ଗୋ ଚାଲାଣ ନେଟଓ୍ୱର୍କକୁ ଧ୍ୱଂସ କରିବା ଲାଗି ରାଜ୍ୟ ପୁଲିସର ଧୂଆଁ ଧାର ଚଢ଼ଉ ଆଜି ତୃତୀୟ ଦିନରେ,ଆଜି ବିଜେପି ରାଷ୍ଟ୍ରୀୟ ସଭାପତି ପଦବୀ ନିର୍ବାଚନ ଲାଗି ନାମାଙ୍କନର ଶେଷ ତାରିଖ

Spread the love

ଆଜିର ୧୦ଟି ମୁଖ୍ଯ ଖବର

୧- 👉ଆଜି ବିଜେପି ରାଷ୍ଟ୍ରୀୟ ସଭାପତି ପଦବୀ ନିର୍ବାଚନ ଲାଗି ନାମାଙ୍କନର ଶେଷ ତାରିଖ । ଆଜି ଅପରାହତଣ ୨ଟାରୁ ୪ଟା ଭିତରେ ଆଶାୟୀ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିପାରିବେ। ଏହା ପରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ। ଯାଞ୍ଚ ପରେ ନିର୍ବାଚନ ଆବଶ୍ୟକତା ପଡ଼ିଲେ ଆସନ୍ତାକାଲି ନିର୍ବାଚନ ହେବ। ଏପର୍ଯ୍ୟନ୍ତ କେବଳ କାର୍ଯ୍ୟକାରୀ ଅଧ୍ୟକ୍ଷ ନିତିନ ନବୀଙ୍କ ନାଁ ଚର୍ଚ୍ଚା ପରିସରରେ ରହିଛି।

୨- ରାଜ୍ୟରେ ଥିବା ସରକାରୀ ଇଞ୍ଜିନିୟରି କଲେଜଗୁଡ଼ିକରେ ୮୧ ଜଣ ଇଞ୍ଜିନିୟରିଂ ଛାତ୍ରଙ୍କ ପାଇଁ ଜଣେ ଅଧ୍ୟାପକ ନିଯୁକ୍ତ ରହିଛନ୍ତି। ଏଆଇସିଟିଇ ନିର୍ଦ୍ଦେଶାବଳୀ ଅନୁସାରେ ୨୦ ଜଣ ଛାତ୍ରଙ୍କ ପାଇଁ ଜଣେ ଅଧ୍ୟାପକ ରହିବା କଥା। କିନ୍ତୁ ଅଧ୍ୟାପକ ସଙ୍କଟ ଏବେ ଇଞ୍ଜିନିୟର ସୃଷ୍ଟି ନେଇ ଚ୍ୟାଲେଞ୍ଜ ସୃଷ୍ଟି କରୁଛି।

୩- ଗୋ ଚାଲାଣ ନେଟଓ୍ୱର୍କକୁ ଧ୍ୱଂସ କରିବା ଲାଗି ରାଜ୍ୟ ପୁଲିସର ଚଢ଼ଉ ଆଜି ତୃତୀୟ ଦିନରେ ବି ଜାରି ରହିବ। କେନ୍ଦୁଝର ଗୋ ମାଫିଆଙ୍କ ଉପରେ ହୋଇଥିବା ଚଢ଼ଉକୁ ନେଇ ଆଜି ମାଫିଙ୍କ ନାଁରେ ଥିବା ବ୍ୟାଙ୍କ ଆକାଉଣ୍ଟ ଏବଂ ଲକର ଖୋଲାଯିବ ବୋଲି ସୂଚନା ମିଳିଛି। ୫୦ ବ୍ୟାଙ୍କ ଆକାଉଣ୍ଟ ଏବଂ ୨୦ରୁ ଅଧିକ ଲକର ଖୋଲାଗଲେ ପ୍ରକୃତ ସମ୍ପତ୍ତି ଆକଳନ କରାଯିବ ବୋଲି ସୂଚନା ମିଳିଛି। ଏବେ ୧୦ ଜଣ ଗୋ ମାଫିଆଙ୍କୁ ଗିରଫ କରାଯାଇଛି।

୪- ଚିଲିକାରେ ବିଦେଶୀ ପକ୍ଷୀଙ୍କ ଗଣନା ଶେଷ ହୋଇଚି। ପ୍ରାୟ ୧୧ ଲକ୍ଷ ୩୨ ହଜାର ପକ୍ଷୀଙ୍କୁ ଚିହ୍ନଟ କରାଯାଇଛି। ଗତବର୍ଷଠାରୁ ଏହି ସଂଖ୍ୟା ୪ ହଜାର ୯୭୨ ଅଧିକ। ସମସ୍ତ ୫ଟି ରେଞ୍ଜରେ ବନ ବିଭାଗ ପକ୍ଷରୁ ଏହି ଗଣନା କରାଯାଇଥିଲା।

୫- ବିଶ୍ୱବିଦ୍ୟାଳୟରେ ସଂସ୍କାର ପାଇଁ ରାଜ୍ୟ ସରକାର ପ୍ରତ୍ୟେକ ବିଶ୍ୱବିଦ୍ୟାଳୟର ଆର୍ଥିକ କ୍ଷମତା କୁଳପତିଙ୍କୁ ଅର୍ପଣ କରିଛନ୍ତି। ଏହାଦ୍ୱାରା ବିଶ୍ୱବିଦ୍ୟାଳୟର ଆବଶ୍ୟକତା ପୂରଣ ଲାଗି ଖର୍ଚ୍ଚ ତ୍ୱରାନ୍ୱିତ ହୋଇପାରିବ ଏବଂ ଅଧିକ ସମୟ ବିଭାଗୀୟ ଅନୁମୋଦନକୁ ଅପେକ୍ଷ କରିବାକୁ ପଡ଼ିବ ନାହିଁ। ଏ ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ,କ ବିଜ୍ଞପ୍ତି ପ୍ରକାଶ ପାଇଛି।

୬- ସୁଭଦ୍ରା କିସ୍ତି ମିଳିବାର ତାରିଖ ବଦଳାଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। କିଛି ଦିନ ପୂର୍ବେ, ୧୮ ତାରିଖ ପୂର୍ବରୁ ସୁଭଦ୍ରା ଟଙ୍କା ମିଳିବ ବୋଲି ଘୋଷଣା କରିଥିବା ପମୁଖ୍ୟମନ୍ତ୍ରୀ ଏହାକୁ ୧୮ ତାରିଖ ଦିନ ୨୦ ତାରିଖକୁ ଘୁଞ୍ଚାଇଥିବା ଘୋଷଣା କରିଛନ୍ତି। ଏହି ସଦ୍ୟ ଘୋଷଣା ଅନୁସାରେ ଆସନ୍ତାକାଲି ସୁଭଦ୍ରା କିସ୍ତି ମିଳିବ। ଏଥିରେ ୧ଲକ୍ଷ ୭୮ ହଜାର ନୁଆ ହିତାଧିକାରୀ ସାମିଲ ହୋଇଛନ୍ତି।

୭- ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ସାଂଘାତିକ ରହିଛି। ଗଲା ଦୁଇବର୍ଷ ଭିତରେ ଜାନୁୟରୀ ମାସରେ ଏହା ସର୍ବାଧିକ ହୋଇଛି। ଏକ୍ୟୁଆଇ ୪୪୦ ରେକର୍ଡ କରାଯିବାରୁ ଦିଲ୍ଲୀ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ସ୍କୁଲ୍‍କୁ ହାଇବ୍ରିଡ୍‍ କ୍ଲାସ୍‍ ନେବାକୁ କୁହାଯାଇଛି। ଏକାଦଶ ଓ ଦ୍ୱାଦଶ ଶ୍ରେଣୀକୁ ଛାଡ଼ି ସମସ୍ତ ଶ୍ରେଣୀ ଲାଗି ଅନ୍‍ଲାଇନ କ୍ଲାସ୍‍ ଅନୁମତି ପ୍ରଦାନ କରାଯାଇଛି।

୮- ସଂଯୁକ୍ତ ଆରବ ଏମିରେଟ୍ସର ରାଷ୍ଟ୍ରପତି ଶେଖ ମହମ୍ମଦ ବିନ୍‍ ଜାୟଦ ଅଲ ନାହ୍ୟାନ ଆଜି ଭାରତ ଗସ୍ତରେ ଆସିବେ। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଏକ ଆଲୋଚନାରେ ଯୋଗ ଦେବେ। ଏହି ଅବସରରେ ଦୁଇ ଦେଶ ମଧ୍ୟରେ ରଣନୀତିକ ଭାଗିଦାରୀ ବିଷୟରେ ଆଲୋଚନା କାର୍ଯ୍ୟକ୍ରମ ରହିଛି।

୯- ଗାଜାରେ ଶାନ୍ତିସ୍ତାପନ ପାଇଁ ଯୁକ୍ତରାଷ୍ଟ୍ର ଆମେରିକାର ପ୍ରସ୍ତାବିତ ‘ବୋର୍ଡ ଅଫ୍‍ ପିସ୍’ରେ ସଦସ୍ୟ ଭାବେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିମନ୍ତ୍ରଣ କରିଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏ ନେଇ ପ୍ରଧାନମନ୍ତ୍ରୀଙ୍କୁ ଏକ ଚିଠି ଲେଖିଛନ୍ତି। ଏହି ଚିଠିକୁ ଭାରତରେ ଆମେରିକାର ରାଷ୍ଟ୍ରଦୂତ ସର୍ଗିଓ ଗୋର ସୋଶାଲ୍‍ ମିଡିଆରେ ପୋଷ୍ଟ କରିଛନ୍ତି। ଏହି ତାଲିକାରେ ପାକିସ୍ତାନ ସମେତ ୬୦ ରାଷ୍ଟ୍ରକୁ ଟ୍ରମ୍ପ ନିମନ୍ତ୍ରଣ କରିଛନ୍ତି। ସଦସ୍ୟ ଭାବେ ରହିବା ଲାଗି ରାଷ୍ଟ୍ରମାନଙ୍କୁ ୧ ବିଲିୟନ ଡଲାର ସଦସ୍ୟତା ଦେୟ ଭାବେ ଦେବାକୁ କୁହାଯାଇଛି। ଏହା ୩ ବର୍ଷ ଲାଗି ବୈଧ ରହିବ।

୧୦- ପଶ୍ଚିମାଝଡ଼ର ପ୍ରଭାବରେ ଆଜିଠାରୁ ରାଜ୍ୟରେ ତାପମାତ୍ରା ବଢ଼ିବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ। ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ବଢ଼ିବାର ସମ୍ଭାବନା ଥିବାରୁ ଶୀତ କମିବା ଆଶା କରାଯାଇଛି।

Leave a Reply

Your email address will not be published. Required fields are marked *