ଝାରସୁଗୁଡା //ଆଉ ଚଳିବନି ଜୋର ଜବରଦସ୍ତି ଜଙ୍ଗଲ ଜମି ରେ ବେଆଇନ ଭାରୀଯାନ ଚଳାଚଳ କରୁଥିବା ସଂସ୍ଥା ଉପରେ ଏତଲା ଦେଲେ ଶ୍ରିପୁରା ସରପଞ୍ଚ…

Spread the love

ଜଙ୍ଗଲ ଜମି ରେ ବେଆଇନ ଭାରୀଯାନ ଚଳାଚଳ କରୁଥିବା ସଂସ୍ଥା ଉପରେ ଏତଲା ଦେଲେ ଶ୍ରିପୁରା ସରପଞ୍ଚ…….

ରାଉରକେଲା /ଝାରସୁଗୁଡା:, (ଦର୍ଶନ ସମୀକ୍ଷା)

ଶ୍ରିପୁରା ଗ୍ରାମ ରେ ଥିବା ଜଙ୍ଗଲ ଜମି କୁ କିଛି ପ୍ରାଇଭେଟ ସଂସ୍ଥା ବେଆଇନ ରାସ୍ତା ରୂପେ ବ୍ୟବହାର କରି ଏହା ଉପରେ ଭାରୀଯାନ ଚଳାଚଳ କରୁଥିବା ଦ୍ୱାରା ସୃଷ୍ଟି କରାଯାଇଥିବା ନୂତନ ଜଙ୍ଗଲ ର କ୍ଷତି ହୋଇଥିବାରୁ ସମ୍ପୃକ୍ତ ପ୍ରାଇଭେଟ ସଂସ୍ଥା ଗୁଡିକ ବିରୋଧ ରେ ଶ୍ରିପୁରା ସରପଞ୍ଚ ବୁଧୁବାର ପୂର୍ବାହ୍ନ ରେ ବଡ଼ମାଳ ଥାନା ରେ ଏତଲା ଦେଇଛନ୍ତି । ଶ୍ରିପୁରା ସରପଞ୍ଚ ଙ୍କ ଏତଲା ଅନୁଯାୟୀ ଶ୍ରିପୁରା ଗ୍ରାମ ର ଜଙ୍ଗଲ ଜମି ରେ ଏକ ପେଡ ମା କେ ନାମ ଯୋଜନା ରେ ଚାରା ରୋପଣ କରାଯାଇଛି |ଯେଉଁ ଜଙ୍ଗଲ ଜମି ରେ ଚାରା ରୋପଣ କରାଯାଇଛି, ଉକ୍ତ ଜଙ୍ଗଲ ଜମି ଉପରେ ବାଲାଜୀ ଏଞ୍ଜିକ୍ସନ ଲିମିଟେଡ଼, କେଇସି ଇଣ୍ଟରନେସନାଲ ଲିମିଟେଡ଼, ଥରମୋସିଷ୍ଟମ ପ୍ରାଇଭେଟ ଲିମିଟେଡ଼, ଶର୍ମା ଫେବ୍ରିକେସନ ପ୍ରାଇଭେଟ ଲିମିଟେଡ଼, ଶର୍ମା ଏଣ୍ଡ ଆସୋସିଏଟ ପ୍ରାଇଭେଟ ଲିମିଟେଡ଼, ରାଣ୍ଡିନ ଇଞ୍ଜିନିଅରିଂ ଭଳି ପ୍ରାଇଭେଟ ସଂସ୍ଥା ଗୁଡିକ ଭାରୀଯାନ ଚଳାଚଳ କରି ସୃଷ୍ଟି କରାଯାଇଥିବା ନୂତନ ଜଙ୍ଗଲ ର ଚାରା ଓ ବୃକ୍ଷ ଉପରେ ବହୁତ କ୍ଷୟ କ୍ଷତି ପହଞ୍ଚାଉଛନ୍ତି ।

ଶ୍ରିପୁରା ଗ୍ରାମବାସୀ କେନ୍ଦ୍ର ସରକାର ଙ୍କ ଏକ ପେଡ ମା କେ ନାମ ରେ ଏତେ ପରିଶ୍ରମ କରି ୧ ହଜାର ରୁ ଉର୍ଦ୍ଧ୍ବ ବୃକ୍ଷ ରୋପଣ କରି ତାର ଯତ୍ନ ଏବଂ ସୁରକ୍ଷା କରୁଥିବା ବେଳେ ଏହି ବେସରକାରୀ ସଂସ୍ଥା ଗୁଡିକ ଏହି ଜଙ୍ଗଲ ଜମି ଅଞ୍ଚଳ ରେ ବେଆଇନ ପାର୍କିଂ କରିବା ସହିତ ଏହି ପଲ୍ଲବୀତ ହେଉଥିବା ନୂତନ ଜଙ୍ଗଲ ଉପରେ ବହୁ କ୍ଷତି ପହଞ୍ଚାଉଛନ୍ତି ।ଏଣୁ ଉପରୋକ୍ତ କମ୍ପାନୀ ଗୁଡିକ ବିରୋଧ ରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଶ୍ରିପୁରା ଗ୍ରାମ ପଞ୍ଚାୟତ ସରପଞ୍ଚ ଯଶୋବନ୍ତୀ ପାଣ୍ଡେ ଏକ ଲିଖିତ ଏତଲା ବଡ଼ମାଳ ଆଇ ଆଇ ସି ଙ୍କୁ ପ୍ରଦାନ କରିଛନ୍ତି । ସୂଚନାଯୋଗ୍ୟ ଯେ ଜଙ୍ଗଲ ଜମି ରେ କରାଯାଇଥିବା ଚାରା ରୋପଣ ର ଉପଯୁକ୍ତ ଯତ୍ନ ଏବଂ ସୁରକ୍ଷା ପାଇଁ ପୋଲିସ ର ସହାୟତା ଲୋଡିଛନ୍ତି ଗ୍ରାମବାସୀ ।ଗ୍ରାମ ବାସୀ ବଡ଼ମାଳ ଆଇ ଆଇ ସି ଙ୍କୁ ଦେଇଥିବା ଦାବିପତ୍ର ରେ ଲେଖି ଜଣାଇଛନ୍ତି ଯେ ଗତ ବର୍ଷା ଋତୁ ରେ କେନ୍ଦ୍ର ସରକାର ଙ୍କ ଜନ ମଙ୍ଗଳକାରୀ ଯୋଜନା ଦ୍ୱାରା ଗ୍ରାମ ର ଜଙ୍ଗଲ ଜମି ରେ ଏକ ହଜାର ରୁ ଉର୍ଦ୍ଧ ଚାରା ରୋପଣ କରାଯାଇଥିଲା | ଏହାର ସୁରକ୍ଷା ଏବଂ ଯତ୍ନ ପାଇଁ ଗତ କିଛି ଦିନ ହେବ ଗ୍ରାମବାସୀ ବିଭାଗୀୟ କର୍ତ୍ତୃପକ୍ଷ ଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳି ପାରି ନ ଥିଲା । ଏଣୁ ଗ୍ରାମବାସୀ ସ୍ଥାନୀୟ ସରପଞ୍ଚ ଯଶୋବନ୍ତୀ ପାଣ୍ଡେ ଙ୍କ ସଭାପତିତ୍ବ ରେ ଗତ ଜାନୁୟାରୀ ୧୫ ତାରିଖ ଦିନ ଗ୍ରାମସଭା କରି ଉକ୍ତ ଜଙ୍ଗଲ ଜମିରେ ରୋପଣ କରାଯାଇଥିବା ଚାରା ତଥା ବୃକ୍ଷ ଗୁଡିକ r ଉପଯୁକ୍ତ ଯତ୍ନ ଏବଂ ସୁରକ୍ଷା କରିବା, ଉକ୍ତ ଜଙ୍ଗଲ ଜମି ରେ କୌଣସି ଯାନବାହାନ ପ୍ରବେଶ କରାଇ ନ ଦେବା ନେଇ ସର୍ବସମ୍ମତି କ୍ରମେ ଗ୍ରାମସଭା ରେ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ଯାହାକି ଆସନ୍ତା ଫେବୃଆରୀ ୨ ତାରିଖ ଠାରୁ ଆରମ୍ଭ କରାଯିବ। ତେଣୁ ଗ୍ରାମବାସୀ ବଡ଼ମାଳ ଆଇ ଆଇ ସି ଙ୍କୁ ଅନୁରୋଧ କରିଛନ୍ତି ଯେ ଏହି ମା କେ ପେଡ ଯୋଜନା ରେ ଲଗାଯାଇଥିବା ଚାରା ର ଯତ୍ନ ଓ ସୁରକ୍ଷା କାର୍ଯ୍ୟ ରେ ନିୟୋଜିତ ଥିବା ବେଳେ ପୋଲିସ ଉପସ୍ଥିତ ରହି ବେଆଇନ ଯାନବାହାନ ପ୍ରବେଶ ତଥା ସୃଷ୍ଟି ହୋଇଥିବା ଚାରା ଉପରେ ଯେପରି କୌଣସି ପ୍ରଭାବ ନ ପଡିବ ସେଥିପାଇଁ ସୁରକ୍ଷା ଓ ସହାୟତା ପ୍ରଦାନ କରନ୍ତୁ ବୋଲି ଦାବିପତ୍ର ରେ ଗ୍ରାମବାସୀ ନିବେଦନ କରିଛନ୍ତି । ଏହି ଦାବିପତ୍ର ର ଅବିକଳ ନକଲ ଝାରସୁଗୁଡା ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କୁ ବଡ଼ମାଳ ଆଇ ଆଇ ସି ଙ୍କ ଜରିଆରେ ପ୍ରଦାନ କରାଯାଇଛି |ବଡ଼ମାଳ ଆଇ ଆଇ ସି ପବିତ୍ର ଭୋଇ ଙ୍କୁ ଏହି ଦାବିପତ୍ର ଦେବା ସମୟ ରେ ଶ୍ରୀପୁରା ଗ୍ରାମ ର ଜିଲ୍ଲା ପରିଷଦ ସଭ୍ୟ ଦିଗାମ୍ବର ଭୋଇ,ବ୍ଳକ ଅଧ୍ୟକ୍ଷl ଚିତ୍ରାଣୀ ପଟେଲ, ସରପଞ୍ଚ ଯଶୋବନ୍ତୀ ପାଣ୍ଡେ,ବିରଞ୍ଚି ମାଝୀ, ରୀନା ବାଗ, ମିନତୀ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ |

Leave a Reply

Your email address will not be published. Required fields are marked *