ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ଏବେ ସରକାର ଓ ପ୍ରଶାସନକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ରାଜ୍ୟର ମୁଖ୍ୟମନ୍ତ୍ରୀ କିମ୍ବା ଦେଶର ରାଷ୍ଟ୍ରପତି କିଏ ଶଙ୍କରାଚାର୍ଯ୍ୟ ହେବେ ତାହା ସ୍ଥିର କରିପାରିବେ ନାହିଁ। ରାଷ୍ଟ୍ରପତିଙ୍କ ପାଖରେ ମଧ୍ୟ ଶଙ୍କରାଚାର୍ଯ୍ୟ ସ୍ଥିର କରିବାର ଅଧିକାର ନାହିଁ।
ପ୍ରୟାଗରାଜରେ ଶଙ୍କରାଚାର୍ଯ୍ୟଙ୍କୁ ନେଇ ଚାଲିଥିବା ବିବାଦ ଥମିବାର ନାଁ ନେଉନାହିଁ । ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ଏବେ ସରକାର ଓ ପ୍ରଶାସନକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ରାଜ୍ୟର ମୁଖ୍ୟମନ୍ତ୍ରୀ କିମ୍ବା ଦେଶର ରାଷ୍ଟ୍ରପତି କିଏ ଶଙ୍କରାଚାର୍ଯ୍ୟ ହେବେ ତାହା ସ୍ଥିର କରିପାରିବେ ନାହିଁ। ରାଷ୍ଟ୍ରପତିଙ୍କ ପାଖରେ ମଧ୍ୟ ଶଙ୍କରାଚାର୍ଯ୍ୟ ସ୍ଥିର କରିବାର ଅଧିକାର ନାହିଁ। ଉଲ୍ଲେଖନୀୟ, ମାଘ ମେଳା ପ୍ରଶାସନ ପକ୍ଷରୁ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ୱତୀଙ୍କୁ ଏକ ନୋଟିସ୍ ଜାରି କରାଯାଇ ଶଙ୍କରାଚାର୍ଯ୍ୟ ଭାବରେ ତାଙ୍କ ପଦବୀ ଉପରେ ପ୍ରଶ୍ନ ଉଠାଯାଇଛି।ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ୱତୀ କହିଛନ୍ତି, ଶଙ୍କରାଚାର୍ଯ୍ୟ ହେଉଛନ୍ତି ଜଣେ ଯିଏ ଅନ୍ୟ ତିନୋଟି ପୀଠର ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ଗ୍ରହଣୀୟ। ତିନୋଟି ପୀଠ ମଧ୍ୟରୁ ଦୁଇଟିର ଶଙ୍କରାଚାର୍ଯ୍ୟ ମୋତେ ଶଙ୍କରାଚାର୍ଯ୍ୟ ବୋଲି ମାନିଛନ୍ତି। ସେମାନେ ଗତ ମାଘ ମେଳାରେ ମୋ ସହିତ ସ୍ନାନ ମଧ୍ୟ କରିଥିଲେ। ଯେତେବେଳେ ଦ୍ୱାରକା ଓ ଶୃଙ୍ଗେରିର ଶଙ୍କରାଚାର୍ଯ୍ୟ କହିଥିଲେ, ତୁମେ ଶଙ୍କରାଚାର୍ଯ୍ୟ ଆଉ ଆମ ସହିତ ସ୍ନାନ କରୁଛ। ତେବେ ଏହାଠାରୁ ଆଉ କଣ ପ୍ରମାଣ ଆବଶ୍ୟକ ବୋଲି ଅଭିମୁକ୍ତେଶ୍ୱରାନନ୍ଦ ପ୍ରଶ୍ନ କରିଛନ୍ତି












Leave a Reply