନବ ସୋନଙ୍କର, ଢେଙ୍କାନାଳ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ କାଳନ୍ଦୀ ବାରିକ, କାମାକ୍ଷାନଗର ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ପ୍ରେମାନନ୍ଦ ସାହୁ, ଗଁଦିଆ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ରୀନାରାଣୀ ଖଟୁଆ, ଓଡାପଡା ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ସସ୍ମିତା ମହାନ୍ତି, କଙ୍କଡାହାଡ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ଚାରୁଲତା ମିଶ୍ର ଯୋଗଦେଇଥିଲେ । ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲ୍ ସ୍ବାଗତ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗୀତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଶେଷରେ ଜିଲ୍ଲା ସଂସ୍କୃତି ଅଧିକାରୀ ଅଭିଷେକ ବେହେରା ଧନ୍ୟବାଦ ଦେଇଥିଲେ।
ଆଜିର ମୁଖ୍ୟ ଆକର୍ଷଣ ଭାବେ ବଲିଉଡ୍ ଗାୟକ କୁନାଲ ଗଞ୍ଜାୱାଲା ସଂଗୀତ ପରିବେଷଣ କରିଥିଲେ । ଜିଲ୍ଲାର ବିଭିନ୍ନ ଅନୁଷ୍ଠାନର ଲୋକନୃତ୍ୟ, ଆସାମର ବିଦ୍ଯୁ ନୃତ୍ୟ ପରିବେଷଣ ହୋଇଥିଲା । ବାଜି ରାଉତଙ୍କ ଜନ୍ମଶତବାର୍ଷିକୀ ଅବସରରେ ଢେଙ୍କାନାଳର ଅଲଟରନେଟିଭ୍ ରିଦିମ୍ ଥିଏଟର ପକ୍ଷରୁ ନାଟକ ବାଜି ରାଉତ ମଞ୍ଚସ୍ଥ ହୋଇଥିଲା । ଗଁଦିଆ, ସଦର, କଙ୍କଡାହାଡ, କାମାକ୍ଷା ଓଡାପଡା,











Leave a Reply